Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Tragedy Inspirational

3.5  

Anita Jena

Tragedy Inspirational

ଅଯୋଗ୍ୟ

ଅଯୋଗ୍ୟ

2 mins
141



 ସକାଳୁ ସକାଳୁ ସେଦିନ ପାତ୍ର ବାବୁ ଙ୍କ ଘରୁ ଭାରି ଜୋରରେ ପାଟି ତୁଣ୍ଡ ଶୁଭିଲା । ମୋ ନିଦ ଚାଏଁ କି ନା ଭାଙ୍ଗି ଗଲା ଆଉ ମୁଁ ଘଟଣା କଣ ବୋଲି ଦେଖିବାକୁ ଝରକା ପାଖକୁ ଗଲି । ହେଲେ ତାଙ୍କ ଘର ଭିତରେ ହିଁ ଝଗଡ଼ା ଚାଲିଥିଲା ଆଉ ମୁଁ ସେଥିରେ ଧ୍ୟାନ ନ ଦେଇ ଫ୍ରେସ୍ ହେଇ ଆସି ବସିଲି ରୁମ୍ ରେ ।ହେଲେ ସବୁ କଥା ଶୁଣା ଯାଉଥାଏ ରୁମ୍ କୁ ତାଙ୍କ ଘରୁ ।


 ତାଙ୍କ କଥା ରୁ ଯାହା ଶୁଣିଲି ପାତ୍ର ବାବୁ ଙ୍କ ପତ୍ନୀ ତାଙ୍କ ପୁଅ କୁ କହୁଥାନ୍ତି - ହେଇ ରେ ସ୍ତ୍ରୀ ବୋଲକରା ତତେ ଟିକେ ଖରାପ୍ ଲାଗୁନି ଶଶୁର ଘର ଲୋକ ଙ୍କୁ ନେଇ ଏଠି କି ଚାଲି ଆସିଛୁ ତୋ ଭାଗ ସମ୍ପତି ମାଗିବାକୁ । କୋଉ ମୁହଁ ରେ ଆସିଛୁ ଏ ଘରକୁ ? ପୁଣି ଉପହାର ବାକ୍ସ ନେଇ କି ଆସିଛୁ ମୋ ପାଇଁ ? କିଏ ରେ ମୁଁ ତୋର ? କି ସମ୍ପର୍କ ତୋର ମୋ ସାଙ୍ଗ ରେ ? ବାପା ମଲା ବେଳେ ମୁଁହ ରେ ନିଆଁ ବି ଦବାକୁ ଆସିଲୁ ନାହିଁ ,କଣ କହିଲୁ ନା ତୋ ଶଳା ର ବାହାଘର ରେ ଅଛୁ । ଛିଃ ତତେ ଲାଜ ସରମ କିଛି ନାହିଁ, କେମିତି କା ପୁଅ ରେ ତୁ ? ଯିଏ ବାପା ମା ଙ୍କ ର ହେଲା ନାହିଁ ସେ ପୁଅ ମୁଁ ନର୍କ ରେ ବି ଜାଗା ମିଳିବ ନାହିଁ । ସ୍ତ୍ରୀ କଥା ରେ ପଡି ବାହାଘର ପରେ ପରେ ଅଲଗା ହେଇଗଲୁ, ସେଥିରେ ବି ମନ ଶାନ୍ତି ହେଲା ନାହିଁ ଯେ ସ୍ତ୍ରୀ କୁ ନେଇ ଶଶୁର ଘରେ ରହିଲୁ । ଏ ବୁଢା ବାପା ମା ବଞ୍ଚିଲେ କି ମଲେ ଦିନେ ବି ଆସିଲୁ ନାହିଁ କି ଫୋନ୍ ଟିକେ କଲୁ ନାହିଁ । ବାପା ଦେହ ଖରାପ୍ ହେଲା ଶହେ ଥର ଫୋନ୍ କଲି, ହେଲେ ଟିକେ ବି ତୋ ମନ ହେଲା ନାହିଁ ତୋ ବାପା କୁ ଦେଖିବାକୁ ।


ମୋ ପୁଅ ମୋ ପୁଅ ବୋଲି ଗୁଣୁଗୁଣୁ ହେଇ ଶେଷ ରେ ସେ ବି ଚାଲିଗଲେ । ତୋ ବାପା ମା ତୋର କିଛି ହେଲେ ନାହିଁ ହେଲେ ତୋ ସ୍ତ୍ରୀ, ତୋ ଶଶୁର ଘର ସବୁ କିଛି ତୋ ପାଇଁ ନା ! ତାଙ୍କୁ ଦୋଷ ଦେଇ ଲାଭ କଣ? ସେ ତ ପର ଝିଅ ହେଲେ ତୁ ! ତୁ ତ ଆମ ପୁଅ ,ଆମ ରକତ ର ତା ପରେ ବି ତୁ ଏତେ ହୃଦୟହୀନ ହେଇ ପାରିଲୁ। ଆଉ ଏବେ ମୋ ପାଇଁ କିଛି ଉପହାର ବାକ୍ସ ନେଇ ଆସି କହୁଛୁ କଣ ନା ସବୁ ସମ୍ପତି ତୋ ନାଁରେ ଲେଖି ଦେବି । ବାହାରି ଯା , ବାହାରି ଯା ଏଠୁ । ତୋ ମୁହଁକୁ ଦେଖିବା ପାଇଁ ବି ଇଛା ନାହିଁ ମୋର । ମୋର ସାହି ଭାଇ ଅଛନ୍ତି ମଲେ ମୋର କର୍ମ କରିଦେବେ । ତୋ ଭଳି ଅଯୋଗ୍ୟ ପୁଅ କେବେ କାହା କୋଳ କୁ ନ ଆସନ୍ତୁ ଠାକୁର ଙ୍କୁ ଏତିକି ଗୁହାରି କରୁଛି । ଚାଲି ଯା ଏବେ ତୁ ଏଠୁ । 


  ସବୁ ଶୁଣି ମତେ ଭାରି ଦୁଃଖ ଲାଗୁଥାଏ ପାତ୍ର ବାବୁ ଙ୍କ ପାଇଁ । ସତରେ କେଡେ ହୃଦୟ ହୀନ ପୁଅ ଜନ୍ମ କରିଥିଲେ ମଲା ବେଳେ ବି ପାଖରେ ଟିକେ ଠିଆ ହେଲା ନାହିଁ ଆଉ ଆଜି ମା ପାଇଁ କିଛି ଉପହାର ବାକ୍ସ ଆଣି କହୁଛି ସବୁ ସମ୍ପତି ମୋ ନାଁ ରେ ଲେଖି ଦେ । ବାପା ମା ଠୁ କଣ ଏତେ ମୂଲ୍ୟବାନ ଏ ସମ୍ପତି ଗୁଡା ? ସତରେ ପାତ୍ର ବାବୁ ଙ୍କ ପୁଅ ଭଳି ଅନେକ ଅଯୋଗ୍ୟ ପୁଅ ଅଛନ୍ତି ଏ ଦୁନିଆ ରେ । ନିଜ ଖୁସି ଆଉ ଟଙ୍କା ପାଇଁ ନିଜ ଜନ୍ମ କଲା ବାପା ମା କୁ ବି ଭୁଲି ଯାନ୍ତି ।




Rate this content
Log in

More oriya story from Anita Jena

Similar oriya story from Tragedy