STORYMIRROR

PUSPALATA SAHOO

Comedy

4  

PUSPALATA SAHOO

Comedy

ଆଲୋ ମୋ ଘରଣୀ ରାଣୀ

ଆଲୋ ମୋ ଘରଣୀ ରାଣୀ

1 min
333

ରାଗ ରୁଷା ସବୁ ଦିଅ ଛାଡି 

    ଆଗୋ ମୋ ଘରଣୀ ରାଣୀ 

ତୁମ ବିନା ଜୀଵନ ନଉକା 

      ମାଛ ବିନା ସତେ ପାଣି !!

ଡମ ଡମ ଡମ ଉକୁଣୀ ମାରୁଣି 

       ଡଙ୍କି କରଚୁଲି ଧାରିଣୀ 

ରାଗ ଶାନ୍ତ କର ମାଆ କାଳୀ ମୋର 

    ତୁମେ ଘର ଭୂଆସୁଣୀ !!

ଖାଇବାକୁ ଦେବି ତୁମକୁ ଆଣି 

   ଚିକେନ ବିରିୟାନୀ ଆଣି 

ପିଇବାକୁ ଦେବି ମନ ଲାଖି ଚିଜ 

     କାଜୁ ସେକ ଥଣ୍ଡା ପାଣି !!

ମୁହଁକୁ କରିବ ଫେସିଆଲ ବୋଲି 

     ପାର୍ଲର ଦେବି ଖୋଲି 

ଅଣ୍ଡା ଚପ ସାଥେ ବିଅର ବୋତଲ 

     ଠିପି ହୋଇ ଥିବ ଖୋଲି !!

ଯାହା ତ ଚାହିଁବ ତାହା ମୁଁ କରିବି 

    ସିନେମା ଦେଖେଇ ନେବି 

ପାଟିର ସୁଆଦ ମାରିବା ପାଇଁ 

   ହୋଟେଲରେ ଖୁଆଇବି !!

ମାନ ଅଭିମାନ କର ଅବସାନ 

   ତୁମେ ମୋ ଦିଲର ରାଣୀ 

ରାଗି ଗଲେ ତୁମେ ହେବି ମୁଁ ଚାକର 

   ତୁମେ ମୋର ମାଲିକାଣୀ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy