ଆଲୋ ମୋ ଘରଣୀ ରାଣୀ
ଆଲୋ ମୋ ଘରଣୀ ରାଣୀ
ରାଗ ରୁଷା ସବୁ ଦିଅ ଛାଡି
ଆଗୋ ମୋ ଘରଣୀ ରାଣୀ
ତୁମ ବିନା ଜୀଵନ ନଉକା
ମାଛ ବିନା ସତେ ପାଣି !!
ଡମ ଡମ ଡମ ଉକୁଣୀ ମାରୁଣି
ଡଙ୍କି କରଚୁଲି ଧାରିଣୀ
ରାଗ ଶାନ୍ତ କର ମାଆ କାଳୀ ମୋର
ତୁମେ ଘର ଭୂଆସୁଣୀ !!
ଖାଇବାକୁ ଦେବି ତୁମକୁ ଆଣି
ଚିକେନ ବିରିୟାନୀ ଆଣି
ପିଇବାକୁ ଦେବି ମନ ଲାଖି ଚିଜ
କାଜୁ ସେକ ଥଣ୍ଡା ପାଣି !!
ମୁହଁକୁ କରିବ ଫେସିଆଲ ବୋଲି
ପାର୍ଲର ଦେବି ଖୋଲି
ଅଣ୍ଡା ଚପ ସାଥେ ବିଅର ବୋତଲ
ଠିପି ହୋଇ ଥିବ ଖୋଲି !!
ଯାହା ତ ଚାହିଁବ ତାହା ମୁଁ କରିବି
ସିନେମା ଦେଖେଇ ନେବି
ପାଟିର ସୁଆଦ ମାରିବା ପାଇଁ
ହୋଟେଲରେ ଖୁଆଇବି !!
ମାନ ଅଭିମାନ କର ଅବସାନ
ତୁମେ ମୋ ଦିଲର ରାଣୀ
ରାଗି ଗଲେ ତୁମେ ହେବି ମୁଁ ଚାକର
ତୁମେ ମୋର ମାଲିକାଣୀ !!
