Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Kartika chandra Tripathy

Romance Tragedy Inspirational


4.0  

Kartika chandra Tripathy

Romance Tragedy Inspirational


ସହଯାତ୍ରୀ

ସହଯାତ୍ରୀ

9 mins 208 9 mins 208

ସେଦିନ ପାଗଟା ଟିକେ କୋହୋଲା ଥିଲା ଇଚ୍ଛା ନଥିଲେ ବି ସେଦିନ ମୋତେ ଅମ୍ରିତସର ଫେରିବାରେ ଥିଲା ତେଣୁ ପୁଅ ବୋହୁ ନାତି ଯେତେ ଅଟକାଇଲେ ବି ରହି ପାରିଲିନି ତେଣୁ ପୁଅ ଗୋଟିଏ ତତ୍କାଳରେ ସେକେଣ୍ଡ ଏସିରେ ଟିକେଟଟିଏ କାଟି ଦେଇଥାଏ ଟ୍ରେନ ଥାଏ ରାତି 11.30 ରେ ଅମୃତସର ଏକ୍ସପ୍ରେସ । ପୁଅ ରାକେଶ ଆସି ଟ୍ରେନରେ ବସେଇ ଦେଇଗଲା "side lower berth " ସିଟ କାରଣ ମୁଁ ଉପରକୁ ଉଠିପାରେନି ଗୋଡରେ ଅସୁବିଧା ତଥା ବୟସାଧିକ୍ୟ ଯୋଗୁ | ପୁଅ ଟ୍ରେନ ଚାଲିଲା ପର୍ଯ୍ୟନ୍ତ ଅପେକ୍ଷା କଲା ଏବଂ ଟ୍ରେନ ଠିକ 11.30 ରେ ଷ୍ଟେସନ ଛାଡିଲା ଆଉ ମୋର ଗୋଟେ ଖରାପ ଅଭ୍ୟାସ ଯେ ମୋତେ ଟ୍ରେନ କି ବସରେ ନିଦ ହୁଏନି ତେଣୁ ମୁଁ ମୋ ସିଟରେ କିଛି ସମୟ ବସି ରହିଲି ପ୍ରାୟ ପନ୍ଦର ମିନିଟ ପରେ ଆଉ ଜଣେ ଭଦ୍ର ବ୍ୟକ୍ତି ଯିଏ କି ମୋତେ ଉପର ସିଟରେ ଶୋଇଥାନ୍ତି । ସେ ମୋତେ କହିଲେ ଯଦି ଆପଣ ଏବେ ନ ଶୋଇବେ ତେବେ ମୁଁ ଟିକେ ଆସି ତଳେ ମାନେ ଆପଣଙ୍କ ସିଟରେ ଆପଣଙ୍କ ସହ ବସିପାରିବି? ମୁଁ ସେ ଓଡ଼ିଆ ବୋଲି ଜାଣି ଖୁସି ହେଇଗଲି ଆସନ୍ତୁ ବୋଲି କହି ତଳକୁ ଡାକିଲି ସେ ଆସି ମୋ ସାମ୍ନାରେ ବସିଲେ | ମୁଁ ତାଙ୍କୁ ପଚାରିଲି ଯେ ମୁଁ ଓଡ଼ିଆ ବୋଲି ଆପଣ କେମିତି ଜାଣିଲେ, ସେ କହିଲେ ଆପଣ ଆପଣଙ୍କ ପୁଅ ସହ କଥା ହେଲାବେଳେ ମୁଁ ଶୁଣିଥିଲି । ମୁଁ.... ଓଃ ଆଛା କହି କଥାରେ ବିରାମ ଦେବାକୁ ଚାହିଁଲି କିନ୍ତୁ ସେ କଥା ଆରମ୍ଭ କଲେ ଆଉ ପଚାରିଲେ ରିଟାର୍ଡ଼ କେବେ କଲେ ! ଏମିତି ଅତର୍କିତ ପ୍ରଶ୍ନରେ ମୁଁ ଟିକେ ଚୁପ ହୋଇଗଲି ଆଉ ପଚାରିଲି ଆପଣ କେମିତି ଜାଣିଲେ ମୁଁ ରିଟାୟାର୍ଡ଼ କଲିଣି ବୋଲି । ସେ କହିଲେ ଆପଣଙ୍କ ବୟସ କହୁଛି ଆଉ ମୁଁ ଜାଣିପାରୁଛି ଯେ ଆପଣ ଏଇ ଅଳ୍ପ କେତେ ବର୍ଷ ହେବା ରିଟାୟାର୍ଡ଼ କରିଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେଇ ଗଲି ଯେ ଏ ଭଦ୍ର ବ୍ୟକ୍ତି ଜଣକ ମୋତେ ଚିହ୍ନି ନାହାନ୍ତି କି ଜାଣି ନାହାନ୍ତି ଏତେ କଥା କେମିତି କହି ପାରୁଛନ୍ତି । ମୁଁ କହିଲି ହଁ ପାଞ୍ଚ ବର୍ଷ ହେଲାଣି ଅବସର ଗ୍ରହଣ କରିବାର । ସେ କହିଲେ କଣ ଶିକ୍ଷକତା କରୁଥିଲେ? ମୁଁ କହିଲି କରୁଥିଲି କଣ ଏବେ ବି କରୁଛି ଗେଷ୍ଟ ଲେକ୍ଚର ଭାବେ । ଆଉ ଆପଣ କଣ କରନ୍ତି ବୋଲି ମୁଁ ପଚାରିଲି ? ସେ କହିଲେ ବୁଝିଲେ ମାଷ୍ଟ୍ରେ ଏ ପ୍ରଶ୍ନ ମୋତେ ବହୁତ କମ ଲୋକ ପଚାରିଛନ୍ତି ଆଉ ପଚାରିଲେ ବି ବେଶୀ କିଛି ଉତ୍ତର ନଥାଏ ମୋ ପାଖେ କାରଣ ମୁଁ ଏବେ ବେଶୀ କିଛି କରୁନି । ହଁ ଆଗରୁ ମୋ ପାଖେ ବହୁତ କାମ ଥିଲା କିନ୍ତୁ ଏବେ ସେମିତି କିଛି ନାହିଁ | ମୋତେ କିନ୍ତୁ ସେ ଲୋକର ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ଲାଗୁଥିଲା ତେଣୁ ତାଙ୍କ ବିଷୟରେରେ ଜାଣିବାକୁ ଚାହିଁଲି । ତାଙ୍କୁ ତାଙ୍କ ନାଁ ପଚାରିଲି ସେ ତାଙ୍କ ନାଁ ଶୁଭ୍ରାଂଶୁ ମହାପାତ୍ର ବୋଲି କହିଲେ ଆଉ ମୋତେ ପଚାରିଲେ ଆପଣ mr.... ସୋମ୍ୟରଞ୍ଜନ ଦାସ ମୁଁ କହିଲି । ଶୁଭ୍ରାଂଶୁ ବାବୁ ପଚାରିଲେ ଆଉ ଦାସ ବାବୁ କେମିତି ଚାଲିଛି ଜୀବନ ଆପଣଙ୍କର । ମୁଁ କହିଲି ଅବସର ପରେ ଆଉ ଜୀବନ କଣ ଖାଲି ପିଲା ମାନଙ୍କ ଗହଣରେ କାଟିବା କଥା ଆଉ ମୁଁ ପୁଣି ଆଉ ଆପଣ କେବେ ଅବସର ଗ୍ରହଣ କଲେ ? ସେ କହିଲେ ସେଇ 4-5 ବର୍ଷ ହେବ ବୋଧେ ମୋର ଏବେ ଆଉ ଦିନ ତାରିଖ ମନେ ରହୁନି । ଆଛା ଶୁଭ୍ରାଂଶୁ ବାବୁ ମୁଁ ଆପଣଙ୍କ ଭଳି ଏତେ ବୁଦ୍ଧିନ ନୁହେଁ ଯେ ଆପଣଙ୍କୁ ଦେଖି ଆପଣଙ୍କ ବୃତ୍ତି କହିପାରିବି ଆପଣଙ୍କୁ ହିଁ ନିଜେ କହିବାକୁ ପଡିବ । ମୁଁ ଏତିକି କହୁ କହୁ ଅନ୍ୟ ଜଣେ ଯାତ୍ରୀ ରାଗି କରି କହିଲେ ଆପଣମାନେ ରାତି ରେ କଥା ନହେଲେ ହବନି (ଅବଶ୍ୟ ହିନ୍ଦୀ ଆଉ ମରାଠୀ ମିଶା ଭାଷା ରେ ) ଆମକୁ ଶୋଇବାକୁ ଦିଅନ୍ତୁ । ସେଇଠୁ ଶୁଭ୍ରାଂଶୁ ବାବୁ କହିଲେ ସତ କଥା ଦାସ ବାବୁ ସେମାନେ ସୋଇ ସ୍ବପ୍ନ ନ ଦେଖି ଆମ କଥା କାଇଁ ଶୁଣୁଛନ୍ତି କେଜାଣି । ଛାଡ଼ନ୍ତୁ କାଲି କଥା ହବା good night କହି ମହାପାତ୍ରେ ଶୋଇବାକୁ ଗଲେ । ଅଧା କଥାରୁ ଶୋଇବାକୁ ମୋର ତ ଇଛା ନଥିଲ କିନ୍ତୁ ବାଧ୍ୟରେ ଶୋଇଗଲି ଯେ ତା ପରଦିନ ସକାଳୁ ନମ୍ରତାଙ୍କ ଫୋନରେ ନିଦ ଭାଙ୍ଗିଲା । ନମ୍ରତାଙ୍କ ସହ କିଛି ସମୟ କଥା ହେଇ ସାରିଲା ପରେ ଉଠି ବସିଲି ସେତେବେଳେ ସମୟ 7.30 । ସେତେବେଳେ ଟ୍ରେନ ରାଭେର ଷ୍ଟେସନରେ ପହଂଚିଥାଏ । ଆଉ ଶୁଭ୍ରାଂଶୁ ବାବୁ ଉଠିଲେ, ଆଉ Good Morning Masterji ବୋଲି କହିଲେ ଆଉ ହଠାତ ରିଟାୟାର ପୋଲିସ ଅଫିସର ବୋଲି କହିଲେ । ମୁଁ କିଛି ନ ବୁଝିଲା ଭଳି ଚାହିଁ ରହିଲି ସେ କହିଲେ ଆପଣ ଗତ କାଲି ପଚାରିଥିବା ପ୍ରଶ୍ନର ଉତ୍ତର... ମୁଁ ବି ଭୁଲି ଯାଇଥିଲି ଗତ କଲି କଣ ପଚାରିଥିଲି ଆଛା ସେ କଣ କରୁଥିଲେ ବୋଲି ? ସମୟ ବଢିବା ସହ ସେ ଲୋକ ମନେ ଶୁଭ୍ରାଂଶୁ ମହାପାତ୍ରଙ୍କ ବ୍ୟକ୍ତିତ୍ୱ ବେଶୀ ରହସ୍ୟ ମୟ ଲାଗୁଥିଲା । ଏହା ଭିତରେ ସେ ଆସି ମୋ ସିଟ ରେ ବସି ସାରିଥାନ୍ତି, ଆଉ କହିଲେ ବୁଝିଲେ ସୋମ୍ୟ ବାବୁ ମୁଁ କାଲି ଆପଣଙ୍କୁ ସ୍ବପ୍ନ ରେ ଦେଖିଲି । ମୋତେ ସ୍ବପ୍ନରେ ଦେଖିଲେ? ମୁଁ ଭାବୁଥିଲି ଏ ଲୋକର କିଛି ମସ୍ତିସ୍କ ବିକୃତି ନାହିଁ ତ? ସେ କହିଲେ ଆରେ ହଁ ମୁଁ ଦେଖିଲି ଯେ ଆପଣ ମଧ୍ୟ ସ୍ବପ୍ନ ଦେଖନ୍ତି । ଦୁହେଁ ହସି ଉଠିଲୁ ସେ କହିବା ଆରମ୍ଭ କଲେ କହିଲେ ସ୍ବପ୍ନ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ମୋ ଭଳି ପ୍ରାଣୀ ମାନେ ବଞ୍ଚନ୍ତି ସତରେ ଭାଇ କେତେ ବଦଳି ଗଲାଣି ଏ ଦୁନିଆ । ମୁଁ କହିଲି ହଁ ପରିବର୍ତ୍ତନ ବି ଆବଶ୍ୟକ ଆଉ ପରିବର୍ତ୍ତନ ସହ ଆମକୁ ମଧ୍ୟ ଆଗକୁ ବଢିବାକୁ ପଡିବ । ସେ କହିଲେ ମୋତେ କିନ୍ତୁ ଆପଣଙ୍କ ସମାଜର ଏ ପରିବର୍ତ୍ତନ ବହୁ ପଛରେ ଛାଡି ଦେଇଛି ଯୋଉଠି ସମୟ ମୋ ପାଇଁ ସ୍ଥାଣୁ ପାଲଟିଯାଇଛି । ଏଇ ଯୋଉ ରେଳ ଗାଡି ଦେଖୁଛନ୍ତି ଦାସ ବାବୁ, ତାକୁ ଯେମିତି ଯାତ୍ରୀ ମାନଙ୍କ ଭାବାବେଗ ସହ କିଛି ସମ୍ବନ୍ଧ ନାହିଁ ଖାଲି ଅଛି ଯାହା ଗନ୍ତବ୍ୟ ସ୍ଥଳରେ ପହଂଚାଇବା କଥା ଠିକ ସେମିତି ଜୀବନକୁ ନେଇ ମୃତ୍ୟୁ ପାଖେ ପହଞ୍ଚାଇ ଦେଲେ ମୋର କାମ ଶେଷ ହେବ ବାସ, ମୁଁ କହି ଉଠିଲି ମୃତ୍ୟୁ ତ ନିଶ୍ଚିତ କିନ୍ତୁ ଜୀବନର ଲକ୍ଷ୍ୟ ମୃତ୍ୟୁ ନୁହେଁ । ସେଇଠୁ ସେ କହିଲେ ଜୀବନକୁ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇବାର ସ୍ବପ୍ନ ଦିନେ ମୁଁ ବି ଦେଖିଥିଲି ସୋମ୍ୟରଞ୍ଜନ ବାବୁ ଦିନେ ଏମିତି ଏକ ଟ୍ରେନରେ ବସି ଯୋଉଠି ମୋର ଦେଖା ହେଇଥିଲା ଅଳକାନନ୍ଦା ସହ । ସେଇଠୁ ମୁଁ ପଚାରିଲି ଅଳକାନନ୍ଦା ! ସେ କିଏ?  ସେ କହିଲେ, ସେ ଯେ କି ଦିନେ ମୋର ବଂଚିବାର କାରଣ ଥିଲା ଆଉ ଆଜି ଯାହାର ସ୍ମୃତିକୁ ନେଇ ବଂଚିଛି । ସେ ମୋର ବାଲ୍ୟ ବାନ୍ଧବୀ ଥିଲା କ୍ରମେ ସ୍କୁଲ ସାରି ଆମେ ଦୁହେଁ ପଞ୍ଜାବ ଇଉନିଭରସିଟି ଆସିଲୁ । ହଷ୍ଟେଲରେ ରହି ପାଠ ପଢ଼ୁଥିଲୁ । ଘରକୁ ଯିବାକୁ ହେଲେ ଟ୍ରେନ ରେ ଯିବାକୁ ପଡେ ଏମିତି ଦିନେ ଟ୍ରେନରେ ସାଙ୍ଗ ହେଇ ଗଲାବେଳେ ମୁଁ ତାକୁ ମୋର ମନ କଥା କହିଦେଇଥିଲି ଯାହା ଅନେକ ଦିନରୁ କହି ନଥିଲି ଆଉ ଅଳକାନନ୍ଦା କହିଲା ଏଇ କଥା ଶୁଣିବାକୁ ତ ମୁଁ ବହୁତ ଦିନରୁ ଅପେକ୍ଷା କରିଥିଲି । ତାପରେ ପ୍ରେମ ପକ୍ଷୀ ପରି ଆମେ ଉଡି ବୁଲିଲୁ । ମୋତେ ଲାଗୁଥିଲା କିଏ ଯେମିତି ହଜାରେ ଫଗୁଣ ଆଣି ଅଜାଡି ଦେଇଛି ଆମ ଉପରେ । ସେତେବେଳର ରକ୍ଷଣଶିଳ ସମାଜ ପୁଅ ଝିଅ ମାନଙ୍କ ସମ୍ପର୍କକୁ ସହ୍ୟ କରିପାରୁ ନଥିଲା । ସୋମ୍ୟ ବାବୁ ଚାହା ପିଇବେ? ମୁଁ ପ୍ରକୃସ୍ଥିତ ହେଲି ମୁଁ ତାଙ୍କ କାହାଣୀ ଭିତରେ ହଜି ଯାଇଥିଲି ତେବେ ଦୁହେଁ ଚାହା ପିଇଲୁ । ଏତିକି ବେଳେ ମୋ ଧର୍ମପତ୍ନୀ ନମ୍ରତାଙ୍କ ଫୋନ ଆସିଲା । ମୁଁ କହିଲି ଧର୍ମ ପତ୍ନୀଙ୍କ ଫୋନ, ଗୋଟେ ମିନିଟ କହି ଫୋନ ଉଠେଇଲି ସେପଟୁ ନମ୍ରତା କହୁଥାନ୍ତି ଟ୍ରେନ କେତେ ଦୂର ପହଂଚିଲା । କିଛି ଖାଇଲ କି ନାହିଁ । ମୁଁ ଯଥା ସମ୍ଭବ ହଁ ଆଉ ନାଁ ରେ ଉତ୍ତର ଦେଇ ଫୋନ କାଟିଲି । ଶୁଭ୍ରାଂଶୁ ବାବୁଙ୍କ ପାଖକୁ ଫେରିଲି ସେ ଗମ୍ଭୀର ଭାବେ ବସି ରହିଥିଲେ ଆଉ ସେଇଠୁ କଣ ହେଲା ବୋଲି ପଚାରିଲି ସେ କହିଲେ ଆରେ ବାଃ ଆପଣଙ୍କର ତ ବହୁତ ଇଂଟରେଷ୍ଟ ଏସବୁ ବିଷୟରେରେ ଛିଗୁଲାଇଲା ଭଳି ଶୁଭ୍ରାଂଶୁ କହିଲେ ଏବଂ ତା ପରେ ପୁଣି ଆରମ୍ଭ କଲେ, କହିଲେ କଲେଜରେ ଆମକୁ ନେଇ ବହୁତ ଚର୍ଚ୍ଚା ହେଉଥିଲେ ବି ମୁଁ ସେସବୁ କୁ ଭୃକ୍ଷେପ କରୁନଥିଲି । ଏମିତି କିଛି ଦିନ ପରେ ଅଳକାନନ୍ଦାର ଘରେ ଏ ବିଷୟରେ ଜାଣିବାକୁ ପାଇଲେ । ଅଳକା ଏକ ସଂଭ୍ରାନ୍ତ ବ୍ରାହ୍ମଣ ପରିବାର । ଜଣେ ସମାଜସେବୀ ହିସାବରେ ବହୁତ ନାଁ ଥିଲା । ତା ବାପା ଜନାର୍ଦନ ବାବୁଙ୍କର ସେ ଅଳକାକୁ ମୋ ସହ ମିଶିବାକୁ ସିଧା ସିଧା ମନା କରିଦେଲେ । ଅଳକାର ଗ୍ରାଜୁଏସନ ସରିଲା ଯେବେ ସେ ଘରକୁ ଚାଲିଗଲା ମୋ ସହ ଆଉ ଦେଖା ହେଲାନି ।


ଦିନେ ଅଳକା ହଠାତ ଆସି ଆମ ଘରେ ପହଁଚିଲା ଏବଂ ମୋତେ କହିଲା ମୋତେ ନେଇ କୁଆଡେ ଚାଲିଯାଅ । ମୁଁ ତୁମ ବିନା ଆଉ କାହାକୁ ବିବାହ କରିପାରିବିନି କିନ୍ତୁ ମୁଁ ସେତେବେଳେ କିଛି ଚାକିରୀ କରି ନଥାଏ । ଆଉ ମୋ ବାପା, ମା ବି ଅଳକାକୁ ବୋହୁ କରିବାକୁ ରାଜି ନଥିଲେ କାରଣ ଜାତି ପ୍ରଥା ଗୋଟିଏ ପ୍ରାଚୀର ହୋଇ ଠିଆ ହୋଇଥିଲା ଆମ ମଝିରେ । ସତ କହିବାକୁ ଗଲେ ସମାଜ ଆଉ ପରିବାର ବିରୋଧରେ ଯାଇ ଅଳକାକୁ ବିବାହ କରିବା ପାଇଁ ମୁଁ ମଧ୍ୟ ସମର୍ଥ ନଥିଲି । ଅଳକାର ବାପା ଜଣେ ସମାଜ ସେବୀ ଆଉ ନାରୀ ସ୍ୱାଧୀନତା ବିଷୟରେ ବହୁତ କଥା ତାଙ୍କର ଶୁଣିଥିଲି ତେଣୁ ମୁଁ ଭାବିଲି ସେ ହିଁ ମୋ କଥା ବୁଝି ପାରିବେ ।ଅଳକାକୁ ନେଇ ମୁଁ ତାଙ୍କ ଘରେ ପହଂଚିଲି । ତା ବାପାଙ୍କ ସହ କଥା ହେବାକୁ ଚାହିଁଲି କିନ୍ତୁ ପ୍ରତିବଦଳରେ ମୋତେ ମିଳିଥିଲା ମାଡ଼ ଏବଂ ଯନ୍ତ୍ରଣା । ମୁଁ ଏତେ ଗୁରୁତର ହେଇଯାଇଥିଲି ଯେ ପ୍ରାୟ 10 ଦିନ ମେଡିକାଲରେ ରହିବା ପରେ ଘରକୁ ଫେରିଥିଲି । ତାପରେ ଜାଣିଲି ଯେ ମୋ ପରିବାରକୁ ସେ ଗାଁ ରୁ ତଡି ଦିଆଯାଇଛି, କାରଣ ଜନାର୍ଦନ ବାବୁ ରାଜନୀତିରେ ସକ୍ରିୟ ମଧ୍ୟ ଥିଲେ ଆଉ ମୋର ବୁଝିବା ବାକି ନଥିଲା ଯେ ଏଇଟା ତାଙ୍କ ରି କାମ ତେଣୁ ମୁଁ ଚାଲି ଆସିଲି ପଟିଆଲା ଯୋଉଠି ମୋ ବାପା ଆଉ ମା ରହୁଥିଲେ । ତଥାପି ମୁଁ ଅଳକା କୁଭୁଲିପାରି ନଥାଏ। ଅଳକା ସହ ଆଉ କିଛି ଯୋଗାଯୋଗ ହେଇପାରିଲାନି । ତାପରେ ପରେ ପୋଲିସ sub inspector ଭାବେ ଜଏନ କଲି ଭୁବନେଶ୍ୱରରେ । ତାପରେ ଚାକିରୀରେ ବ୍ୟସ୍ତ ରହିଲି କିନ୍ତୁ ତଥାପି ଅଳକା ମୋ ଭାବନା ପରିସରକୁ ଆସି ମୋ ନୀରବତାକୁ ଭଙ୍ଗ କରୁଥିଲା । ବିବାହ ପାଇଁ ବହୁ ପ୍ରସ୍ତାବ ଆସିଲେ ମଧ୍ୟ ବିବାହ କରିବାକୁ ଇଛା ନଥିଲା ମୋର, ତେବେ ବାପା ମା ବନ୍ଧୁ ବାନ୍ଧବ ସମସ୍ତେ ବୁଝେଇବାକୁ ଚେଷ୍ଟା କରି ବିଫଳ ହେଲେ । ଶୁଭ୍ରାଂଶୁ ବାବୁ ଆପଣ ବିବାହ କରିନାହାନ୍ତି? ମୁଁ ପଚାରିଲି ସେ କହିଲେ ସେକଥା ଛାଡ଼ନ୍ତୁ ଆପଣଙ୍କ କଥା କଣ କୁହନ୍ତୁ । ମୁଁ କହିଲି ମୋର ଆଉ କଥା କଣ ଜଣେ ସାଧାରଣ ମଣିଷର ଯାହା ଜୀବନ । ପୁଅ ପାଖକୁ ଦିଲ୍ଲୀ ଆସିଥିଲି ଏବେ ଫେରୁଛି । ମୁଁ ମୋ ପତ୍ନୀ ନମ୍ରତା ସହ ଅମୃତସରରେ ରୁହେ । ଆଉ ଆପଣ? ସେ କହିଲେ ଚାକିରୀରୁ ଅବସର ପରେ ଏବେ ଏବେ ଆସି ମୋ ଘର ପଟିଆଲାରେ ରହୁଛି । ପଟିଆଲା ତ ଆଉ ଅଳ୍ପ ସମୟ ପରେ ଆସିବ ସେଇଠୁ ମୁଁ ତାଙ୍କୁ ତାଙ୍କ ଫୋନ ନମ୍ବର ମାଗିଲି ସେ କହିଲେ ଆପଣଙ୍କ ନମ୍ବର ଦିଅନ୍ତୁ ମୁଁ ଆପଣଙ୍କୁ ଫୋନ କରିବି । ଏହା କହି ସେ ମୋ ନମ୍ବର ନେଇଗଲେ ଏବଂ ପଟିଆଲା ଷ୍ଟେସନରେ ଚୁପ ଚାପ ଓଲ୍ହାଇ ଚାଲିଗଲେ ଏବଂ ମୁଁ ମଧ୍ୟ ମୋ ଷ୍ଟେସନରେ ଓଲ୍ହାଇ ଚାଲିଗଲି । ମୁଁ ଭାବିଥିଲି ସେ ମୋତେ କଲ କରି ତାଙ୍କ ନମ୍ବର ଦେବେ ବୋଲି ଭାବୁଥିଲି କିନ୍ତୁ ସେମିତି କିଛି ହେଲାନି, ଆଉ ଘରକୁ ଫେରି ନମ୍ରତାଙ୍କୁ ମୋର ଟ୍ରେନରେ ହେଇଥିବା ବନ୍ଧୁଙ୍କ କଥା କହିଲି । ସେ ସବୁ ଶୁଣିଲେ କିନ୍ତୁ କିଛି ପ୍ରତିକ୍ରିୟା ଦେଲେନି ଖାଲି ଏତିକି କହିଲେ ଯେ ସମସ୍ତଙ୍କ ଜୀବନରେ ଏମିତି କିଛି ଅଧା ଲେଖା କାହାଣୀ ଥାଏ । ପୁଣି ଜୀବନ ଯଥା ରୀତିରେ ଚାଲିଲା । ମୁଁ କଲେଜର କ୍ଲାସ ନିଏ । ତଳ ଘରୁ କିଛି ଭଡା ମିଳେ ଏବଂ ଆମେ ସ୍ୱାମୀ ସ୍ତ୍ରୀ ଚାଲିଯାଉ। ଆଉ ପୁଅ ବି ବର୍ଷରେ ଥରେ ଦୁଇଥର ଆସେ ।


ଏମିତି ଦୁଇ ବର୍ଷ ବିତିଗଲା ହଠାତ ଦିନେ ଗୋଟେ ଅଜଣା ନମ୍ବରରୁ ମୋ ପାଖକୁ କଲ ଆସିଲା ଆଉ ସେ ଶୁଭ୍ରାଂଶୁ ବାବୁଙ୍କର ପୁଅ ବୋଲି କହିଲା ଆଉ ବାପା ଆପଣଙ୍କୁ ଭେଟିବାକୁ ଚାଁହୁଛନ୍ତି ବୋଲି କହିଲା ଏବଂ ଶୀଘ୍ର ଆସିବାକୁ ଅନୁରୋଧ କଲା । ତେଣୁ ମୁଁ ବାହାରିଲି ପଟିଆଲା ଅଭିମୁଖେ । ନମ୍ରତାକୁ କହି ଦେଇଗଲି ଯେ ଜଣେ ବନ୍ଧୁଙ୍କୁ ଦେଖାକରିବାକୁ ଯାଉଛି । ତେବେ ସେ ଦେଇଥିବା ଠିକଣାରେ ଯାଇ ପହଂଚିଲି ଦେଖିଲି ସାଧାରଣ ଘର । ଫୁଲ ବଗିଚା ଶାନ୍ତ ପରିବେଶ ବହୁତ ସୁନ୍ଦର ଲାଗୁଥିଲା । ତେବେ ଭିତରକୁ ଯାଇ ଦେଖିଲି ଶୁଭ୍ରାଂଶୁ ବାବୁ ବହୁତ ଅସୁସ୍ଥ ଅଛନ୍ତି ଶୋଇଥିଲେ ମୁଁ ଆସିବା ଦେଖି ଖୁସି ହେଇଗଲେ ଆରେ ସୋମ୍ୟ ବାବୁ ଆସନ୍ତୁ ଆସନ୍ତୁ ବସନ୍ତୁ । ପାଖରେ ଡ଼କ୍ଟର ବସିଥିଲେ, ଶୁଭ୍ରାଂଶୁ ବାବୁ କହିଲେ ମୁଁ ତ ଆପଣଙ୍କୁ ହିଁ ଅପେକ୍ଷା କରିଥିଲି । ମୁଁ କହିଲି ଆପଣଙ୍କର ଏ ଅବସ୍ଥା... ସେ କହିଲେ ସେ କିଛି ନାହିଁ । ଏହା ତ ସମୟର ଚକ୍ର । ଡ଼କ୍ଟର ମୋତେ ବାହାରକୁ ଆସିବାକୁ କହିଲେ ଆଉ କହିଲେ ଆପଣ ଜାଣନ୍ତି ତାଙ୍କୁ ବ୍ଲଡ଼ କ୍ୟାନ୍ସର last stage । ମୁଁ ଦେଖୁଥିଲି ତାଙ୍କ ମୁହଁରେ ଜ୍ୟୋତି ଟିକେ ବି ମଳିନ ପଡିନି ତେଣୁ ଡ଼କ୍ଟର କହିଲେ ସେ ଟିକେ ରେଷ୍ଟ ନିଅନ୍ତୁ ଆପଣ ପରେ କଥା ହେବେ । ଆଉ ଏଇ ଡାଏରୀଟା ଆପଣଙ୍କୁ ଦେବାକୁ କହିଥିଲେ ଆଉ ଏଇ ଯୋଉ ପିଲାଟା ଆପଣଙ୍କୁ ଫୋନ କଲା ସେ ତାଙ୍କର ପୋଷ୍ୟ ପୁତ୍ର । ମୁଁ ଘର ବୁଲିକି ଦେଖୁଥିଲି ଆଉ ଏହା ଜାଣିପାରିଲି ଯେ ସେ ଲେଖା ଲେଖି ବି କରନ୍ତି ଆଉ ଚିତ୍ର ବି ଆଙ୍କନ୍ତି । ଏମିତି ଦେଖୁ ଦେଖୁ ଗୋଟେ ଚିତ୍ର ପାଖରେ ମୋ ଆଖି ଅଟକିଗଲା । ମୋତେ ଲାଗିଲା ଯେମିତି କାହାର ଅବିକଳ ମୂର୍ତ୍ତିଟିଏ ପ୍ରାଣ ପାଇଯାଇଛି । ଭଲରେ ଦେଖିଲି ମୋତେ ସେ ଚିତ୍ର ବହୁତ ଚିହ୍ନା ଚିହ୍ନା ଲାଗିଲା । ଆରେ ଏ ତ ନମ୍ରତା ! ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲି କିନ୍ତୁ ସେ ମୋତେ ତାଙ୍କ ପ୍ରେମିକାର ନାମ ଅଳକାନନ୍ଦା ବୋଲି ମୋତେ କାହିଁକି କହିଥିଲେ । ତା ପରେ ଆହୁରି ବହୁତ ଚିତ୍ର ନମ୍ରତାଙ୍କର ଦେଖିଲି । ତେବେ ଡାଏରୀ ଖୋଲିଲି ଆଉ ସେଥିରୁ ଯାହା ପଢ଼ିଲି ପୃଥିବୀର ଆବର୍ତ୍ତନ ଅଟକି ଗଲା ଭଳି ଲାଗିଲା । ସେଥିରେ ନମ୍ରତା ବିଷୟରେ ସବୁବେଳେ ସେଇଆ ଲେଖା ହେଇଥିଲା ଯାହା ସେ ଅଳକା ବିଷୟରେ କହିଥିଲେ ଆଉ ଏକଥା ବି ଲେଖା ଯାଇଥିଲା ଯେ ନମ୍ରତାଙ୍କ ଫୋନ ଆସିଲା ବେଳେ ମୋତେ ଫୋନ display ରେ ତାଙ୍କ ଫୋଟ ଦେଖି ତାଙ୍କର ଆଉ ଜାଣିବା ବାକି ନଥିଲା ଯେ ମୁଁ ହେଉଛି ନମ୍ରତାର ସ୍ୱାମୀ ବୋଲି |ସେଇ ଦିନ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା ଶୁଭ୍ରାଂଶୁ ମହାପାତ୍ରଙ୍କର । ଶୋକ ସନ୍ତପ୍ତ ନେତ୍ରରେ ମୁଁ ତାଙ୍କ ଚିତାଗ୍ନିକୁ ଦେଖୁଥିଲି ଆଉ ପ୍ରଣାମ କରୁଥିଲି ଏଭଳି ଜଣେ ପ୍ରେମର ମହାନ ପୂଜାରୀଙ୍କୁ |ଘରକୁ ଫେରି ଆସିଲି ଆଉ ନମ୍ରତାଙ୍କୁ କିଛି ଜଣାଇଲି ନାହିଁ ଯାହା ଶୁଭ୍ରାଂଶୁ ବାବୁଙ୍କ ସର୍ତ୍ତ ଥିଲା ।


 ଆଜି ଅନେକ ଦିନ ପରେ ଯେତେବେଳେ ଆଉ ନମ୍ରତା ବି ଦୁନିଆରେ ନାହାନ୍ତି, ତେବେ ଶୁଭ୍ରାଂଶୁଙ୍କ ଏ ଡାଏରୀ ମୋ ପାଖେ ଅଛି ତେଣୁ ତାକୁ ଏକ କାହାଣୀର ରୂପ ଦେବାକୁ ମୋ ମନ ଏବଂ ହୃଦୟ ବାଧ୍ୟ କଲା |

(ଏଠାରେ ସମସ୍ତ ଚରିତ୍ର କାଳ୍ପନିକ, ଯଦି କେଉଁ ଜୀବିତ ଅଥବା ମୃତ ବ୍ୟକ୍ତିଙ୍କ ସହ କିଛି ସାମଞ୍ଜସ୍ୟ ଥାଏ ତେବେ ତାହା ଏକା ସଂଯୋଗ ମାତ୍ର )



Rate this content
Log in

More oriya story from Kartika chandra Tripathy

Similar oriya story from Romance