STORYMIRROR

SATYASUNDAR PARIDA

Abstract

2  

SATYASUNDAR PARIDA

Abstract

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
3.1K

ଉଇଁଆସେ ଦେଖ ନୂତନ ସୁରୁଜ ନୂତନ ବାରତା ନେଇ,

ସ୍ୱଚ୍ଛ ବିଦ୍ୟାଳୟ ସ୍ୱପ୍ନ ଆମର ସାକାର ଯାଇଛି ହୋଇ

କଳକଳ ରାବେ ନିନାଦିତ ଧରା ନବ ଉନ୍ମାଦନା ଆଣି,

ନିତି ପ୍ରତିଦିନ ବିଦ୍ୟାଳୟ ଆମ ଶ୍ରେଷ୍ଠରୁ ଶ୍ରେଷ୍ଠ ସେ ପୁଣି

ପରିବେଶ ଆମ ସବୁଜସୁନ୍ଦର ପରିମଳ ବ୍ୟବସ୍ଥିତ,

ଫାଟକ ଡେଇଁଲେ, ପାଦ ଥାପିଦେଲେ ମନହୁଏ ପ୍ରଫୁଲ୍ଲିତ

ପଲ୍ଲବିତ ଆମ୍ର ବକୁଳ ଗହଳୁ ଓଁ କାର ଧ୍ୱନି ଶୁଭେ,

ପ୍ରଭୁନାମ ସ୍ମରି, ଗୁରୁଙ୍କୁ ପ୍ରଣାମି ଭକ୍ତିଭାବ ମନେ ଜାଗେ

ରଂଗ ବେରଂଗର ଫୁଲ ଫୁଟି ଛୁଟେ ସଜମଲ୍ଲୀର ବାସ,

ଧରା ଉପବନେ ତାରାଫୁଲ ଆମେ ହସିଲେ ହସିବ ଦେଶ

ଘୁରିବୁଲୁ ଆମେ ସବୁ ପ୍ରଜାପତି ଫୁଲରୁ ଫୁଲକୁ ଚୁମି,

ବିଦ୍ୟାରସ ଘେନି ତୃପ୍ତହେଉଁ ଆମେ ନାଚୁଗାଉ ଝୁମିଝୁମି

ହସିଖେଳି ଆମେ ପାଠ ପଢୁ ଏଠି ବିଦ୍ୟାଳୟ ଦଣ୍ଡମୁକ୍ତ,

ଆମର ସର୍ବାଙ୍ଗ ବିକାଶ ନିମନ୍ତେ କରନ୍ତି ସଭିଏଁ ବ୍ରତ

ନିରିମଳ ଜଳେ ପୌଷ୍ଟିକ ଆହାର ମହମହ ବାସୁଥାଏ,

ମହାଆନନ୍ଦରେ ପଙ୍ କ୍ତି ଭୋଜନରେ ମନ ଆମ ଝୁମିଯାଏ

ଆମ ପାଚିକାଯେ ସର୍ବଗୁଣୀ ସିଏ ମଧୁର ତା’ର ବଚନ,

ମାଆଟିଏ ପରି ଆପଣାର କରି ବୁଝ୍ଇ ସଭିଙ୍କ ମନ

ଶ୍ରେଣୀଗୃହେ ଆମ ଶୋଭା ବଢାଅନ୍ତି ଭଳିଭଳିକା ଯେ ଚିତ୍ର,

ନିଜେ କାମକରି ଶିଖିଥାଉଁ ଆମେ ହୋଇ ସଭିଙ୍କର ମିତ୍ର

ଶ୍ରେଣୀଗୃହ ଆମ ଗବେଷଣାଗାର ଆମେ ଶିଶୁ ବୈଜ୍ଞାନିକ,

ଉନ୍ନତି ଶିଖରେ ପହଞ୍ଚିବୁ ନିଶ୍ଚେ ଆମେ ଦେଶ ଭବିଷ୍ୟତ

ଗୁରୁଜୀ ଗୁରୁମା ଦେବତା ଆମର ସମଗ୍ର ତାଙ୍କର ଶିକ୍ଷା,

ଦୋଷଗୁଣ ବୁଝି ସଭିଙ୍କୁ ଆଦରି ଦିଅନ୍ତି ଆଦର୍ଶ ଦୀକ୍ଷା

ମାନବିକତା ଓ ମଣିଷପଣିଆ ମହାନ ଆତ୍ମାଙ୍କ ଗାଥା,

ଶୃଙ୍ଖଳା ରଜ୍ଜୁରେ ବାନ୍ଧିଣ ଆମକୁ କହନ୍ତି ସଂସ୍କାର କଥା

ଜାତିଭେଦ ଆମ ବିଦ୍ୟାଳୟେ ନାହିଁ ପୁଅ ଝିଅ ଯେ ସମାନ,

ବିଦ୍ୟାଦାତା ଆଉ ବିଦ୍ୟାର ଗ୍ରହିତା ସଭିଏଁ ଅଟୁ ମହାନ

ଏକତାର ବାନ୍ଧେ ଏଇ ମନ୍ଦିରକୁ ସେନେହ ପ୍ରେମର ସୂତ୍ର,

ମହାପୁରୁଷଙ୍କ ମହତବାଣୀ ସେ ଶିଖାଏ ଜୀବନ ମନ୍ତ୍ର

ମନ ଓ ଶରୀର ପବିତ୍ର ଆମର ନିରାପଦ ବିଦ୍ୟାଳୟ,

ସଭିଏଁ ପଢିବା, ସଭିଏଁ ବଢିବୁ ଏହାହିଁ ଆମର ଧେୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract