Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Inspirational

3  

Paramita Mishra

Inspirational

ନିଆରା ବନ୍ଧୁତା

ନିଆରା ବନ୍ଧୁତା

3 mins
637


ପାରମିତା ମିଶ୍ର

ଶ୍ବଶୁର ଆଉ ନୂଆଁ ବହୁ ମଧ୍ୟରେ ଏକ ନିଆରା ବନ୍ଧୁତା ହୋଇଗଲାଣି ଖୁବ୍ କମ୍ ଦିନରେ। ଘରେ ବା ଆଉ କିଏ ଅଛି। ପୁଅ ତ ରାତି ପାହିଲେ ଅଫିସ ଯିବ ଯେ ସନ୍ଧ୍ୟା ଯାଏ। ଶାଶୁ ଆଜିକାଲି ଘରେ କମ୍ ଆଉ ସାହିର କ୍ଲବ୍ ଘରେ ବେଶି ରହୁଛନ୍ତି। ବୋହୂ ପୁରା ଦିନ ଘର କାମରେ ବ୍ଯସ୍ତ। ରନ୍ଧା ବଢା ଠୁ ନେଇ ଘରର ସବୁ ଛୋଟ ବଡ କାମ ସେ ହିଁ ଦେଖୁଛି। କମ୍ ସମୟରୁ ହିଁ ଘରର ସବୁ ଦାୟିତ୍ବ ସେ ନିଜ ଉପରେ ନେଇ ସାରିଛି ବିନା ପ୍ରତିବାଦରେ। ଆଉ ବାକି ରହିଲେ ଶ୍ଵଶୁରର, ବନ୍ୟ ଅଧିକାରୀ ପରେ ଅବସର ନେଇ ବର୍ତ୍ତମାନ ସମାଜ ସେବା ଆଉ ବାକି ସମୟ ତକ ଘରେ ବିତାନ୍ତି। ଏବେ କିନ୍ତୁ ବୋହୂ ଆସିଲା ପରେ ତାଙ୍କୁ ବି ଭଲ ସାଙ୍ଗ ଟିଏ ମିଳିଯାଇଛି। ବୋହୂ ଘରର କାମ କରୁଥିବା ଭିତରେ ଦୁଇ ବନ୍ଧୁ ଖୁବ୍ ଗପନ୍ତି। ଜଙ୍ଗଲର ଅନୁଭୂତି ସବୁ ଶୁଣନ୍ତି। ମିଶିକି ଚାହା ପିଅନ୍ତି। ଶ୍ଵଶୁରର ଘରେ କାହା ମନ ଧରି କେମିତି ଚଳିବ ବୋହୂ ବୁଝାନ୍ତି, ପୁଣି ଭଲ ଭଲ ଗପ ସବୁ କହି ହିତୋପଦେଶ ସବୁ ଦିଅନ୍ତି। ଏମିତିରେ ଘର ଚାଲିଥାଏ।

ଶ୍ଵଶୁରର ଲକ୍ଷ୍ୟ କରିଥିଲେ ବୋହୂ ମୁହଁର ଅକୁହା କିଛି ଦୁଃଖ। ପୁଅ ବାହା ହୋଇ ଏ ଭିତରେ ପ୍ରାୟ ଛଅ ମାସ ବିତି ଗଲାଣି, ଛୁଟି ନଥିବାରୁ ଦୁହେଁ କୁଆଡେ ବୁଲିବାକୁ ଯାଇ ପାରିନାହାନ୍ତି। ନିଜ ନିଜ କାମରେ ଦୁହେଁ ଏତେ ବ୍ୟସ୍ତ ଯେ କାହା ପାଇଁ କାହା ପାଖରେ ସମୟ ନାହିଁ। ଆଉ ଶାଶୁଙ୍କୁ ଏଥିରୁ କିଛି ଫରକ ପଡ଼ୁ ନଥିଲା। ବୋହୂ ଆସିଲା ପରେ ଯେମିତି ଶାଶୁ ଏକଦମ୍ ଘରର ସବୁ ଦାୟିତ୍ଵ ବୋହୂ ଉପରେ ଛାଡ଼ି ମୁକ୍ତ ହୋଇଗଲେ । ଶ୍ୱଶୁର ଭାବିଲେ ଏ ବିଷୟରେ ମତେ ହିଁ ଭାବିବାକୁ ପଡ଼ିବ, ସିଧା ଯାଇ ତାଙ୍କୁ କହିଲେ ବି କିଛି ଲାଭ ନାହିଁ।

ମଙ୍ଗଳ, ବୁଧ ଦୁଇ ଦିନ ଆମିଶ ଦିନ। ଶ୍ଵଶୁର ଦୁଇ କିଲୋ ରୋହି ମାଛ,ଅଧକିଲେ ଚାନ୍ଦି ଆଉ ଚିଙ୍ଗୁଡି ଅଧ କିଲୋ ଧରି ଘରେ ହାଜର। ଘରେ ନ ପଶୁଣୁ ସେଦିନ ବୋହୂକୁ ରଡିଛାଡି ଡାକ ଦେଲେ। କହିଲେ ବୋହୂମା ତୋ ହାତରେ ସ୍ବଂୟ ଅନ୍ନପୂର୍ଣ୍ଣା ଅଛନ୍ତି। ଆଜି ବହୁତ୍ ଦିନ ପରେ ମନ ହେଲା ଏ ତକ ଆଣିଛି। ରାନ୍ଧି ଦେଲୁ ମାଆ। ରୋହି ମାଛକୁ ସୋରିଷ ଦେଇ ବେସର କରିବୁ, ଚାନ୍ଦି ମାଛକୁ ତେନ୍ତୁଳି ଦେଇ ଖଟା କରିବୁ ଆଉ ଚିଙ୍ଗୁଡିଟା ତୋ ପାଇଁ ଭଲ ମସଲା ଦେଇ ରାନ୍ଧିବୁ । ଶାଶୁଙ୍କୁ ଏସବୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା। ବୋହୂ ଓ ଶ୍ଵଶୁର ମିଶିକି ଲାଗି ପଡିଲେ ରାନ୍ଧଣା ରେ। ଗୋଟାଏ ବାଜିଲା। ଖାଇବା ଟେବୁଲ୍ ଶାଶୁ ଶ୍ବଶୁରଙ୍କ ପାଇଁ ସବୁ ପ୍ରକାର ବ୍ଯଞ୍ଜନ ବଢା ହୋଇଗଲା। ଶ୍ଵଶୁରର ସବୁ ଥିରୁ ଟିକେ ଟିକେ ଚାଖି ଦେଇ ଏକଦମ୍ ତୃପ୍ତ ହୋଇଗଲେ। କହିଲେ ବୁଝିଲୁ ବୋହୂମା ମୁଁ ଏମିତି ମାଛ ବେସର ମୋ ଜୀବନ ରେ ଖାଇନି। ଆଉ ମାଛ ଖଟା ପାଟିରୁ ଆଉ ଛାଡୁନି। ଏ ଚିଙ୍ଗୁଡିଟା ତ ଏକଦମ୍ ହୋଟେଲର ପରି ହେଇଛି। କି ତୃପ୍ତ ଖାଇବା ଆଃ,ଶୁଣୁ ମୁଁ କହିଦେଉଛି ଆଜିଠୁ ମାଛ ଆସିଲେ ତୁ ହିଁ ବେସର କରିବୁ, ବୁଝିଲୁ। ଶାଶୁ ହାଁ କରି କିଛି ସମୟ ଚାହିଁ ରହିଲେ ଦୁଇ ଜଣଙ୍କୁ।ତା ପରେ କିଛି ନକହି ଚୁପଚାପ୍ ଖାଇ ଉଠିଲେ।ବୋହୂ ଖୁସି ହେବ ନା କଣ ଚିନ୍ତା କରି ପାରୁ ନଥିଲା।

ରାତି ଖିଆ ସରିଲା ପରେ ଶାଶୁ ଓ ଶ୍ଵଶୁରର ଦୁହେଁ ଛାତରେ ବୁଲୁଥିଲେ। କଥାଛଳରେ ସେଠୁ ଶାଶୁ କହିଲେ ତମେ ଆଜିକାଲି ଟିକେ ବଦଳିଲା ପରି ଲାଗୁଛ, ଆଗ ତ କହୁଥିଲ ମୋ ହାତର ବେସର ତମକୁ ଭାରି ଭଲ ଲାଗେ ବୋଲି ଆଉ ଆଜି ହଠାତ୍। ଶ୍ଵଶୁରର ମନେ ମନେ ଚିନ୍ତାକଲେ ତୀର ଟା ଏକଦମ ନିସାନାରେ ବାଜିଛି,କହିଲେ ହ ତ କିଏ ମନକଲା। ହେଲେ ପାଟି କଣ ସେଇଟା ବୁଝୁଛି ଭଲ ଖାଦ୍ୟ ପାଇଲେ ତାକୁ ଭଲ ବୋଲି କହିବ ନା, ଆଉ ତା ପରେ ମଝିରେ ମଝିରେ ପାଟିରେ ବାଜିଲେ ସିନା ସେ ଖାଇବା ମନେ ରହିବ । ଶେଷ ବଲ୍ ରେ ଛକା ମାରିଲା ପରି କହିଦେଲେ, ପୁଅଟାର ଛୁଟି ଆରମ୍ଭ ହେଉଛି ଦୁଇ ଜଣଙ୍କୁ କେତେ ଦିନ ବୁଲିବାକୁ ପଠେଇ ଦେଲେ କେମିତି ହୁଅନ୍ତା, ଶାଶୁ ମା କିଛି ନକହି ଶୋଇବାକୁ ଚାଲିଗଲେ।

ଦିନେ ଦୁଇ ଦିନ ପରେ ଘରର ଦୃଶ୍ୟ ପୁରା ଆଲଗା,ରନ୍ଧା ଘରୁ ମାଛ ଭଜା ବାସ୍ନା ଆସୁଛି। ଶାଶୁ ଅଣ୍ଟାରେ ଲୁଗା ଭିଡି ମାଛ ତରକାରୀରେ ଲାଗିଛନ୍ତି। ରୋଷେଇ ଘରେ ଶାଶୁ ବୋହୂଙ୍କର ହସ ଫୁସୁଲା ଶୁଭୁଥିଲା। ଶାଶୁ କ୍ଲବର ଫୋନ ବି କାମ ଅଛି ପରେ ଆସିବି କହି କାଟି ଦେଲେ। ପୁଅକୁ ଖାଇବା ଡବା ଦେଉଦେଉ ମାଆ କହିଲେ କେବେ ଛୁଟି ନେଉଛୁ? ତୋର ଟିକେଟ କରି ଲୁଣି କି,? କୁଆଡେ ଯିବାକୁ ଭାବିଛ? ତୋର କଣ ବୋହୂ କଥା ମନେ ରହୁନି କିରେ ? ପ୍ରଶ୍ନ ପରେ ପ୍ରଶ୍ନ । ସବୁଦିନ ସନ୍ଧ୍ୟା ବେଳକୁ ଟିକେ ଜଲଦି ଆସି ତାକୁ ନେଇ ଟିକେ ବାହାରକୁ ବୁଲିବାକୁ ଯାଅ । ପୁଅ ବୋହୂଙ୍କ ମୁହଁ ଲାଜରେ ଟିକେ ଲାଲ୍ ଦିଶୁଥିଲା ଆଉ ପେପର ତଳେ ମୁହଁ ଲୁଚାଇ ଶ୍ୱଶୁର ନିଜ ସଫଳତା ପାଇଁ ମୁରୁକି ହସା ଦେଉଥିଲେ।


Rate this content
Log in

Similar oriya story from Inspirational