Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଉ ତାଙ୍କୁ ଖୋଜୁନି
ଆଉ ତାଙ୍କୁ ଖୋଜୁନି
★★★★★

© Biswajeeban Mishra

Inspirational Abstract

2 Minutes   7.1K    13


Content Ranking

ମୁଁ ଚାଲି ଚାଲି ଯାଉଥିଲି ... ଏକୁଟିଆ, ମୁହଁ ସନ୍ଧ୍ୟାରେ ...ରାସ୍ତାରେ ବତୀ ଖୁଣ୍ଟ ନଥିବାରୁ ବହୁତ ରାତି ଭଳିଆ ଲାଗୁଥିଲା | ଓଭର ବ୍ରିଜରେ ପାଦ ଦଉ ଦଉ ହଠାତ୍ କେହି ଜଣେ ଅତି ପରିଚିତ କଣ୍ଠରେ ପଛରୁ ଡାକିଲେ | ମୁଁ ରହିଗଲି | କହିଲେ , "ଚାଲ ଯିବା ଲିଙ୍କ ରୋଡ୍, ରିକ୍ସାରେ ବସ !"

"କି ଆଶ୍ଚର୍ଯ୍ୟ ! ମୁଁ ଲିଙ୍କ ରୋଡ୍ ଯିବି ବୋଲି ଏ କେମିତି ଜାଣିଲେ "- ମନେ ମନେ ଭାବିଲି | ପକେଟରେ ପଇସା ନ ଥିବାରୁ ବିନମ୍ରତାର ସହ ତାଙ୍କୁ କହିଲି , "ନାଇଁ ଆଜ୍ଞା , ମୁଁ ଚାଲିକି ପଳେଇବି, ବ୍ୟସ୍ତ ହୁଅନ୍ତୁନି...ଆପଣ ଯାଆନ୍ତୁ |" ୟାର ଉତ୍ତରରେ ସେ କହିଲେ "ଓହୋ ତୁମେ ପଇସା କଥା ଭାବୁଛ କି ?? ମୋ'ର ପଇସା ବା କ'ଣ ହବ! ମୁଁ କ'ଣ ତୁମକୁ ପଇସା କଥା ଏ ଯାଏଁ କହିଲିଣି ? ତୁମକୁ ନେବାରେ ହିଁ ମୋର ଖୁସି | ଏମିତି ତୁମକୁ ନ ନେଇ ଚାଲିଗଲେ ମୋତେ ଜମା ଭଲ ଲାଗିବନି | ତୁମେ ମୋ' କଥା ମାନି ଟିକେ ବସ |" "ସେ ତ ସବୁ ଜାଣି ଦଉଛନ୍ତି !"ଭାଙ୍ଗି ପାରିଲିନି ତାଙ୍କ କଥା !

ଆଉ କିଛି ନ କହି ଚୁପ ଚାପ୍ ଯାଇ ତାଙ୍କ ଗାଡ଼ିରେ ବସି ପଡିଲି ସୁନା ପିଲାଟେ ଭଳି | ମୁଁ ଯୋଉଠିକି ଯିବା କଥା ଠିକ୍ ସେହି ଜାଗାରେ ନେଇ ସେ ମୋତେ ଛାଡିଦେଲେ | ଓହ୍ଲାଇଲାବେଳକୁ କହିଲେ , "୫ ଟଙ୍କିଆଟି ଚୌଦ୍ୱାର ଗାଡିକୁ ଦବ | ସେ ତୁମକୁ ନେଇ ଘରେ ଛାଡ଼ିଦେବ !" ହତବମ୍ବ ଆଉ ନିର୍ବାକ ମଣିଷଟିଏ ପରି ମୁଁ ପକେଟ୍ ଅଣ୍ଡାଳନ୍ତେ ସତରେ ବି ୫ଟଙ୍କାର ମୁଦ୍ରାଟେ ମୋ ହାତରେ ଲାଗିଲା ଆଉ ସେଦିନ ମୁଁ ଘରକୁ ବି ଗଲି !

ଘଟଣାଟିକୁ ଆଜକୁ ପନ୍ଦର ବର୍ଷ ପୁରିଲା | ତାଙ୍କ ସହ ତାହା ମୋର ପ୍ରଥମ ଆଉ ଶେଷ ଭେଟ ଥିଲା | 'କେମିତି ତାଙ୍କୁ ତାଙ୍କର ପ୍ରାପ୍ୟ ଦେବି' ଏହି ବିଚାରରେ ବ୍ୟସ୍ତ ହୋଇ ପ୍ରଥମେ ପ୍ରଥମେ ତାଙ୍କୁ ମୁଁ ବହୁତ ଖୋଜଲି | ହେଲେ ଯୋଉ ଦିନ 'ସେ ଯିଏ'-'ମୁଁ ବି ସିଏ' ବୋଲି ଜାଣିଗଲି ତାଙ୍କୁ ଖୋଜିବାର ଅବକାଶ ଆଉ ରହିଲା ନାହିଁ | 'ପ୍ରାପ୍ୟ-ଅପ୍ରାପ୍ୟର' ଜାଗତିକ ସମୀକରଣରୁ ଯେ ସେ ବହୁ ଉର୍ଦ୍ଦ୍ୱରେ ତାହା ସ୍ପଷ୍ଟ ରୂପେ ଅନୁଭବ ହୋଇଗଲା ! ତାଙ୍କୁ ସିନା ସେହି ନିର୍ଦିଷ୍ଟ ରୂପରେ ଆଉ ଥରେ କେବେ ପାଇନି, ହେଲେ ଅନେକ ନୂଆ ନୂଆ ରୂପରେ ତାଙ୍କୁ ମୁଁ ନିତିଦିନ ଭେଟୁଛି | ସବୁଠି, ସମାନ ଭାବେ !

ମୁଁ ରୋଡ୍ ପ୍ରାପ୍ୟ

Rate the content


Originality
Flow
Language
Cover design

Comments

Post

Some text some message..