Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

2  

Manorama Mohanty

Abstract

ଆଜି କାମ ଆଜିକର

ଆଜି କାମ ଆଜିକର

1 min
151


ଆଜି କାମ ଆଜି କର 


ଫୋପାଡ଼ି ଦିଅନା ଅସନା ଜିନିଷ 

    ପୋତିଦିଅ ପୋଡିଦିଅ 

ଖାମଖିଆଲି ରେ ଭୁଲକାମ କରି 

   ନାନା ରୋଗ ଭୋଗନାହଁ


ଭଙ୍ଗା କାଚ ଶିଶି ଟିଣ ଓଟାୟାର 

    ଯେଉଁଠାରେ ଦେଖୁଥାଅ 

ଅନାବନା ଚିଜ ଯାହାକୁ ଦେଖୁଛ 

    ପୋତିଦିଅ ପୋଡିଦିଅ 


ସ୍ୱଚ୍ଛ ପରିଷ୍କାର ମରିମଳ କର 

    ନିଜ ଅଙ୍ଗ ନିଜ ଘର 

ପରିଷ୍କାର କର ନିଜ ପରିବେଶ 

    ନିଜ ହାତେ ନିଜେ କର 


ଭୁଲିଯାଅ ନାହିଁ ଏ ଭାରତ ଆମ 

    ସ୍ୱଚ୍ଛ ସବୁଜିମା ଦେଶ 

ନିଜ ହାତେ ଆସ ସ୍ୱଚ୍ଛ କରିବାରରେ 

    ଆମର ଏ ଚତୁପାର୍ଶ୍ୱ 


ମହାତମା ଆମ ଜାତିର ପିତାସେ 

    କହିଥିଲେ ଡାକି ଡାକି 

ସ୍ୱଚ୍ଛ ଭାରତ ମିଶନ ଲକ୍ଷ୍ୟ ରେ 

    କାମ ରଖନାହଁ ବାକି 


ଚାଲ ଆଜି ଆମେ କହିଦେବାଡାକି 

    ସଫାକର ସଫାକର 

ଭୁତାଣୁ ଜନିତ ରୋଗକବଳ ରୁ 

    ନିଜକୁ ତ ରକ୍ଷା କର 


ମା ମୋ ମାଉସୀ ଭାଇଭଉଣୀଏ 

    ଥରୁଟିଏ ଶୁଣି ଥାଅ 

ଖାଇବା ଆଗରୁ ସାବୁନ ଲଗାଇ 

    ହାତ ଧୋଇକରି ଖାଅ 


ଖୋଲା ପଡିଆକୁ ଝାଡା ଯାଅନାହିଁ 

    ଘରେ କର ପାଇଖାନା 

ତଳେ ବସି ଖାଦ୍ୟ ଖାଅ ନାହିଁଜମା 

    ବସନି ଆସନ ବିନା 


ଝାଡା ଯିବାବେଳେ ଚପଲ ପିନ୍ଧିବା 

    ଅଭ୍ୟାସ କରି ଶିଖ 

ଆମ ପରିବେଶ ଆମରି ହାତରେ 

   ଏ କଥାକୁ ମନେ ରଖ


Rate this content
Log in

Similar oriya poem from Abstract