STORYMIRROR

Kabiratna Nutan Kumar Behera

Tragedy Inspirational

3  

Kabiratna Nutan Kumar Behera

Tragedy Inspirational

ଆକାଶ କୟାଁ ଚିଲିକା ମାଛ

ଆକାଶ କୟାଁ ଚିଲିକା ମାଛ

1 min
223

ଐଶ୍ୱର୍ଯ୍ୟର ପୂର୍ଣ୍ଣତାରେ 

ଉଡୁଅଛି ଯିଏ 

ତା' ପାଇଁ ଆକାଶ କୟାଁ 

ପ୍ରାଚୁର୍ଯ୍ୟର ବିଳାସରେ 

ପହଁରୁଛି ଯିଏ 

ତା ପାଇଁ ଚିଲିକା ମାଛ

ହୁଏ ନାହିଁ ମିଛ

ସବୁ ହୁଏ ସମ୍ଭବ

ଦାରିଦ୍ର୍ୟତାର କଷାଘାତ 

ଖାଇ ଯିଏ ଜର୍ଜରିତ  

ଅସହାୟତାରେ ହୁଏ 

ଖାଲି ନିଷ୍ପେଷିତ 

ତା ପାଇଁ ଏ ସାତ ସପନ

ସେ ଦୁସ୍ଥ ନିଃସ୍ଵ ଗରିବ 

ତାର ଆଶା ସ୍ଵପ୍ନ ବାସ୍ତବତା 

ସବୁ କିଛି କୁହୁଡିର ଘର

ଏଇ ଅଛି ଏଇ ନାହିଁ 

ସୃଷ୍ଟି କରେ 

ମରୀଚିକାର ଭ୍ରମ  

ଜୀବନ ଯନ୍ତ୍ରଣାରେ 

ହୋଇ ଛଟପଟ 

ବ୍ୟର୍ଥ ମନେ କରେ 

ତାର ଏ ଜନମ

ତାର ପାର୍ଥିବ ସର୍ବସ୍ୱର 

କରେ ନା ସେ ପରିମାପ

ତା ପାଇଁ ଭୋଗ ବିଳାସ 

ଖୋଜିଲେ ବି ହୁଏ ଦୁଷ୍ପ୍ରାପ୍ୟ

ସେ ଜୀଇଁବାକୁ ବଞ୍ଚେ

ଭାଗ୍ୟ ସାଥେ ଲଢି 

ଆଶାର ଗଣ୍ଠିଲିରେ 

କିଛି ସମ୍ଭାବନାକୁ ସଞ୍ଚେ

କଠିନ ପରିଶ୍ରମ ଅଧ୍ୟବସାୟ 

ହୁଏ ତାର ପାଥେୟ

ଧୈର୍ଯ୍ୟର ସହିତ ପିନ୍ଧି 

ସେ ସହିଷ୍ଣୁତାର କବଚ 

ହୁଏ ନାହିଁ କେବେ ଅଥୟ

ଦୃଢତାର ସହ 

ନେଇ ଏକ ସଂକଳ୍ପ 

ଖୋଜେ ଯାହା ଅତ୍ୟାବଶ୍ୟକ

ଲୋଡା ନାହିଁ ତାର 

ଆକାଶ କୟାଁ ଚିଲିକା ମାଛ 

ଚାହେଁ କେବଳ 

ମଣିଷର ପରିଚୟ ଟିକକ। 

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy