Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lina Dhal

Inspirational

3  

Lina Dhal

Inspirational

ରେବତୀ

ରେବତୀ

4 mins
684


ଏୟାର୍‌ପୋର୍ଟ ଭିତରକୁ ପସୁପସୁ ଶୀଘ୍ର ସବୁ ତଥାକଥିତ ପ୍ରାରମ୍ଭିକ ଔପଚାରିକତା ଯାଞ୍ଚ କଲାପରେ ସିଧା ଦୌଡ଼ିଲା ଗେଟ୍ ନଂ 12 କୁ।ରେବୀ ର ସବୁ ବଳ ଯେମିତି କମ୍ ପଡିଯାଉଥିଲା ପହଞ୍ଚିବା ପାଇଁ। ଦୁଆର ମୁହଁରେ ଟିକେଟ୍ କୁ ଦେଖେଇ ସିଧା ବସିଗଲା ତା ସିଟ୍‌ରେ। କିଛି ଦେଖିବାକୁ କି କାହାକୁ ଅନେଇବାକୁ ତା ପାଖରେ ସମୟ ନାହିଁ। ସିଟ୍‌ରେ ବସିଲାପରେ ଗୋଟେ ଦିର୍ଘନିଃଶ୍ବାସ ମାରିଲା।

ଏୟାର୍ହୋସ୍ଟେସ୍ ଙ୍କୁ ପାଣି ମାଗି ପିଇବାପରେ ଗୋଟେ ବ୍ଲାକ୍ କଫି ମଗେଇଲା।ବ୍ଲାକ୍ କଫି ପିଇଲେ ତା ଦେହ ସହିତ ବିଚଳିତ ଥିବା ମନ ମଧ୍ୟ ଟିକେ ସମୟପାଇଁ ସ୍ଥିର ହୋଇଯାଏ। ତାକୁ ଟିକେ ଫ୍ରେସ୍ ଲାଗେ।

ସକାଳୁ ସେ ଏମିତି ଗୋଟେ ଭୟାନକ ଖବର ପାଇ ଶୀଘ୍ର ଶୀଘ୍ର ଚାଲିଆସିଛି ଭୂବନେଶ୍ବର ଯିବାପାଇଁ। ଲ୍ଯାପଟପ ଖୋଲି ଅଫିସ୍ କୁ ମେଲ୍ ପଠାଇଲା ଛୁଟି ନେବାପାଇଁ। ଦିଲ୍ଳୀରୁ ଭୂବନେଶ୍ବର ଦୁଇ ଘଣ୍ଟା ର ଯାତ୍ରା।କିନ୍ତୁ ଆଜି ତାକୁ ଭାରି ଅସ୍ଥିର ଲାଗୁଛି। ଯେମିତି ସମୟ ସରୁନି।ମାତ୍ର କୋଡିଏ ମିନିଟ ସରିଛି।ଚୁପ୍ ଚାପ୍ ଆଖି ବନ୍ଦକରି ଶୋଇବାକୁ ଚେଷ୍ଟା କଲା।କିନ୍ତୁ ହେଉଛି କେଉଁଠି? ବେଳେ ବେଳେ ଜୀବନରେ ଏମିତି ସମୟ ଆସେ ନିଦ ଲାଗୁଥିବ ଶୋଇହୁଏନି,ଭୋକ ଲାଗୁଥିବ ଖାଇହୁଏନି।ଅସ୍ଥିର ଓ କ୍ଳାନ୍ତ ମନ ଆଗରେ ନିରୁପାୟ ହେଇଯାଏ ଶରୀର।ସାଇଡ୍ ରେ ବସିଥିବା ଲୋକର ଫୋନ୍‌ଟି ଏତିକି ସମୟ ଭିତରେ ଦୁଇ ତିନି ଥର ଆସିସାରିଲାଣି।ଫୋନ୍‌ଟି ସାଇଲେଣ୍ଟ ରେ ଥିଲେବି ସିଟ୍ ର ବ୍ଯବଧାନ ଏତେ କମ୍ ଯେ ଭାଇବ୍ରେସନ୍ ଭି ତାକୁ ଅସ୍ଥିର କରିଦେଉଛି,ଶାନ୍ତି ରେ ବସିପାରୁନି।

କଥାବାର୍ତ୍ତା ରୁ ଜଣାପଡୁଛି ସେ ଜଣେ ବୋଧେ ଡାକ୍ତର। ଓଡିଆ ଭି।ଲୋକାଲ୍ ଡକ୍ଟର ଙ୍କୁ ଆଡଭାଇସ୍ ଦେଉଛନ୍ତି। ଦିଲୀରୁ ଭୂବନେଶ୍ବର ଯାଉଛନ୍ତି କିଛି ସିରିୟସ୍ କେଶ୍ ଆଟେଣ୍ଡ କରିବାକୁ। କଥା ର ସ୍ବର ଟା ତାକୁ ଟିକେ ଟିକେ ଜାଣିବା ଶୁଣିବା ପରି ଲାଗିଲା। ଏବେ ସେ କଡକୁ ଅନାଇଲା।

ସେଇ ଆଖି,ସେଇ ମୁହଁ। ଅଂଶୁ,ଅଂଶୁମାନ ରଥ। +2ସାଇନ୍ସ, ବି-ଜେ-ବି କଲେଜ । ହସିଲା ରେବୀ,ଅଂଶୁମାନ ଭି।

ଆରେ ରେବୀ ......କୋମଳାଙ୍ଗୀ।

ହା ହା ହା ପ୍ରାୟ ବାର ତେର ବର୍ଷ ପରେ,ଆଉ ଖବର।

ସେଦିନ ନୂଆ ବର୍ଷ ପରଦିନ ସମସ୍ତଙ୍କୁ ଗୋଲାପଫୁଲ ଦେଇ ଅଭିନନ୍ଦନ ଜଣାଇଲା ବେଳେ ତୋ ଆଙ୍ଗୁଳିରୁ ଗୋଲାପ ର କଣ୍ଟାବାଜି ରକ୍ତ ଯୋଉ ବୋହିଥିଲା,ସେଇଦିନୁ ତ କୋମଳାଙ୍ଗୀ। ତୁ କେତେ କଥା ମନେରଖିଛୁ। ହଁ ମନେ ପଡିଲା କମନ୍ ରୁମ୍ ସାମ୍ନାରେ ଗୋଡଭାଙ୍ଗିକି ସାହାରୁଖ ଖାନ୍ ଷ୍ଟାଇଲରେ ପ୍ରପୋଜ୍। ହି ହିହି ହି ହସିଉଠିଲେ ଦି ଜଣଯାକ।ବଚ୍ପନା,ନାଦାନି ଫାଷ୍ଟଲଭ୍।

ନାଁ ନାଁ ମୁଁ ସିରିୟସ୍ ଥିଲି ସେବେବି ,ଏବେବି। ଚୁପ୍ ଚୁପ୍ .......ହି ହି ହି।ତାହେଲେ ଖୋଜିନୁ କାହିଁକି।

ଆଉ ତୋ କଥା କହ ରେବୀ।ଚୁନୁ ମୁନୁଙ୍କ ଖବର କଣ? ଚୁନୁ ମୁନୁ କିଏବେ।

ତୋ ପତିଦେବ ଚୁନୁ, ଆଉ ଛୁଆପିଲା ମୁନୁ। ତୋତେ ଲାଗୁଛି କି ମୁଁ ବାହାହେଲାପରି। କେମିତି ଜାଣିବି ଯେ?

ଜିନ୍ସ ପ୍ଯାଣ୍ଟ,ଟିସର୍ଟ,କୋଟ୍,ଚୁଡିସିନ୍ଦୁର ବିହୀନ ହାତମୁହଁ, ବାହାହେଲାପରେ ବି ତ ଏମିତି ରହୁଛନ୍ତି।

ହଁ ପୁଅପିଲାଙ୍କୁ ଯେମିତି ଜାଣିହୁଏନି ସେ ମ୍ଯାରେଡ୍ ନାଁ ବ୍ଯାଚେଲର୍। ନାଁ ହେଇନି,ତୁ ତ ଜାଣିଛୁ ମୋ କଥାସବୁ।

+2 ପରୀକ୍ଷା ପରେ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଦେଇକି ଫେରୁଥିଲି ବାବାଙ୍କ ର ଆକ୍ସିଡେଣ୍ଟ। ସବୁକିଛି ଓଲଟପାଲଟ ହେଇଗଲା ଆମ ଜୀବନରେ।ବାବା ଠିକ୍ ତ ହେଇଗଲେ କିନ୍ତୁ ହ୍ବିଲଚେୟାର୍ ରେ ଅଟକି ଗଲା ତାଙ୍କ ଜୀବନ। ହ୍ବିଲଚେୟାରରେ ବସି ଘରେ ପିଲାମାନଙ୍କୁ ଟିଉସନ ପଢେଇବା ଆରମ୍ଭ କରିଦେଲେ। ବହୁତ୍ କଷ୍ଟେମଷ୍ଟେ ଘର ଚଳିଲା।ଏଇ ଭିତରେ ମା ଆଉ ଜେଜେମା ଜୋରରେ ଲାଗିପଡିଥିଲେ ମୋର ବାହାଘର କରିଦେବାକୁ। ଘର ପାଖରେ ବେଳଅବେଳ ରେ ସାହାଯ୍ୟ କରୁଥିବା ବ୍ଯାଙ୍କ୍ କର୍ମଚାରୀ,ମୋ ଠୁ ବାରବର୍ଷ ବଡ ବିକାଶବାବୁଙ୍କୁ।ସାନଭାଇର, ମୋର ଦିଜଣଙ୍କର ପଢିବାଖର୍ଚ୍ଚ ଉଠେଇ ନ ପାରିବାରୁ ମା ବି ଯେଯେ ମା କଥାରେ ରାଜି

ହୋଇଯାଇଥିଲା। ମୋ ପାଇଁ ବୋଧେ ଭଗବାନ ବାବାଙ୍କୁ ଠିକ୍ ଠାକ୍ ରଖିଥିଲେ। ନହେଲେ ଯେଯେ ମା ର ଯେଉଁ ......

ମୁଁ କିନ୍ତୁ ବାବାଙ୍କ ପାଖରେ ଯାଇ ବହୁତ୍ କାନ୍ଦିଥିଲି,ବାବା ମୋତେ ବହୁତ୍ ଭଲ ପାନ୍ତି ନା।ମୋତେ ଧନ ଛଡା ସେ କିଛି ବି ଡାକନ୍ତି ନି।ବାବାଙ୍କୁ କହିଥିଲି ..... ମୁଁ ପଢିବି, ବାହାହେବିନି।

ଜେଜେମା ର ଯୁକ୍ତି ଥିଲା- ଏବେ ପଢିବାପାଇଁ ପଇସା ଦରକାର, ବାହାଘର ପାଇଁ ପୁଣି ପଇସା ଦରକାର। ଯେତେ ବେଶୀ ପାଠପଢିବ,ତାକୁ ଦେଖି ଜ୍ଜ୍ବାଁଇ ଦରକାର। ପଇସା କୋଉଠୁ ଆସିବ।ଏ ଲକ୍ଷୀଛାଡୀ ଜନ୍ମ ହେଲାଦିନରୁ କିଛିଭଲ ହେଇଛିକି?ମୋ ଚନ୍ଦ୍ର ଉଦିଆ ନାତିର ପାଠ କଣ ଆ ପାଇଁ ବନ୍ଦ ହେବ।

ସେ ତ ସହଯେ ମୋ ଉପରେ ରାଗେ।ସବୁବେଳେ ଲକ୍ଷୀଛାଡୀ ,ନିଆଁ ପାଠ ପଢୁଛି।ଟୋକା ଙ୍କ ଭଳି ଜାମାପ୍ଯାଣ୍ଟ ପିନ୍ଧଉଛୁ ଝିଅ କୁ,ଗୋଟେଦିନ ପସ୍ତେଇବୁ କହିକି ବାବାଙ୍କୁ ଗାଳିଦିଏ।ବାବା କିନ୍ତୁ ହସି ଦିଅନ୍ତି। କୁହନ୍ତି ମୋ ଝିଅ ମୋ ଗର୍ବ। ମୋର ତା ଉପରେ ପୁରା ଭରସା ଅଛି। ସେ ପଢିବ,ବାହାଘର ପାଇଁ ଯେଉଁ ପଇସା ରଖିଥିଲେ ସେସବୁ ମୋ ଇଞ୍ଜିନିୟରିଂ ଆଡମିଶନ୍ ଆଉ ପଢିବାରେ ଖର୍ଚ୍ଚ କରିଦେଲେ। ବହୁତ୍ ଅଭାବ ଓ ଅସୁବିଧା ଥିବା ସତ୍ତ୍ବେ ବି ବାବା ମୋତେ ଟିକେ ବି ଅବହେଳା କରିନାହାନ୍ତି। ମୋ ଭାଇଠୁ ବି ମୋତେ ଅଧିକ ସ୍ନେହ ଆଉ ଆଦର କରନ୍ତି। ଜେଜେମାର ଲାଡଲା ମୋ ଭାଇ ଏବେ ବାଙ୍ଗାଲୋରରେ ଚାକିରି କରିଛି।ବାହା ବି ହୋଇଛି। ତାକୁ କିନ୍ତୁ ସମୟ ମିଳେନି ବାପା ମା ଆଉ ଜେଜେମା ଙ୍କ କଥା ଟିକେ ବୁଝିବାକୁ।ତା ସ୍ତ୍ରୀର ମାନଭଞ୍ଜନ କରୁକରୁ ତାକୁ ଫୁରସତ ମିଳିଲେ ତ।ବେଶୀ ସ୍ବାର୍ଥପରଟା।ତଥାପି ଜେଜେମା ଦିନକୁ ଦଶଥର ମଙ୍ଗଳାଙ୍କୁ ଡାକୁଥିବ,ମା ଲୋ ମୋ ନାତିକୁ ଘଣ୍ଟଘୋଡେଇ ରଖେ।

ବାବା,ମା,ଜେଜେ କାଲି ଗାଁ ରୁ ଭୂବନେଶ୍ବର ଫେରୁଥିଲେ। ଭୋରୁ ଭୋରୁ ମହାନଦୀ ବ୍ରିଜ ରୁତଳକୁ ଖସି ପଡିଛି ବସ୍।ବହୁତ୍ ଲୋକ ଆହତ, ଅଳ୍ପ କିଛି ମୃତ।

ଆଉ ଅଳ୍ପ ସମୟ ମଧ୍ୟରେ ଘରେ ପହଞ୍ଚିଯାଇଥାନ୍ତେ,କିନ୍ତୁ ଏବେ ହସ୍ପିଟାଲରେ। ଯେଯେମା ପୋଲିସ୍ ସହାୟତା ରେ ଫୋନ୍ କରିଥିଲା।ମୁଣ୍ଡ ଫାଟିଯାଇଛି,।ଭଗବାନ ଙ୍କ କୃପାରୁ ବଞ୍ଚି ଯାଇଛନ୍ତି। ଯେଯେମା ଭାଇକୁଭି ଫୋନ୍ କରିଥିଲା।

ସେ କହିଲା -ହସ୍ପିଟାଲରେ ତ ଅଛ,ଚିକିତ୍ସା ହେବ।ତା ସ୍ତ୍ରୀ କୁ ଥଣ୍ଡା ଜର ହେଇଛି। ଭଲ ହେଲେ ସମୟ ଦେଖି ଆସିବ। ଓ ହୋ ଆଜି ସକାଳୁ ଯେଉଁ ଆକ୍ସିଡେଣ୍ଟ ଟା ହେଇଛି ସେଇଥିରେ ମଉସା ମାଉସୀ ଆସୁଥିଲେ। ସେଇଠି ଦୁଇଜଣଙ୍କ ର ବେଶୀ ସିରିୟସ୍ ବ୍ରେନ୍ ହାମରେଜ୍ ହୋଇଛି। ମୁଁ ହସ୍ପିଟାଲ କୁ ଯାଉଛି। ନ୍ବୁରୋସର୍ଜନ ଅଂଶୁମାନ ରଥ।

ଓ ହଁ ତୁ ତ ମେଡିକାଲ ପାଇଥିଲୁ।।

ଆମେ ଆଉ ପାଞ୍ଚ ମିନିଟ ମଧ୍ୟରେ ଆମର ଗନ୍ତବ୍ୟସ୍ଥଳୀ ଭୂବନେଶ୍ବର ରେ ପହଞ୍ଚିବାକୁ ଯାଉଛୁ।ଏୟାର୍ହୋସ୍ଟେସ୍ ଙ୍କ ଘୋଷଣାରେ ଅଂଶୁ ଆଉ ରେବୀ ଶୀଘ୍ର ଶୀଘ୍ର ଖୋଲାରଖିଥିବା ଲ୍ଯାପଟପ, ଇଅର୍ଫୋନ୍ ପାଓର୍ ବ୍ଯାଙ୍କକୁ ବ୍ଯାଗ୍ ଭିତରେ ରଖୁଥିଲେ।

ଅଂଶୁ ରେବତୀ ର ହାତଧରି ଏୟାରବସ୍ ଭିତରକୁ ନେଇଯାଉଥିଲା।ରେବତୀ ଅନଉଥିଲା ଅଂଶୁମାନ କୁ।

ଆରେ ଡରେନି ମ,ମୁଁ ବାହାହେଇନି।ବ୍ଯାଚେଲର୍ ଅଛି। ଆଉ ଏବେତ ଆମେ ଗୋଟିଏ ଜାଗା କୁ ଯାଉଛେ। ହସ୍ପିଟାଲରେ ଓହ୍ଲଉ ଓହ୍ଲଉ ଅପେକ୍ଷା କରିଥିବା କିଛି ଲୋକ ଅଂଶୁମାନ କୁ ଭିତରକୁ ନେଇଯାଉଥିଲେ।ଆଉ ଜେଜେ ଦୌଡିଆସୁଆସୁ କହୁଥିଲା ମୋ ଲକ୍ଷ୍ମୀ ମା ଆସିଗଲା, ମୋ ପୁଅ ବୋହୁ ଏଥର ଭଲ ହେଇଯିବେ।

**********

ଲିନା ରାଣୀ ଧଳ ମଙ୍ଗରାଜ।

ମାର୍ଫତ ..ଶ୍ରୀ ଏଲ୍ .କେ ମଙ୍ଗରାଜ

ଇଉନିଟ୍-8

।। ଶତାବ୍ଦୀ ନଗର

ଭୂବନେଶ୍ବର।


Rate this content
Log in

Similar oriya story from Inspirational