STORYMIRROR

Swagatika Pani

Abstract

3  

Swagatika Pani

Abstract

ଆମେ ସୂର୍ଯ୍ୟ

ଆମେ ସୂର୍ଯ୍ୟ

1 min
252

ଆମେ ସୂର୍ଯ୍ୟ

ଦେବୁରେ ଆଲୋକ

ହସି ହସି ଯାଇ

ଜଗତ କଲ୍ୟାଣ ପାଇଁ

ଆମେ ଚନ୍ଦ୍ର

ଦେବୁ ଶୀତଳତା

ଶାନ୍ତ ସ୍ନିଗ୍ଧ ହୋଇ

ମୁହଁରେ ହସ ଫୁଟାଇ

ଆମେ ତାରା

ଦୀପ୍ତି ପ୍ରକାଶିବୁ

ବିଶ୍ୱ ଦରବାରେ

ମହକି ସାରା ସଂସାରେ

ଆମେ ନଦୀ

ବହି ଚାଲିଥିବୁ

କୁଳୁକୁଳୁ ହୋଇ

ଏ ମାଟି ଗୌରବ ବୋହି

ଆମେ ଫୁଲ

ଫୁଟି ଚାଲିଥିବୁ

ସୁବାସକୁ ନେଇ

ସବୁଠି ଦେବୁ ଖେଳାଇ

ଆମେ ପକ୍ଷୀ

ଉଡିଚାଲିଥିବୁ

ନୀଳଆକାଶରେ

ଖୁସିରେ ଅତି ଖୁସିରେ

ଆମେ ଗୀତ

ଗାଇଚାଲିଥିବୁ

ଏ ମାଟିର ଗୀତ

ଜାଣିବ ସାରା ଜଗତ

ଆମେ ନୃତ୍ୟ

ନାଚିଚାଲିଥିବୁ

ଏ ମାଟିର କୋଳେ

ମାଟିର ମହକ ବଳେ

ଆମେ ତୂଳୀ

ଆଙ୍କିଚାଲିଥିବୁ

ଏ ମାଟିର ଛବି

କାହାର ଆଗେ ନ ଦବି

ଆମେ ମାଟି

ମାଟିରେ ମିଶିବୁ

ଏ ମାଟିର ସାଥେ

ଚାଲି ଜୀବନର ପଥେ



Rate this content
Log in

Similar oriya poem from Abstract