STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ତପସ୍ୱିନୀ

ତପସ୍ୱିନୀ

3 mins
515

ବହୁ ବର୍ଷ ପରେ, ସେଦିନ ଅଟୋରେ ବସି ପଡି ଆଉ କିଏ ସବୁ ବସିଛନ୍ତି ,ସହଯାତ୍ରୀ ଚାହିଁଲା ବେଳକୁ ,ସବୁ କବି ,ଗାଳ୍ପିକ ,ଔପନ୍ୟାସିକ ,ପ୍ରାବନ୍ଧିକ ଓ ବିଶିଷ୍ଟ ସାହିତ୍ୟିକ ତଥା ଜନନାୟକ ମାନେ ଥିଲେ ,ସମସ୍ତେ ପ୍ରାୟେ ବହୁବର୍ଷ ପରେ ଅଟୋରେ ବସିବା ମଜ୍ଜା ନେବା ସହ ,କାର ଅପେକ୍ଷା ଏଥିରେ ବସିଲେ ଖୋଲା ପବନ ପାଇପାରିବା ସହ ,ଦୁଇ ପଟକୁ ଠିକ ଠାକ ଦେଖିହେଉଛି ଓ ଆରାମ ଲାଗୁଛି କହୁଥିଲେ ,ପୁଣି କଥାବାର୍ତ୍ତା ଛଳରେ କହୁଥିଲେ କି ,ଏମିତି ସମସ୍ତେ ମିଶିକି ସାହିତ୍ୟ ଆସରରେ ଯିବାରେ ଗୋଟେ ଅଲଗା ଆନନ୍ଦ ବି ଅଛି l ମୋର ମନେ ପଡୁଥିଲା ,ଅଭିଭକ୍ତ ପୁରୀ ଜିଲ୍ଲାର ବାଣପୁରରେ ବାପାଙ୍କ ଚାକିରୀ କାଳ ଭିତରେ ଆମେ ଯେବେ ନିଜ ଘର ପୁରୀ ସହରକୁ ଆସୁ ,ଭାୟା ବାଲୁଙ୍ଗା ଦେଇ ଆସୁ ,ବାଲୁଙ୍ଗା ଯାଏଁ ଅଟୋରେ ଆସି ,ପୁରୀ ବସ ଧରୁ ,ସେମିତି ,ଫେରିଲାବେଳେ,ପୁରୀରୁ ବାଳୁଙ୍ଗା ଯାଏଁ ଆସି ,ବାଣପୁର ବ୍ଲକ କଲୋନୀ ଯାଏଁ ଅଟୋରେ ହିଁ ଯାଇଥାଉ ,ବୋଉର ଯିବା ଆସିବା ସମୟରେ ବାନ୍ତି ହୁଏ ବୋଲି ସେ ବେଳେବେଳେ କୁହେ ,ଏଇ ଅଟୋରେ ,ପୁରୀ ଯାଏଁ ଗଲେ ଭଲ ହୁଅନ୍ତା ,ବସ କିମ୍ବା କାର ଅପେକ୍ଷା ଅଟୋରେ ତାକୁ ଆରାମ ଲାଗେ ବାନ୍ତି ହୁଏନାହିଁ ,ଆଉ ମୋର ବି ସେହି ଦଶା ,ମୁଁ ବି ଯେବେ ବ୍ରହ୍ମପୁର ହଷ୍ଟେଲକୁ ଯାଏ ବାପାଙ୍କ ସହ,ମୁଁ ବି ଜିଦ କରେ ଅଟୋରେ ଯିବା ପାଇଁ ,ଆଉ ହଷ୍ଟେଲ ରେ ପହଁଚିଲା ପରେ ,ଗୋଟେ ଗୋଟେ ସାଙ୍ଗ ଭାରି ଚିଡ଼ାନ୍ତି ତ ମୁଁ କୁହେ ତୁମର ଯେବେ ବାନ୍ତି ହୁଅନ୍ତା ,ବୁଝନ୍ତ,ଅଟୋ କେତେ ନିରାପଦ ,ତ ସେମାନେ ବି ଥରେ ଥରେ ମୋ ସହ ଅଟୋରେ ଆସନ୍ତି ଆମ କ୍ବାଟରକୁ ,ମାଆ ଭଗବତୀ ,ମାଆ ସନ୍ତୋଷୀ ଓ ପ୍ରଭୁ ବ୍ରହ୍ମେଶ୍ଵରଙ୍କୁ ଦର୍ଶନ କରି ,କେବେ କେବେ ବାଳୁଙ୍ଗାରୁ ଚିଲିକା ଯାଇ,ମାଆ କାଳିଜାଇ ଦର୍ଶନ ସହ ଲଞ୍ଚରେ ବସିବା ମଜ୍ଜା ନେଇ ପୁଣି ସାଙ୍ଗ ହୋଇ ସେହି ଅଟୋରେ ହିଁ ଫେରିଯାଉ ହଷ୍ଟେଲକୁ ,ଆଉ ହଷ୍ଟେଲ ଥିଲା ବେଳେ ,ସାଙ୍ଗମାନଙ୍କ ଭିତରେ ଅନେକ ଆଲୋଚନା ଭିତରେ ଯେବେ କୋଉ ନାରୀ ତୋର ଆଦର୍ଶ ବୋଲି ମତେ କିଏ ପଚାରେ ତ ମୋର କେବଳ ଗୋଟିଏ ଉତ୍ତର ,ଗାନ୍ଧିଜୀଙ୍କ ଧର୍ମପତ୍ନୀ କସ୍ତୁରବା ,ତ ସେମାନେ ହାଲୁକା ଭାଵେ କୁହନ୍ତି ,ତୋ ନାମ ସହ ସାମଞ୍ଜସ୍ୟ ଥିବାରୁ କି ,ତ ମୁଁ ହସିଦିଏ , ମୋ ପିଲାଦିନ କଥା ଭାବୁ ଭାବୁ ,କେହି ଜଣେ ମତେ ହଲାଇ ଦେଇ ପଚାରୁଥିଲେ ,ତୁମେ ,ଏ ଭିତରେ ଏତେ ବଡ଼ ହେଇଗଲଣି ଯେ ,ଆମ ସହ ସାହିତ୍ୟ ମଞ୍ଚରେ ଅତିଥି ହେବାର ଯୋଗ୍ୟତା ହାସଲ କରିସାରିଲଣି ,ବା ବା ,ରେବା ମହାନ୍ତି ,ବା ବା ,ଖୁବ ଭଲ କଥା ,ତ ମୁଁ ଚାହିଁଲି ବୁଲିପଡ଼ି ତାଙ୍କୁ ,ଯିଏ ସସ୍ନେହରେ ମୋ ମୁଣ୍ଡ ଆଉଁସି ଦେଉଥିଲେ l

    ସେ ଆଉ କେହି ନଥିଲେ ,ମୋ ଆଦର୍ଶର ନାରୀ କସ୍ତୁରବା ହିଁ ଥିଲେ ,ମୁଁ ଚମକି ପଡିଲି ,ମୁଣ୍ଡ ଲାଗାଇ ପ୍ରଣାମ କରି କୁଣ୍ଢେଇ ପକେଇଲି ତାଙ୍କୁ ,ସତରେ କେତେ ମହାନ ସେ ,ସ୍ୱାମୀ ସନ୍ତାନ ଓ ସଂସାର ଥାଇ ବି ସେ ତପସ୍ୱିନୀ ,ଦେଶ ପାଇଁ କି ଚରମ ତ୍ୟାଗ ଓ ପରମ ନିଷ୍ଠା ତାଙ୍କର ,ଫୋଟୋ ଟିଏ ତାଙ୍କ ସହ ଉଠେଇବାକୁ ଭାରି ଇଚ୍ଛା ହେଲା ତ ,ଆସର ପରେ ଗ୍ରୁପ ଫଟୋଟିଏ ଉଠେଇ ,ପୁଅ ପାଖକୁ ଛାଡ଼ିଦେଇ ,ପ୍ରିଣ୍ଟରରେ ପକାଇ କାଢି ଆଣିବୁ କହିଥିଲି ,ପୁଅ ବି ଆଣିଥିଲା ,ହେଲେ ଗ୍ରୁପ ଫୋଟୋରେ ମୋ ସହ ସମସ୍ତେ ଥିଲେ ବି କସ୍ତୁରବା ନଥିଲେ ବରଂ ଭୂତୁଣୀ ଭଳି ଜଣେ କିଏ ଠିଆ ହୋଇଥିଲେ ମୋ ପାଖରେ ,ତ ମୁଁ ଚିତ୍କାର କରୁଥିଲି ,କସ୍ତୁରବା କାହାନ୍ତି ?,ଆଉ ନିଦ ଭାଙ୍ଗିଯାଇଥିଲା ,ତ ଦେଖିଥିଲି ପୁଅ ମୋ ପାଖରେ ଠିଆ ହୋଇ କହୁଥିଲା କଣ ସ୍ବପ୍ନ ଦେଖିଲୁ କି ମା ,ଏଇ ନେ କସ୍ତୁରବାଙ୍କର ଗୋଟିଏ ଫୋଟୋ ବନ୍ଧେଇ କରି ତୋ ପାଇଁ ଆଣିଛି ,ତୋର ପରା ସେ ଆଦର୍ଶ ନାରୀ ,ସେଥିପାଇଁ ,ମୁଁ ଉଠିପଡ଼ି ମୋ ପୁଅ କୁ ବହୁତ ଆଶୀର୍ବାଦ ଦେଇ ଚାଲିଥିଲି ,ବହୁତ ଆୟୁଷ ଆଶିଷ ପାୟୀ ନିରୋଗୀ ରହି ଅନେଶତ ବର୍ଷ ଯାଏଁ ଏ ସଂସାର ରେ ଭଲମଣିଷ ହେଇଥା ଧନ ,ସେ ଆମାୟିକ ହସ ହସୁଥିଲା ସିନା ,ମୁଁ ଭୁଲି ପାରୁନଥିଲି ,ବହୁ ବର୍ଷ ପରେ ,ଦେଖିଥିବା ସ୍ବପ୍ନଟିକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action