Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିରାଟ ପରିବର୍ତ୍ତନ
ବିରାଟ ପରିବର୍ତ୍ତନ
★★★★★

© Sisir Panda

Inspirational Tragedy

4 Minutes   14.4K    19


Content Ranking

ରାଧାମୋହନ ସିଂ ଚୌଧୁରୀ, ଜଣେ ଜଣାଶୁଣା ଶିଳ୍ପପତି ବାଘଲପୁର ଅଞ୍ଚଳର।ତାଙ୍କର ଦୁଇ ପୁଅ,ଆମେରିକାର ନିଉୟର୍କରେ ସ୍ଥାୟୀ ଭାବେ ସେଠାରେ ରହି ଆସୁଛନ୍ତି।ବଡ଼ ପୁଅ ଅମି ଚାଟାର୍ଡ ଆକାଉଣ୍ଟାଟ ଓ ସାନ ପୁଅ ବାଇନ ଜଣେ ଡାକ୍ତର।କଦବା କ୍ବଶ୍ଚିତ୍ ସେମାନେ ଘରକୁ ଆସନ୍ତି।ରାଧାମୋହନଙ୍କ ପତ୍ନୀ ଶୋଭନୀୟା ଶାନ୍ତ, ସରଳ ସ୍ବଭାବର ହେଲେ ହେଁ ମାନସିକ ଚାପରେ କାଳାତିପାତ କରନ୍ତି।ତାଙ୍କ ଇଚ୍ଛା ତାଙ୍କ ପିଲାମାନେ ତାଙ୍କ ପାଖରେ ରୁହନ୍ତୁ।କିଛି ନ ହେଲେ ବାକି ଜୀବନ ନାତି, ନାତୁଣୀଙ୍କ ମୁଁହ ଚାହିଁ ଶାନ୍ତିରେ ବ୍ୟତୀତ କରି ପାରନ୍ତେ।କିନ୍ତୁ ବାବୁଙ୍କ ସବୁବେଳେ ଚିନ୍ତା ଦୁଇଟା ପୁଅ ତ ଆମେରିକାରେ ରହିଲେ, ମୋ ଶିଳ୍ପ,ବ୍ୟବସାୟ କିଏ ସମ୍ଭାଳିବ।ଯେତେ ବୁଝାଇଲେ ବି ପିଲାମାନେ ବୁଝିବାକୁ ନାରାଜ।ସେମାନଙ୍କ ପାଶ୍ଚାତ୍ୟ ଶୈଳୀର ଜୀବନ ଯାପନ ବାବୁଙ୍କୁ ଜମା ପସନ୍ଦ ନୁହେଁ।

ସେ ନିଜେ ତାଙ୍କ ମା,ବାପାଙ୍କ କଥା ମାନିଥିଲେ ବୋଲି ଆଜି ଚାରି, ପାଞ୍ଚଟା ଶିଳ୍ପ ସଂସ୍ଥାର ମାଲିକ।ଉତ୍ତରାଧିକାରୀ ସୂତ୍ରରେ ବାପାଙ୍କ ଠାରୁ ଗୋଟିଏ ସୂତାକଳ ପାଇଥିଲେ।ନିଜର ବୁଦ୍ଧି ଓ ପରଶ୍ରମ ବଳରେ ଆଉ ଚାରୋଟି ସଂସ୍ଥା ନିଜେ ଠିଆ କରେଇ ପାରିଲେ।ପିଲାବେଳୁ ବହୁତ ସୁଖରେ ବଢ଼ି ଆସିଛନ୍ତି।ଆଜି କୋଟି କୋଟି ଧନ ସମ୍ପତ୍ତିର ମାଲିକ କିନ୍ତୁ ମନରେ ସବୁବେଳେ ଅଶାନ୍ତି, ଏ ବୟସରେ ଘର ହସି ଉଠିବା କଥା ପୁଅ ବୋହୁ, ନାତି, ନାତୁଣୀଙ୍କ ମେଳରେ କେତେ ଆନନ୍ଦରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସମୟ ଅତିବାହିତ ହୋଇଯାନ୍ତା।

ଦିନେ ସନ୍ଧ୍ୟା ସମୟରେ ବାଲକୋନିରେ ବାବୁ ଚା ପିଉଥାନ୍ତି,ଘର ଭିତରୁ ସନ୍ଧ୍ୟା ଆଳତୀ କରିସାରି ପତ୍ନୀ ଶୋଭନୀୟା ଦେବୀ କହି ଆସୁଥାନ୍ତି,-"ହେଇ ଶୁଣୁଚ,ଅମି କି ବାଇନ ସହ ଆଉ କଥା ହେଇଥିଲ?ମୋତେ ଆଦୌ ଭଲ ଲାଗୁନି,ବେଶୀ ସେ ଛୁଆ ଦୁଇଟାଙ୍କ କଥା ଭାରି ମନେ ପଡୁଚି।ନିଜ ଜନ୍ମଭୂମି, ନିଜ ଦେଶକୁ ଆସିବାକୁ ମଧ୍ୟ ନାରାଜ।ଛୁଆ ଦିଟା ଜେଜେ, ଜେଜେମାଙ୍କ ସ୍ନେହ ଶ୍ରଦ୍ଧା ବୋଲି କଣ ଜାଣିଲେନି।ଏତେ ପଇସା ଖର୍ଚ୍ଚ କରି ସବଠାରୁ ଦାମୀ ସ୍କୁଲ,କଲେଜରେ ପଢାଇ ମଣିଷ କଲେ,କ'ଣ ବୁଢ଼ାବେଳେ ଏ ଅବସ୍ଥା ଦେଖିବାକୁ।"

ପତ୍ନୀଙ୍କୁ ସାନ୍ତ୍ବନା ଦେବାକୁ କହିଲେ,-"ହଁ ଆମ ସମୟ ଥିଲା ଆମେ ମା,ବାପାଙ୍କ କଥା ମାନୁଥିଲେ, ସେମାନେ ଯାହା ଚାହିଁଲେ ସେଇଆ କରୁଥିଲୁ।ସେମାନଙ୍କ ମନରେ କେବେ କଷ୍ଟ ଦେଉ ନ ଥିଲେ।ଆମର ପିଲାମାନେ ସମ୍ପୂର୍ଣ୍ଣ ଓଲଟା।ଭଲ ଦାମୀ ସ୍କୁଲ ଦେଖି ପିଲାଙ୍କୁ ଛାଡ଼ିଲେ କି ଭଲ ମଣିଷ ହେବେ।ତୁମର ମନେ ଥିବ ପିଲାଙ୍କ ଡାଇରୀରେ ସ୍କୁଲ କତ୍ତୃପକ୍ଷ ଲେଖିଥିଲେ ଯେ ଆମେ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ କରୁଛୁ, ମାନସିକ, ବୌଦ୍ଧିକ, ଆତ୍ମୀକ ବିକାଶ କରି ଜଣେ ଜଣେ ମାନବ ମଣି ତିଆରି କରୁଛୁ।କାହିଁ କୁଆଡେ ଗଲେ ସେମାନଙ୍କ ମଣିରତନ।ଯଦି ପ୍ରକୃତରେ ମଣିଷ ତିଆରି କରୁଥାନ୍ତେ ଆଜି ଆମ ଭାରତର ପିଲମାନେ ନିଜ ମାତୃଭାଷା, ନିଜ ଐତିହ୍ୟ, ସଂସ୍କୃତିକୁ ଭଲ ପାଉଥାନ୍ତେ,ଦେଶ ଦଶର ହିତ ପାଇଁ କାର୍ଯ୍ୟ କରୁଥାନ୍ତେ।"

ବାବୁଙ୍କ କଥା ଶୁଣି ବାବୁଆଣୀ କ୍ରୋଧିତ ସ୍ବରରେ କହିଲେ,-"ବେକାର ସବୁ ବେକାର, ଖାଲି ପଇସା କମେଇବା ପାଇଁ ଏସବୁ ପ୍ରଚାର।ପିଲାଙ୍କୁ ଇଂରାଜୀରେ କି ଶିକ୍ଷା ଦେଉଛନ୍ତି କେଜାଣି ପିଲା ବଡ଼ ହୋଇ ନିଜ ବୋପା,ମା'ଙ୍କୁ ପଚାରୁ ନାହାନ୍ତି।ନିଜ ଦେଶ,ଭାଷା ତ ବହୁତ ଦୂର କଥା।ପ୍ରଣାମ, ନମସ୍କାର ବଦଳରେ ହାଲୋ,ହାଏ,ଗୁଡ଼ ମର୍ଣିଙ୍ଗ କହୁଛନ୍ତି।ପାଦଛୁଇଁ ମୁଣ୍ଡିଆ ମାରିବା ଶିଖିଲେନି।"

ରାଧାମୋହନ ବାବୁ ମନକୁ ବୁଝାଇ କହିଲେ,-

"ହଉ ଛାଡ଼।ଆମ ଭାଗ୍ୟରେ ଅଛି ଭୋଗିବାକୁ ଦୁଃଖ, କଷ୍ଟ।ଗତ ମାସରେ ମୋର ଛାତିରେ ଭୀଷଣ ଯନ୍ତ୍ରଣା ହେଲା, ଯୋଗକୁ ଫାକ୍ଟ୍ରୀ ପିଲା ମାଲିଆ ଥିଲାବୋଲି ମେଡ଼ିକାଲରେ ସେବା କରି ମୋତେ ଭଲ କଲା।ଆମ ମଣି ଦିଟା ଶୁଣିକରି ମଧ୍ୟ ସମୟ ହେଲାନି ଆସି ଦେଖିବାକୁ।"ଏହି ସମୟରେ ତାଙ୍କ ରୋଷେଇଆ ନିରୁ ଆସି ପହଞ୍ଚି ଗଲା, ବାବୁଆଣୀ ତାକୁ କାମ ବତେଇବାରେ ଲାଗିଗଲେ।

ଏମିତି କିଛି ଦିନ ଗଡ଼ି ଚାଲିଲା, ବାବୁଙ୍କ ଦୁଃଖ ଦିନୁ ଦିନ ବଢ଼ି ଚାଲୁଥାଏ ଯଦିଚ ଚାକରବାକରଙ୍କ କମି ନାହିଁ।ହେଲେ ନିଜ ପିଲାମାନେ ପାଖରେ ନ ରହିଲେ କି କାମରେ ସାହାଯ୍ୟ ନ କଲେ ମନ କ'ଣ ବୁଝିବ?ଦିନେ ସକାଳୁ ସକାଳୁ ଭ୍ରମଣ କରୁଥାନ୍ତି, ତାଙ୍କ ମୁଣ୍ଡକୁ ଏକ ନୂତନ ଚିନ୍ତା ପ୍ରବେଶ କଲା-ଦେଖିବାକୁ ଗଲେ ଧନସମ୍ପଦର କିଛି ଅଭାବ ନାହିଁ।ମୋ ଜୀବନ ଖାଲି ଟଙ୍କା କମେଇବାରେ ଗଲା,ନା ସମାଜ, ନା ଦୁନିଆ ପାଇଁ କିଛି କରିପାରିନି।ଯେଉଁ ପିଲା ଦିଟାକୁ ମଣିଷ କଲି ସେମାନେ ନିଜ ନିଜ ସ୍ବାର୍ଥରେ ବଶ ହୋଇ ବୁଢ଼ା ମା,ବାପାଙ୍କୁ ଭୁଲି ଗଲେ।ନା ଏଣିକି ଆଉ ନୁହେଁ,ବାକି ଜୀବନ ଓ ଧନକୁ ସମାଜ ସେବାରେ ଲଗାଇବି।ଏଭଳି ଭାବନାରେ ତାଙ୍କ ଦିନ ବିତିବାକୁ ଲାଗିଲା।

ତାପରେ ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଗଲା।ସେ ନିଜ ପଞ୍ଚାୟତର କିଛି ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରି ଏକ ସଭା ଆୟୋଜନ କଲେ।ସେଥିରେ ସେ ପୂର୍ବରୁ ଲିପିବଦ୍ଧ କରି ରଖିଥିବା କେତେକ ଜନମଙ୍ଗଳ ଯୋଜନା ସେମାନଙ୍କୁ ଶୁଣାଇଲେ।ସମସ୍ତେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ଭାବିବାକୁ ଲାଗିଲେ ଓହ କି ପରିବର୍ତ୍ତନ!ତା ପରଦିନ ଠାରୁ ନିଜ ଅଞ୍ଚଳ ଲୋକଙ୍କ ସହାୟତାରେ କାମ ଆରମ୍ଭ ହବାକୁ ଲାଗିଲା।ଗାଁ ବିଦ୍ୟାଳୟର ଯଥେଷ୍ଟ କୋଠରୀ ନ ଥିଲା ସେଗୁଡ଼ିକ ହେଲା, ସେ ଅଞ୍ଚଳରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନା କରାଇଲେ।ସମସ୍ତ ଗରିବ ପିଲାଙ୍କୁ ବାବୁଙ୍କ ସଂସ୍ଥା ତରଫରୁ ଶିକ୍ଷା ସହିତ,ଖାଦ୍ୟ ବସ୍ତ୍ର ଆଦି ସମସ୍ତ ସୁଵିଧା ଯୋଗାଇ ଦିଆଗଲା।ପରିବେଶ ସୁରକ୍ଷା ନିମନ୍ତେ ସେ ଅଞ୍ଚଳରେ ଲୋକଙ୍କ ସହ ମିଶି ବାବୁ ନିଜେ ବୃକ୍ଷ ରୋପଣ କଲେ। ଏବଂ ଷାଠିଏ ବର୍ଷ ଉପରାନ୍ତେ ମଧ୍ୟ ନିଜେ ସାଇକଲ ଚାଳନା କରି ଅନ୍ୟମାନଙ୍କୁ ଉତ୍ସାହିତ କରି ବୁଝାଇଲେ ଅଜଥା ଗାଡ଼ିର ବ୍ୟବହାର ନ କରିବାକୁ,ଗାଁ ବୃଦ୍ଧ ବ୍ୟକ୍ତିମାନଙ୍କୁ ଏକାଠି କରି ଭାଗବତ ଟୁଙ୍ଗୀରେ ସନ୍ଧ୍ୟାବେଳେ ଭଗବତ ଚର୍ଚ୍ଚା ସହ ସାମାଜିକ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଇଲେ।

ଯୁବକ ଯୁବତୀ ମାନଙ୍କ ନିମନ୍ତେ ବ୍ୟାୟାମଶାଳା ମଧ୍ୟ କରାଇ ସେମାନଙ୍କୁ ଶାରୀରିକ ଶିକ୍ଷା ଓ ଆଧ୍ୟାତ୍ମିକତାର ଯୁଗୋପଯୋଗୀ ଶିକ୍ଷା ଦେବାର ବ୍ୟବସ୍ଥା କରାଇଲେ।ଗାଁର ପିଲାମାନେ ପାଠସାଠ ପଢ଼ି ପଥଭ୍ରଷ୍ଟ ନ ହୁଅନ୍ତୁ ସେଥିପାଇଁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଇଲେ।

ଏସବୁରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଯୋଗ ଦେଇ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

ଦେଖୁ ଦେଖୁ କିଛି ଵର୍ଷ ଭିତରେ ତାଙ୍କ ଜନ୍ମସ୍ଥାନ ବାଘଲପୁର ଅଞ୍ଚଳ ଏକ ଆଦର୍ଶ ଅଞ୍ଚଳରେ ପରିବର୍ତ୍ତନ ହୋଇଗଲା।କେତେକ ଲୋକ ପ୍ରଥମେ ପ୍ରଥମେ ସମାଲୋଚନା କରି କେତେ କଥା କହୁଥିଲେ ଅବି ସବୁ ଅବାକ୍।ଜୀବନର ଶେଷ ବେଳକୁ ତାଙ୍କ ପୈତୃକ ଘରଟି ଛାଡ଼ି ବାକି ସବୁ ଅର୍ଥ,ସମ୍ପତ୍ତି ଜନ କଲ୍ୟାଣାର୍ଥେ ଉଇଲରେ ଲେଖିଦେଲେ।ତାଙ୍କର ଅନେକ ଜନମଙ୍ଗଳ କାର୍ଯ୍ୟ ଦେଖି ସମସ୍ତେ କହିବାକୁ ଲାଗିଲେ,-"ଯୁଗ ପରିବର୍ତ୍ତନ ବେଳାର ଏସବୁ ଲକ୍ଷଣ,ରାଧାମୋହନ ବାବୁଙ୍କ ପରି ଯଦି ଧନୀକ ଗୋଷ୍ଠୀ ଏହିପରି ଚିନ୍ତା କରି କିଛି କରନ୍ତେ ତ ଦୁନିଆ ଆଜି ସୁନାର ଦୁନିଆ ହୋଇଯାନ୍ତା।ତାଙ୍କ ପିଲାମାନେ ଗାଁକୁ ଯେତେବେଳେ ଆସିଲେ ଏସବୁ ବିଷୟରେ ଜାଣିବା ପରେ ତାଙ୍କୁ ବିଗିଡ଼ି ଯାହା ଇଚ୍ଛା ତାହା କହିଗଲେ କିନ୍ତୁ ସେ ଖାଲି ପଦୁଟିଏ କହିଥିଲେ,"ଯାଅ ଫେରିଯାଅ ତୁମର ସେହି ଆମେରିକାକୁ।ଆମର ତୁମପରି ପିଲା ଆବଶ୍ୟକ ନାହିଁ।"ଶୋଭନୀୟା ଦେବୀ ମଧ୍ୟ ନିଜ ପତିଙ୍କୁ ସମର୍ଥନ କଲେ।ପୁତ୍ର ଦୁଇ ଜଣ ସେମାନଙ୍କ ପରିବାର ସହ ଫେରିଗଲେ।

ପ୍ରାୟ ବା'ର ଵର୍ଷ ପରେ ରାଧାମୋହନ ବାବୁଙ୍କ ଦେହାନ୍ତ ହେଲା,ପିଲାମାନେ ଆସିଲେ ହେଲେ ବାବୁଙ୍କ ଇଚ୍ଛାନୁସାରେ ସେହି ଅଞ୍ଚଳର ଲୋକମାନେ ତାଙ୍କର ଶବ ଦାହ କଲେ।ବାବୁଆଣୀ ନିଜ ଜିଦରେ ଅଟଳ ରହିଲେ ନିଜ ପତିଘର ଛାଡ଼ି ପିଲାଙ୍କ ସହ ନ ଯିବା ପାଇଁ।

ଲୋକମାନେ ସମସ୍ତେ ଏକସ୍ବରରେ କହିଲେ,- "ଆମେ ସମସ୍ତେ ଅଛୁ,ବାବୁଆଣୀଙ୍କ କିଛି ଅସୁବିଧା ହେବାକୁ ଦେବୁ ନାହିଁ।"ଏସବୁ ଦେଖି ଦୁଇ ପୁଅଙ୍କ ହୃଦୟ ଦହି ହୋଇ ଯାଉଥାଏ।

ଶିଶିର, କଟକ।

ରାଧାମୋହନ ଫାକ୍ଟ୍ରୀ ସାମାଜିକ ସମସ୍ୟା

Rate the content


Originality
Flow
Language
Cover design

Comments

Post

Some text some message..