Biswajeeban Mishra

Tragedy

4.2  

Biswajeeban Mishra

Tragedy

ଘରଭଡା

ଘରଭଡା

2 mins
14.8K


"ଆପଣ ସାବାଳକ କି ?"

"ଆପଣ ଅବିବାହିତ କି ?"

"ତେବେ ଆପଣଙ୍କୁ ଘରଭଡା ମିଳିବନି । ଆପଣ ଏବେ ଆସି ପାରନ୍ତି... ।"

ହେଲେ ମୁଁ ବୁଝି ପାରୁନି, "ମୁଁ ମୁଣ୍ଡ ଗୁଞ୍ଜିବା ପାଇଁ ମୋର ବୈବାହିକ ସ୍ଥିତି 'ବିବାହିତ' ହେବାର କି ଆବଶ୍ୟକତା ଅଛି ? ମୁଁ ତ ଆପଣଙ୍କୁ ମାସକୁ ମାସ ଭଡା ଦେବି । ନା ମୁଁ ଚରସ ବେପାର କରୁଛି ନା ମୁଁ ଲୁଚି ଲୁଚି ଅଫିମ, ଗଞ୍ଜା ଖାଉଛି । ନା ମୁଁ ଭାରତର ସମ୍ବିଧାନ ବହିର୍ଭୂତ କୋୖଣସି ଇତର କାର୍ଯ୍ୟରେ ସମ୍ପୃକ୍ତ ..."

ହଉ ମୋ କଥା ଛାଡ.. ମୋ ସହ ଏବେ ଏବେ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସାଙ୍ଗିଆ ପାଇଥିବା ଭାଇ, ଭଉଣୀ ମାନେ ଯିବେ କୁଆଡେ ? କିଏ ଉଚ୍ଚ ଶିକ୍ଷା ପାଇଁ ତ ଆଉ କିଏ ଚାକିରି ଖଣ୍ଡେ ପାଇଁ ନିଜକୁ ପ୍ରସ୍ତୁତ କରିବା ଆଶାରେ ଜାକି ଜୁକି ହୋଇ କୋଉଠି ଟିକେ ରହିଯିବେ ବୋଲି ଭାବୁଛନ୍ତି...

କୁଆଡେ ଯିବେ ସେମାନେ ? ନା ଆପଣମାନେ କହୁଛନ୍ତି ଆମେ ସମସ୍ତେ ସ୍ନାତକ ହୋଇ ବାହାରୁ ବାହାରୁ ଆଗ ବାହା ହେଇ ପଡ଼ିବୁ ?

ଲିନା କହିବ, " କିଏ କୋଉଠି ଅଛ ! ଆସ ମୋ ମଥାରେ ସିନ୍ଦୂର ଟିକେ ବୋଳି ଦିଅ ଲୋ ମୋତେ ଘରଭଡା ମିଳୁନି।"

ନା

ମୁଁ କହିବି, " ଭୂପୃଷ୍ଠରେ ବିଚରଣ କରୁଥିବା ହେ ଅଦୃଷ୍ଟ ଦେବୀ ! ଦୟା କରି ମୋତେ ଦେଖା ଦିଅ ଓ ମୋର ପାଣି ଗ୍ରହଣ କରି ମୋତେ ଘର ଖୋଜାର ବିଷମ ପୀଡାରୁ ମୁକ୍ତ କର ।"

“ବିବାହିତ ହୋଇଥିବା” ଆପଣଙ୍କର ପ୍ରଥମ ଆବଶ୍ୟକତା, ହେଲେ ମୁଁ ଚାକିରି ନ କରି ବାହା ହେବି କେମିତି ? କୋଉ ବାପ ତା ଝିଅର ହାତ "ଆମେ ତ ଭାଇ ବେକାର ଟୋକା" ଗୀତ ଗାଉଥିବା ଗୋଟେ ପ୍ରାଣୀକୁ ଟେକି ଦବ ? ଆଉ କୋଉ ବୋଉ ଆଜିକାଲି ତା' ପୁଅ ପାଇଁ ଚାକିରିଆ ବୋହୂ ନ ଖୋଜୁଛି କୁହ ?

ଇଆଡ଼େ ଆଜ୍ଞା ଆପଣଙ୍କ ଦାବି, "ଆପଣ ଆମଲେଟ୍ ଖାଇବେ, ହେଲେ ଅଣ୍ଡା ଭାଙ୍ଗିବାକୁ ମନା କରୁଛନ୍ତି !!!" ବଡ ଆଶ୍ଚର୍ଯ୍ୟ !

...ନା ଚାକିରି ନ କଲା ଯାଏଁ ଆମେ ଗଛମୂଳେ ତମ୍ବୁ ଟାଣି ରହିବୁ ଆଉ ଚାକିରି କଲା ପରେ “ପତି-ପତ୍ନୀ” ହୋଇ ଆପଣଙ୍କ ଗୃହରେ ପ୍ରବେଶ କରିବୁ ?

ଆପଣ ପୁଣି କହିଲେ, "ବାହା ନ ହୋଇ ଏକୁଟିଆ ରହୁଥିବା ପିଲା ବୟଫ୍ରେଣ୍ଡ ବା ଗାର୍ଲ୍ ଫ୍ରେଣ୍ଡ୍ କାଣ୍ଡ କରି ପକାଉଛନ୍ତି |" ଦୃଷ୍ଟାନ୍ତ ସ୍ୱରୂପ ଆପଣ କହିଲେ ଯେ ଆପଣଙ୍କ ଘରେ ବହୁ ଦିନରୁ ବସାବାନ୍ଧି ରହିଥିବା ଜଣେ ଅନୁଢା କନ୍ୟାଙ୍କୁ ଆପଣ ଗତ କାଲି ଘରୁ ତଡି ଦେଇଛନ୍ତି କାରଣ ପୂର୍ବ ସପ୍ତାହରେ ଜଣେ କେହି ବାଳକ ତାଙ୍କୁ ଖୋଜିବାକୁ ଆସି ଭୁଲରେ ଆପଣଙ୍କ ଦୁଆର ଘଣ୍ଟି ବଜେଇ ଦେଇଥିଲେ ! ହେଲେ ମୋର ବ୍ୟକ୍ତିଗତ ନୈତିକ କର୍ତ୍ତବ୍ୟ ମଣରେ ଆପଣଙ୍କୁ ଜଣେଇ ଦିଏ ଯେ ଉଭୟ ମୋର ଉତ୍ତମ ବନ୍ଧୁ ଅଟନ୍ତି ଏବଂ ବାଳକ ଜଣଙ୍କ କନ୍ୟାଙ୍କୁ ତାଙ୍କ ହଜି ଯାଇଥିବା ଆଧାର ପରିଚୟ ପତ୍ର ବାଟରୁ ପାଇ ଫେରାଇବାକୁ ଯାଇଥିଲେ ।

ବାସ୍ତବରେ “ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ” କାଣ୍ଡ କରୁ ନାହାନ୍ତି “କାଣ୍ଡ” ଆପଣଙ୍କ ଭଳି ଭଦ୍ରଲୋକମାନଙ୍କ “ମୁଣ୍ଡ”ରେ ହଉଛି- "ଅହର୍ନିଶି..."

ଆପଣମାନଙ୍କ ବିଚାରର ଦରିଦ୍ରତା ଦେଖି ମୋତେ ହସ ଲାଗୁଛି ।


Rate this content
Log in

Similar oriya story from Tragedy