STORYMIRROR

JITENDRA KUMAR KONHAR

Inspirational Tragedy

2.6  

JITENDRA KUMAR KONHAR

Inspirational Tragedy

ନିଷ୍ପତ୍ତି -୧

ନିଷ୍ପତ୍ତି -୧

2 mins
14.7K


ହସ୍ପିଟାଲ ବାହାରେ ଅପେକ୍ଷା କରିଥାଏ ସନ୍ତୋଷ। ତାର ବୁଢ଼ୀ ମା'ର ଚାରି ଦିନ ହେଲାଣି ଦେହ ଖରାପ। ଆଜି ବ୍ଲୋଡ ରିପୋର୍ଟ ଆସିବାର ଅଛି। ବ୍ଲୋଡ଼ ରିପୋର୍ଟ ଆସିବା ପରେ ପରେ ଡାକ୍ତର ବାବୁ ସନ୍ତୋଷକୁ ଜଣାଇ ଦେଲେ ତୁମ ମା' କ୍ୟାନ୍ସର ରୋଗରେ ପୀଡିତ। ଆଉ ଯଦି ମେଡିସିନ ଠିକରେ ଦେବ ତେବେ ବେଶି ହେଲେ ଆଉ ଛଅ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ବଂଚି ପାରିବେ। ପାଖା ପାଖି ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆଉ ଯଦି ମେଡ଼ିସିନ ନ ଦିଅ ତେବେ ତୁମ ମା ବେଶି ହେଲେ ଆଉ ଗୋଟିଏ ମାସ...। ସନ୍ତୋଷ ମୁଣ୍ଡରେ ହାତ ଦେଇ ହସ୍ପିଟାଲର ବେଞ୍ଚ ଉପରେ ବସି ପଡ଼ିଲା । କଣ ସେ କରିବ ଏବେ। ଘରେ ତାର ସ୍ତ୍ରୀ ସହ ଚାରି ବର୍ଷର ପୁଅ ଟିଏ। ବ୍ୟାଙ୍କରେ ବି ସେଇ ମୋଟା ମୋଟି ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କାର ଜମା। ନିଜର ପୁଅର ଆଉ ପରିବାରର ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିଛି। ଦ୍ୱନ୍ଦରେ ପଡ଼ିଯାଏ ସେ ମା' ଙ୍କ ଚିକିତ୍ସା କରି ଆଉ ଛଅ ମାସରୁ ଗୋଟିଏ ବର୍ଷ ମା’ଙ୍କୁ ବଞ୍ଚାଇ ରଖିବ ନା ନିଜ ପୁଅର ଭବିଷ୍ୟତ ପାଇଁ ସେ ଟଙ୍କା ଖର୍ଚ୍ଚ କରିବ। ଶେଷରେ ସେ ନିଷ୍ପତ୍ତି ନିଏ 'ଆଉ ନିଜକୁ ନିଜେ କୁହେ,"ମା’ ତ ବୁଢ଼ୀ ହୋଇ ଗଲାଣି। ଏବେ ନ ମରିଲେ ତ ଗୋଟିଏ ବର୍ଷ ପରେ ମରିଯିବ ନା। ଯଦି ମା'ର ଚିକିତ୍ସା କରିବି ମୋର ଦୁଇ ଲକ୍ଷ ଟଙ୍କା ପାଣିରେ ପଡିଯିବ। ଯଦି ସମ୍ପୂର୍ଣ୍ଣ ନିରୋଗ ହୋଇଥାନ୍ତା ତେବେ ମୁଁ ଯେତେ ଟଙ୍କା ହେଲେ ବି ଖର୍ଚ୍ଚ କରିଥାନ୍ତି। ଶେଷରେ ସେ ରୋଗିଣା ମା' ଙ୍କୁ ଘରକୁ ନେଇଗଲା। ଗୋଟିଏ ମାସ ପରେ ଚିକିତ୍ସା ଅଭାବରୁ ସେ ଆର ପାରିକୁ ଚାଲିଗଲା। ସନ୍ତୋଷ ଭାବୁଥାଏ ସେ ଠିକ କଲା ନା ଭୁଲ। ଦାଣ୍ଡ ଦୁଆରେ ଖେଳୁଥିବା ନିଜ ପୁଅକୁ ଦେଖି ପୁଣି ଭାବୁଥାଏ ଯଦି ବୁଢା କାଳରେ ମୋର କିଛି ଅସୁବିଧା ହୁଏ ମୋ ପୁଅ ମୋର ସେବା କରିବ ତ? ମୋତେ ପଚାରିବ ତ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational