STORYMIRROR

Kalpana Kumari Pradhan

Horror Others

4  

Kalpana Kumari Pradhan

Horror Others

ପିକ୍ ନିକ୍

ପିକ୍ ନିକ୍

2 mins
281

ରବିବାର ର ଏକ ଶୀତୁଆ ସକାଳ l ସକାଳୁ ସକାଳୁ କଲେଜ ପାଖରେ ଲାଗିଲା ବସ l ରମେଶ ସାର ଙ୍କ ସହ ଆମେ ସବୁ ଯୁକ୍ତ ତିନି କଳାର ଓଡିଆ ଅନର୍ସ ସବୁ ଛାତ୍ରଛାତ୍ରୀ ଚଢ଼ିଲୁ ବସରେ l ପିକନିକର ସବୁ ଦାୟିତ୍ୱ୍ୱ ନେଇଥିଲେ ରମେଶ ସାର l ସବୁରି ମନରେ ଖୁସିର ଅସରନ୍ତି ଲହରୀ l ପାଠ ପଢ଼ା ରୁ ଟିକେ ଫୁରସତ ନେଇ ମଜ୍ଜି ଯିବେ ସାଙ୍ଗ ସାଥୀ ମଜା ମଜଲିସରେ l

ବସ ଚାଲିଥିଲା କଳିଙ୍ଗା ଘାଟି ଅଭିମୁଖେ l ମନୋରଞ୍ଜନ, ଗୀତ, ନାଚ ରେ ଦୋହଲି ଉଠୁଥିଲା ବସଟି l ସାରବି ଯୋଗ ଦେଇଥିଲେ ଆମସହ ଅନ୍ତାକ୍ଷରୀରେ ଆମେ  ପୁଅ ହରେଇ ଥିଲୁ   ଝିଅ ଗୋଷ୍ଠୀ କୁ l  ଘାଟି ଚଢିବା   ଆରମ୍ଭ କଲା ବସ l ସମସ୍ତ ଙ୍କ ମନରେ କି ରୋମାଞ୍ଚ କହିଲେ ନ ସରେ l ଶେଷରେ ପହଁଚିଲୁ   ଗନ୍ତବ୍ୟ   ସ୍ଥଳ  ରେ l ସାର ପିଅନ ର ସହଯୋଗ ରେ ଆରମ୍ଭ କଲେ ରୋଷେଇ ଆମକୁନିର୍ଦ୍ଦେଶ ଦେଲେ  ପାଖା  ପାଖୀ ବୁଲିବାକୁ, କଡା ନିର୍ଦ୍ଦେଶ ଦେଇଥିଲେ ଦୂର କୁ ନଯିବା ପାଇଁ l ଫୋଟ ପାଇଁ ତ ଆଜିକାଲି ସମସ୍ତେ ପାଗଳ l  ଯିଏ  ଯେମିତ ପୋଜ ଦେଇ ଲାଗିଗଲେ ଫୋଟ ଉଠେଇ  ବାରେ ।                

  ସୋନୁ, ଲିପୁନ, ହରି ତିନିହେଁ ଘନିଷ୍ଠ ବନ୍ଧୁ l  ସେମାନେ ଥିଲେ ଟିକେ ଅଲଗା l ପ୍ରକୃତି ଏତେ ସୁନ୍ଦର କ୍ଷେତ୍ର  କୁ ଆସି ତାକୁ ଟିକେ ପାଖରୁ ଅନୁଭବ ନ କରି ଫେରି ବାକୁ ଚାହୁଁ ନ ଥିଲେ ସେମାନେ l ତେଣୁ କାହାକୁ ନଜଣେଇ କେମେରା  ଧରି ଚାଲିଲେ  ପାହାଡ଼ର ଶୀର୍ଷ ଦେଶ ପଥରେ l ହରି କିନ୍ତୁ ଆମକୁ ବାରଣ କରୁଥାଏ l  ପାହାଡିଆ ରାସ୍ତା ପାଦ ଠିକ ସେ ପଡ଼ୁ ନ ଥାଏ lସନ୍ତର୍ପଣ ସହ ଚଢୁଥାଉ l ମଝିରେ ମଝିରେ ପକ୍ଷୀ ମାନଙ୍କ ସ୍ୱର ପରିବେଶ କୁ ଆହୁରି ମନୋରମ କରୁଥାଏ l ଗୋଟେ ଜାଗା କୁ ଦେଖି କାହିଁକି କେଜାଣି ବହୁତଇଛା ହେଲା

ସେଠି ଗୋଟେ ଫୋଟ ପାଇଁ l କ୍ୟାମେରା ତ ହରି ଧରିଥାଏ

ସୋନୁ ଲିପୁନ ଗଲେ ଗୋଟିଏ ଶିଳା ନିକଟକୁ କ୍ୟାମେରା   

ଆଖି ପାଖକୁ ନେଇ ଫୋଟ ଉଠିଛିକିନାଇଁ ଖୁବ ଜୋର ଦୌଡ଼ି ଆସି  ହରି ଆମ ଦିହିଙ୍କ  ହାତ କୁ ଯୋଡି ବାନ୍ଧି ଦେଇଥିଲା ସେ ପିନ୍ଧି ଥିବା ହନୁମାନ ଲକେଟ ଟିକୁ  ଛିଣ୍ଡେଇ l ରକ୍ତ ବାନ୍ତି କରି ଭୂ ଲୁଣ୍ଠିତହୋଇଥିଲା ସେଏତେ  ଶୀଘ୍ର 

ଏତେ ସବୁ ଘଟି  ଗଲା କିଛି ବୁଝି ପାରିଲେନି ସେମାନେ l ଭୟ ରେ ଚିତ୍କାର କରିବାକୁ ଲାଗିଲେ ଦୁହେଁ l ଏପଟେ ସାର ବି ନପାଇ ସେମାନଙ୍କୁ ଖୋଜୁଥାନ୍ତି l ପାଟି ଶୁଣି ଦୌଡିଲେ ସେଠାକୁ l ଗଭୀର କ୍ଷତ ଦେଇଥିଲା ପିକନିକ ସୋନୁ ଆଉ ଲିପୁନ l ନିଜର ଅନ୍ତରଙ୍ଗ ବନ୍ଧୁ  ହରିକୁ ହରାଇ

 ଚତ୍ମତକୃତ ହୋଇଯାଇଥିଲେ ଉଭୟେ ଯେଉଁ ଦିନ ସେମାନେ ଉଠେଇ ଥିବା ଫୋଟ କପି ପାଇଲେ l ହୃଦୟ କୁ ଥରେଇ ଦେଲା ଭଳି ଦୃଶ୍ୟ ଥିଲା ଫୋଟରେ l ଏକ ସୁଦୀର୍ଘ କଳା ଛାଇ ହସ୍ତ ପ୍ରସାରି ଦଣ୍ଡାୟମାନ ତାଙ୍କ ପଛରେ l ସବୁକିଛି ବୁଝି ଖୁବ ଜୋର କାନ୍ଦିବାକୁ ଲାଗିଲେ ଦୁହେଁ l ସତରେ ସାଙ୍ଗ ପାଇଁ ଆଉ ଗୋଟିଏ ସାଙ୍ଗର ଏପରି ବଳିଦାନ   ଚିର ନମସ୍ୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror