JITENDRA KUMAR KONHAR

Tragedy Drama

5.0  

JITENDRA KUMAR KONHAR

Tragedy Drama

ମୁଁ ତୁମେ ଆଉ ସେ

ମୁଁ ତୁମେ ଆଉ ସେ

11 mins
475


           

     ପ୍ରେମ ଶାଶ୍ୱତ। ପ୍ରେମ ଚିରନ୍ତନ। ପ୍ରେମର ମାନେ ନୁହେଁ କେବଳ ପାଇବା । ପ୍ରେମର ଅନ୍ୟ ନାମ ହେଉଛି ତ୍ୟାଗ। ଏମିତି କିଛି ଡାଇଲଗକୁ ନେଇ ଅଭିନୟ କରୁଥିଲା ସଦାନନ୍ଦ ସେଦିନ କଲେଜ ଡ୍ରାମାରେ। କଲେଜ ଜୀବନର ଦ୍ୱିତୀୟ ବର୍ଷର ଡ୍ରାମା। ଆଉ ସାଙ୍ଗ ମାନେ ସବୁ ତାଳି ମାରି ଉଠୁଥିଲେ। ସଦାନନ୍ଦର ଜୀବନରେ ସେ ଦିନ ପ୍ରବେଶ ହୋଇଥିଲା ସ୍ମିତାର।ସ୍ମିତା ଭାରି ସୁନ୍ଦର ଆଉ ସରଳ ଝିଅଟିଏ। ଯେମିତି ଗୋଟିଏ ଚାଉଳରେ ଗଢ଼ା। ଯିଏ ବି ଥରେ ଦେଖିବ ସତେ ଦେଖି ହିଁ ଚାଲିଥିବ। ହେଲୋ... ସଦାନନ୍ଦ ଆଇ ଆମ ସ୍ମିତା... ତୁମର ଅଭିନୟ ମୋତେ ଭାରି ଭଲ ଲାଗିଲା। କିପ ଇଟ ଅପ...ସଦାନନ୍ଦର ଡ୍ରାମା ସରିବା ପରେ ସ୍ମିତା କହିଥିଲା। ସଦାନନ୍ଦ ଥାଙ୍କସ ଜଣାଇ ସ୍ମିତ ହସଟିଏ ଦେଇଥିଲା। ସ୍ମିତା ତାର ହାତ ବଢ଼ାଇ କହିଥିଲା ଅଟୋଗ୍ରାଫ ପ୍ଲିଜ। ଆଉ ସଦାନନ୍ଦ ତା ହାତରେ ଲେଖି ଦେଇଥିଲା ଲୋଟସ ଅଫ ଲଭ ଫର୍ମ ସଦା। ସଦା ସେ ଦିନ ସ୍ମିତା ହାତରେ ନିଜର ନା' ଲେଖିନଥିଲା ତ ତା ନିଜ ହୃଦୟରେ ସ୍ମିତାର ନା' ଲେଖିଦେଇ ଥିଲା।

      

     ସେ ଦିନ ପର ଠାରୁ ଦୁହେଁ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲେ। ହେଲେ ସଦାନନ୍ଦ ମନେ ମନେ ସ୍ମିତାକୁ ଭଲପାଇ ବସିଥିଲା କିନ୍ତୁ ତାକୁ ମନ ଖୋଲି କେବେ କହିପାରୁନଥିଲା। ଭୟ କରୁଥିଲା ଯଦି ସେ ସ୍ମିତାକୁ କହିବ ଭଲପାଏ ବୋଲି ସେ ଯଦି ଆକ୍ସେପ୍ଟ କରିବନି। ଆଉ ସେ ଯଦି ମୋତେ କେବଳ ବନ୍ଧୁ ବୋଲି ଭାବୁଥାଏ ତେବେ!! ଏମିତି ଭାବି ସେ କହି ପାରେନି କିଛି। କାରଣ ସେ ସ୍ମିତାକୁ କୌଣସି କାରଣରୁ ବି ହରେଇବାକୁ ଚାହୁଁ ନ ଥିଲା।


  ଦିନେ ରାତିରେ ଶୋଇବା ଆଗରୁ ସଦା ହ୍ଵାଟ୍ସଆପ ଖୋଲୁ ଖୋଲୁ ଅଜଣା ନମ୍ବର୍ ରୁ ସଦା ପାଖକୁ ହ୍ଵାଟ୍ସଆପ ରେ ହାଏ ବୋଲି ଏକ ମେସେଜ ଆସିଲା। ସଦା ପଚାରିଲା କିଏ। ଉତ୍ତର ଆସିଲା ଚିହ୍ନି ପାରୁ ନାହାନ୍ତି। ସଦା କହିଲା ନା... ପରିଚୟ ଦେଲେ ଭଲ ହୁଅନ୍ତା। ରେପ୍ଲାଏ ଆସେ ଠିକ ଅଛି ମୁଁ ଗୋଟିଏ କ୍ଲୁ ଦେଉଛି ଦେଖିବା ଚିହ୍ନି ପାରୁଛ କି ନା। ସେପଟୁ ଗୋଟିଏ ଫୋଟ ଆସିଲା ଗୋଟିଏ ଝିଅର ହାତର ଫୋଟ। ଯେଉଁଥିରେ ଲେଖା ଥିଲା ଲୋଟସ ଅଫ ଲଭ ଫର୍ମ ସଦା। ଆରେ ସ୍ମିତା ତୁମେ। ମୋ ନମ୍ବର୍ କେଉଁଠି ପାଇଲ। ସ୍ମିତା କୁହେ,"ହଁ ଚିହ୍ନି ପାରିଲ ତେବେ। ତୁମେ ତ ଆମ କଲେଜର ଫେମୋସ ଆକ୍ଟର । ତୁମ ନମ୍ବର୍ ତ ସମସ୍ତଙ୍କ ପାଖରେ। ମୁଁ କେମିତି ପାଇ ନ ଥାନ୍ତି ଯେ।" ଧୀରେ ଧୀରେ ସ୍ମିତା ଆଉ ସଦାନନ୍ଦର ବନ୍ଧୁତା ବଢ଼ିବାରେ ଲାଗିଥାଏ। 


        ଦିନେ ସ୍ମିତା ଫୋନ କରି ସଦାନନ୍ଦକୁ କହିଲା ସଦାନନ୍ଦ ତୁମେ ତ ମୋର ବେଷ୍ଟ ଫ୍ରେଣ୍ଡ। ମୁଁ ଗୋଟେ ଫୋଟ ହ୍ଵାଟ୍ସଆପରେ ସେଣ୍ଡ କରୁଛି ଦେଖ। ଆଉ କହିବ ମୋ ଚଏସ କେମିତି। ସଦାନନ୍ଦ କୁହେ ଠିକ ଅଛି ପଠାଅ। ସଦାନନ୍ଦ ଅପେକ୍ଷା କରିଥାଏ। କିଛି ସମୟ ପରେ ଫୋଟ ଟିଏ ଆସିଲା... ଆଉ ଫୋଟ ତଳେ ଲେଖା ଯାଇଛି... ଦିସ ଇଜ ରଞ୍ଜନ ମାଇ ଲଭ...। ତୁମର ପସନ୍ଦ କି ନା ଟିକେ କହିଲ। ସଦା ଫୋଟ ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଏ ଫୋଟ ତଳେ ଲେଖା ଥିବା ଲାଇନ ପଢି ତାକୁ ଅଧିକ କଷ୍ଟ ହୁଏ। କାରଣ ସେ ଫୋଟଟି ଥିଲା ସଦା ର ପିଲା ବେଳର ସାଙ୍ଗ ରଞ୍ଜନର। ରଞ୍ଜନ ଦଶମ ପାସ ପରେ ସହରକୁ ପଢିବାକୁ ଚାଲିଗଲା ସେ ଏଇ ଗାଁ ପାଖ କଲେଜରେ ପଢୁଛି ଯୋଉଠି ସ୍ମିତା ବି ତାର ସହପାଠୀନି। ହେଲେ କଣ ହେଲା କେଜାଣି ସେ ଛୋଟ ପିଲା ପରି କାନ୍ଦି ଉଠିଲା। ଯେମିତି ସେ ସ୍ମିତା କୁ ସେଇ ମୁହୂର୍ତ୍ତରେ ହିଁ ହରେଇ ଦେଇଥିଲା। ସେପଟେ ସ୍ମିତା ର ମେସେଜ... ଆରେ କିଛି ରିପ୍ଲାଏ ଦେଲନି ଯେ। ପସନ୍ଦ ହେଲାନି କି। ସଦାନନ୍ଦ କୁହେ ଆରେ ନା ନା ନେଟୱର୍କ ପ୍ରବ୍ଲେମ। ମେସେଜ ଯିବାରେ ଲେଟ ହେଉଛି। ଏନି ୱେ ଗୁଡ ଚୋଏସ। ସ୍ମିତା କୁହେ ଜାଣିଥିଲି ତୁମର ନିଶ୍ଚୟ ପସନ୍ଦ ହେବ। ଥାଙ୍କ ୟୁ...ୟୁ ଆର ମାଇ ବେଷ୍ଟ ଫ୍ରେଣ୍ଡ। ରହୁଛି ପରେ କଥା ହେବି। ଏତିକି କହି ସ୍ମିତା ଚାଟ ବନ୍ଦ କଲା। ହେଲେ ଏପଟେ ସଦା ବହୁତ କଷ୍ଟ ଅନୁଭବ କରୁଥାଏ।


      ସଦାନନ୍ଦ ସଙ୍ଗେ ସଙ୍ଗେ ରଞ୍ଜନ ପାଖକୁ କଲ କଲା। ଆଉ କଥା ଛଳରେ ସ୍ମିତା ବିଷୟରେ ଜାଣିବାକୁ ଚାହିଁଲା। ରଞ୍ଜନ ମୁହଁରୁ ବି ସ୍ମିତା କଥା ଶୁଣି ସଦା ଭାରି କଷ୍ଟ ଅନୁଭବ କରୁଥାଏ। ରଞ୍ଜନ କହୁଥାଏ ସେ ଏବେ ମାସେ ପାଇଁ ଛୁଟିରେ ଗାଁ କୁ ବାହାରିଛି। ସଦା କେତେ କଣ ଭାବିନିଏ। ଏବେ ରଞ୍ଜନ ଗାଁ କୁ ଆସିବ ଆଉ ସ୍ମିତା ତା ପାଖରୁ ଆହୁରି ଅଧିକ ଦୂର ହୋଇଯିବ। ରଞ୍ଜନ ଗାଁ କୁ ଆସିଲା ପରେ ସ୍ମିତାକୁ ଭେଟିବାକୁ ଯାଏ। ସଦାନନ୍ଦ ଆଉ ରଞ୍ଜନ ଦୁହେଁ ଆଗରୁ ଚିହ୍ନା ଜାଣି ସ୍ମିତା ଭାରି ଖୁସି ହୋଇଥିଲା। ଆଉ ରଞ୍ଜନ ବି ଭାରି ଖୁସି ହୋଇଥିଲା ସଦା ସ୍ମିତାର ସାଙ୍ଗ ବୋଲି। ହେଲେ ସ୍ମିତା ଆଉ ରଞ୍ଜନ ଜାଣିବାକୁ ଚାହାନ୍ତି ସେ ଆଜି ଯାଏଁ କାହିଁକି କହି ନ ଥିଲା। ସଦାନନ୍ଦ ମିଛରେ କହିଦିଏ ସରପ୍ରାଇଜ ଥିଲା। ସମସ୍ତେ ହସି ଉଠନ୍ତି । ସଦାନନ୍ଦ ଭାବେ ଯାହା ହେଉ କଥାଟା ମେନେଜ କରିଦେଲି। ସ୍ମିତା ଯେତେବେଳେ ବି ସଦାନନ୍ଦ ସହ ଫୋନରେ କି ହ୍ଵାଟ୍ସଆପରେ କଥା ହେଉଥିବ କେବଳ ରଞ୍ଜନ ବିଷୟରେ କଥା ହୁଏ। ସଦା କିଛି କହିପାରେନି ସିନା ସେ ସବୁ ସେ ଶୁଣି ପାରେନି। ସେ କଣ କରିବ ଉପାୟ ପାଞ୍ଚେ। ଶେଷରେ ତାର ମନେ ପଡି ଯାଏ ସ୍ମିତା ଆଉ ଆଉ ରଞ୍ଜନର ଧର୍ମ ଗୋଟିଏ ହେଲେ ବି ଜାତି ଅଲଗା। କିନ୍ତୁ ତାର ଆଉ ସ୍ମିତାର ଜାତି ସମାନ ତେଣୁ ସେ ସ୍ମିତାର ଅଜାଣତରେ ସ୍ମିତାର ଆଉ ରଞ୍ଜନର ସମ୍ପର୍କ ବିଷୟରେ ଟଙ୍କାର ଲୋଭ ଦେଇ କିଛି ଲୋକର ସହାୟତାରେ ତାର ଘର ଲୋକଙ୍କୁ ଜଣାଇ ଦିଏ। ଆଉ ଭାବେ ସୁବିଧା ଦେଖି ସ୍ମିତାକୁ ସେ ନିଜ ମନ କଥା କହିବ ଆଉ ନିଜର କରିବ।


     ସ୍ମିତାର ଘର ଲୋକେ ତାର ସମ୍ପର୍କ ବିଷୟରେ ଜାଣି ତାକୁ ରଞ୍ଜନ ଠାରୁ ବହୁତ ଦୂରକୁ ନେଇ ଯାଆନ୍ତି। ରଞ୍ଜନ କିଛି ଖୋଜ ଖବର ପାଏନି ସ୍ମିତାର। ସେ ସଦାନନ୍ଦଙ୍କୁ ବି ପଚାରେ ହେଲେ ସଦାନନ୍ଦ ବି କିଛି କହେନି। ରଞ୍ଜନ ତାର ହ୍ଵାଟ୍ସଆପରେ ଵାରମ୍ବାର ମେସେଜ କରେ ହେଲେ କାହିଁ ସ୍ମିତା ତ ଯେମିତି ଅନଲାଇନ ଆସିବା ହିଁ ବନ୍ଦ କରି ଦେଇଛି । ଫେସବୁକରେ ବି ସେ ଅନ୍ ଲାଇନ ନାହିଁ କେତେବେଳେ। ତା ଘର ବି ତାଲା ପଡିଛି। ଭାବେ କେଉଁଠିକୁ ଯାଇଥିବେ। ସ୍ମିତା ଦିନେ ନିଶ୍ଚୟ ଫେରି ଆସିବେ। ସେ ତାକୁ ଅପେକ୍ଷା କରିବ ବୋଲି ମନେ ମନେ ସ୍ଥିର କରେ। ସେପଟେ ସଦା ବି ବ୍ୟସ୍ତ ଥାଏ । କାରଣ ତାର ଘର ଲୋକେ ତାକୁ କେଉଁଠି କୁ ନେଇଗଲେ ସେଇଟା ସେ ବି ଜାଣି ନ ଥାଏ। ସେ କେମିତି ତାର ସ୍ବପ୍ନ ପୁରଣ କରିବ। କେମିତି ସେ ସ୍ମିତାକୁ ନିଜର ମନ କଥା କହି ନିଜର କରିବ। ତାକୁ ବି ତାର ସ୍ବପ୍ନ ଅଧୁରା ରହିଗଲା ପରି ମନେ ହୁଏ। ଏମିତି ତିନି ମାସ ବିତିଯାଏ। ହଠାତ ଦିନେ ରାତିରେ ସ୍ମିତା ପାଖରୁ ରଞ୍ଜନ ପାଖକୁ ମେସେଜ ଆସେ ଯେ ସେ ଏବେ ବିବାହିତ। ଘର ଲୋକ ଆମ ସଂପର୍କ ବିଷୟରେ ଜାଣି ମୋତେ ଆଉ ଗୋଟିଏ ଜାଗାରେ ବାହା କରି ଦେଇଛନ୍ତି। ଆଉ ରଞ୍ଜନ କୁ ବି ଜୀବନରେ ଆଗକୁ ବଢିବା ଆଉ ବାହା ହୋଇଯିବା ପାଇଁ ବି ମେସେଜରେ ଲେଖି ଥାଏ। ରଞ୍ଜନ ମେସେଜ ଆସିଥିବା ନମ୍ବର୍ କୁ ବାରମ୍ବାର ଫୋନ କରେ ହେଲେ ସ୍ୱିଚ ଅଫ କହେ। ସେ କଣ କରିବ ଜାଣି ପାରେନି। କାନ୍ଦି କାନ୍ଦି ସେ ରାତିରେ ସେ ସଦାନନ୍ଦ ଘରେ ପହଂଚି ସଦାନନ୍ଦକୁ ସବୁ କଥା କୁହେ। ସଦା ସେ ସବୁ ଜାଣି ଅବାକ ହୋଇ ଯାଏ। ସେ ମନେ ମନେ ଭାବେ କଣ ହୋଇଗଲା ଏ ସବୁ ନିଜ ଭୁଲ ପାଇଁ ସେ ନିଜେ ବି ସ୍ମିତାକୁ ହରେଇ ଦେଲା। ଛାତି ଭିତର ଟା ତାର ବହୁତ କଷ୍ଟ ଲାଗୁଥାଏ। ସେ ମନେ ମନେ ଭାବେ ଗୋଟିଏ ପ୍ରକାର ଭଲ ବି ହେଲା ସ୍ମିତା ଯଦି ରଞ୍ଜନକୁ ବାହା ହୋଇଥାନ୍ତା ଆଜି ସ୍ମିତାକୁ ହରେଇ ମୋତେ ଯେତିକି କଷ୍ଟ ହେଉଛି ତା ଠାରୁ ଅଧିକ କଷ୍ଟ ଲାଗିଥାନ୍ତା। ସେ ନିଜକୁ ସମ୍ଭାଳିବା ସହିତ ରଞ୍ଜନକୁ ବୁଝେଇବାକୁ ଚେଷ୍ଟା କରେ। ହେଲେ ରଞ୍ଜନ କୁହେ ସେ କେବେବି ସ୍ମିତାକୁ ଭୁଲି ପାରିବନି।


       କିଛି ମାସ ପରେ ରଞ୍ଜନର ମଧ୍ୟ ବାହାଘର ହୋଇଯାଏ। ହେଲେ ସେ ସ୍ମିତାକୁ ଏବେବି ଭୁଲି ପାରିନ ଥାଏ। ସେ ପୁଣି ଗାଁ ଛାଡି ସହରକୁ ନିଜ ସ୍ତ୍ରୀ ସହ ଚାଲି ଯାଏ। ଏମିତି ରେ କିଛି ମାସ ବିତି ଗଲା। ସ୍ମିତାର କିଛି ଖୋଜ ଖବର ନ ଥାଏ। ରଞ୍ଜନ ସଦାନନ୍ଦ ସହ ଯେବେବି ଫୋନରେ କଥା ହୁଏ ବା ହ୍ଵାଟ୍ସଆପ ରେ ଚାଟ କରି କଥା ହୁଏ ସବୁବେଳେ ସ୍ମିତା କଥା ପଚାରେ। ଆଉ ତାର କିଛି ଖୋଜ ଖବର ପାଇଲେ ଦେବାକୁ କୁହେ। ସଦାନନ୍ଦ ହଁ ସେ କିଛି ଖବର ପାଇଲେ ନିଶ୍ଚୟ ଦେବ କୁହେ। ସଦା ମନେ ମନେ କୁହେ ବାହା ହେଲା ପରେ ସ୍ମିତା କଥା ପଚାରୁଛି ଟିକିଏ ଲାଜ ଲାଗୁନି। ହେଲେ ରଞ୍ଜନ ଆଗରେ କିଛି କହି ପାରେନି। ହଠାତ ଦିନେ ସ୍ମିତାର ହ୍ଵାଟ୍ସଆପରେ ମେସେଜ ଆସେ ସଦାନନ୍ଦ ପାଖକୁ। ସଦାନନ୍ଦ ଭାରି ଖୁସି ହୋଇଯାଏ। ମନ ଭରି ଟିକେ ସ୍ମିତା ସହ କଥା ହୋଇଗଲା ସେ। ସ୍ମିତା ତା ବିଷୟରେ ସବୁ ଘଟଣା ବଳି କୁହେ। କେମିତି ତାର ବାହାଘର କେଉଁ ପରିସ୍ମିତାରେ ହେଲା ବୋଲି। ହେଲେ ସଦା ତା ପାଇଁ ଏତେ ସବୁ ଘଟଣା ବୋଲି ସେ ଜାଣିବାକୁ ଦିଏନି। ସଦାନନ୍ଦ ସ୍ମିତା ସହ କଥା ହୋଇ ଯେତିକି ଖୁସି ଅନୁଭଵ କରୁଥିଲା ତାକୁ ତାର ଜୀବନ ସାଥି କରି ପାରିନଥିଲା ବୋଲି ବେସି ମନ ଦୁଃଖ କରୁଥାଏ। ହେଲେ ସେ ସବୁ ନିଜ ଛାତି ଭିତରେ ଲୁଚାଇ ରଖିଦିଏ। ସ୍ମିତା କି ରଞ୍ଜନ କାହାକୁ ଜାଣିବାକୁ ଦିଏନି। ବେଳେ ବେଳେ ସଦା ଭାବେ ସେ ସ୍ମିତା ର ନମ୍ବର୍ ଡିଲିଟ କରିଦେବ ଆଉ କଥା ହେବନି କିନ୍ତୁ ଵାରମ୍ବାର ଚେଷ୍ଟା କଲା ପାଇଁ ବି କାହିଁକି କେଜାଣି ସେ କରି ପାରେନି। ସ୍ମିତା ରଞ୍ଜନ ବିଷୟର ସଦାକୁ ପଚାରି ତାର ବାହାଘର ବିଷୟରେ ଜାଣିପାରେ ଆଉ କୁହେ ଭଲ ହେଲା ବୋଧହୁଏ ଭଗବାନଙ୍କର ଇଛା ଏମିତି ହିଁ କିଛି ଥିଲା। ହେଲେ ସ୍ମିତା କୁହେ ସେ ଏବେବି ରଞ୍ଜନଙ୍କୁ ଭୁଲି ପାରିନି। ସଦାକୁ ଭାରି କଷ୍ଟ ହୁଏ ସ୍ମିତା ପାଖରୁ ଏମିତି ଶୁଣି। ନିଜକୁ ନିଜେ କୁହେ ଏପଟେ ସ୍ମିତା କହୁଛି ରଞ୍ଜନକୁ ଭୁଲିନି ସେପଟେ ରଞ୍ଜନକୁ ଭୁଲିନି। ଦୁହେଁ ପାଗଳ ହୋଇ ଯାଇଛନ୍ତି। ବାହାଘର ହୋଇ ଗଲା ପରେ ବି...।


   ରଞ୍ଜନ ଆଉ ଦିନେ ଫୋନ କରି ସଦାନନ୍ଦକୁ ସ୍ମିତାର ଖବର ପଚାରେ। ସଦାନନ୍ଦ ସେ ସ୍ମିତା ସହ କଥା ହେବା କଥା ଜମା କୁହେନି କିନ୍ତୁ କୁହେ ରଞ୍ଜନ ତୁ ତ ଏବେ ବାହା ହୋଇ ଗଲୁଣି। ଆଉ ସ୍ମିତା ବି ଏବେ ବିବାହିତ। ତୋର ନିଜର ସ୍ତ୍ରୀ ଅଛି ତୁ କାହିଁ ସ୍ମିତା ସ୍ମିତା ହଉଛୁ। ସାଙ୍ଗ ହିସାବରେ ତୋତେ ଏତିକି ସଜେସନ ତୁ ସ୍ମିତା କୁ ଭୁଲି ଯା। ହେଲେ ରଞ୍ଜନ ରାଗିକି କୁହେ ସେ ସ୍ମିତା କୁ ଭୁଲି ପାରିବନି ଆଉ ଫୋନ କାଟି ଦିଏ। ସେବେଠୁ ରଞ୍ଜନ ସଦାନନ୍ଦ ସାଙ୍ଗରେ ଭଲରେ କଥା ହୁଏନି। ସଦାନନ୍ଦ ନିଜ ଫୋନରୁ ରଞ୍ଜନର ନମ୍ବର୍ ଡିଲିଟ କରି ଦେବାକୁ ଭାବେ ହେଲେ କରିନି। ସେ ଦିନଠୁ ସେ ବି କଥା ହୁଏନି ରଞ୍ଜନ ସହ। କେତେବେଳେ କଥାହେଲେ ବି ସତେ ଯେମିତି ଆତ୍ମୀୟତା ଜମା ନ ଥାଏ। ହେଲେ ସଦାନନ୍ଦ ସ୍ମିତା ଯେବେ ବି ଅନଲାଇନ ଆସେ ଟିକେ କଥା ହୋଇଯାଏ। କିନ୍ତୁ ରଞ୍ଜକୁ କିଛି ବି କୁହେନି। ସେ ଚାହୁଁଥାଏ ରଞ୍ଜନ ଆଉ ସ୍ମିତା କେବେବି କଥା ନ ହୁଅନ୍ତୁ। ହେଲେ ମନେ ମନେ ଭାବେ ରଞ୍ଜନ ଆଉ ସ୍ମିତା ଏବେବି କଥା ହେଉ ନାହାନ୍ତି ତ। ଏମିତି ଭାବି ଗୋଳେଇ ଘାଣ୍ଟି ହୁଏ। ହେଲେ କେମିତି ସେ ଜାଣିବ ।ସ୍ମିତା କି ରଞ୍ଜନ କୁ ତ ପଚାରିବନି। ଦିନେ ରାତିରେ ଅଭ୍ୟାସ ଭଳି ଶୋଇବା ଆଗରୁ ସଦାନନ୍ଦ ମୋବାଇଲରେ ହ୍ଵାଟ୍ସଆପ ଖୋଲିଲା। ଚେକ୍ କଲା ଉଭୟ ରଞ୍ଜନ ଆଉ ସ୍ମିତାର ନମ୍ବର୍। ଯେମିତି ଭାବିଥିଲା ସେମିତି ଦୁହେଁ ଅନଲାଇନ ଥିଲେ। ଉଭୟ ଅନ ଲାଇନ ରହିବା ଟା ସଂଯୋଗ ନା ସତରେ ସେମାନେ ଚାଟ କରୁଛନ୍ତି। କଣ କହୁଥିବ ସ୍ମିତାକୁ ରଞ୍ଜନ!! ରଞ୍ଜନ କୁ ସ୍ମିତା!!ରାତି ସାଢ଼େ ଗୋଟାଏ ରେ। ରଞ୍ଜନର ସ୍ତ୍ରୀ ଆଉ ସ୍ମିତାର ସ୍ୱାମୀ କଣ କିଛି ଜାଣି ପାରୁନାହାନ୍ତି। ସଦାନନ୍ଦର ଛାତି ଭିତର ଟା କଣ ହୋଇଗଲା। ତା' ପରେ ସେ ମନେ ମନେ ହସିଲା, ନିଜକୁ ନିଜେ କଠିନ କରିବାକୁ ଚେଷ୍ଟା କଲା। ଏବଂ ୯୯୬ତମ ଥର ପାଇଁ ସେ ନିଷ୍ପତି କଲା ଉଭୟ ନମ୍ବରକୁ ସେ ଡିଲିଟ କରିଦେବ। ନିଶ୍ଚୟ କରିଦେବ। ସଦାନନ୍ଦ ନିଜେବି ସ୍ମିତାକୁ ଭୁଲିପାରୁନଥାଏ। ହେଲେ ସେ ମନେ ମନେ ନିଶ୍ଚିତ କରେ ସେ ସ୍ମିତା କୁ ଭୁଲିବାକୁ ଚେଷ୍ଟା କରିବ। ହେଲେ ସେ ଯେତେ ଚେଷ୍ଟା କଲେ ବି ପାରେନି। ତାକୁ ସବୁବେଳେ ଲାଗେ ସ୍ମିତା ଆଉ ରଞ୍ଜନ ଏବେ କଥା ହେଉ ନ ଥିବେ ତ। ସେମିତି ଭାବି ଭାବି ସବୁବେଳେ ମାନସିକ ଚାପରେ ରୁହେ। ସେ ଉପାୟ ପାଞ୍ଚେ କଣ କରିବ?କେମିତି ସେମାନଂକୁ ଅଲଗା କରିବ। ସେ ଶେଷରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ପ୍ରଥମେ ସ୍ମିତା ଆଉ ରଞ୍ଜନ ସହ ଫ୍ରେଣ୍ଡଶିପ କରେ ସ୍ମିତା ଆଉ ରଞ୍ଜନକୁ ପରସ୍ପର ବିରୋଧରେ ମେସେଜ କରେ। ସ୍ମିତା ଆଉ ରଞ୍ଜନ କୁ ପରସ୍ପର ଠାରୁ ଦୂର କରିବା ପାଇଁ। ସେ ଭାବୁଥାଏ କାଳେ ସଫଳତା ପାଇଯିବ। ହେଲେ ଓଲଟା ହୁଏ। ସ୍ମିତା ଆଉ ରଞ୍ଜନ ପରସ୍ପର ସହିତ ଆଉ ଟିକେ ଅଧିକ ପାଖାପାଖି ହୋଇଯାନ୍ତି। ସଦା ସ୍ମିତା ପାଖରୁ ଜାଣିବାକୁ ପାଏ ଯିଏ ତାଙ୍କ ବିରୋଧରେ ଉଭୟଙ୍କୁ ମେସେଜ କରୁଛି ସେମାନେ ତାକୁ ଖୋଜୁଛନ୍ତି। ସଦା ସଂଗେ ସଂଗେ ସେ ଫେକ ଫେସବୁକ ଆକାଉଣ୍ଟ ବନ୍ଦ କରିଦିଏ। ସଦାନନ୍ଦର ସାରା ଦିନ ଆଉ ରାତି ରଞ୍ଜନ ଆଉ ସ୍ମିତା କଥା ଭାବି ଭାବି ବିତିଯାଏ। ସେମାନେ ଏବେ କଥା ହେଉନଥିବେ ତ। ସ୍ମିତା ରଞ୍ଜନ ରଞ୍ଜନ ସ୍ମିତା ପାଖକୁ ଯାଇ ନ ଥିବ ତ । ସେମାନେ କଣ କଥା ହେଉଥିବେ। ଏମିତି କେତେ କଥା ସେ ମନେ ମନେ ଭାବି ଚାଲେ ଆଉ ଚାପରେ ରୁହଥାଏ ।


       ଏମିତି କିଛିଦିନ ଗଲା ପରେ ଦିନେ ହଠାତ ସ୍ମିତା ର ହୁଆଟ୍ସଆପ ମେସେଜ ଆସେ ସଦାନନ୍ଦ ପାଖକୁ, ମେସେଜରେ ଲେଖା ହୋଇଥିଲା, ସଦାନନ୍ଦ ତୁମେ ମୋ ଭଲ ସାଙ୍ଗ ହୋଇକି ବି ଏମିତି କେମିତି କରି ପାରିଲା। ସଦାନନ୍ଦ ମେସେଜ ପଢି ବିବ୍ରତ ହୋଇଯାଏ।ସେ ରେପ୍ଲାଏ ଦିଏ ମୁଁ କଣ କଲି ସ୍ମିତା? ସ୍ମିତା କୁହେ ନିଜକୁ ଥରେ ପଚାରି ଦେଖ ତୁମେ କଣ କରିଛ?ସଦାନନ୍ଦର ମନେ ପଡ଼ିଯାଏ ସବୁକଥା କେମିତି ତା ପାଇଁ ସ୍ମିତା ଆଉ ରଞ୍ଜନକୁ ପରସ୍ପର ପାଖରୁ ଦୁରେଇ ଦେଇଥିଲା। କେମିତି ଫେକ ଫେସବୁକ ଆକାଉଣ୍ଟ ଖୋଲି ସେମାନଙ୍କୁ ଦୂର କରିବାକୁ ଚେଷ୍ଟା କରିଥିଲା। ସ୍ମିତା ଆଗରେ ଯେମିତି ଯେମିତି ତାର ସବୁ ଭୁଲ ସେ ଧରା ପଡି ଯାଇଥିଲା। ସେ ସ୍ମିତାକୁ କ୍ଷମା ମାଗେ ନିଜ ଭିଲ ପାଇଁ। ସ୍ମିତା ରାଗିକି କୁହେ କ୍ଷମା ନୁହେଁ ପ୍ରଥମେ କଣ ପାଇଁ ଆଉ କାହିଁକିଏମିତି କଲ କୁହ। ସଦା ମେସେଜରେ ସବୁ ଭୁଲ ର ସ୍ବୀକାରକ୍ତି ଲେଖି ଦିଏ କେମିତି ସେ ତାକୁ ଭଲ ପାଇଥିଲା। କେମିତି ସେ ସ୍ମିତାକୁ ରଞ୍ଜନ ଠାରୁ ଦୂର କରିବା ପାଇଁ ତାଙ୍କ ଘର ଲାକଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ଜଣାଇ ଦେଇଥିଲା। ଶେଷରେ ପୁଣି ସେମାନଙ୍କୁ ନିକଟତ୍ତୋର ହେବାର ଦେଖି ଫେସବୁକରେ ମିଛ ଆକାଉଣ୍ଟ ଖୋଲି ସେମାନକୁ ଦୁରେଇବାକୁ ଚେଷ୍ଟା କରିଥିଲା। ସଦାନନ୍ଦ କୁହେ ପ୍ଲିଜ ସ୍ମିତା ମୋତେ କ୍ଷମା କରିଦିଅ। ତୁମ ଭଲ ପାଇବାର ଅନ୍ଧ ହୋଇ କୋଉଟା ଠିକ କୋଉଟା ଭୁଲ ନ ଜାଣିନ ପାରି ଅନେକ ଭୁଲ କାମ କରି ଦେଇଛି। ସ୍ମିତା କୁହେ ମୁଁ ତୁମକୁ କେବେ ଅବିଶ୍ୱାସ କରି ନ ଥିଲି ସଦା ହେଲେ ମୁଁ ତୁମେ ମୋ ସହ ଏମିତି କିଛି କରି ପାରିଲ ମୁଁ ଏବେବି ବିଶ୍ଵାସ କରି ପାରୁନି। ଆଜି ବି ମୁଁ ତୁମକୁ ସନ୍ଦେହ କରି ନ ଥିଲି । ତୁମକୁ ସନ୍ଦେହ କରିଥିଲା ରଞ୍ଜନ ଫେକ ଫେସବୁକ ଆକାଉଣ୍ଟକୁ ନେଇ। ମୁଁ ତାକୁ କହିଥିଲି ସଦା କେବେବି ଏମିତି କରିବନି ହେଲେ ମୁଁ ଭୁଲ ଥିଲି। ହେଲେ ମୁଁ ଏବେ ତୁମ ମୁଁହଁରୁ ଜାଣିବାକୁ ପାଇଲି ରଞ୍ଜନ ଆଉ ମୁଁଁ ଅଲଗା ହେବା ପଛରେ ବି ତୁମେ। ଏତେ ସରଳ ଚେହେରା ଭିତରେ ଏତେ ବିକ୍ରୃତ ମାନସିକତା। ମୁଁ ବିଲିଭ କରି ପାରୁନି। ମୋତେ ଆଜି ଠୁ କେବେ କଲ କି ମେସେଜ କରିବନି ପ୍ଲିଜ କହି ସ୍ମିତା ଚାଟ ଅଫ କରିଦିଏ। ସଦାନନ୍ଦ ଆଖିରୁ ଧର ଧାର ଲୁହ ବୋହି ଯାଉଥାଏ। ସ୍ମିତା ସହିତ କଥା ହେବାର କିଛି ସମୟ ପରେ ସଦା ପାଖକୁ ରଞ୍ଜନର ବାରମ୍ବାର କଲ ଆସେ। ହେଲେ ସେ ରିସିଭ କଲାନି। କେମିତି ବା ରିସିଭ କରିଥାନ୍ତା ସେ। ପର ମୁହୂର୍ତ୍ତରେ ରଞ୍ଜନ ପାଖରୁ ସଦା ପାଖକୁ ଗୋଟିଏ ମେସେଜ ଆସିଲା ସେଥିରେ ଲେଖା ଥିଲା, ବାଃ ରେ ସାଙ୍ଗ ବନ୍ଧୁତା ର ତୁ ବେଶ ଭଲ ପରିଚୟ ଦେଲୁ। ତୋତେ ବହୁତ ଧନ୍ୟବାଦ। ସଦା ମେସେଜଟି ପଢିଲା ତାକୁ ସେଇ ମେସେଜ ଟି ଛାତିରେ କଣ୍ଟା ଫୋଡିହେଲା ପରି ଲାଗିଲା କିନ୍ତୁ କିଛି ପ୍ରତ୍ୟୁତ୍ତର ଦେଇ ପାରିନ ଥିଲା। କଣ ଅବା ଦେଇଥାନ୍ତା ସବୁ ଭୁଲ ତ ତାହାର।


    ସଦାନନ୍ଦ ନିଜକୁ ନିଜେ ଭାବେ ମୁଁ ତ ଏମିତି ପିଲା ନ ଥିଲି। ସତରେ ଏ ପ୍ରେମ ମଣିଷକୁ କଣ ନ କରାଏ। ସେ ସ୍ମିତାକୁ କ୍ଷମା ମାଗିବାକୁ ଚାହୁଁଥାଏ। ହେଲେ ଫୋନ କି ମେସେଜ କରିବାକୁ ସେ ସାହସ କରି ପାରେନି। ଦିନେ ସ୍ମିତାକୁ ହୁଆଟ୍ସଆପ ରେ ଅନଲାଇନ ଦେଖି ସଦାନନ୍ଦ ସାହାସ କରି ମେସେଜ କଲା, ସ୍ମିତା ପ୍ଲିଜ ମୋତେ କ୍ଷମା କରିଦିଅ ମୋ ଭୁଲ ପାଇଁ ମୁଁଁ ଅନୁତପ୍ତ। ସ୍ମିତା ମେସେଜ ଦେଖିବାର ଢେର କିଛି ସମୟ ପରେ ରେପ୍ଲାଏ ଦିଏ...। ଦେଖ ସଦାନନ୍ଦ ତୁମେ ମୋତେ ମେସେଜ କି ଫୋନ କଲେ ମୋର ସେ ସବୁ ଘଟଣା ଯାହା ତୁମେ ମୋର ଆଉ ରଞ୍ଜନ ସହିତ ଯାହା କରିଛ ସବୁ ବାରମ୍ବାର ମନେ ପଡ଼ିଯାଉଛି। ପ୍ଲିଜ ସେ ସବୁ ମୁଁ ମନେ ପକାଇ ଆଉ କଷ୍ଟ ପାଇବାକୁ ଚାହୁଁନି। ତୁମେ ଯଦି ମୋର ଟିକିଏ ବି ଭଲ ଚାହୁଁଥାଅ ତେବେ ପ୍ଲିଜ ମୋତେ କେବେ କଲ କି ମେସେଜ କରିବନି। ହଁ ତୁମେ କ୍ଷମା ଚାହଁ ନା ତେବେ ଏମିତି କେବେ କାହା ସହ ଆଉ ଜୀବନରେ କରିବନି। ଭଗବାନ ତୁମକୁ କ୍ଷମା କରିଦେବେ। କିନ୍ତୁ ପ୍ଲିଜ ମୋତେ ଆଉ କେବେବି କଲ କି ମେସେଜ କରିବନି। ସ୍ମିତାର ଚାଟ ଅଫ ହୋଇଯାଏ। ସଦା ର ଚାରି ପାଖରେ ଯେମିତି ନୀରବତା ଛାଇ ଯାଇଥାଏ। ସ୍ମିତା କୁ ହରାଇ ସାରିଥାଏ। ନିଜେ ନିଜକୁ ପ୍ରତିଜ୍ଞା କରେ ସେ ଭଲ ମଣିଷ ହେବ ବୋଲି। ଏମିତି କିଛି ମାସ ଗଡି ଯାଏ। ନା ରଞ୍ଜନ ନା ସ୍ମିତା ସହିତ ସଦାନନ୍ଦ କେବେ କଥା ହୋଇଛି। କେବେ କେବେ ହୁଆଟ୍ସଆପରେ ଅନଲାଇନ ଆସିଲେ ସ୍ମିତା କୁ ଅନଲାଇନ ଥିବାର ଦେଖିଲେ ଏବେବି ଖୁସି ହୋଇଯାଏ କିନ୍ତୁ ସେ କେବେ ମେସେଜ କରେନି। ହେଲେ ସେ ସେହି ଟାଇମ ରେ ରଞ୍ଜନ କୁ ଅନଲାଇନ ଦେଖିଲେ ତାକୁ କୋଉଠି ଗୋଟେ ହୃଦୟ ଭିତରେ କଷ୍ଟ ହୁଏ କିନ୍ତୁ ସେ ନିଜକୁ ନିଜେ ଯେମିତି କୁହେ ନା ତାକୁ ଜମା କଷ୍ଟ ହେଉନି। ଏମିତି କିଛି ଦିନ ଗଲା ପରେ ସେ ଉଭୟ ରଞ୍ଜନ ଆଉ ସ୍ମିତା ର ନମ୍ବର୍ କୁ ଡିଲିଟ କରିଦିଏ। ଫେସବୁକରେ ମଧ୍ୟ ସେ ଦୁହିଙ୍କ ଆକାଉଣ୍ଟ କୁ ବ୍ଲକ କରିଦିଏ। ସେ ଭାବେ ସେମାନଙ୍କୁ ଦେଖିଲେ ସିନା କଷ୍ଟ ଲାଗିବ ଆଉ ଏମିତିରେ ସ୍ମିତା ସହ ପୁଣି କଥା ହୋଇ ତାକୁ ଆଉ କଷ୍ଟ ଦେବାକୁ ଚାହୁଁ ନ ଥିଲା।


     ଆଜିର ଦିନରେ ସେ ଘଟଣାକୁ ଚାରି ବର୍ଷ ପୁରି ଗଲାଣି। ହେଲେ ସଦା କେବେବି ସ୍ମିତା କୁ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିନି। ନା ସ୍ମିତା କେବେ ସଦାନନ୍ଦ କୁ। ତଥାପି ବେଳେ ବେଳେ ସ୍ମିତାର ସ୍ମୃତିରେ ସଦାନନ୍ଦ ର ଆଖି ଝଲସି ଉଠେ ଆଉ ଦୁଇ ଧାର ଲୁହ ହୋଇ ବୋହିଯାଏ। ସେ ଜାଣି ବି ନ ଜାଣିଲା ପରି ଅଭିନୟ କରେ କିନ୍ତୁ ବୋଧହୁଏ ଆଜି ବି ସ୍ମିତା ସଦାନନ୍ଦର ହୃଦୟର କେଉଁ ଏକ ଅଦେଖା କୋଣରେ ସାଇତି ହୋଇକି ରହିଛି ଆଉ ସବୁଦିନ ରହିଥିବ।



Rate this content
Log in

Similar oriya story from Tragedy