Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭିମାନିନୀ ବର୍ଷା
ଅଭିମାନିନୀ ବର୍ଷା
★★★★★

© SIPRA NAMTA

Inspirational Tragedy

8 Minutes   13.8K    17


Content Ranking

"ରହ ......ଯା ଆ ନା ..........ବହୁତ ପାଣି ,ବର୍ଷାରେ କେମିତି ଛିଲ ଛିଲ କରୁଛି ,ଦେଖୁନୁ ....."

ଦୀର୍ଘ ପନ୍ଦରବର୍ଷ ପରେ ବି ସେଇ ସ୍ୱର କାନ ପାଖରେ ଗୁଞ୍ଜରି ଯାଏ ।ମନ ଛନ ଛନ ,ଆଖି କନ କନ ହୋଇ ଚତୁର୍ଦ୍ଦିଗ ପରିକ୍ରମା କରି ଆସେ । ଦୃଷ୍ଟି ଲମ୍ବିଯାଏ ଦୂର ଅତୀତର ଗାଁ ମୁଣ୍ଡ ପୋଖରୀ ତୁଠକୁ । ତୁଠ ପାହାଚ ଉପରକୁ ପଡିଥିବା ବିରାଟ ଏକ ପଥର ଉପରେ ବସି ଗୋଡ ହଲଉ ହଲଉ ସାନ ଭାଇକୁ ତାଗିଦ କରି କହୁଥିବା କଥା ।

କୁଆଡେ ଗଲା ସେ ଦିନ ,ଯେତେ ଖୋଜିଲେ ବି ଫେରୁନି ତା'ସୁଆଗ ଦେଖାଇବାକୁ । ହଁ ସେ ପରା ଅତୀତ .....ସେ କଅଣ କେବେ ଫେରିଆସେ ???

ବାଲକୋନିରୁ ସଅର ସଅର କରି ଉପରୁ ଖସୁଥିବା ବାରିଧାରାକୁ ସେ ଏମିତି ଉପଭୋଗ କଲାବେଳେ ଗାଁର ପୋଖରୀ କଥା ତାକୁ ଆନ୍ଦୋଳିତ କରେ । ଅନେକ ଅନେକ ଫରକ ତା ଗାଁ ଆଉ ଏ ସହର ଭିତରେ ।ପନ୍ଦର ବର୍ଷ ହେଲାଣି ସେ ଏ ସହରକୁ ଦେଖୁଛି ।ଅସଂଖ୍ୟ ଲୋକଙ୍କ ଭିଡ ଏଠି । କାହା ପାଇଁ ଏଠି କାହାର ସମୟ ନାହିଁ । କି ଅଜବ ..?

ଏଇ କିଛିଦିନ ହେବ ଏ ସହରର ସଡକ ନିର୍ମାଣ ଅଭିଯାନରେ ଏବେ ଗଛ କଟା ଚାଲିଛି । ଶହ ଶହ ବର୍ଷର ଗଛ ସବୁ ଟଳି ପଡୁଛନ୍ତି । କି ଆଶ୍ଚର୍ଯ୍ୟର କଥା ...ଲୋକ ଗଛଟିଏ ଲଗାଇବାକୁ ଏତେ କଷ୍ଟ କରୁଥିବା ବେଳେ ପ୍ରଗତି ନାଁରେ ପ୍ରକୃତିକୁ ନଷ୍ଟ କରା ହେଉଛି । ସେଇଥିପାଇଁ ତ ପ୍ରକୃତିର ଅଭିମାନ ବଢି ବଢି ଯାଉଛି ।ପ୍ରଳୟ କରୁଛି ତ କେତେବେଳେ ଅଗ୍ନି ଝରା ହେଉଛି ।

ଏଇ ତ କିଛିଦିନ ଆଗରୁ ଆକାଶରୁ ନିଆଁ ଝରୁଥିଲା ।ଅତିଷ୍ଠ ଜୀବଜଗତ ...ଟୋପାଏ ପାଣି ପାଇଁ ହା ହା କାର କରିଉଠୁଥିଲା ଜଗତ । ବର୍ଷା ପାଇଁ ଆତୁର ହୋଇପଡୁଥିଲା ପ୍ରାଣ ଆଉ କାତର ହେଉଥିଲା ଆତ୍ମା । ଦୁଇଦିନ ହେବ ବର୍ଷା ଟିକିଏ ଟିକିଏ ହେଉଛି । ଓଃ ...କି ଶାନ୍ତି ! ଜୀବନଟା ରହିଗଲା ପରା !

ପ୍ରତି ଘରେ ଆଜି ଏ. ସି., କୁଲର ,ପୁଣି ଘର ପିଛା ଏକରୁ ଅଧିକ ପ୍ରତି କୋଠରୀରେ ଉପଲବ୍ଧ । କିନ୍ତୁ ଯାହାର ନାହିଁ ସେ ବିଚରା ଅସହ୍ୟ ଗରମରେ ଛଟପଟ । ସବୁ ଭୋଲ୍ଟେଜ଼ ତ ଧନୀକ ଗୋଷ୍ଠୀର ନା ।କିଛି କରିବାର ନାହିଁ । ଗଣତନ୍ତ୍ର ବନାମ ରାଜତନ୍ତ୍ରରେ ଜଣେ ନିଜେ ନିଜର ଶାସକ ତେଣୁ କହିବ କାହାକୁ ??

ଆଜି ବହୁତ ବ୍ୟସ୍ତ ଲାଗୁଛି ,କାହିଁକି କେଜାଣି ? ଘର ,ଗାଁ ,ବାପା ,ବୋଉ ସିଲୁ ( ସାନଭାଇ )ସମସ୍ତଙ୍କ କଥା ମନେପଡୁଛି ।ତୁହାକୁ ତୁହା ।

**********

ଅତି ଗରୀବ ପରିବାର ଥିଲେ ସେମାନେ ।କେମିତି କେଉଁ ସଂଯୋଗରେ ସେ ଏ ସହରର ବୋହୁ ପାଲଟିଗଲା ସେ ଏକ ଆଶ୍ଚର୍ଯ୍ୟର କଥା ।ହୁଏତ ତା ଭାଗ୍ୟର ଖେଳ ।ଏ ଘରେ କିଛି ଅସୁବିଧା ନାହିଁ ବରଂ ନିଜେ ପାଇ ନ ଥିବା କୌଣସି ସୁଖ ସୁବିଧାର ଏ ଯେପରି ଗନ୍ତାଘର ।ପ୍ରତ୍ୟେକ ବିଳାସ ବ୍ୟସନର ପର୍ଯାପ୍ତ ସୁବିଧାରେ ଏ ଘର ଭରପୁର ।କେବଳ ଗୋଟିଏ ସୁଖ ବ୍ୟତୀତ ।

ଅପୂର୍ବ ରୂପବତୀ ଥିବାରୁ ଶ୍ୱଶୁର ତାକୁ କେଉଁ ଏକ ସଂଯୋଗରୁ ଦେଖି ,ପସନ୍ଦ କରିଥିଲେ ।କିନ୍ତୁ ଠିକ୍ ବିବାହ ଦିନ ହିଁ ଅଘଟଣ ଘଟିଲା ତା ଜୀବନରେ ।ଶ୍ୱଶୁରଙ୍କ ଅନୁରୋଧ ଥିଲା ଯେଉଁ ପୁଅର ଭରସାରେ ସେ ଆଗେଇ ଆସିଥିଲେ ,ସେ ଅଳ୍ପ ପାଠୋଇ ଝିଅକୁ ବିବାହ ନ କରିବା ପାଇଁ ସ୍ଥିର କରି ଅନ୍ୟତ୍ର ଚାଲିଯାଇଛି। ତେବେ ,ଯେହେତୁ ପ୍ରତିଶ୍ରୁତିବଦ୍ଧ ତେଣୁ ଝିଅକୁ ବୋହୁ କରିବେ କିନ୍ତୁ ସେଇ କନିଷ୍ଠ ପୁତ୍ର ତାଙ୍କର ଚଳ ପ୍ରଚଳ କରିବାରେ ଅକ୍ଷମ ।ବିବାହର ଠିକ୍ ଅବ୍ୟବହିତ ପୂର୍ବରୁ ବର୍ଷାର ଛିଟା ପଡିସାରିଥିଲା ଆଉ ବେଳକୁ ବେଳ ତୀବ୍ର ହେଉଥିଲା ।ବାପା ଆଉ କିଛି ବ୍ୟବସ୍ଥା କରିବାକୁ ଅସହାୟ ।ଯଦି ବାହାଘର ଭାଙ୍ଗିଯାଏ ଚିରଦିନ ବାଛନ୍ଦ ହେବାକୁ ପଡିବ ଏଣେ ବିବାହ କରିବ ଯଦି ଚଳତଶକ୍ତି ହୀନ ଯୁବକକୁ ।

ଟେକି ଟେକି ଆଣି ବସାଇଦେଇଥିଲେ ପଲ୍ଲବଙ୍କୁ ତା ପାଖରେ ବିବାହ ବେଦୀରେ ......ଆଉ ବ୍ରାହ୍ମଣର ମନ୍ତ୍ରରେ ବାନ୍ଧିହୋଇଗଲା ତା ଜୀବନ ପଲ୍ଲବଙ୍କ ସହ ।ସେତେବେଳେ ବର୍ଷା ଆଉ ବନ୍ଦ ହୋଇ ନ ଥିଲା ଏକାଦି କ୍ରମେ ପାଞ୍ଚ ଛ ଦିନ ପର୍ଯ୍ୟନ୍ତ ବର୍ଷି ଚାଲିଥିଲା ଠିକ୍ ଯେମିତି ବାସ୍ତବ ସତ୍ୟକୁ ଉପଲବ୍ଧି କରି ତା ଆଖିଲୁହ ମଧ୍ୟ ବର୍ଷିବାରୁ ବନ୍ଦ ହେଉ ନଥାଏ ।

--------

ଆଜି କିନ୍ତୁ ସେ ଗୃହ ବନ୍ଦୀ ନୁହେଁ ।ଏକ ସୁଲେଖିକା ,ସମାଜ ସେବିକା ।ସବୁ କିନ୍ତୁ ପଲ୍ଲବଙ୍କ ଦାନ ।ସୁନ୍ଦର ସୁଠାମ ଯୁବକ ପଲ୍ଲବ ।ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଡରେ ଚାଲିବା ଶକ୍ତିକୁ ହରାଇ ବସନ୍ତି ।ବିରାଟ ଶିଳ୍ପ ପତି ହିସାବରେ ଶ୍ୱଶୁରଙ୍କର ଅର୍ଥାଭାବ ନ ଥିଲା ।ଅନେକ ସ୍ଥାନରେ ରୋଗର ଚିକିତ୍ସା କରାଇ ବିଫଳ ହେବା ପରେ ପଲ୍ଲବ ମଧ୍ୟ ଏକରକମ ଦୁର୍ବଳ ମାନସିକତାର ଶିକାର ହୋଇ ଘରେ ରହିଲେ । ବିବାହ ପରେ କିନ୍ତୁ କୃତ୍ରିମ ଗୋଡ ଲଗାଇ ବାର ମାନସିକତା ଆସେ । ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ଇଛା ଜାଗ୍ରତ ହୁଏ ,ଆଉ ଏଇସବୁ ଇଛା ଛନ୍ଦା ପାଇଁ ଆସେ । ଛନ୍ଦା ପଲ୍ଲବଙ୍କୁ ସାହସ ଓ ପ୍ରେରଣା ଦିଏ ,ବିବାହର ଠିକ୍ କେଇଦିନ ପରର ଘଟଣାରୁ .....

ସେଦିନ ଅତି ଅଚାନକ ଭାବେ ,ପଲ୍ଲବଙ୍କ ଭାଇଗୌରବଙ୍କ ସହ ଭେଟ ହୋଇଯାଇଥିଲା ,ଛନ୍ଦାର ।ବିବାହର କିଛିଦିନ ପରେ ,ଗୌରବ ଘରକୁ ଆସିଥିଲେ । ଛନ୍ଦା ମାର୍କେଟରୁ ଫେରିବା ବେଳେ ଭୀଷଣ ବର୍ଷାର ସମ୍ମୁଖୀନ ହୋଇ ଗୋଟାପଣେ ଭିଜି ଯାଇଥିଲା ।ହଠାତ ଗୌରବ ଯେ ଘରେ ଥିବେ ସେକଥା ତା ଅନୁମାନରୁ ବାହାର ଥିଲା ।ତରବର ହୋଇ ଠିକ୍ ଡ୍ରଇଂ ରୁମ ପାଖରେ ଧକ୍କା ହୋଇଗଲା ।ଅତର୍କିତ ଭାବେ ,ହୋଇଥିବାରୁ କ୍ଷମା ଯାଚନା କରିବାକୁ ଉଦ୍ୟତ ହେବା ବେଳକୁ ଗୌରବ ଅତି ଆଶ୍ଚର୍ଯ୍ୟର ସହ ,ମୁଗ୍ଧ ଚାହାଣୀରେ ବର୍ଷା ସ୍ନାତା ଛନ୍ଦାର ହାତକୁ ଧରି ପକାନ୍ତି । ତା ପରେ ଦିନେ ହଠାତ ତାକୁ ଏକାନ୍ତରେ ପାଇ ,ଏକ କୁତ୍ସିତ ଯାଚନା କରି ,ତାକୁ ସବୁ ପ୍ରକାରେ ସୁଖୀ କରିପାରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହେବେ ବୋଲି କୁହନ୍ତି । ଏକ ପଙ୍ଗୁ ଠାରୁ ବା କି ସୁଖ ସେ ପାଇବ କହି ତାତ୍ସଲ୍ୟ କରନ୍ତି ।

କିଛିଦିନ ଭିତରେ ସେ ଯେ ପଲ୍ଲବଙ୍କ ନିଜ ଭାଇ ଆଉ ତାକୁ ବିବାହ କରିବାର ଥିଲା ବୋଲି ଜାଣିବା ପରେ ତାଙ୍କର ଏ ପ୍ରକାର ପ୍ରସ୍ତାବରେ ପ୍ରବଳ ଘୃଣାରେ ଶିର ଶିର କରିଉଠେ ଛନ୍ଦାର ସର୍ବାଙ୍ଗ ।

ଅଳ୍ପ ପାଠ ପଢ଼ିଥିବାରୁ ଛନ୍ଦାକୁ ସେ ମନା କରିଥିବାର କଥା ମନେପଡି କ୍ଷତାକ୍ତ ହୁଏ ସେ ଗଭୀର ଆତ୍ମଦହନରେ ଜଳି ଉଠି ପଲ୍ଲବ ତଥା ସେ କେମିତି ଉଭୟେ ଉଭୟଙ୍କର ସୁଖ ଦୁଃଖର ସାଥୀ ହୋଇପାରିଛନ୍ତି ସେକଥା ଦେଖେଇଦେବା ପାଇଁ ସେ ଅଧିକ ପାଠ ପଢିବା ପାଇଁ ଜିଦି କରେ ।ସବୁପ୍ରକାର ସହଯୋଗ କରନ୍ତି ପଲ୍ଲବ । ଧୀରେ ଧୀରେ ପ୍ରକୃତିକୁ ଦେଖି ଅନେକ ଆବେଗର ଅନୁଭବହୁଏ ଆଉ ନିଜ ଜୀବନର ଜଟିଳତାରୁ ବ୍ୟକ୍ତ କରିବାର ଇଛା ତାକୁ ସାହିତ୍ୟିକାଟିଏରେ ପରିଣତ କରିଦିଏ ।ବିଗତ ପାଞ୍ଚ ବର୍ଷ ଭିତରେ ଜଣେ ବିଶିଷ୍ଟ ଔପନ୍ୟାସିକା ରୂପେ ପରିଚୟ ସୃଷ୍ଟି କରିପାରେ ସେ ।ଏ ତ କମ ଗୌରବର କଥା ନୁହେଁ ।ସବୁ ହୋଇପାରିଛି ପଲ୍ଲବଙ୍କ ପାଇଁ ।

ସବୁଠାରୁ ବୃହତ ଯୋଗଦାନ ସମାଜ ସେବା କ୍ଷେତ୍ରରେ ତାକୁ ଯେତିକି ପ୍ରସିଦ୍ଧି ଆଣିଦେଇଛି ତା ଠାରୁ ସହସ୍ର ଗୁଣରେ ଶାନ୍ତି ଆଣି ଦେଇଛି ।

ଏ ସହରର ବସ୍ତି ଅଞ୍ଚଳରେ ଅନେକ ସମସ୍ୟା ସବୁ ୠତୁରେ ଥିଲେ ମଧ୍ୟ ବର୍ଷାରେ କିନ୍ତୁ ବିଶେଷ ଅସୁବିଧାର ସମ୍ମୁଖୀନ୍ନ ହୁଅନ୍ତି ।ସେଇ ସମସ୍ୟାକୁ ଅନେକ ପରିମାଣରେ ସମାଧାନ କରିବାକୁ ପୌରପରିଷଦର ଚେୟାରମ୍ୟାନଙ୍କ ସହିତ ପ୍ରୟଃ ସାକ୍ଷାତ କରିଥାଏ ।ଯୋଉମାନଙ୍କ ସାମାନ୍ୟତମ ଶ୍ରମର ମୂଲ୍ୟ କେହି ଦେଇପାରିବେ ନାହିଁ ସେଇମାନଙ୍କ ସ୍ଵଛତା ଆଉ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେବା ଏକ ମାନବିକତାର ପ୍ରକ୍ରିୟା ।

ସହର ଉପକଣ୍ଠରେ ବୋହିଯାଉଥିବା ବୈତରଣୀ ବର୍ଷାରେ ସମସ୍ତଙ୍କ ହୃଦୟରେ ବନ୍ୟା ସୃଷ୍ଟି କରେ ।ଦୁଇବର୍ଷ ତଳେ ନଦୀବନ୍ଧ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କିନ୍ତୁ ସମ୍ପୂର୍ଣ୍ଣ ଭାବରେ ତାହା କାର୍ଯ୍ୟ କ୍ଷମ ହୋଇପାରିନି ବୋଲି ତାକୁ ଲାଗେ ।ତେଣୁ ସେତେବେଳର ସମସ୍ୟା ପାଇଁ ତାକୁ ବହୁତ ବହୁତ ସାବଧାନ ହୋଇ ରହିବାକୁ ପଡେ ।ତା'ର ନାରୀ ସଂଗଠନ ବିଭିନ୍ନ ପ୍ରକାର ପନ୍ଥା ପ୍ରୟୋଗ କରିଥାନ୍ତି ।ପ୍ରପୀଡିତ ମାନଙ୍କୁ ରନ୍ଧନ ସାମଗ୍ରୀ ସହିତ ପୋଷାକ ପତ୍ର ,ଆବାସ ସ୍ଥଳର ବ୍ୟବସ୍ଥାରେ ସାହାଯ୍ୟ ପାଇଁ ସରକାରଙ୍କ ସହ ଆଗେଇଯାଏ ତାଙ୍କ ଦଳ ।ଏତେ ସବୁ କରିବା ପରେ ମଧ୍ୟ ସେ ଥକିଯାଏନି ।ଶ୍ୱଶୁରଙ୍କ ସେବା କରିବାକୁ ଭୁଲିଯାଏନି ।ପଲ୍ଲବଙ୍କ ଦୁର୍ଘଟଣା ପରେ ଶାଶୁ ଶଯ୍ୟାଶାୟୀ ଏବଂ ଚେତନଶକ୍ତି ରହିତ ।ଏ ସଂସାରରେ ଯାହା ଘଟୁଛି ସେସବୁର ଧାର ଧାରନ୍ତି ନାହିଁ ସେ । ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସେବିକା ନିଯୁକ୍ତ ଥାଏ ।କିନ୍ତୁ ଶାଶୁଙ୍କ ଦେହରେ ହାତ ମାରିବାକୁ ରାତିରେ ପହଞ୍ଚିଯାଏ ସେ ତାଙ୍କ କୋଠରୀରେ ।

ଆଉ ପଲ୍ଲବ ,ସେ ତ ତା ପାଇଁ ଦେବତା ଠାରୁ ବି ବଡ ।

ଏଇ କିଛିଦିନ ପୂର୍ବରୁ କହିଲେ

----ଛନ୍ଦା ,ସେଦିନ ଏତେ ଖରା ଥିଲା ଯେ ଘରକୁ ଫେରିବା ବେଳେ ଜଣେ ବୃଦ୍ଧଙ୍କୁ ମୂର୍ଛିତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲି ।ଯାଇ ଟିକେ ବୁଝିବ ।ଚେତନା ଫେରିବା ପରେ କହୁଥିଲେ ପୁଅଟିକୁ କେତେ ଦୁଃଖ କଷ୍ଟରେ ବଢ଼ାଇ ମଣିଷ କରିଥିଲେ କିନ୍ତୁ ସେ ତ ବିଦେଶରେ ରହିଲା ,ଆମ କଥା ବୁଝିବ କିଏ ?ତେଣୁ ନିଜକୁ ହିଁ ସବୁକାମ କରିବାକୁ ପଡୁଛି । ଓଃ କେତେ ଦୁଃଖ କହିଲ ମଣିଷର ....!

ଏମିତି ଅନୁରାଗୀ ମଣିଷଟିକୁ ବହୁତ ବହୁତ ସ୍ନେହ ପ୍ରେମର ବର୍ଷାରେ ଭିଜେଇଦେବାକୁ ଢେର ସାରା ଇଛା ହୁଏ ।ଇଛା ହୁଏ ଛାତିରେ ଜଡାଇ ଧରି ନାଚିଯିବାକୁ ।ହଁ ,ସତରେ ସେ ନାଚିପରିଥାନ୍ତେ କି?ଗୌରବଙ୍କୁ ସେ ଦେଖାଇ ଦେଇଥାନ୍ତା ,ଯାହାକୁ ପଙ୍ଗୁ ବୋଲି ଭାବି ଏତେ ଘୃଣ୍ୟ ପ୍ରସ୍ତାବ ଦେଇଥିଲେ ,ସେ କେମିତି ନାଚି ପାରୁଛନ୍ତି ?

ଏବେ ମୌସୁମୀ ଆସିଲାଣି ବୋଲି ଖବର କହୁଛି ।କିନ୍ତୁ ତା'ପୂର୍ବରୁ କାଳ ବୈଶାଖୀର ସ୍ରୋତ ମୌସୁମୀର ଆସିବା ରଙ୍ଗକୁ ଫିକା କରିଦେଉଛି ।କିନ୍ତୁ ସତରେ କଣ ମୌସୁମୀ ଆସୁଛି ନା ଖାଲି ଛଳନା କରୁଛି ...ଭାରୀ ଅଭିମାନୀ ଆଉ ପକ୍କା ଜିଦ୍ଖୋର ହୋଇଯାଉଛି ବର୍ଷା ,ସେ ମୌସୁମୀର ହେଉ କିମ୍ବା କାଳବୈଶାଖୀର ହେଉ ।କିନ୍ତୁ ଏବେ ତ ଭୀଷଣ ବର୍ଷା ଚତୁର୍ଦିଗରେ ।ତିନିଦିନ ତଳେ ରାଜଧାନୀ ବର୍ଷା ଜଳରେ ଉବୁଟୁବୁ ହେଉଥିଲା ।

*********

ପଲ୍ଲବ ପଶି ଆସିଲେ ଭିତରକୁ

---ଆରେ ,ଏଠି ଠିଆ ହୋଇ କଣ କରୁଛ ?ସିଲୁ ଫୋନ କରିଥିଲା ।ମୁମ୍ବାଇରେ ତ ବନ୍ୟା ପରିସ୍ଥିତି ।ତାକୁ କାଲି ଫ୍ଲାଇଟରେ ଚାଲିଆସିବାକୁ କହିଦେଲି ।ଟିକେ ପରିସ୍ଥିତି ସମ୍ଭାଳି ଯାଉ ତା ପରେ ଯିବ ।

ଓଃ ,ମନଟା ସେଇଥିପାଇଁ ତେବେ ଗୋଳେଇ ଘାଣ୍ଟି

ହେଉଥିଲା ।

---ବାପା ଫୋନ କରିଥିଲେ କି ?

କେମିତି ଥିବେ ?ବୋଉ ବି ....ମନଟା ଖରାପ ଲାଗୁଛି ।

ଏଇ ବର୍ଷା ଦିନ ତ ସେମାନଙ୍କ ପାଇଁ ଘୋର ଅସୁବିଧା ।

--ତୁମେ ନିଜେ ଟିକେ ଫୋନ କଲେ ହେବନି ?ଏତେ ଅଭିମାନ ବି ଭଲ ନୁହେଁ ଛନ୍ଦା ।

ଆଖିରୁ ଶ୍ରାବଣର ଧାରା ବାହାରି ଆସିଲା ।ପଲ୍ଲବ ତା ହାତ ଧରି ଜୋର କରି ପାଖ ଚେୟାରରେ ବସାଇଦେଇ କହିଲେ

----ସୁଲେଖିକା ଛନ୍ଦା ପଟ୍ଟନାଏକ ଆଖିରେ ଲୁହର ବର୍ଷା ଦେଖିଲେ ଲୋକେ କହିବେ ,ମୁଁ ଭାରି ଅତ୍ୟାଚାର କରୁଥିବି ।ପ୍ଲିଜ଼ ,ମୋତେ ସେ ଅପରାଧରୁ ମୁକ୍ତ କର ।

ହୋ ହୋ ହୋଇ ହସି ଉଠିଲେ ପଲ୍ଲବ ।

ଧୀରେ ଧୀରେ ଛନ୍ଦା ଓଲ୍ହାଇଲା ତଳକୁ ମୁଣ୍ଡ ରଖିଲା ପଲ୍ଲବଙ୍କ କୋଳରେ ।ଭାବୁଥାଏ ନିକଟ ଅତୀତରେ ଘଟିଯାଇଥିବା ଏମିତି ଏକ ଭୟଙ୍କର ଯନ୍ତ୍ରଣା ବିଦାରକ ଦୃଶ୍ୟ ....

----------

ଓଃ, କି ପ୍ରଳୟଙ୍କରୀ ବର୍ଷା....!!!!!

-----ବାପା.........ବାପା .......ବୋଉ ,...ବୋଉ ....,

କେଉଁଠାରେ ଅଛ ?

ପାଣି ଧୀରେ ଧୀରେ ଘର ଭିତରକୁ ପଶୁଥିଲା ।କୋଠା ଉପରକୁ ଚଢି ଦେଖିଲା ଛନ୍ଦା ବାପା, ବୋଉ ସେଇଠି ଖଟ ଉପରେ ଖଟ ପକାଇ ବସିଛନ୍ତି ।ସାଙ୍ଗରେ ଯାଇଥିବା ସହକର୍ମୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଛନ୍ଦା ହସ୍ପିଟାଲ ଅଭିମୁଖେ ଛୁଟିଲା ।ନା ,ନା ,ଯେ କୌଣସି ପ୍ରକାରରେ ସେ ବାପା ବୋଉଙ୍କୁ ବଞ୍ଚାଇବ ।ଯେମିତି ହେଉ .....ଗାଁ ଛାଡିବାର ପୂର୍ବରୁ ଶୁଭୁଥିଲା ଲୋକଙ୍କର ପାଟି ,, ସରକାରୀ ସହାୟତା ପହଞ୍ଚି ସାରିଥିଲା ଓ ବନ୍ୟା ଜଳ ବଢି ବଢି ଆସୁଥିଲା ।

ଅନେକ ଚେଷ୍ଟା ସତ୍ତ୍ୱେ ବୋଉକୁ ବଞ୍ଚାଇବାରେ ବିଫଳ ହୁଏ ଛନ୍ଦା । କାରଣ ଶ୍ବାସ ରୋଗରେ ଆକ୍ରାନ୍ତ ହୋଇ ଭୀଷଣ ବର୍ଷାରେ ଭିଜିଥିବାରୁ ଏବଂ ବାପା ଜ୍ୱର ଭୋଗୁଥିବାରୁ କୁଆଡେ ଯାଇ ପାରି ନ ଥାନ୍ତି ।ତା'ର ମନେ ପଡେ ପଲ୍ଲବଙ୍କ କଥା ।

ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ସେ ଆଗରୁ ସରକାରଙ୍କୁ ଚିଠି ଦେଇଛି ,ଚାରିବର୍ଷ ଭିତରେ ଥରେ ଆସି ଫେରିଯାଇଛି ତଦାରଖ କମିଟି, କାରଣଉଲ୍ଲେଖ ଥିଲା" ଏ ଭିତରେ ଭୀଷଣ ବନ୍ୟା ପରିସ୍ଥିତି ଉପୁଜିନାହିଁ ,ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ରହିଲା ।"

ଡେଡ଼ ବଡିକୁ ସେମିତି ରଖି ସେ ମିଡିଆକୁ ଖବର କରିଦିଏ ,ପରଦିନ ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରେ

"ସରକାରୀ ଅବହେଳା ଯୋଗୁଁ ବାସନ୍ତୀ ଦେବୀଙ୍କର ମୃତ୍ୟୁ "

ତା'ପଛକୁ ,ସରକାରୀ ଅବହେଳା ଦ୍ୱାରା କିପରି ଲୋକେ ଅସୁବିଧା ଭୋଗ କରୁଛନ୍ତି ତା'ର ଏକ ବିଶେଷ ଆଲେଖ୍ୟ ।

କେତେ ଫୋଟୋଗ୍ରାଫର ଫୋଟ ନେବା ପାଇଁ ,କେତେ ମେଡିଆ ବାଲା ଖବର ଦେବା ପାଇଁ ହସ୍ପିଟାଲ ସମ୍ମୁଖରେ ,ଘର ଆଗରେ

ପ୍ରବଳ ଭିଡ ଜମାଇଦେଇଥାନ୍ତି ।ଯାହା ହେଲେ ବି ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ମାତୃବିୟୋଗ ଘଟିଥାଏ ନା !

ସାନଭାଇ ,ସିଲୁ ମୁମ୍ବାଇରୁ ଫେରିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିବା ଝିଅଟିକୁ ସାହାରାଦେଇ ନେଇ

ଆସିଥାଏ ।ସେଇ ଝିଅକୁ ଝରା ଶେଫାଳୀ ପରି ଝରିବାକୁ ନ ଦେଇ ଜୀବନ ସଙ୍ଗିନୀ ରୂପେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି

ନିଏ ।

----------

ଏମିତି ଏକ ବର୍ଷଣ ମୁଖର ସନ୍ଧ୍ୟାରେ ନିଜକୁ ଭିଜେଇ ନେଉଛି ଛନ୍ଦା ।ଜୀବନର ସବୁ ଜଟିଳତା ଯେଉଁ ବର୍ଷାରୁ ଆରମ୍ଭ ହୋଇଥିଲା ସେଇ ବର୍ଷାରେ ସେସବୁକୁ ଶେଷ କରିଦେବାକୁ ଚାହୁଁଛି ସେ ଆଃ...!!!!ଏଇ ମୁହୂର୍ତ୍ତରେ ଥାନ୍ତେ କି ପଲ୍ଲବ !!

ଟିକେ ଛାତିରେ ଆଉଜି ପଡି ସବୁ ଦୁଃଖକୁ ସେଇ ଅଭିମାନୀ ବର୍ଷାକୁ ଫେରାଇ ଦେଇ କହାନ୍ତା ""ଆଉ ଅଭିମାନ

କରନା "....।

------------------

ସିପ୍ରା ନାମତା

8249850168

ବର୍ଷା ପଲ୍ଲବ ଛନ୍ଦା

Rate the content


Originality
Flow
Language
Cover design

Comments

Post

Some text some message..