STORYMIRROR

SATYASUNDAR PARIDA

Others

4  

SATYASUNDAR PARIDA

Others

" ବଡବଡୁଆ ହୋ... "

" ବଡବଡୁଆ ହୋ... "

1 min
478


ବଡବଡୁଆ ହୋ... 

ଆଲୁଅରେ ଆସ.... 

ଦେଖିଯାଅ ଥରେ... 

ତୁମ ଉତ୍ତର ଦାୟାଦମାନଙ୍କୁ.. 

ମାଳମାଳ ଆଲୁଅ ମଧ୍ୟରେ 

ଦିଗହରା ପଥଭ୍ରଷ୍ଟ ସବୁ

ତୁମ ଭାଗବତ ଟୁଙ୍ଗୀରୁ 

ଶୁଭେ ନାହିଁ କୃଷ୍ଣ ନାମ ସଂକୀର୍ତ୍ତନ 

ଭିଡଜମେ ନାହିଁ ହରିହାଟେ

ନାଁ ଅଛି ଭାଇଚାରା ଭାବଦିଆନିଆ

ଶୁଭେଯାହା ରାବଣର ବିକଟ ଚିତ୍କାର 

ଇର୍ଷା, ହିଂସା, ସ୍ବାର୍ଥପରତାର ମନ୍ତ୍ର ।


ବଡବଡୁଆ ହୋ... 

ଆଲୁଅରେ ଆସ.... 

ଶୁଣିଯାଅ ଥରେ... 

ତୁମେ ଗଢିଥିବା ପ୍ରେମର ମନ୍ଦିରୁ 

ଶୁଭେଖାଲି ପ୍ରତାରଣା ସ୍ୱର

ଶାନ୍ତି ଏଠି ମଥାପିଟେ.. 

ଅଶାନ୍ତିର ବେଳାଭୂମିପରେ ...

ମୈତ୍ରୀ ଏଠି ନୀଡ ଖୋଜେ

ଭାଇ ଏଠି ବୈରୀ ସାଜେ

ସଂପର୍କର ବୁଢିଆଣୀ ଜାଲେ

ନାରୀ ହୁଏ ଲାଞ୍ଛିତ 

ଖୋଜୁଥାଏ ସୁରକ୍ଷା ବଳୟ ।।।


ବଡବଡୁଆ ହୋ.... 

ଆଲୁଅରେ ଆସ... 

ନେଇଆସ ତୁମ ସାଥେ

ସ୍ୱର୍ଗ ମନ୍ଦାକିନୀ ଧାରା

ମୁକ୍ତକର ଏ ଶଗର ବଂଶକୁ ...

ଉଦ୍ଧାର କୁମ୍ଭିପାକ ନର୍କରୁ... 

ଦେଇଯାଅ ଅହିଂସାର ମନ୍ତ୍ର 

ବୁଣିଦିଅ ନିସ୍ୱାର୍ଥପରତାର ବୀଜ

ବାଣ୍ଟିଦିଅ ସ୍ନେହ, ପ୍ରେମ, ଶାନ୍ତିର ସନ୍ଦେଶ.. 

ତୁମେ ପଛେ ଯାଅ ଅନ୍ଧାରରେ 

ବିଞ୍ଚିଦିଅ ଆଲୋକର ଶିଖା ...

ବଡବଡୁଆ ହୋ... 

ଆଲୁଅରେ ଆସ... ।।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍