ଆମ ବିଦ୍ୟାଳୟ
ଆମ ବିଦ୍ୟାଳୟ
ପାଠରେ ସୁନାମ ରଖିଛି
ଆମର ଏ ବିଦ୍ୟାଳୟ,
ପ୍ରାକୃତିକ ଶୋଭା ଦିଶଇ
ସବୁଠାରୁ କମନୀୟ l
ଦୁଇ ଜଣ ବଡକୁ ସାନ
ଅଛନ୍ତି ଶିକ୍ଷକ ତ୍ରୟ,
ଗୁରୁମାଙ୍କ ପାଠ ପଢା
ଅତ୍ୟନ୍ତ କୌତୁକମୟ l
ଘଣ୍ଟା ନାମେ ବିଖ୍ୟାତ ସେହି
ବିଦ୍ୟାଳୟର ଯେ ନାମ,
ଶିକ୍ଷା କ୍ଷେତ୍ରରେ ରଖିଅଛି
ସବୁ ଦେଶରେ ସୁନାମ l
ଶ୍ରୀଯୁକ୍ତ ଘଣ୍ଟା କଣ୍ଟା ଅଟେ
ହେଡ଼ ସାରଙ୍କର ନାମ,
ଅଳସୁଆ ଶିକ୍ଷକ ଭବେ
ରଖିଛନ୍ତି ସେ ସୁନାମ l
ଶ୍ରୀଯୁକ୍ତ "ମିନିଟ କଣ୍ଟା'
ଅନ୍ୟ ସାରଙ୍କର ନାମ,
ଲମ୍ବୁ ମାଷ୍ଟ୍ରେ ବୋଲି ଡାକନ୍ତି
ଧରି ତାଙ୍କ ଉପନାମ l
ଶ୍ରୀମତୀ ସେକେଣ୍ଡ କଣ୍ଟା ଯେ
ଶିକ୍ଷୟିତ୍ରୀଙ୍କର ନାମ,
ସବୁବେଳେ ସବୁ କାମରେ
ତରତର ତାଙ୍କ କାମ l
ସେହି ବିଦ୍ୟାଳୟର ମୋଟ
ପିଲା ସଂଖ୍ୟା ବାର ଜଣ,
ମନଲୋଭl ତା କାରୁକାର୍ଯ୍ୟ
ଦିଶଇ ଚିତାକର୍ଷଣ ।
ବିଦ୍ୟାଳୟର ଚାରିପଟେ
ରହିଛି ଉଦ୍ୟାନମାନ,
ପାଞ୍ଚଟି ବଗିଚାର ପିଲେ
ନିଅନ୍ତି କରି ଯତନ l
ବାର ଜଣ ପିଲାଙ୍କର ହେଲା
ଷାଠିଏ ଗୋଟି ବଗିଚା,
ସୁନ୍ଦର ଦିଶଇ ଦୂରକୁ
ଏହାର ଘାସ ଗାଲିଚା l
ହେଡ଼ ସାର ପାଠ ପଢ଼ାନ୍ତି
ଠିକ କଥା ସଦା କୁହ,
ମିଛ ଠାରୁ ଯେ ତୁମ୍ଭେମାନେ
ସର୍ବଦା ଦୂରେଇ ରୁହ l
ସତ କହିବାକୁ କଦାପି
ପଛଘୁଞ୍ଚା ଦେବ ନାହିଁ,
ଅପେକ୍ଷା ନକରି କାହାକୁ
ଯାଅ ତତପର ହୋଇ l
ନିଜ କର୍ମ କ୍ଷେତ୍ରରେ ସଦା
ଜାଗ୍ରତ ତୁମେ ହୋଇବ,
ସମୟାନୁ ବର୍ତ୍ତିତା ହେଲେ
ଗାନ୍ଧୀ ପରି ଦିନେ ହେବ l
ଲାମ୍ବୁ ସାର ଶିକ୍ଷା ଦିଅନ୍ତି
ଶୁଣରେ ପିଲେ ମୋ କଥା,
ମିଛ କଥା କହି କା ମନେ
ଦେବ ନାହିଁ କେବେ ବ୍ୟଥା l
ଧୀରେ ଧୀରେ ସଭିଏଁ କର
ସତ୍ୟର ଅନୁସନ୍ଧାନ,
ତେବେ ଯାଇ ହେବରେ ଜଣେ
ଜ୍ଞାନୀ ଆଉ ଗୁଣଵାନ l
ସ୍କୁଲରେ ଯିଏ ହେଉଅଛି
ପାଠୁଆ ଆଉ ପ୍ରଥମ,
ଖସାଇବାକୁ ତାକୁ ତୁମେ
କର ସର୍ବଦା ଉଦ୍ୟମ l
ଧୀର ପାଣି ପଥର କାଟେ
ଧୀର କଥା କି ମଧୁର,
ଧୀର କଥା କହି ସବୁରି
ମନକୁ କର ଅଧିକାର l
ଗୁରୁମା ଶିଖାଇ ଥାଆନ୍ତି
ସଦା ଠିକ କାମ କର,
ମୂଲିଆ ବା ମାଲିକ ହେଉ
ହୁଅ ସଦା ଆଗଭର l
ଅଳସୁଆ ହୋଇବ ନାହିଁ
ପିଲାମାନେ କେବେହେଲେ,
ସର୍ବ ସମ୍ପଦ କ୍ଷୟ ଯିବ
କୌଣସି କାମ ନ କଲେ l
କର୍ମ ଚlଞ୍ଚଲ୍ୟ ହେବା ପାଇଁ
ଜାଗ୍ରତ ସଦା ହେବ,
ତେବେ ଯାଇ ଏ ସଂସାରକୁ
ବିଜୟ କରି ପାରିବ l
ଈଶ୍ୱରଙ୍କୁ ପ୍ରାର୍ଥନା କରେ
ସୁମଣିଷ ସବୁ ହୁଅ,
ପରୋପକାରୀ ତୁମେ ସାଜି
ଦେଶ ପାଇଁ ପ୍ରାଣ ଦିଅ l
