ସ୍ବର୍ଗ ସବାରି
ସ୍ବର୍ଗ ସବାରି


ଜଳୁଥିବ ସେଠି ଶେଷ ଅଗ୍ନି ମୋର ପାଗଳିନୀ ହେବ ପ୍ରିୟା
ଶଂଖା ଓ ସିନ୍ଦୁର କିଣି ରଖିଥିଲା ସରାଗରେ ମୋର ମାଆ
ସେ ଅତୀତ ଆଜି ଅପାସୋରା ହେଲା ଦଇବ ହେଲା ବଇରୀ
ମୋ ପ୍ରେମ ବଗିଚା ଖୁସି ହୋଇଥିଲା ସାଜିଥିଲା ସେ ମୟୂରୀ
ଅଧା ବାଟ ଚଲା ଅଧୂରା ରହିଲା ଲଗାଇଲୁ କାହିଁ ମାୟା
ଦିନେ କହିଥିଲା ତୁମେ ଚାଲିଗଲେ ବଂଚିବି ମୁଁ କାହା ବିନା
ଦରକାର ନାହିଁ ଧନ ଆଭୁଷଣ ତୁମେ ମୋ ହୃଦର ସୁନା
ଠକିଦେଇ ଯାଏ ସ୍ବର୍ଗ ସବାରିରେ ଜୁଈରେ ଲାଗିବ ନିଆଁ