STORYMIRROR

Biswajeeban Mishra

Abstract Inspirational

2  

Biswajeeban Mishra

Abstract Inspirational

ନିର୍ଲ୍ଲଜ ଯୁକ୍ତି

ନିର୍ଲ୍ଲଜ ଯୁକ୍ତି

1 min
14.8K


ଅନ୍ଧାର ରାତିକୁ ଆଢୁଆଳ କରି ଶ୍ୟାମ ବାବୁ ଦୀର୍ଘ ଦିନ ଧରି ଦାମ ବାବୁଙ୍କ ଘର ଆଗରେ ମୁତି ଆସୁଥିଲେ। ଦାମ ବାବୁ, ଶ୍ୟାମ ବାବୁଙ୍କୁ ଏପରି ନ କରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଶ୍ୟାମ ବାବୁଙ୍କ ଆଚାରରେ କୌଣସି ପରିବର୍ତ୍ତନ ନ ହେବାରୁ, ଅତିଷ୍ଠ ଦାମ ବାବୁ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହେଲେ। ମାନ୍ୟବର ନ୍ୟାୟାଳୟ ତାଙ୍କର ଆବେଦନକୁ ସ୍ୱୀକାର କଲେ ଏବଂ ମାମଲାର ଗମ୍ଭୀରତାକୁ ଦେଖି "ରାସ୍ତାରେ ମୁତିବା ସମ୍ବିଧାନ ମୁତାବକ ଠିକ୍ କି ନାହିଁ " ଏହାକୁ ତର୍ଜ୍ଜମା କରିବା ପାଇଁ ପ୍ରତ୍ୟେକ ଦିନ ଶୁଣାଣି କରିବାକୁ ରାଜି ହେଲେ। ପ୍ରଥମ ଦିନ, ମାନ୍ୟବର ଅଦାଲତଙ୍କ ପ୍ରଶ୍ନ କ୍ରମେ ଜଣେ ବରିଷ୍ଠ ଓକିଲ ଜଣାଇଲେ ଯେ "ଯଦିଓ ଏହା ଠିକ୍ ନୁହିଁ କିନ୍ତୁ ଶ୍ୟାମ ବାବୁ ବହୁତ ବର୍ଷର ଅଭ୍ୟାସ ବଶତଃ ଏପରି କରି ଆସୁଛନ୍ତି।" ମାନ୍ୟବର ଅଦାଲତ: "ଅନ୍ୟ ଦେଶରେ ଲୋକମାନେ ଏବେ ରାସ୍ତାରେ ମୁତୁଛନ୍ତି କି ?"

ବରିଷ୍ଠ ଓକିଲ : "ନାଇଁ ଆଜ୍ଞା, ସେମାନେ ବହୁତ ଆଗରୁ ରାସ୍ତାରେ ମୁତିବା ଭଲ ନୁହେଁ ବୋଲି ବୁଝି ପାରି ନିଜ ଘରେ ଶୌଚାଳୟର ବ୍ୟବହାର କରୁଛନ୍ତି।" ଅପର ପକ୍ଷରେ ଶ୍ୟାମ ବାବୁଙ୍କ ଓକିଲ ଯୁକ୍ତି ବାଢିଲେ, "ଯେହେତୁ ଏହା ଶ୍ୟାମ ବାବୁଙ୍କ ବ୍ୟକ୍ତିଗତ ଆସ୍ଥାର ବିଷୟ ତାଙ୍କୁ ଦାମ ବାବୁଙ୍କ ଦୁଆର ମୁହଁରେ ମୁତିବାରୁ ବାରଣ କରା ନ ଯାଉ। ଦାମ ବାବୁଙ୍କ ଦୁଆର ମୁହଁରେ ମୁତିବାରେ ସେ ଅସୀମ ଆନନ୍ଦର ଅନୁଭବ କରନ୍ତି। ଆଜି ଶୁଣାଣିର ତୃତୀୟ ଦିନ... ରାସ୍ତାରେ ମୁତିବା ସଭ୍ୟ ସମାଜରେ ଆଉ ଗ୍ରହଣୀୟ ନୁହେଁ ବୋଲି ଟିକେ ଟିକେ ସ୍ପଷ୍ଟ ହୋଇ ଆସୁଥିବାରୁ, ବିବ୍ରତ ଶ୍ୟାମ ବାବୁ ନିଜର ନିର୍ଲ୍ଲଜ ଅଭ୍ୟାସର ଦର୍ପ ରଖିବା ପାଇଁ ଶେଷ ଗୋଟି ଚଳେଇ ମାନ୍ୟବର ଅଦାଲତଙ୍କୁ କହିଲେ, "ଆଜ୍ଞା ଯଦି ମୁଁ ତାଙ୍କ ଦୁଆର ମୁହଁରେ ମୁତୁଛି ଦାମ ବାବୁ ବି ମୋ ଦୁଆର ମୁହଁରେ ମୁତି ପାରିବେ।"


Rate this content
Log in

Similar oriya story from Abstract