STORYMIRROR

Swagatika Pani

Others

3  

Swagatika Pani

Others

ତୃପ୍ତି

ତୃପ୍ତି

1 min
312

ତୃପ୍ତି ଏଠି ମାତ୍ର 

ଗୋଟିଏ ଶବ୍ଦ 

ଦୁଇଟି ଅକ୍ଷରର ସମାହାର 

ହେଲେ ସୀମାହୀନ ଅପହଞ୍ଚ 

ସାରା ଜୀବନ ତପ୍ତବୈତରଣୀ ମଧ୍ୟେ

ଉବୁଟୁବୁ ମନୁଷ୍ୟର 

ଏକ ଅଦ୍ୟମ ଅଭିଳାଷ,

ଖୋଜିବୁଲେ ଅନ୍ତରେ ବାହାରେ 

ନିଦାଘରେ ମୌସୁମୀରେ 

ଆଦ୍ୟରେ ପ୍ରାନ୍ତରେ

ଗଢିଦିଏ ଭାଙ୍ଗିଦିଏ 

ସମ୍ପର୍କର ସେତୁ ସବୁ 

ମିଳଇ ମିଥ୍ୟା ଅହମିକା 

ବିଧ୍ଵଂସ କରି ପ୍ରାଣସତ୍ତା 

ରଚିଯାଏ କେତେ କେତେ 

ମାନବ ଖେଳାର ସମ୍ଭାର 

ହେଲେ ମିଳେ କାହିଁ ତୃପ୍ତି !!

ଅନ୍ତଃରେ ରହିଛି ଯାହା 

ବାହାରେ ମିଳିବ ସେ କାହିଁ !!!

ଅନ୍ତଃମଧ୍ୟେ ଅସ୍ୱଚ୍ଛର 

ଆବରଣ କାଢି 

ଖୋଜିଛି କି କେହି 

ଦିବ୍ୟତାର ପଥ 

ଭରିଛି କି କେହି 

ମାନବତାର ପୂର୍ଣ୍ଣକଳସ 

ଭରା ହୃଦୟରେ 

ବାଣ୍ଟିଛି କି ସତେ 

ସ୍ନେହ,ପ୍ରେମ,ଶାନ୍ତିର 

ଫଲଗୁ ବିଶ୍ୱ ଦରବାରେ ??? 

ଏଠି ତୃପ୍ତି ନିଜ ପାଖରେ 

ପ୍ରାପ୍ତି ବି ନିଜ ହାତରେ 

ତୃପ୍ତି ପ୍ରାପ୍ତି ଏ ଜୀବନରେ 

ମନୁଷ୍ୟ ନିଜେ ହିଁ ତୋଳିଧରେ

ନିଜକୁ ନିଜେ ଗଢ଼ିପାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍