STORYMIRROR

Swagatika Pani

Others

3  

Swagatika Pani

Others

ସ୍ବପ୍ନ ଅଗଣିତ

ସ୍ବପ୍ନ ଅଗଣିତ

1 min
279


ସ୍ବପ୍ନ ଅଗଣିତ ପଥ ଅସୀମିତ 

ଚଲାପଥେ ହୃଦେ ସେ ମହାପ୍ରଭୁ 

ଦିବ୍ୟତା ପରଶେ ଦିବ୍ୟମୟ ଏଇ 

ସଂସାରରେ ସାଧ୍ୟ ପରାଟି ସବୁ l


ସ୍ନେହ ପ୍ରେମ ପ୍ରୀତି ଶାନ୍ତି ମୈତ୍ରୀର 

ବିଜୟ ବୈଜନ୍ତ ଉଡିବ ଯେବେ 

ଦିବ୍ୟତ୍ୱର ଭାବ ହୋଇଛି ଉଦ୍ରେକ 

ମନୁଷ୍ୟ ମଧ୍ୟରେ ଜାଣିବ ସେବେ l


ଯେବେ ଖେଳିଯିବ ଗଗନେ ପବନେ 

ଭାଇଚାରା ବିଶ୍ୱଭ୍ରାତୃତ୍ଵଭାବ 

ସୁନ୍ଦର ଧରା ଏ ସୁନ୍ଦର ଭାବରେ 

ଆହୁରି ସୁନ୍ଦର ହୋଇଉଠିବ l


ଅଗଣିତ ସ୍ବପ୍ନ ଅସୁମାରୀ ଆଶା

ଦିବ୍ୟତା ପରଶେ ହସି ହସାଇ

ଚାଲରେ ଚାଲରେ ଗନ୍ତବ୍ୟର ପଥେ

ଦେବତ୍ୱଭାବକୁ ସାଥୀରେ ନେଇ l


ଉଠ ଜାଗ୍ରତ ହୁଅ ଏବେ ସର୍ବେ

ଭରିଦିଅ ହୃଦେ ଦେବତ୍ୱଭାବ

ରାକ୍ଷସପ୍ରବୃତ୍ତି କର ପରିହାର

ଭୁଲନାହିଁ କେବେ ତୁମେ ମାନବ l



Rate this content
Log in