STORYMIRROR

Dharitri Das

Comedy

3  

Dharitri Das

Comedy

​ଆଧୁନିକା ବୋହୂ

​ଆଧୁନିକା ବୋହୂ

1 min
200


ସକାଳୁ ଉଠି ଆଜିକାଲିକା ଘରଣୀ ଆମ

ଶାଶୁଙ୍କୁ ଦିଅନ୍ତି ଅର୍ଡର ହୋଇ ତମତମ।

ପୁଅକୁ ମୋହର ରେଡି କରାଇବ ସଅଳ

ବିଳମ୍ବ ନ ହୁଏ ଯେପରି ସ୍କୁଲ ବସ ବେଳ।

ଝାଡ଼ି ଅର୍ଡର ପଡ଼ିଥାନ୍ତି ଘୋଡ଼ାଇ କମ୍ବଳ

ଉଠେ ଯେବେ ତାହାର କେଶ ବାସ ଅସମ୍ଭାଳ।

ବାଥରୁମରେ ତାହାର ବିତଇ କେତେ ଯେ ଘଣ୍ଟା

କହିବାକୁ ସେ କଥା କାହା ଜିଭରେ ଅଛି କଣ୍ଟା।

ଏତେ ବେଳକୁ ଶାଶୁ ବୁଢ଼ୀ ବାସି କାମ ସାରି

ବ୍ରେକ ଫାଷ୍ଟ ସାଙ୍ଗକୁ ତିଆରି କରିଣ କ୍ଷୀରି।

ପରଶିଲେ ଶାଶୁ ବୁଢ଼ୀ ବ୍ରେକଫାଷ୍ଟ ଡରି ଡରି

ଥୁରୁଥୁରୁ ହାତୁ ଶାଢୀରେ ତାର ପଡ଼ିଲା କ୍ଷୀରି।

ଗର୍ଜି ଉଠିଲା ବୋହୂରାଣୀ କରିଣ ଘୋର ରଡ଼ି

ନିରୂପାୟ ଶାଶୁ ବୁଢ଼ୀ ଧରିଲା ପାଦକୁ ଭିଡି।

ମୁହଁ ମୋଡି ବୋହୂ ଠାକୁରାଣୀ ଗଲେ ପଳାଇ

ହୋଟେଲରୁ ଲଞ୍ଚ ବିରିୟାନି ଦେଲେ ମଗାଇ।

ଦେଖି ଶୁଣି ଶାଶୁ ବୁଢ଼ୀ ହୋଇଗଲା ଯେ କାଣି

ଦେଖ ଭାଇ ଏତ ଆଧୁନିକା ଘରଣୀ ରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy