Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dillip Kumar Parida

Inspirational

4  

Dillip Kumar Parida

Inspirational

ଧିନ୍ଦାବାଦ୍‍

ଧିନ୍ଦାବାଦ୍‍

2 mins
20.8K


ସକାଳୁ ସକାଳୁ ଠେଲା ଗାଡିଟା ଉପରେ ରାଗ ଶୁଝଉ ଥିଲା ସନିଆ ବୁଢା I”ବହେ ନଙ୍ଗଳା ନଣ୍ତାମୁଣ୍ତିଆ ସିଂଘାଣି ନାକିଆ ଛୁଆଙ୍କୁ ଧରି ୟେ ସର୍ବଗିଳା ଦଳ ଆଜିବି ତାମସା କରୁଚି ରାସ୍ତା ଉପରଟାରେ Iଆରେ କିଏ କାହାକୁ ଭଲ ପାଇଲା ମୋର ସେଥିରୁ କ’ଣ ଯାଉଛି?ପୁଅ ଝୁଅ ଯଦି ହଳି ହଳି ହେଇ ପାର୍କ ଗଲେ ୟେ’ଗିଳାର ଅସୁବିଧା କ’ଣ?ସେଥିପାଇଁବି ଶୋଭାଯାତ୍ରା ହଡ୍‍ତାଳ?ତାଙ୍କ ପାଇଁ ମୋ ଘରେ କାଇଁ ଚୂଲି ନିଭିବ?ଶଳେ ଜିନ୍ଦାବାଦକୁ ଧିନ୍ଦାବାଦ କଉଚନ୍ତି ତା’ପୁଣି ଖଣ୍ତିଆ ଦାନ୍ତକୁ ନେଫେଡେଇକି ଏକଥା ନେତା ଗିଳାର କାନକୁ କ’ଣ ଶୁଭୁନି?” ନଖି ବୁଢୀ ବୁଢାର ରୁଦ୍ର ରୂପଦେଖି ସାକୁଲେଇ ହେଇ କହିଲା “ହଇଓ କାଇଁ ଗୋଟା କଟର କଟର ହଉଚ ସକାଳୁ ?ଏଇଟା କୋଉନୂଆ କଥାଟା?ମାସୁଟାରେ ପନ୍ଦର ଦିନତ ରାଜଧାନୀ ବନ୍ଦ,ଦରଦାମ୍‍ ସେଇଯୋଗେ ବଢୁଚି,ପନ୍ଦର ଦିନ ବିକେଲେ ସିନା ମାସେ ଖାଇବା?ସେଇ ଯୋଗୁତ ଏଠି ଚଢା ଦରରେ ବେପାର Iତମେ କଇଲେ କ’ଣ ସେମାନେ ପ୍ରକୃତି ତାଙ୍କର ଛାଡିଦେବେ?” ”ହଇଲୋ ବୁଢୀ ଆମେ ସିନା ଦି’ପ୍ରାଣୀବୋଲି ଚଳି ଯାଉଚେ,ଯାହାର ପଲେ ଛୁଆ ସିଏ କ’ଣ କରିବେ କଇଲୁ?ଶୁଣୁଚୁ ସେ ମେଣ୍ଢାଛୁଆ ଗୁରାକ କେମିତି ଧିନ୍ଦାବାଦ କଉଚନ୍ତି ଆମେ କିଛି ନଶିଖିଲେବି ୟେ ଜିନ୍ଦାବାଦ ଭଲକି ଶିଖିଥିଲୁ Iଭଲକି ଶୁଣିଲେ ତତେ ଲାଗୁନି ଛୁଆ ତାଙ୍କୁହିଁ ଟାପରା କରୁଚନ୍ତି?ଶୁଣ୍‍ଶୁଣ୍‍ ସେମାନେ ଧିନ୍ଦାବାଦ ନୁହଁ ଧନ୍ଦାବାଜ୍‍ କଉଚନ୍ତି Iସରକାରୀ ବେସରକାରୀ ଚାକିରିଆମାନେ ସିନା ଆଜି ପିକିନିକି କରିଆକୁ ପଳେଇବେ ,ଆମ ପରି ଗରିବ ଗୁରୁବା କ’ଣ କରିବେ?ଦି’ଟା ମନୋହରି ବିକିରି କଲେ ଯାଇ ସିନା ଖାଇବେ ଦି’ଟା”?ବୁଢୀ କହିଲା”ୟେ ଗରିବ କ’ଣ ଛୋଟିଆ?ଛୁଆକୁପଠେଇ ଦେଇଚନ୍ତି ଧିନ୍ଦାବାଦକୁ ପରା,ରୋଷେଇ ଚିନ୍ତା ଆଉ ନାହିଁ,ସଞ୍ଜକୁ ଛୁଆ ପାଞ୍ଚେ ଦଶ ଯାହା ଆଣିବେ ସେଇଥିରେ ପେଟେ ପି’ଦେଇ ଭାରିଜାକୁ ବହେ ପିଟିବେ Iଭାରିଜା ସୁଁ ସୁଁ ହେଇ ଭୋକରେ ଶୋଇବ ମରଦବି ସେ ବିଷରୁ ପୁଳାଏ ପି’ ପଡିବ Iଛୁଆତ ହାଲିଆ ହେଇଥିବେ ସିଏବିଶୋଇଲେ I”ବୁଢା, ବୁଢୀ କଥାରେ ସମ୍ମତି ଜଣେଇ କହିଲା “ହଁ ଲୋ ବୁଢୀ ଯାହା କହିଲୁସେଇଆ,ଗିଳା ସେଦିନା ଆମ ସାଇରେ ଭାଷଣ ଦଉଥିଲା କ’ଣନା ସମାଜର ମୁଖ୍ୟ ଶ୍ରୋତରେ ଆମେ ଗରିବ ସାମିଲହବା ଦର୍କାର.ସେଥିପାଇଁ ପରିବର୍ତ୍ତନ ଦରକାର,ଆଉ ପରିବର୍ତ୍ତନ ପାଇଁ ବିପ୍ଳବ ଦର୍କାର Iହେଇ ଦେଖୁନୁ କେମିତି ଏମାନେ ବିପ୍ଳବ ନାଁ’ରେ ଚଲେଇଚନ୍ତି ଧନ୍ଦାବାଜ୍‍?” ଦୁହେଁ ଭିତରକୁ ଚାଲିଗଲେ Iକ୍ରମଶଃ ଲିଭି ଲିଭି ଯାଉଥିଲା ଛୁଆଙ୍କ ସ୍ୱର”ତମର ଭାଇ ଆମର ଭାଇ ଗିଳା ଭାଇ ଧିନ୍ଦାବାଦ୍‍,ଧିନ୍ଦାବାଦ୍‍ II

 

ଦିଲ୍ଲୀପ୍‍ କୁମାର ପରିଡା

 

 

 

 

 

 

 


Rate this content
Log in

Similar oriya story from Inspirational