Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Jena

Inspirational

4  

Ghanashyam Jena

Inspirational

ଆଜି ସୁନାବେଶ

ଆଜି ସୁନାବେଶ

1 min
180


ଅନା ସଖୀ ଅନାଲୋ,

କି ସୁନ୍ଦର କଳା କାଞ୍ଚନ, ସେ କଳା ବାମନ। ଅନା।


ବିଜେ ନନ୍ଦିଘୋଷ ରଥରେ,ଭକ୍ତମେଳେ ବଡ଼ଦାଣ୍ଡରେ

ମହଣ ମହଣ ସୁନାରେ ମଣ୍ଡିତ,

ମଦନ ମୋହନ,ଯଶୋଦାଧନ,ସେ ମନମୋହନ।ଅନା।


ଅପରୂପ ଲାବଣ୍ୟ ଠାଣି, ଜନ ମନ ନିଅଇ କିଣି।

ଲକ୍ଷ ଲକ୍ଷ ଭକ୍ତ,ହୋଇ ସମବେତ, 

ନନ୍ଦନ କରନ୍ତି,ଚକାନୟନ, ସେ ବଂଶୀବଦନ। ଅନା।


ଭକ୍ତବନ୍ଧୁ ଭକ୍ତବଛଳ,ଭକ୍ତଭାବେ ହୋଇଣ ଭୋଳ।

ଭକତ ରଞ୍ଜନ,ଗରବ ଗଞ୍ଜନ,

ସୁନାବେଶ ତାର,କେଡେ଼ ମଞ୍ଜୁଳ,ସେ ଭକତ ଭୋଳ।ଅନା ସଖି ଆନାଲୋ।



Rate this content
Log in

Similar oriya poem from Inspirational