ଭକ୍ତିସାଗର
ଭକ୍ତିସାଗର
1 min
336
ଭକ୍ତିସାଗରରେ
ଯାଉଅଛି ବୁଡି
ତୁମରି ନାମକୁ ଗାଇ,
ଆହେ ଚକାଆଖି
ମୁହିଁ ନିରିମାଖି
କରୁଣାଆଶିଷ ଦେଇ
ଦିଅ ଭିଜାଇ l
ସାଗର ନଦୀର
ନଦୀ ସାଗରର
ପରିପୂରକ ହେ ନାଥ,
ତୁମ ବିନା ସାହା
କେ ଅଛି କୁହ ହେ
ସଂସାରସାଗରେ ପ୍ରଭୁ
ଦେଖାଅ ପଥ l
ପରମାତ୍ମା ତୁମେ
ଟିକି ଆତ୍ମା ମୋର
କି ଯଶ ତୁମର ଗାଇବ,
ପରଂବ୍ରହ୍ମ ସଙ୍ଗେ
ଏ ଆତ୍ମା ମିଶିବ
ଏତିକି ମିନତି
ମୋର ଘେନିବ l
ଭକ୍ତିମୟ ହୃଦେ
ଭକ୍ତିମୟ ଚିତ୍ତେ
ଭକ୍ତିସାଗରରେ ବୁଡି,
ମନପକ୍ଷୀ ମୋର
କରିଛିରେ ଆଶା
ଶ୍ରୀଅଙ୍ଗ ସେବିବ
ଯିବ ନୀଳାଚଳ ଉଡି l
ସଂସାରସାଗରେ
ବୁଡି ଯାଉ ଯାଉ
ଝଡ଼ଝଞ୍ଜା କେତେ ଆସିବ,
ଭକ୍ତିସାଗରରେ
ପ୍ରେମଅମୃତରେ
ବୁଡାଇ ଜୀବନତରୀ
ପ୍ରଭୁ ହେ ଉଦ୍ଧାରୀ ଦେବ l
