JITENDRA KUMAR KONHAR

Tragedy

4.3  

JITENDRA KUMAR KONHAR

Tragedy

ଲାଷ୍ଟ୍ କଲ୍

ଲାଷ୍ଟ୍ କଲ୍

3 mins
364


ରାଜ୍ ଆଉ ନନ୍ଦିନୀ କଲେଜ ସମୟରୁ ବହୁତ ଭଲ ସାଙ୍ଗ । ଯେମିତି ସେମାନେ ଅନ୍ୟ ମାନଙ୍କ ପାଇଁ ବନ୍ଧୁତ୍ୱର ଗୋଟିଏ ଉଦାହରଣ । ନିଜ ଖୁସି ନିଜ ଦୁଃଖକୁ କାହା ସହିତ ବାଣ୍ଟି ନ ପାରିଲେ ବି ଦୁହେଁ ଦୁହିଁଙ୍କ ଭିତରେ ନିଶ୍ଚିତ ସୁଖ ଆଉ ଦୁଃଖ ଉଭୟ ବାଣ୍ଟି ଥାନ୍ତି । କଲେଜର ପାଠ ପଢ଼ା ହେଉ କି ଅନ୍ୟ କିଛି କାମ ହେଉ ଦୁହେଁ ଦୁହିଁଙ୍କ ପାଇଁ ସବୁବେଲେ ଠିଆ ହୋଇ ରହିଥାନ୍ତି । ଏ ଭିତରେ ନନ୍ଦିନୀଙ୍କ ବାହାଘର ଠିକ୍ ହୋଇ ଯାଇଥାଏ । ସାଙ୍ଗର ବାହାଘର ଖବର ପାଇ ରାଜ୍ ବି ବହୁତ ଖୁସି ଥାଏ ହେଲେ ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ନନ୍ଦିନୀ ର ବାହାଘରରେ ଉପସ୍ଥିତ ହୋଇ ପାରିଲାନି । ତଥାପି ନନ୍ଦିନୀ ମନ ଦୁଃଖ କଲାନି କାରଣ ତାଙ୍କ ବନ୍ଧୁତ୍ୱ ଥିଲା ସବୁଠାରୁ ଉର୍ଦ୍ଧ୍ୱରେ । ବାହାଘରର କିଛି ଦିନ ପରେ ନନ୍ଦିନୀ ପୁଣି କଲେଜ ଆସିଲା । ପୁଣି ରାଜ ନନ୍ଦିନୀ ଆଉ କଲେଜର ପାଠ ପଢା ଧୀରେ ଧିରେ ଆଗେଇ ଚାଲିଲା । କଲେଜ ର ଶେଷ ଦିନରେ କଲେଜ ରେ ଧୁମ ଧାମ ରେ ପାର୍ଟି ଚାଲିଥାଏ । ହେଲେ ଏ କଣ ପାର୍ଟି ସରିବା ଆଗରୁ ନନ୍ଦିନୀ ଗାୟାବ୍ । ରାଜ୍ ତା ସାଙ୍ଗକୁ ବହୁତ ଖୋଜିଥିଲା ହେଲେ ସବୁ ଆଗରେ ଯେମିତି ରହିଯାଇଥିଲା କେବଳ ଗୋଟିଏ ପ୍ରଶ୍ନ ଚିହ୍ନ । ରାଜ ବି ନିଜ ଘରକୁ ଫେରି ଆସିଥିଲା । ଆସିକି ଫୋନ ତ କରିଛି ହେଲେ ପ୍ରତ୍ୟୁତ୍ତର କିଛି ପାଇ ପାରିନି । ନା କଲ୍ ରେ ନା ମେସେଜ ରେ । ଏମିତି ବହୁତ ଦିନ ବିତି ଗଲା । ରାଜ୍ ର ମନକୁ ପାପ ଛୁଏଁ । ସେ ଅନ୍ୟ ସାଙ୍ଗ ମାନଙ୍କ ପାଖରୁ ତା ଖବର ନେବାକୁ ଚେଷ୍ଟା କରେ ଆଉ ଜାଣିବାକୁ ପାଏ ସେ ଭଲରେ ଅଛି । କିନ୍ତୁ ସେ ଜାଣି ପାରେନି ତାର କୋଉଠି ଭୁଲ ରହିଗଲା! ସମୟ ତ କାହାକୁ ଅପେକ୍ଷା କରେନି ସେ ପ୍ରତିକ୍ଷଣ ଚାଲୁଥାଏ । ଏମିତିରେ ପୁଣି କିଛି ମାସ ବିତିଗଲା । ଦିନେ ସନ୍ଧ୍ୟା ବେଳେ ହଟାତ ରାଜ୍ ର ଫୋନ ଅଜଣା ନମ୍ବର ରେ ବାଜି ଉଠିଲା । କଣ୍ଠ ସ୍ୱର ବାରିବାକୁ ରାଜ୍ କୁ କିଛି ସେକେଣ୍ଡ ଲାଗିଗଲା ନିଶ୍ଚୟ ହେଲେ ଜାଣି ପାରିଲା ଯେ ଫୋନ ର ଆର ପାଖରେ ଅଛି ନନ୍ଦିନୀ । ତାହା ବି ଏତେ ଦିନ ପରେ । ରାଜ ଯେମିତି ହଜିଲା ଖୁସି ପାଇ ଯାଇଥିଲା ଆଉ ମନେ ମନେ ଭଗବାନଙ୍କୁ ଡାକୁଥିଲା ଏ ଖୁସି କୁ ସେ ଯେମିତି ପୁଣି କେବେ ହରାଇ ନ ଦେଉ । ରାଜ ପଚାରିଲା“ ଏତେଦିନ ପରେ ମନେ ପଡ଼ିଲା ଅସୁବିଧା କଣ ହୋଇଛି କଲେଜ ର ଲାଷ୍ଟ୍ ଡେ ରେ ବି ଦେଖା ନ କରି ଚାଲିଗଲ ଆଉ ଗଲ ଯେ ଫେରୁଛ ପୁଣି ଏତେଦିନ ପରେ । ମୁଁ ଆଜି କଲ୍ କରିଛି ହେଲେ ବୋଧହୁଏ ଜୀବନରେ ଆଉ କେବେବି ତୁମକୁ କଲ୍ କରି ପାରିବିନି - ନନ୍ଦିନୀ କହିଲା । ରାଜ୍ ଆଖିରେ ହଠାତ ଲୁହ ଜକେଇ ହୋଇ ଆସିଲା ଆଉ ତାର ପାରିସୀମା ଅତିକ୍ରମ କରିବାକୁ ଲାଗିଲା । ନନ୍ଦିନୀ କହିଲା,“ଏ ସବୁ ପାଇଁ ଦାୟୀ ହେଉଛ ତୁମେ” । ରାଜ ଗୋଟିଏ ସେକେଣ୍ଡ ପାଇଁ କିଛି ବୁଝି ପାରିଲାନି । ତଥାପି ପଚାରିଲା, “ମୁଁ କ’ଣ କଲି”? ନନ୍ଦିନୀ କହିଲା ମୋ ହଜବେଣ୍ଡ ତୁମକୁ ନେଇ ମୋତେ ସନ୍ଦେହ କରୁଛନ୍ତି ତୁମ ଆଉ ମୋର ବନ୍ଧୁତ୍ୟକୁ ସେ ଗ୍ରହଣ କରି ପାରୁ ନାହାନ୍ତି । ଆଉ ସେଥିପାଇଁ ଆମ ଭିତରେ ବାହାଘର ପରଠୁ ବହୁତ ପାଟିତୁଣ୍ଡ ହେଲାଣି । ତାଙ୍କ ସହ ମତେ ସାରା ଜୀବନ ରହିବାର ଅଛି ତେଣୁ । ତୁମେ ମୋତେ ଖରାପ ଭାବୁଥିବ ଜାଣିକି ଆଜି ଲାଷ୍ଟ୍ କଲ୍ କଲି ସବୁକିଛି କହିଦେବା ପାଇଁ ତୁମେ ମୋତେ କେବେ ଖରାପ ନ ଭାବ ବୋଲି ।

ରାଜ୍ ପାଖରେ ଥିବା ନନ୍ଦିନୀ ସହ ଆଗାମୀ କିଛି ସେକେଣ୍ଡ ରେ ନିଜକୁ ସମ୍ଭାଳି ନେଇ ଛଳ ଛଳ ଆଖିରେ ରାଜ କହିଲା, “ତୁମେ ମୋତେ କେବେବି କଲ୍ ନ କର ମନ ଦୁଃଖ କରିବିନି ସମ୍ପର୍କ ଆଉ ନ ରହୁ ମନ ଦୁଃଖ କରିବିନି ତୁମେ ଯେଉଁଠି ବି ଥାଅ ତୁମ ଦୁନିଆରେ ସବୁବେଳେ ଖୁସିରେ ଥାଅ । ଗୋଟିଏ ବନ୍ଧୁ ହିସାବରେ ଆଉ କଣ ମୁ ଚାହିଁପାରେ । ଶେଷରେ ନନ୍ଦିନୀ କହିଲା,“ଯାହା ହେଉ ତୁମେ ମତେ ବୁଝି ପାରିଛ ଆଉ ମତେ ଭୁଲ ବୁଝିନ ସୋ ଥାଙ୍କ ୟୁ । ଆଉ ଏ ଭିତରେ କେତେବେଳେ ରାଜ ଠାରୁ ନନ୍ଦିନୀ ବିଦାୟ ନେଇ ସାରିଥିଲା ଆଉ ଫୋନ ଟି କଟି ଯାଇଥିଲା ରାଜ ଜମା ବି ଜାଣି ପାରି ନ ଥିଲା ।


Rate this content
Log in

Similar oriya story from Tragedy