ପରମ ବାନ୍ଧବ
ପରମ ବାନ୍ଧବ
ତୁମେ ଅଖିଳ ର ତୁମେ ନିଖିଳର
ତୁମେ ସକଳ ଜୀବର ବନ୍ଧୁ ,
ତୁମେ ଅଣାକାର ତୁମେ ନିରାକାର
ତୁମେ ଚିନ୍ମୟ ଆନନ୍ଦ ବିନ୍ଦୁ
ସସାଗରା ଧରା ରୂପ ଅପାସୋରା
ତୁମେ ତ ପରମ ବନ୍ଧୁ ,
ସକଳ ପ୍ରାଣୀଙ୍କ ଘଟରେ ପୁରିଛ
ତୁମେ ହିଁ ବିନ୍ଦୁରେ ସିନ୍ଧୁ ।
ଭଵ ପାରାବାରେ ବୁଡିବାର ବେଳେ
ପାରିକର ଏଥି ମଧ୍ୟୁ ,
ତୁମେ ଚିଦାନନ୍ଦ ତୁମେ ସ୍ୱରୂପାନନ୍ଦ
ତୁମେ ଅନନ୍ତ ପ୍ରେମର ସିନ୍ଧୁ
ଆତ୍ମା ଜୀବାତ୍ମାର ସୃଷ୍ଟି ବିନଷ୍ଟି ର
ତୁମେ ମୃତ୍ୟୁ ରେ ଅମୃତ ବିନ୍ଦୁ ,
ବନ୍ଧୁ ଅବନ୍ଧୁର ଶେଷ ଆରମ୍ଭର
ତୁମେ ହିଁ ପରମ ବନ୍ଧୁ
,
