STORYMIRROR

ABADHOOT PANDA

Classics Others

4  

ABADHOOT PANDA

Classics Others

ଆମ ରଜ ପରବ

ଆମ ରଜ ପରବ

1 min
32

ମନେ ପଡ଼େ ଆଜି ପାଞ୍ଚ ଦଶନ୍ଧି

ପୂର୍ବର ରଜ ଆଉ ଆଜି ନୂଆ

ଦୁନିଆଁର ରଜ ପରବ ଓଡ଼ିଆ

ଜାତିର ନିଜସ୍ୱ ଗୌରବ l


ଭାବି ଦେଖୁ ତାର ତାରତମ୍ୟ

ଆମ ବାଲ୍ୟକାଳ ରଜ କରି

ତୁଳନା ଏକବିଂଶ ଶତାବ୍ଦୀର

ରଜର ଵିଧି ପାଳନର ତାତ୍ପର୍ଯ୍ୟ

ଓ ତାର ସୌରଭ l


ଅଗୁରୁ ହଳଦୀ ଚନ୍ଦନ ମଖା

କୋମଳ ତନୁରେ ରଜର

ମହକ କରୁଥିଲା ସଦା ଆମକୁ

ପୁଲକିତ ଭରି ମନେ ଉନ୍ମାଦ l


ପୋଡ଼ ପିଠା ଖାସୀ ମାଂସ ଆଉ

ସାଧା ତରକାରୀର ସୁଗନ୍ଧେ 

ମହକୁ ଥିଲା ସାଇ ପଡ଼ିଶାଙ୍କ

ଘର ଆଶାଢ଼ୀ ପବନ ତରଙ୍ଗେ

କରି ବିଛୁରିତ ମାନବୀୟ

ପ୍ରେମ l


ନଥିଲା ସେତେବେଳେ

ଆଧୁନିକ ସରଞ୍ଜାମ ପାଳିବାକୁ

ରଜ ଝୁଲି ଦୋଳିରେ ମାତ୍ର

ଥିଲା ଗାଁ ବରଗଛ ଆଉ ତୋଟା

ରେ ଆମ୍ବ ଗଛ ବାନ୍ଧିକତା

ଦଉଡ଼ି ଦୋଳି ଝୁଲିବାକୁ l


ଗାଁ ପାଖ ହାଟରୁ କିଣି ଗୋଟା

ପାନ ସେଥିରେ ମିଶାଇ ଗୁଆ

ଚୂନ ଗୁଣ୍ଡି ଖାଉଥିଲେ ଆମ

ବୋଉ ବାପା ଆଈ ଅଜା

ଜେଜେ ଜେଜେମା ମାନେ

ଖାଇ ପୋଡ଼ପିଠା ଝୁଲି ଝୁଲି

ଦୋଳିରେ କଳରେ ଜାକି

ରଜ ପାନ ଖିଲକୁ l


ଆଧୁନିକ ଲୋକେ ଗଲେଣି

ଭୁଲି ହଳଦୀ ଲଗାଇ ଦେହେ

ଗାଧୋଇବାକୁ ରଜ ପରବେ

ଆଉ ନାହିଁ ପସନ୍ଦ ସେମାନଙ୍କ

ଝୁଲିବାକୁ ରସି ଦୋଳିଲେ

ବରଂ ଝୁଲିବାକୁ ଘରେ ମେସିନ୍

ଦୋଳି ଝୁଲଣରେ l


ଆମ ପିଲାବେଳ ଆଜିର

ଦୁନିଆ କେବଳ ମୂକ ସାକ୍ଷୀ

ରଜ ପରବର ମାତ୍ର ପୁରୁଣା

ପରମ୍ପରାର ବିସ୍ମୃତି ଘଟିଛି

ଆଜି ନୂଆ ରୂପ ନେଇଛି ଆଜି

ଓଡ଼ିଆ ପରବ ରଜ ନୁଆଁ 

ଦୁନିଆଁ ଢାଞ୍ଚାରେ କେବଳ

ଉତ୍କଳୀୟ ପୁରପଲ୍ଲୀ

ଇଲାକାରେ l


ହେଉ ପଛେ ରଜ ପରବର

ପାଳନ ଶୈଳୀର ପାର୍ଥକ୍ୟ

ଆଧୁନିକ ଓଡ଼ିଆ ସମାଜରେ

ତଥାପି ସେ ଆମର ବସୁମାତା

ର ଆଶୀଷ ବୋଳା ପ୍ରତୀକ

ରଜ ପରବ ତିନି ଦିନ ଯାହାକୁ

ପାଳିବୁ ନିଶ୍ଚୟ ନୀତି

ନିୟମରେ ଯଥା କର୍ପୁର ଉଡ଼ି

ଗଲେ ବି ଖାଲି କନା ରହିବ

ପଡ଼ି ସଦା ଓଡ଼ିଶା ଭୂଇଁରେ l

       



Rate this content
Log in

Similar oriya poem from Classics