STORYMIRROR

Lina Dhal

Inspirational

2  

Lina Dhal

Inspirational

ନିରୀହ ପ୍ରଜାପତି

ନିରୀହ ପ୍ରଜାପତି

1 min
1.1K


ମାମା ମାମା ,ମ୍ଯାମ୍ ଆଜି ମୋତେ ପନିଶ୍ କଲେ।,ତାଙ୍କ ପାଖରେ ଛିଡ଼ା କରେଇଦେଲେ। ଛିଡା ହେବା ପନିଶମେଣ୍ଟ,ହସଲାଗିଲା।ତଥାପି ରୁଚି ପଚାରିଲା ଆରବ୍ କୁ:- କାହିଁକି ତୁ ଏମିତି କଣ କଲୁକି,ପନିଶମେଣ୍ଟ ପାଇଲୁ। ଆଜି ଆମ ଶ୍ରେଣୀ କୁ ଗୋଟିଏ ପ୍ରଜାପତି ପଶିଆସିଥିଲା।ଆରୁଶ୍,ପ୍ରିୟାଂଶୁ,ଆଦିତ୍ଯ, ସମର୍ଥ ସମସ୍ତେ ତା ପଛରେ ଗୋଡେଇଲେ।ଜଣେ ବହିରେ ଗୋଡଉ ଗୋଡଉ ତା ଡେଣାଟା ଛିଣ୍ଡିଗଲା।ସେ ଉଡିପାରିଲାନି।ତାକୁ ବୋଧେ କଷ୍ଟ ହେଉଥିଲା, କାନ୍ଦୁଥିଲା।ତା ଘରକୁ ବି ଯାଇପାରୁନଥିଲା। ମୁଁ ତା ଡେଣାଟା ଖୋଜିକି ଲଗେଇବାକୁ ଚେଷ୍ଟା କଲି,ହେଲାନି ମମା। ସେଥିପାଇଁ ଟେବୁଲ ଉପରୁ ମାମ୍ ଙ୍କ ମୋବାଇଲ ଟା ନେଇଥିଲି।ମାମ୍ ରାଗିଗଲେ। ତୁ ମାମ୍ ଙ୍କ ମୋବାଇଲ୍ କାହିଁକି ନେଉଥିଲୁ ଧନ। ମୁଁ 108 ଆମ୍ବୁଲାନ୍ସକୁ ଟିକେ ଫୋନ୍ କରିଥାନ୍ତି । ଆମ୍ବୁଲାନ୍ସରେ ପ୍ରଜାପତି ହସ୍ପିଟାଲ ଯାଇଥାନ୍ତା,ଆଉ ଡକ୍ଟର ଅଙ୍କଲ୍ ଅପରେସନ କରି ତା ଡେଣା ଲଗେଇଦେଇଥାନ୍ତେ। ପୁଣି ସେ ଉଡିଉଡି କେତେ ଖେଳିଥାନ୍ତା।

ମୁଁ ଠିକ୍ କରିଛି ନା ମାମା ,ମ୍ଯାମ୍ କିନ୍ତୁ ମୋତେ ପଚାରିଲେନି ବି ମୁଁ ତାଙ୍କ ମୋବାଇଲ କାହିଁକି ନେଲି? ତୁ ବି ମୋତେ ପନିଶମେଣ୍ଟ ଦେବୁ କି ମାମା। ପାଞ୍ଚବର୍ଷର ଟିକି ଆରବ୍ ର କଥାଶୁଣି ରୁଚିର ଆଖିରେ ପାଣି ଭର୍ତି ହୋଇଯାଇଥିଲା ।ଏଇ ନିରୀହ ପ୍ରଜାପତିଟିକୁ ଆସ୍ତେକିନା କୋଳକୁନେଇ ଗେହ୍ଲା କରିବା ଛଡା ଆଉ କିଛି କଥା ଭାବିପାରୁନଥିଲା ରୁଚି।

ମାର୍ଫତ-ଶ୍ରୀଏଲ୍ .କେମଙ୍ଗରାଜ

ଶତାବ୍ଦୀ ନଗର

ୟୁନିଟ 8, ଭୂବନେଶ୍ବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational