Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଗଳ
ପାଗଳ
★★★★★

© JITENDRA KUMAR KONHAR

Tragedy

10 Minutes   7.6K    24


Content Ranking

ସେଦିନ ସଂଧ୍ୟାରେ ମୁ ଅଫିସରୁ ଘରକୁ ଫେରିଲା ବେଳକୁ ଏକ ସଡକ ଦୁର୍ଘଟଣାରେ ରାସ୍ତା କଡରେ ଅଚେତ ଅବସ୍ଥାରେ ପଡି ରହିଥିଲି। ଯେତେବେଳେ ହସ୍ପିଟାଲରେ ମୋତେ ହୋସ୍ ଆସିଲା ମୁ ଡାକ୍ତରଙ୍କ ପାଖରୁ ଜାଣିବାକୁ ପାଇଲି ଯେ ମୋତେ କେହି ଜଣେ ପାଗଳ ଲୋକ ଦୁର୍ଘଟଣାର ସ୍ଥଳରୁ ଆଣି ହସ୍ପିଟାଲ ପହଞ୍ଚାଇଛନ୍ତି। ସମସ୍ତେ ତା'କୁ କୁହନ୍ତି ପାଗଳ। ତା' ସହ ମୋ ପରିଚୟ ହସ୍ପିଟାଲର ବେଡ ଠାରୁ । ହେଲେ ସତରେ କ'ଣ ସେ ଜନ୍ମରୁ ପାଗଳ ନା ସମୟ ଚକ୍ରରେ ପରିସ୍ଥିତିର ଦାସ ହୋଇ ସେ ପାଗଳ ହୋଇ ଯାଇଛି। ନୁଖରା ବାଳ ସହ ଛିଣ୍ଡା ପୋଷାକ। ବେସ୍ ଭୟଙ୍କର ଚେହେରା। ଛୋଟ ପିଲା ତ ଛୋଟ ପିଲା ବଡ ଲୋକ ଦେଖିଲେ ବି ଭୟରେ ଥରି ଉଠିବେ। ଯେତେବେଳେ ତାକୁ ପ୍ରଥମଥର ପାଇଁ ଦେଖିଥିଲି ମୁ ବି ଡରି ଯାଇଥିଲି। କାହିଁକି କେଜାଣି ତାକୁ ଦେଖିଲା ପରେ ତା' ବିଷୟରେ ଜାଣିବାରେ ମୋର ଆଗ୍ରହ ସୃଷ୍ଟି ହୋଇ ଯାଇଥିଲା। କାରଣ ସେଇ ପାଗଳ ଭିତରେ ଲୁଚି ରହିଥିବା ମଣିଷ ପଣିଆର ଝଲକକୁ ମୁ ଦେଖିବାକୁ ପାଇଥିଲି। ଯେତିକି ତା' ବିଷୟରେ ଶୁଣିଲି ସେ ପାଗଳ ହେଲେ ବି ଆଜି ଯାଏଁ କାହାକୁ ବି କିଛି କଷ୍ଟ ଦେଇ ନଥିଲା ବରଂ ସେ ଲୋକ ମାନଙ୍କର କିଛି ଅସୁବିଧା ଦେଖିଲେ ଦୌଡି ଯାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଉଥିଲା। ହେଲେ କିଏ କାହିଁକି ବା ପାଗଳଟିର ସାହାଯ୍ୟ ନେବ। ତାକୁ ଦେଖିଲେ ସମସ୍ତେ ଦୂରକୁ ପଳାଇ ଯାନ୍ତି। ତାକୁ ଦୂର ଦୂର ମାର ମାର କରନ୍ତି। ରାସ୍ତା କଡେ କଡେ ଜୋରରେ ପାଦ ଥାପି ଥାପି ଚାଲିବା ତାର ନିତି ଦିନିଆ କଥା। କାହା ମନରେ କିଛି ଦୟା ଆସିଲେ ତା' ଭୋକିଲା ପେଟ ଭରିଯାଏ ନ ହେଲେ ଅଇଁଠା ପତର ତାର ଭୋକ ମେଣ୍ଟାଇବାର ଏକ ମାତ୍ରା ସାହାରା।

ପାଗଳ ଲୋକଟିର ସାହାଯ୍ୟ ପାଇଁ ତାଙ୍କ ପାଖରେ ମୁ ଚିର ଋଣି ଥିଲି। ତେଣୁ ତାଙ୍କୁ ଧନ୍ୟବାଦ ଦେବାକୁ ଗଲା ବେଳକୁ ବତିଶି ଦାନ୍ତ ଦେଖା ଏକ ବଡ ହସଟିଏ ଦେଇ ଆଖି ପିଛୁଳାକେ ମୋ ଆଗରୁ ସେ କେଉଁ ଏକ ଅଜଣା ପଥରେ ଉଭେଇ ଗଲା। ଆଖ ପାଖ ଅଞ୍ଚଳର ଲୋକ ମାନଙ୍କ ପାଖରୁ ଯାହା ଶୁଣିଲି ସେ କୁଆଡେ ଭାରି ଭଲ ଲୋକ ଥିଲା। ନିଜର ଏକ ମାତ୍ର ପୁଅର ବିୟୋଗରେ ମାନସିକ ଭାରସାମ୍ୟ ହରାଇଛି। ଆଉ ତା'ର ବୁଢି ମା ଏକୁଟିଆ ଏବେବି ଗାଁରେ ଏକୁଟିଆ ରୁହେ। ମୋତେ ଭାରି ଇଚ୍ଛା ହେଲା ସେ ଗାଁକୁ ଯାଇ ସେଇ ଲୋକ ବିଷୟରେ ଜାଣିବାକୁ। ତେଣୁ ପରଦିନ ସକାଳୁ କାଳ ବିଳମ୍ବ ନ କରି ଚାଲିଲି ସେଇ ଗାଁକୁ। ମୁ ସେଇ ଗାଁରେ ପହଞ୍ଚିଲା ବେଳକୁ ବୁଢି ମାଉସୀ ପ୍ରସ୍ତୁତ ହେଉଥିଲେ ସହର ଅଭିମୁଖେ ଯିବା ପାଇଁ । ମୁ ତାଙ୍କ ପୁଅ ବିଷୟରେ ଜାଣିବାକୁ ଆସିଛି ଜାଣି ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ମୋତେ ଗୋଟିଏ ନିଶ୍ୱାସରେ ତା'ପାଗଳ ପୁଅ ସମ୍ପର୍କରେ ଗୁଡାଏ ପ୍ରଶ୍ନ ପଚାରିଗଲେ। କୋଉଠି ଅଛି ସେ...କେମିତି ଅଛି...ଭଲରେ ଅଛି ନା...??? ପାଗଳ ଲୋକ ଟିର ମା' ଙ୍କୁ ଦେଖି ବେଶ ବୁଝି ହେଉଥିଲା ପୁତ୍ର ବିଛେଦର ଦୁଃଖ।

ମୁ ତାଙ୍କୁ ଦେଖିଛି ଜାଣି ବୁଢି ମାଉସୀ ଭାରି ଖୁସି ହୋଇଯାଇଥିଲେ ଏବଂ ଦାଣ୍ଡ ପିଣ୍ଡା ଉପରେ ବସି ପଡି ମୋର ଅନୁରୋଧରେ ଅତୀତର ସେଇ ଅଲିଭା ବେଦନା ଭରା ପୃଷ୍ଠାକୁ ମୋ ଆଗରେ ରଖିବାକୁ ଲାଗିଲେ। ସେ ଫେରି ଯାଇଥିଲେ ସେଇ ଦୁଃଖ ଭରା ଅତୀତକୁ। ମୁ ବି ମନ ଧ୍ୟାନ ଦେଇ ସେଇ କାହାଣୀରେ ଧିରେ ଧିରେ ହଜି ଯାଉଥାଏ। ସେ ଯାହା କହିଗଲେ ମୁ କଣ ଏଇ ଦୁନିଆରେ ଯିଏ ବି ଶୁଣିବ ନିଜର ଆଖିର ଅଶ୍ରୁକୁ ରୋକିବା ଅସମ୍ଭବ। ମୁ ତ ଥିଲି ତାଙ୍କ ପାଇଁ ଅଜଣା ଅଚିହ୍ନା। ମୋତେ ଯଦି ଏତେ କଷ୍ଟ ଲାଗିଲା ପ୍ରତି ଘଟଣାକୁ ଅଙ୍ଗେ ନିଭାଇ ଥିବା ସେଇ ବୁଢି ମାଉସୀଙ୍କୁ କେତେଯେ କଷ୍ଟ ଲାଗି ନ ଥିବ ସତେ! ବୁଢି ମାଉସୀଙ୍କୁ ସାନ୍ତ୍ୱନା ଦେବା ଛଡା ମୋ ପାଖରେ କିଛି ବି ନ ଥିଲା ତାଙ୍କ ଦୁଃଖ ଟିକିଏ କମ କରିବା ପାଇଁ। ତା'ପରେ ତାଙ୍କ ସହ ମୁ ବି ସହର ଅଭିମୁଖେ ବାହାରି ପଡିଲି... ତାଙ୍କ ପଥର ସହ ପଥିକ ହୋଇ। ସେଇ ହସ୍ପିଟାଲ ଅଭିମୁଖେ ଯେଉଁଠି ବୁଢି ମାଉସୀଙ୍କ ବୋହୁ ମିନୁ ଚିକିତ୍ସିତ ହେଉଥିଲେ।

ଆରେ ବୁଢି ମାଉସୀଙ୍କ ଠାରୁ ଶୁଣି ଥିବା ସେଇ କରୁଣ କାହାଣୀ ତ ମୁ ଆପଣ ମାନଙ୍କୁ କହିଲିନି? ଶୁଣନ୍ତୁ ବୁଢି ମାଉସୀଙ୍କ ଠାରୁ ଶୁଣି ଥିବା ସେଇ କରୁଣ କାହାଣୀ... କାହାଣୀ ଥିଲା ସେଇ ପାଗଳ ଲୋକଟିର.... ତା' ନା' ହେଉଛି ବିନୟ । ଭାରି ଭଲ ପିଲାଟିଏ। ବାପା ମାଙ୍କର ଗୋଟିଏ ବୋଲି ପୁଅ। ସ୍ନେହରେ ତାକୁ ସମସ୍ତେ ଡାକନ୍ତି ବିନୁ ବୋଲି। ଛୋଟ ବେଳେ ବାପାଙ୍କୁ ହରାଇ ଥିଲା। ବାପା ଛେଉଣ୍ଡ ବିନୟ ମା' ଙ୍କ ଯୋଗୁଁ ପାଠ ପଢା ପରେ ପାଖ ସହରରେ ପ୍ରାଇଭେଟ କମ୍ପାନୀରେ ଭଲ ଚାକିରିଟିଏ କରିଥିଲା । ମା'ଙ୍କ ଇଛାରେ ମିନୁ ନାମକ ଝିଅ ସହ ବିନୟର ବାହାଘର ହୋଇଯାଏ। ସମସ୍ତେ ବହୁତ ଖୁସିରେ ଥାନ୍ତି। ବାହାଘରର ବର୍ଷକ ପରେ କୁନାର ଜନ୍ମ। ସେ ସବୁରି ଗେହ୍ଲା। କୁନା ତ ଥିଲା ବାପା ମାଙ୍କର ଜୀବନ। ଗୋଟିଏ ବୋଲି ପୁଅ ଗେହ୍ଲା ବା ହୋଇ ନ ଥାନ୍ତା କିପରି। ପୁଅର ଯେତେବେଳେ ସ୍କୁଲ୍ ଯିବା ବୟସ ହୋଇଗଲା ଏକଦା ବିନୟ ଆସି ମା'ଙ୍କୁ କହିଲା,"ମା ଏବେ କୁନାର ସ୍କୁଲ୍ ଯିବା ବୟସ ହୋଇଗଲାଣି। ଗାଁରେ ତ ଭଲ ବିଦ୍ୟାଳୟଟିଏ ନାହିଁ। ମୁ ଭାବୁଛି ଆମେ ସମସ୍ତେ ଯାଇ ସହରରେ ରହିବା। ମୁ ଗୋଟିଏ ଘର ଭଡାଟିଏ ବି ନେଇ ଯାଇଛି"। କୁନା ସେଇଠି ରହି ପଢିବ।

ମା ପ୍ରତ୍ୟୁତ୍ତରରେ କୁହେ,"ମୁ ଏଇ ବୁଢି ବୟସରେ ଭିଟା ମାଟି ଛାଡି କୁଆଡେ ସହରକୁ ଯିବି। ନାତି ପୁଅର ଭବିଷ୍ୟତ କଥା। ତୁମେ ସବୁ ଯାଅ। ହଁ ପ୍ରତି ରବିବାର ଯେମିତି ନାତି ପୁଅକୁ ନେଇ ଘରକୁ ଆସିବ।" ହେଲେ ବିନୟ ଆଉ ମିନୁର ଜିଦ ଆଗରେ ହାର ମାନି ଏହାର କିଛି ଦିନ ପରେ ବୁଢି ମା' ସହ ବିନୟ, ମିନୁ ଆଉ ଗେହ୍ଲା ପୁଅ କୁନା ସହର ଅଭିମୁଖେ ବାହାରି ପଡିଲେ। ବିନୟ ମୁଣ୍ଡରେ ଥାଏ କୁନାକୁ କିପରି ମଣିଷ ପରି ମଣିଷଟିଏ କରି ଗଢି ତୋଳିବାର ଚିନ୍ତା।

ସହରରେ ବିନୟର ସଂସାର ରଥ ଖୁବ୍ ସୁନ୍ଦର ଭାବରେ ଗଡି ଚାଲେ । ଯେତେବେଳେ ଦେଖିବ ହସ ଆଉ ଖୁସି ତା' ଅଗଣାରେ ଖେଳୁଥାନ୍ତି। କୁନା ପାଠରେ ଭଲ କିନ୍ତୁ ସବୁରି ଗେହ୍ଲା ହେତୁ ଅଧିକ ଦୁଷ୍ଟ ହେଉଥାଏ। ଦିନେ ଅଫିସରୁ ନଫେରୁଣୁ 'କୁନା କାହିଁ? ଦେଖାଯାଉନି? ସବୁ ଘର ବୁଲିଦେଇ ପଚାରୁଥିଲେ ବିନୟ। ଅଫିସରୁ ଫେରିବା ପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଜମା ଭଲ ଲାଗେନି। ରୋଷେଇ ଘରୁ କହୁଥିଲା ମିନୁ,'ଦେଖୁନ ! ଏଇଠି କେଉଁଠି ଖେଳୁଥିବ? ବାହାରେ ଯାଇ ଦେଖ।

କିଛି ସମୟ ପରେ ବିନୟର ଉଚ୍ଚ ସ୍ୱରରେ କମ୍ପି ଉଠୁଥିଲା ଘର। ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି। ସୋସାଇଟିରେ ବାଜେ ପିଲାଙ୍କ ସହିତ ବାଲି ଖେଳୁଥିଲା। ଏଇଆ ସବୁ ଶିଖୁଛି ତମ ପୁଅ? ଦେଖ ତା' ଦେହ... ବାଲି ଧୂଳିରେ ଭର୍ତ୍ତି। ଦେହ ଖରାପ ହେଉ ମୋତେ କହିବ।

ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା,"ଓହୋ ପିଲାଟା ଟିକିଏ ଖେଳି ଦେଲେ କ'ଣ ହୋଇଗଲା? ତମେ ଖେଳୁ ନ ଥିଲ କି? ଜନ୍ମରୁ ଏସି ରୁମରେ ବଢିଥିଲ ନା କ'ଣ। ଠିକ୍ ଏତିକି ବେଳକୁ ବିନୟର ପାଟି ଶୁଣି ନିଦ୍ରାରୁ ଜାଗ୍ରତ ହୋଇ ଶୋଇବା କୋଠରୀରେ ବାହାରକୁ ଚାଲି ଆସିଲେ ବିନୁ ମା ଆଉ କହିଲେ," ଆରେ କଣ ହେଲା କାହିଁକି ପାଟି କରୁଛ ସବୁ।" 'ନା ମା' ସେ କିଛି ନୁହଁ... ଦେଖୁନ ତୁମର ଏହି ନାତି ଟୋକାକୁ...ଧୂଳି ବାଲିରେ ଭର୍ତ୍ତି,"କହିଲା ବିନୟ।

ସେ ଠିକ ତୋରି ପରି ହିଁ ହୋଇଛି। ତୁ ଯେମିତି ଛୋଟ ବେଳେ ହେଉଥିଲୁ ସେ ବି ଏବେ ସେମିତି ହେଉଛି। ଖାଲି ଯାହା ସେଇଟା ଗାଁ ଥିଲା ଆଉ ଏଇଟା ସହର। ବୋହୁ ମିନୁ ନିଜ ଶାଶୁ ମୁଖରୁ ଏସବୁ ଶୁଣି କହୁଥିଲା, ଦେଖିଲ ମୁ କଣ ମିଛ କହୁଥିଲି। ସମସ୍ତେ ହସିବାକୁ ଲାଗିଲେ। ବିନୟ କହିଲା," ହଉ ଛାଡ ସେ ସବୁ କଥା ମୁ କାଲି ଅଫିସରୁ ଛୁଟି ନେଇ ଯାଇଛି। ଆମେ ସମସ୍ତେ ବୁଲିବାକୁ ଯିବା। ଏବେ ଯାଅ ତୁମ ଗେହ୍ଲା ପୁଅକୁ ଟିକିଏ ଧୁଆ ଧୋଇ କରିଦେବ। " ମିନୁ କୁନାକୁ ନେଇ ବାଥରୁମ୍ କୁ ଚାଲିଗଲା। ବିନୁ ମା' କହିଲା," ତୁମେ ସବୁ ବୁଲିକି ଆସ।ମୁ ଆଉ ଏ ବୁଢି ବୟସରେ ବୁଲାବୁଲି କରି ପାରିବିନି।"ବିନୟ କହିଲା," ହଉ ମା’ ଠିକ ଅଛି… ତୁ ଘରେ ଥିବୁ। ଆମେ ଶୀଘ୍ର ଫେରିଆସିବୁ। ଜମା ବି ବ୍ୟସ୍ତ ହେବୁନି।

ପରଦିନ ସକାଳୁ ସଜବାଜ ହୋଇ ବାହାରି ବୁଲିବାକୁ ବାହାରି ପଡିଲେ ବିନୟ, ମିନୁ ଆଉ ଗେହ୍ଲା ପୁଅ କୁନା। ବିନୁ ମା ବି ସେମାନଙ୍କୁ ବାଟେଇ ଦେବା ପାଇଁ ଗେଟ ପାଖକୁ ଆସିଥିଲା। ପୁଅ କୁନା ବହୁତ ଖୁସି ଥିଲା କହୁଥିଲା, ଜେଜେ ମା ମୁ ତୋ ପାଇଁ ଚୋକଲେଟ ନେଇକି ଆସିବି ହେଲା ତୁ ଖାଇବୁ। ବିନୟ ବାଇକ ଷ୍ଟାର୍ଟ କଲାବେଳକୁ ମା କହିଲା ଆରେ ବିନୁ ତୁ ହେଲମେଟ ନେଲୁନି ଯେ। ରହ ମୁ ହେଲମେଟ ନେଇକି ଆସୁଛି। ଆରେ ମା ମୋ ଚୁଟି ଖରାପ ହୋଇଯିବ। ଥାଉ ହେଲମେଟ। ଆମେ ଶିଘ୍ର ଫେରି ଆସିବୁ। ବ୍ୟସ୍ତ ହେବନି। ମା କିଛି କହିବାକୁ ଉଦ୍ୟତ ହୁଅନ୍ତେ...ବିନୟ ବାଇକ୍ ଷ୍ଟାର୍ଟ କରି ମିନୁ ଆଉ କୁନା ସହ ମା ଙ୍କର ଆଖି ଆଗରୁ ଉଭେଇ ଗଲା। ବିନୁ ମା ଘର ଭିତରକୁ ଆସି ନିଜ କାମରେ ଲାଗିଗଲା। ଅଧ ଘଣ୍ଟାଏ ଯାଇଛି କି ନାହିଁ ଖବର ଆସିଲା... ସେମାନଙ୍କର ସଡକ ଦୁର୍ଘଟଣା ହୋଇଯାଇଛି ଆଉ ପାଖ ଡାକ୍ତରଖାନାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଭର୍ତ୍ତି କରିଦେଇଛନ୍ତି। ବୁଢି ମାଉସୀଙ୍କ ଉପରେ ଯେପରି ବାଦଲ ଫାଟି ପଡିଥିଲା। ସେ ସଙ୍ଗେ ସଙ୍ଗେ ହସ୍ପିଟାଲର ଅଭିମୁଖେ ବାହାରି ପଡିଲା। ପହଞ୍ଚି ଜାଣିବାକୁ ପାଏ ସେମାନଙ୍କ ର ଅବସ୍ଥା ବହୁତ ସଙ୍କଟାପନ୍ନ। ଅପରେସନ ଚାଲିଛି।

କିଛି ସମୟ ପରେ ଡାକ୍ତର ବାବୁ ବାହାରକୁ ଆସନ୍ତେ ବୁଢି ମାଉସୀ କାନ୍ଦି କାନ୍ଦି ପଚାରିଲେ ଡାକ୍ତର ବାବୁ ମୋ ପୁଅ ବୋହୁ ଆଉ ନାତୀ କେମିତି ଅଛନ୍ତି? ଡାକ୍ତର ବାବୁ କହିଲେ,"ତୁମ ପୁଅର ହୋସ୍ ଆସି ଯାଇଛି। ଆମେ ତାକୁ ଜେନେରାଲ ୱାର୍ଡକୁ ଶିଫ୍ଟ କରୁଛୁ। ଆପଣ ତାଙ୍କୁ ଭେଟି ପାରନ୍ତି। ହେଲେ ଆଉ ଦୁଇ ଜଣଙ୍କର ଅବସ୍ଥା ଏବେବି ଗୁରୁତର। ଭଗବାନଙ୍କ ଉପରେ ଭରସା ରଖ। ସବୁ ଠିକ ହୋଇଯିବ। ବିନୁ ମାଙ୍କର ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ସେ କାନ୍ଦି କାନ୍ଦି ଯାଏ ନିଜ ପୁଅ ବିନୟକୁ ଦେଖିବା ପାଇଁ। ମା'ଙ୍କୁ ଦେଖୁ ଦେଖୁ ବିନୟ ମିନୁ ଆଉ କୁନା କଥା ପଚାରିବାକୁ ଲାଗିଲା। ବିନୁ ମା ସାନ୍ତ୍ବନା ଦେଇ କହିଲେ ଆରେ ତୁ ବ୍ୟସ୍ତ କାହିଁକି ହେଉଛୁ। ସେମାନେ ଭଲ ଅଛନ୍ତି। ଏହାର କିଛି କ୍ଷଣ ପରେ ଡାକ୍ତର ବାବୁ ଆସି କହିଲେ," କ୍ଷମା କରିବେ ଆମେ ଆପଣଙ୍କର ନାତି ପୁଅ କୁନାକୁ ଆମେ ବଞ୍ଚାଇ ପାରିଲୁନି ଆଉ ତୁମ ବୋହୁ ମିନୁ ମଧ୍ୟ ସବୁଦିନ ପାଇଁ କୋମାକୁ ଚାଲିଯାଇଛି।

ଏ କଣ କହୁଛ ଡାକ୍ତର ବାବୁ ଏହା ଅସମ୍ଭବ। ମୋ ପୁଅ ମୋ ସ୍ତ୍ରୀ ମୋତେ ଛାଡି କୁଆଡେ ଯାଇ ପାରିବେନି କହି ବିନୟ ଦୌଡି ଗଲା ପୁଅ ଆଉ ସ୍ତ୍ରୀ ଥିବା ସେଇ ହସ୍ପିଟାଲର ବେଡ ପାଖକୁ। ତା' ପଛେ ପଛେ ତାର ବୁଢି ମା ମଧ୍ୟ ଦୌଡି ଗଲା।

ନିଜ ଗେହ୍ଲା ପୁଅ ନିଜ ଜୀବନ କୁନାର ନିଶ୍ଚଳ ଶରୀର ଉପରେ ମୁଣ୍ଡ ରଖି ବିନୟ ଆଉ ତା ବୁଢି ମା' ଙ୍କର ଛାତି ଫଟା କାନ୍ଦ ସମଗ୍ର ହସ୍ପିଟାଲକୁ ଥରାଇ ଦଉଥିଲା। ବୁଢି ମାଙ୍କର ମନେ ପଡି ଯାଉଥିଲା ନାତି ପୁଅ କୁନାର ସେଇ ଶେଷ ପଦ କଥା,"ଜେଜେ ମା ମୁ ତୋ ପାଇଁ ଚୋକଲେଟ ନେଇକି ଆସିବି... ତୁ ଖାଇବୁ।" ବିନୟର ବୁକୁ ଫଟା କାନ୍ଦ କେତେବେଳେ ବିକଟାଳ ହସରେ ପରିଣତ ହୋଇଥିଲା କେହି ବି ଜାଣି ନ ଥିଲେ। ପୁତ୍ର ବିଛେଦର ଦୁଃଖ ଆଉ ସ୍ତ୍ରୀ ମିନୁର ଏମିତି ଅବସ୍ଥା ତାର ମସ୍ତିଷ୍କକୁ ଶକ୍ତ ଧକ୍କା ଦେଇଥିଲା ଫଳରେ ସେ ମାନସିକ ଭାରସାମ୍ୟ ହରାଇ ସାରିଥିଲା। ହସ୍ପିଟାଲରୁ କୁଆଡେ ସେ ଦୌଡି ପଳାଇ ଥିଲା ବୁଢି ମା ଜମା ଖୋଜ ଖବର ପାଇ ନଥିଲା। ବୁଢି ବିନୁ ମା ଜୀବନରେରେ ଯେମିତି ଅମାବାସ୍ୟା ବିରାଜି ଯାଇଥିଲା। ସେ ନିଜ ନାତୀ ପୁଅର ଶବ ସତ୍କାର ନିଜ ହାତରେ କଲା। ଆଉ ସହର ଛାଡ଼ି ଗାଁକୁ ଚାଲି ଆସିଲା। ସହରରେ ଆଉ ଟଙ୍କା ଖର୍ଚ୍ଚ କରି ଘର ଭଡା ଦେଇ ତ ଆଉ ସେ ରହି ପାରି ନ ଥାନ୍ତା ନା। ବିନୟ ପାଗଳ ହୋଇ ସହରେର ଘୁରି ବୁଲିଲା। ବିନୁ ମା ଗାଁକୁ ଆସି ନିଜର ଥିବା କେତେ ଗୁଡିଏ ଜମିକୁ ବିକି ମିନୁର ଚିକିତ୍ସା କରିବାକୁ ଲାଗିଲା। ହେଲେ ବିନୟ କେତେବେଳେ କେଉଁଠି ଥାଏ କିଛି ଖୋଜ ଖବର ନ ଥାଏ। ବିନୁ ମା ପୁଅ ବିନୟର ଚିକିତ୍ସା ପାଇଁ ମଧ୍ୟ ଟଙ୍କା ଯୋଗାଡ କରୁଥାଏ। ହେଲେ ଲକ୍ଷାଧିକ ଟଙ୍କା ସେ କେବେ ଯୋଗାଡ କରି ପାରିବ ଆଉ ତାର ଚିକିତ୍ସା କରିବ। ଡାକ୍ତର ବାବୁ ପରା କହିଛନ୍ତି ବିନୟର ଚିକିତ୍ସା ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର। ଏପଟେ ମିନୁର ଚିକିତ୍ସା ପାଇଁ ଟଙ୍କା ନିଅଣ୍ଟ। ବିନୟ କାମ କରୁଥିବା କମ୍ପାନୀ ତରଫରୁ ପ୍ରତିଶ୍ରୁତି ଛଡା ଟଙ୍କାଟିଏ ବି ମିଳିଲାନି। ପ୍ରତି ସପ୍ତାହରେ ମିନୁକୁ ଦେଖିବାକୁ ବିନୁ ମା ହସ୍ପିଟାଲ ଯାଏ। ଡାକ୍ତରଙ୍କ ପାଖରୁ ସବୁ ବୁଝି ପୁଣି ଗାଁକୁ ବାହୁଡି ଆସେ। ବାଟ ସାରା ନିଜ ପୁଅ ବିନୟକୁ ଖୋଜି ଥରୁଟିଏ ଦେଖିବାକୁ ଚେଷ୍ଟା କରେ। କେବେ ଦେଖିବାକୁ ପାଏ ତ କେବେ ପାଏନି। ଗୋଟିଏ ବର୍ଷ ବିତିବାକୁ ବସିଲାଣି ହେଲେ... ମିନୁର ସ୍ବାସ୍ଥ୍ୟବସ୍ଥା ଭଲ ହେବାର ନା ନେଉ ନ ଥାଏ। ଏହା ଥିଲା ସେଇ ପାଗଳ ବିନୟର କାହାଣୀ

ସେଇ ଦିନ ବି ବୁଢି ମାଉସୀ ନିଜ ବୋହୁକୁ ଦେଖିବାକୁ ବାହାରି ଥିଲେ ହାତରେ ଟଙ୍କା ଥଳିକୁ ଧରି।

ମୁ ବୁଢି ମାଉସୀଙ୍କ ସହ ସେଇ ହସ୍ପିଟାଲରେ ପହଞ୍ଚି ସାରିଥିଲି। ସେ ହସ୍ପିଟାଲ ଆଉ କୋଉ ହସ୍ପିଟାଲ ନ ଥିଲା... ସେଇ ହସ୍ପିଟାଲ ଥିଲା ଯେଉଁଠି ସେ ପାଗଳ ଲୋକ ମୋତେ ଆଡମିଟ କରିଥିଲେ। ଡାକ୍ତର ବାବୁ ଆସି କହିଲେ ଆରେ ବୁଢି ମା ତୁମେ ଆସିଗଲ... ମୁ ଏବେ ତୁମକୁ ଫୋନ କରିବାକୁ ଯାଉଥିଲି। ତୁମ ପାଇଁ ଗୋଟିଏ ଖୁସି ଖବର ଅଛି... ମିନୁ କୁ ହୋସ୍ ଆସି ଯାଇଛି। ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ। ଯାଅ ତାଙ୍କୁ ଦେଖା କରିବ। ଭଗବାନ ତୁମ ଡାକ ଶୁଣିଛନ୍ତି। ତୁମକୁ ତୁମ ଧୈର୍ଯ୍ଯର ଫଳ ମିଳିଛି। ବୁଢି ମାଉସୀ ଖୁସିରେ ଦୌଡି ଗଲେ ବୋହୁ ମିନୁ ପାଖକୁ ଆଉ ତାଙ୍କ ପଛେ ପଛେ ମୁ। ମିନୁ ନିଜ ଶାଶୁଙ୍କୁ ଦେଖି ଭାରି ଖୁସି ହୋଇଯାଇଥିଲା ଏବଂ ବିନୟ ଏବଂ ପୁଅ କୁନା ବିଷୟରେ ପଚାରିବାକୁ ଲାଗିଥିଲା। ଛାତିରେ ପଥର ରଖି ବୁଢି ମା ମିନୁକୁ ସବୁ କଥା କହିଥିଲା। ମିନୁ ବୁଢି ମାଙ୍କର କୋଳରେ ମୁଣ୍ଡ ରଖି ପୁଅ ଆଉ ସ୍ୱାମୀଙ୍କୁ ଝୁରି ଝୁରି ବହୁତ କାନ୍ଦୁଥିଲା।

ମୁ ଚାହିଁକିବି କିଛି କରି ପାରୁ ନ ଥିଲି। କେବଳ ନିରବ ଦର୍ଶକ ହୋଇ ରହିଥିଲି। ସଙ୍ଗେ ସଙ୍ଗେ ବାହାରି ପଡିଲି ବିନୟ ସେଇ ପାଗଳ ଲୋକଟିକୁ ଖୋଜିବାକୁ ପାଇଁ। ଭାବିଲି ବିନୟର ଉପସ୍ଥିତି ହୁଏତ ସେମାନଙ୍କର କଷ୍ଟକୁ କିଛି ପରିମାଣର କମ କରିଦେଇ ପାରେ....। ଆଖ ପାଖ ଅଞ୍ଚଳରେ, ରାସ୍ତା ଘାଟରେ ବହୁତ ଖୋଜିଲି ହେଲେ ନିରାଶ ହେବାକୁ ପଡିଲା। କେଉଁଠି ବି ତାଙ୍କୁ ପାଇଲି ନାହିଁ ତେଣୁ ପୁଣି ଥରେ ହସ୍ପିଟାଲକୁ ଫେରିଲି ଖାଲି ହାତରେ। ସେମାନଙ୍କୁ ଏତକ ଟିକେ ଖୁସି ବି ଦେଇ ପାରିଲିନି ବୋଲି ମନ ଜମା ଭଲ ଲାଗୁ ନ ଥାଏ। ଯେଉଁ ଲୋକ ପାଗଳ ହେଲେ ବି ସେ ଦିନ ମୋର ଜୀବନ ବଞ୍ଚାଇ ଥିଲା ତା' ପାଇଁ କିଛି କରି ପାରି ନ ଥିଲି। ହସ୍ପିଟାଲକୁ ପହଞ୍ଚି ଦେଖେତ ସେଇ ପାଗଳ ଲୋକ ଆଉ ଜଣେ କିଏ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଛି ଆଉ ପାଟି କରି କହୁଛି "ମୋ କୁନାକୁ ଭଲ କରିଦିଅ...ମୋ ମିନୁକୁ ଭଲ କରିଦିଅ।"

ମୋ ମନରେ ଆଶାର କିରଣଟିଏ ଖେଳିଗଲା। ହେଲେ ବିନୟକୁ କେମିତି ମିନୁ ଥିବା ରୁମକୁ ନେବି ଭାବୁଥାଏ। ସଙ୍ଗେ ସଙ୍ଗେ ଦୌଡି ଗଲି ମିନୁ ଥିବା ରୁମକୁ। ସେମାନଙ୍କୁ ଡାକି ଆଣିଲି ବିନୟ ପାଖକୁ। ମିନୁ ଆଉ ବିନୁ ବୋଉ ବିନୟକୁ ଦେଖି ନିଜ କୋହକୁ ସମ୍ବରଣ କରି ପାରି ନ ଥିଲେ। ଏତେ କଷ୍ଟ ଏତେ ଦୁଃଖ ଭିତରେ ସେମାନେ ଟିକିଏ ଖୁସି ଥିଲେ ବିନୟକୁ ପାଖରେ ପାଇ ତଥାପି ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ବୋଧହୁଏ ଖୁସିର ଲୁହ ଥିଲା। ବିନୟ ଅବାକ୍ ହୋଇ ଚାହିଁ ରହିଥିଲା ତା ବୋଉ ଆଉ ସ୍ତ୍ରୀ ମିନୁକୁ ନିଜ ସାମନାରେ ଦେଖି। ବୋଧହୁଏ ସେଇ ପାଗଳ ଅବସ୍ଥାରେ ବି ବିନୟ ନିଜର ସ୍ତ୍ରୀ ଆଉ ବୋଉକୁ ଚିହ୍ନି ପାରିଥିଲା। ବିନୟ ହସ୍ପିଟାଲର ଚଟାଣରେ ହଠାତ୍ ଲଥ୍ କିନା ବସି ପଡିଲା। ମିନୁ ଆଉ ବିନୁ ମା ମଧ୍ୟ ବିନୟ ସହ ବସି ପଡିଲେ। ସମାନଙ୍କ ଆଖିରୁ ବୋହି ଯାଉଥିଲା ଅସରନ୍ତି ଅଶ୍ରୁର ଧାର। ମୁ ବି ସେମାନଙ୍କର ପାଖରେ ବସି ପଡିଲି। ମୋତେ କାହିଁକି କେଜାଣି ସେମାନଙ୍କର ପରିବାରର ଅଂଶ ହେଲା ପରି ମନେ ହେଉଥାଏ। ଠିକ୍ ଏତିକି ବେଳକୁ ବିନୟ ମୋ ମୁଣ୍ଡ ପାଖରେ ତା'ର ହାତ ବୁଲାଇ ଆଣି ଆଉଁସି ଦେଇ କହୁଥିଲା," ମିନୁ ଦେଖିଲ ମୋ ଗେହ୍ଲା ପୁଅ କୁନା କେତେବେଳେ ଏତେ ବଡ ହୋଇଗଲାଣି...ମୁ ଜମା ଜାଣି ପାରିଲିନି।" ଚାହିଁକିବି ମୁ ତାଙ୍କ ପୁଅ ନୁହେଁ ବୋଲି ସେଇ ମୂହୁର୍ତ୍ତରେ କହି ପାରି ନଥିଲି ।

ଯେମିତି ବିନୟ ପାଇଁ ମୁ ହୋଇ ଯାଇଥିଲି ତା'ର ସବୁଦିନ ପାଇଁ ହଜି ଯାଇଥିବା ପୁଅ କୁନା। ସମସ୍ତେ ବିନୟକୁ ଧରି ଗାଁକୁ ଫେରିଲୁ। ସମସ୍ତଙ୍କୁ ଗାଁରେ ଛାଡି ମୁ ସହରକୁ ଫେରି ଆସିଲି ମୋ କର୍ମକ୍ଷେତ୍ରକୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଯେତେବେଳେ ବି ସମୟ ମିଳେ କୁନା ହୋଇ ବିନୟ ପାଖକୁ ଯାଏ। ସେ ମୋ ଭିତରେ ଦେଖୁଥିବା କୁନାକୁ ସତରେ ବହୁତ ସ୍ନେହ କରନ୍ତି। ତାଙ୍କ ସହ ବୁଢି ମାଉସୀ ଆଉ ମିନୁ ମଧ୍ୟ। ବିନୟ ଧିରେ ଧିରେ ସୁସ୍ଥ ହେଉଥିଲେ ମଧ୍ୟ ଆଜିବି ସମ୍ପୁର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତଥାପି ବୁଢି ମାଉସୀ ମିନୁ ଆଉ ମୋର ପୂର୍ଣ୍ଣ ଆଶା ଯେ ସେ ଧିରେ ଧିରେ ନିଶ୍ଚୟ ସମ୍ପୂର୍ଣ୍ଣ ଭଲ ହୋଇ ଉଠିବ।

××××××××××××

ଜିତେନ୍ଦ୍ର କୁମାର କହଁର,କଲାଡି,ଫୁଲବାଣୀ

ଦୁରଭାଷ- ୯୪୩୯୫୪୨୫୨୧

ପାଗଳ ହେଲମେଟ ବିନୟ

Rate the content


Originality
Flow
Language
Cover design

Comments

Post

Some text some message..