ଆମ ରଜ ପରବ
ଆମ ରଜ ପରବ
ମନେ ପଡ଼େ ଆଜି ପାଞ୍ଚ ଦଶନ୍ଧି
ପୂର୍ବର ରଜ ଆଉ ଆଜି ନୂଆ
ଦୁନିଆଁର ରଜ ପରବ ଓଡ଼ିଆ
ଜାତିର ନିଜସ୍ୱ ଗୌରବ l
ଭାବି ଦେଖୁ ତାର ତାରତମ୍ୟ
ଆମ ବାଲ୍ୟକାଳ ରଜ କରି
ତୁଳନା ଏକବିଂଶ ଶତାବ୍ଦୀର
ରଜର ଵିଧି ପାଳନର ତାତ୍ପର୍ଯ୍ୟ
ଓ ତାର ସୌରଭ l
ଅଗୁରୁ ହଳଦୀ ଚନ୍ଦନ ମଖା
କୋମଳ ତନୁରେ ରଜର
ମହକ କରୁଥିଲା ସଦା ଆମକୁ
ପୁଲକିତ ଭରି ମନେ ଉନ୍ମାଦ l
ପୋଡ଼ ପିଠା ଖାସୀ ମାଂସ ଆଉ
ସାଧା ତରକାରୀର ସୁଗନ୍ଧେ
ମହକୁ ଥିଲା ସାଇ ପଡ଼ିଶାଙ୍କ
ଘର ଆଶାଢ଼ୀ ପବନ ତରଙ୍ଗେ
କରି ବିଛୁରିତ ମାନବୀୟ
ପ୍ରେମ l
ନଥିଲା ସେତେବେଳେ
ଆଧୁନିକ ସରଞ୍ଜାମ ପାଳିବାକୁ
ରଜ ଝୁଲି ଦୋଳିରେ ମାତ୍ର
ଥିଲା ଗାଁ ବରଗଛ ଆଉ ତୋଟା
ରେ ଆମ୍ବ ଗଛ ବାନ୍ଧିକତା
ଦଉଡ଼ି ଦୋଳି ଝୁଲିବାକୁ l
ଗାଁ ପାଖ ହାଟରୁ କିଣି ଗୋଟା
ପାନ ସେଥିରେ ମିଶାଇ ଗୁଆ
ଚୂନ ଗୁଣ୍ଡି ଖାଉଥିଲେ ଆମ
ବୋଉ ବାପା ଆଈ ଅଜା
ଜେଜେ ଜେଜେମା ମାନେ
ଖାଇ ପୋଡ଼ପିଠା ଝୁଲି ଝୁଲି
ଦୋଳିରେ କଳରେ ଜାକି
ରଜ ପାନ ଖିଲକୁ l
ଆଧୁନିକ ଲୋକେ ଗଲେଣି
ଭୁଲି ହଳଦୀ ଲଗାଇ ଦେହେ
ଗାଧୋଇବାକୁ ରଜ ପରବେ
ଆଉ ନାହିଁ ପସନ୍ଦ ସେମାନଙ୍କ
ଝୁଲିବାକୁ ରସି ଦୋଳିଲେ
ବରଂ ଝୁଲିବାକୁ ଘରେ ମେସିନ୍
ଦୋଳି ଝୁଲଣରେ l
ଆମ ପିଲାବେଳ ଆଜିର
ଦୁନିଆ କେବଳ ମୂକ ସାକ୍ଷୀ
ରଜ ପରବର ମାତ୍ର ପୁରୁଣା
ପରମ୍ପରାର ବିସ୍ମୃତି ଘଟିଛି
ଆଜି ନୂଆ ରୂପ ନେଇଛି ଆଜି
ଓଡ଼ିଆ ପରବ ରଜ ନୁଆଁ
ଦୁନିଆଁ ଢାଞ୍ଚାରେ କେବଳ
ଉତ୍କଳୀୟ ପୁରପଲ୍ଲୀ
ଇଲାକାରେ l
ହେଉ ପଛେ ରଜ ପରବର
ପାଳନ ଶୈଳୀର ପାର୍ଥକ୍ୟ
ଆଧୁନିକ ଓଡ଼ିଆ ସମାଜରେ
ତଥାପି ସେ ଆମର ବସୁମାତା
ର ଆଶୀଷ ବୋଳା ପ୍ରତୀକ
ରଜ ପରବ ତିନି ଦିନ ଯାହାକୁ
ପାଳିବୁ ନିଶ୍ଚୟ ନୀତି
ନିୟମରେ ଯଥା କର୍ପୁର ଉଡ଼ି
ଗଲେ ବି ଖାଲି କନା ରହିବ
ପଡ଼ି ସଦା ଓଡ଼ିଶା ଭୂଇଁରେ l
