Biswajeeban Mishra

Others

3  

Biswajeeban Mishra

Others

ସେବା ବନାମ ସୁବିଧା

ସେବା ବନାମ ସୁବିଧା

1 min
14.3K


ଦୁଇ ବନ୍ଧୁଙ୍କ ଭିତରେ ମାତ୍ର ଏକ ନମ୍ବରର ଅନ୍ତର । ହେଲେ ଏହି ଏକ ନମ୍ବରର ଅନ୍ତର ଯୋଗୁଁ ଜଣେ ପ୍ରଶାସନିକ ସେବାରେ ଆଉ ଜଣେ ରାଜସ୍ୱ ବିଭାଗରେ ଯୋଗ ଦେବେ ବୋଲି ଜଣା ପଡିଲା । ଏକ ନମ୍ବର କମ୍ ଥିବାରୁ ରାଜସ୍ୱ ବିଭାଗର ଆସନରେ ବସିବାକୁ ଯାଉଥିବା ବାବୁ ଜଣକ "ଇତର" ଭାବରେ ଦାନ୍ତ କାମୁଡି ସାମାଜିକ ଗଣମାଧ୍ୟମ ଦ୍ଵାରା ଜନଗଣଙ୍କୁ ଜଣେଇ ଦେଲେ- "ମୋର ଇରାଦା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଅପେକ୍ଷାରତ ଥିବା ଭଦ୍ର ବ୍ୟକ୍ତିଙ୍କ ଠାରୁ ଅଧିକ ସ୍ଵଚ୍ଛ । ମୁଁ ସୁଦୂର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ଲୋକଙ୍କ ସେବାରେ ଲାଗିବି (ତାଙ୍କୁ ତାଙ୍କର ପ୍ରଥମ ନିଯୁକ୍ତି ସେଇ ପଟ ଇଲାକାରେ ହେବ ବୋଲି ସୂଚିତ କରା ହୋଇଥିଲା) ହେଲେ ଅନ୍ୟ ଜଣଙ୍କର ମତି-ଗତି ମୋଟରୁ ଠିକ୍ ନାହିଁ । ସେ ପ୍ରଶାସନିକ ବ୍ୟବସ୍ଥାରେ ପଶିଲା ମାତ୍ରେ ସବୁ ଖାଇଯିବେ। ସିଏ ଆଦୌ ଭଦ୍ର ଲୋକ ନୁହନ୍ତି, ମୁଁ ହିଁ ଏ କଳି କାଳର ଶେଷ ଚଳନ୍ତି ମହାପୁରୁଷ ।"

ଦୁଇ ମାସ ପରେ....

ରାଜସ୍ୱ ବିଭାଗରେ ଚାକିରୀ ପାଇଥିବା ବାବୁ ଜଣକ ନିଜ ଘର ପାଖ ରାଜସ୍ୱ କାର୍ଯ୍ୟାଳୟକୁ ସାଇକଲରେ ନିଜର ଲମ୍ବୋଦରକୁ ଥୋଇ କଚ୍ଛପ ଗତିରେ ପେଡାଲ୍ ମାରି ଯାଉଛନ୍ତି .....

( ତାଙ୍କ ବନ୍ଧୁମାନଙ୍କୁ ପଚାରିବାରୁ ଜଣା ପଡିଲା "ସେବା" ଅପେକ୍ଷା "ସୁବିଧା" ଅଧିକ ମୂଲ୍ୟବାନ ବୋଧ ହେବାରୁ ବାବୁ ତାଙ୍କର ନିଯୁକ୍ତି ଚୂଡାନ୍ତ ହେବା ପୂର୍ବରୁ ଉପର ମହଲରେ ଖେଳ କରି ନିଜ ଘର ପାଖ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।)

ବି.ଦ୍ର.: ଗପ ହେଲେ ବି ସତ ହେଇପାରେ। ଯଦି ଉପରୋକ୍ତ କଥାଟି ନିଜ ଆଖ ପାଖର କୌଣସି ଘଟଣା ସହ ମିଶୁଥାଏ ତେବେ ଏହାକୁ କେବଳ ଏକ ସମାପତନ ବା ଦୈଵସଂଯୋଗ ବୋଲି ବିବେଚନା କରିବେ ଏବଂ ଦିହକୁ ନ ବାଧିବା ପାଇଁ କିଛି ନ ଦେଖିଲା ପ୍ରାୟେ ପୂର୍ଵ ଭଳି ଆଗକୁ ମାଡି ଚାଲିବେ


Rate this content
Log in