STORYMIRROR

Lina Dhal

Drama Others

3  

Lina Dhal

Drama Others

ପ୍ରତିଫଳ

ପ୍ରତିଫଳ

1 min
290

ସେଦିନ ସକାଳୁ ଗାଁରୁ ଆସୁଆସୁ ହଠାତ୍ ଗୋଟିଏ ବାଇକ୍ ଆସି ଗାଡି ସାମ୍ନାରେ ପିଟିହୋଇଗଲା। ସ୍ପିଡ୍ ବାଇକ୍ ରେ ଥିବା ପିଲାମାନଙ୍କୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ଦେଉ ଦେଉ ଗାଡିର ଆଗକାଚଟା ଭାଙ୍ଗିଗଲା । ପିଲାମାନଙ୍କର କିଛି ହୋଇନଥିଲା, ତଳୁଉଠି ଯାଉ ଯାଉ ସରି ଭୂଲ୍ ହୋଇଗଲା, ଆମର ଆଜି ପରୀକ୍ଷା ଅଛି। କାଚ ଭାଙ୍ଗି ଯାଇଥିଲେବି ପିଲାମାନଙ୍କ ପରୀକ୍ଷାକୁ ଦେଖି ଯିବାକୁ କହିଦେଲି। ଦେଖିଚାହିଁ ଗାଡି ଚଲାଅ। ତମମାନଙ୍କର

ଯଦି କିଛି ହୋଇଯାଇଥାନ୍ତା ତାହେଲେ.. । ପରେ ଗାଡି ଆଣି ସଜାଡ଼ିବାକୁ ଦେଲି ।

ଦି' ଦିନ ପରେ ପୁଅକୁ ସ୍କୁଲରେ ଛାଡି ଗାଡିପଛକୁ କରୁ କରୁ ଜଣେ ଗାଡିଧରି ପଶିଆସିଲେ। ଗାଡି ଟିକେ ବାଜିଯିବାରୁ ସେ ତାଙ୍କ ଗାଡିକୁ ଧିରେ ତଳେଥୋଇ ଛିଡା ହୋଇଗଲେ। ମାରିଦେଇଥାନ୍ତ, ରୋଡ୍ ଟା ତମର । ବଡ ବଡ ଗାଡି ଚଲଉଛ, ରାସ୍ତା ଦେଖାଯାଉନି। ହିରୋଗିରି। ଏମିତି ଆହୁରି କେତେ କ'ଣ... ମୁଁ ତାଙ୍କ କଥା ସବୁକୁ ଆଶ୍ଚର୍ଯ୍ୟ ହୋଇଶୁଣୁଥାଏ । ଭୁଲ୍ ନଥାଇ ଭୂଲ ମାଗିଲେବି ନଛୋଡବନ୍ଧା । ସେତେବେଳକୁ କୋଡ଼ିଏ ତିରିଶ ଜଣ ଲୋକ ଜମାହୋଇଗଲେଣି । ସେ ଲୋକଟିର ଅଭିନୟକୁ ଲୋକମାନେ ବି ନୀରବଦ୍ରଷ୍ଟା ସାଜି ଉପଭୋଗ କରୁଥିଲେ। ମୋତେ ବହୁତ ଅପମାନିତ ଲାଗୁଥିଲା । ଆରେ ମୁଁ ତ ଗାଡି ପଛକୁ କରୁଥିଲି, ହର୍ଣ୍ଣ ବି ମାରିଥିଲି। ସେ ଗୋଟିଏ ମିନିଟ ଅଟକି ଯିବା କଥା, କିନ୍ତୁ ମୋର ଭୁଲ ରହିଲା କେଉଠି? ମନେ ମନେ ଭାବୁଥିଲି ଦି 'ଦିନ ତଳର ଘଟଣା କଥା । ଭଲକାମ କଲେ କଣ ସତରେ ତମ ପାଇଁ ବି କିଛି ଭଲ ଫଳ ଅପେକ୍ଷା କରିଥାଏ କି?

ମାର୍ଫତ. ଶ୍ରୀ ଏଲ୍. କେ ମଙ୍ଗରାଜ

ଶତବ୍ଦୀ ନଗର, ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama