STORYMIRROR

Ranjan Kumar Khanda

Inspirational

4  

Ranjan Kumar Khanda

Inspirational

ଜ୍ଞାନଗଙ୍ଗା

ଜ୍ଞାନଗଙ୍ଗା

1 min
355

    

ଅଟଇ ପବିତ୍ର ଗଙ୍ଗାର ଧାର

କରେ ବିନାଶ ପାପର ଭାର 

ପାପରୁ ମୁକ୍ତି ପାଇବା ପାଇଁ 

ଜ୍ଞାନର ଆଲୋକ ଦିଏ ଜଳାଇ ll 


ଜ୍ଞାନ ବିନା ନାହିଁ ସଂସାରେ ଆନ 

ଜ୍ଞାନ ଲଭି ମୁକ୍ତି ପାଏ ଅଜ୍ଞାନ 

ଭବ ସାଗରୁ ଖୋଜି ଗଙ୍ଗାର ଧାର 

ଜ୍ଞାନ ସଞ୍ଚାର କରେ ଉତ୍ତମ ବୀର ll


ସଲବଲ ସଂବାଳୁଆ ସମ 

ଅଜ୍ଞାନ ଜନର ଜୀବନ କର୍ମ 

ବଞ୍ଚି ଚାଲିଥାଏ ମାୟା ସଂସାରେ 

ଲୋଡ଼େ ନାହିଁ କେବେ ଜ୍ଞାନ ଆସରେ ll 


ପ୍ରଜାପତି ପରି ବଞ୍ଚିବା ପାଇଁ 

ଆଳସ୍ୟ ତ୍ୟାଗ କରଇ ସେହି 

କରେ ଆହରଣ ଜ୍ଞାନର ରସ 

ରହଇ ଆନନ୍ଦେ ଜୀବନ ଯାକ ll 


ଜ୍ଞାନ ଅଟଇ ସୁଧା ସମାନ 

ଅଥଳ ଜଳରେ କରଇ ସ୍ନାନ 

ଯେ ଏହି କଥା ହେଜିଛି ମନେ 

କେବେ ନ ହୋଇବ ଅଜ୍ଞାନ ଜନେ ll


ଗଙ୍ଗାରେ ବୋଡ଼ ମାରିଲା ପରି 

ଜ୍ଞାନ ଜଗତକୁ ଯାଅ ସଞ୍ଚରି 

ପାଇବ ନୂତନ ଆଭାସ ମାନ 

ରହିବନି କେବେ ମନ ଅଜ୍ଞାନ ll 

 



Rate this content
Log in

More telugu poem from Ranjan Kumar Khanda

Similar telugu poem from Inspirational