Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Paramita Mishra

Inspirational


3  

Paramita Mishra

Inspirational


ଜୀବନର ମାପକାଠି

ଜୀବନର ମାପକାଠି

7 mins 372 7 mins 372

ଜୀବନର ମାପକାଠି

****************

ରାଜଧାନୀ ରାସ୍ତା ଦୁଇ ପାର୍ଶ୍ୱରେ ସବୁଜ ବନାନି । ଭରତ୍ ସକାଳ ଭ୍ରମଣରେ ଚାଲୁଚି ସତ କିନ୍ତୁ ମନ ରେ ଅନେକ ପ୍ରଶ୍ନ । ଏଡେ ବଡ କଲେଜର ପ୍ରଫେଶର୍ ମୁଁ ତଥାପି…..। କେତେ ପରିଶ୍ରମ କରି ପାଠ ପଢିଲି। କ୍ୟାରିଅର ଫାଷ୍ଟ କ୍ଲାସ ,ତାର କଣ କିଛି ମୁଲ୍ୟ ନାହିଁ । ମନରେ ଏମିତି ଭାବନା ଟା କଣ ଈର୍ଶା ନା ..। ନା ନା ବୋଧେ ମୋ ଆଖି ଧୋକା ଖାଇଚି ସେ ଆଉ କିଏ । ଆଖିକୁ ବିଶ୍ୱାସ ହେଉନି ଯେ କାଲି କ୍ଲାସ ରୂମ ରେ ସେ ଯେଉଁ ପାଠ ଟା ପଢେଉଥିଲି ତାର ଲେଖକ ନନ୍ଦିତା ମିଶ୍ର, ନା ଜମା ନୁହଁ ଏ ନନ୍ଦିତା ମିଶ୍ର ସେ ନନ୍ଦୁ କେବେ ହୋଇନଥିବ । କିନ୍ତୁ ପାଖରେ ଫଟୋଟା ତ ଚିହ୍ନା ଚିହ୍ନା ଲାଗୁଚି ।

ନିଜର ଉତ୍ସୁକତା ଆହୁରି ଅଧିକ ହେବକୁ ଲାଗିଲାଣି । ସତ ଟା ଜାଣିବାକୁ ହିଁ ପଡିବ । କିନ୍ତୁ କାହାକୁ ପଚାରିବି କୋଉ ସାଙ୍ଗ ସହ ଆଉ ସେମିତି ସମ୍ପର୍କରେ ବି ନାହିଁ । ସାଥି ପ୍ରଫେସର୍‍ ମାନଙ୍କୁ ପଚାରିଲେ ସେମାନେ କଣ ଯେ ଭାବିବେ କିନ୍ତୁ ତଥାପି ରମେଶକୁ ପଚାରିଦେଲା ରୁ ସେ ମୋ ମୁହଁ କୁ ବଲବଲ କରି ଚାହିଁ ରହିଲା.. । କହିଲା ଭରତ ତୁ ନିଉଜପେପର୍‍ ପଢୁନୁ କି ନନ୍ଦିତା ମିଶ୍ର ଏକ ଜଣାସୁଣା ଚେହେରା । ପ୍ରତିଦିନ ତାଙ୍କର ଗୋଟିଏ କଲମ୍‍ ତ ନିଶ୍ଚୟ ଥିବ । ହଁ ହଁ ଜାଣିଚି ମୁ ତେବେ ତୁ କହ ତୁ ଆଉ କଣ ଜାଣିଚୁ ରମେଶ କହିଲା, ତେବେ ଅଧିକ ଜାଣିବାକୁ ଚାହୁଁଚୁ ତ ହେଲେ ଇନ୍ଟେରନେଟରେ ଖୋଜିବାକୁ ଚେଷ୍ଟା କର ତାଙ୍କ ବିଷୟରେ ସବୁ ପାଇଜିବୁ । କ୍ଷଣିଏ ସେଇ ଚେୟାରରେ ସ୍ଥିର ହୋଇ ବସିଗଲି । ହୁଏତ ଆଗରୁ ବହୁତ ଥର ଏଇ ନା ଟିକୁ ପଢିଚି କିନ୍ତୁ ମୁ କେବେ ଏ ଆଡକୁ ଏତେ ଧ୍ୟାନ ଦେଇନଥିଲି, ଅବା ଆଶା କରିନଥିଲି ତେଣୁ…। ନନ୍ଦୁ ର ନାଁ କୁ ଏବେ ଇନ୍ଟେରନେଟ ରେ ଖୋଜାଜାଉଛି । ଏତ ନିଶ୍ଚିତ ଯେ ସେ ନନ୍ଦୁ ନୁହଁ ଭାବି ବି ପକେଟ୍‍ ରୁ ଫୋନ୍‍ ଟା ବାହାର କରି ସାଙ୍ଗେ ସାଙ୍ଗେ ଖୋଜିବା ଆରମ୍ଭ କରିଦେଲି। ଫଟୋଗୁଡାକୁ ତନଖି ତନଖି ଦେଖିବାକୁ ଲାଗିଲି , ଏ ତ ନନ୍ଦୁ ଆମ ଗାଁ ରତନ କକାଙ୍କ ଝିଅ ହଁ କିଛି ବଦଳି ଜାଇଛି ଏତେ ସୁନ୍ଦର ତ ଆଗରୁ କେବେ ଦିଶିନି । ହଁ ମନେ ଅଛି ମୋର ପିଲା ବେଳେ ପାଠ ପାଇଁ କେତେ ମାଡ ଖାଏ କାକାଙ୍କ ଠୁ । ଏଇ ଗିତ, ଗପ ପିଲାବେଳୁ ହିଁ ତାର ଅଭ୍ୟାସ । ପାଠ ଛାଡି ଏଇ ସବୁ କରୁଥିଲା । ମୋର ଆଜି ବି ମନେ ଅଛି ମୁ ଆମ ତାଲୁକାର ମ୍ୟାଟ୍ରିକରେ ଟପର ଥିଲି, ନନ୍ଦୁ କମ ମାର୍କ ରେ ପାସ୍ କରିଯାଇଥିଲା । ମୁ ସାଇନ୍ସରେ ଆସିଲି ଆଉ ନନ୍ଦୁ ଆର୍ଟସ୍‍ ରେ ଗଲା । ସେଠି ବି ମୁ ଟପ୍‍ କରିଥିଲି । ସେତେବେଳେ ବୋଉ ନନ୍ଦୁ ଖୁଡି କଥା ହେଉଥିଲେ ଆମ ବାହାଘର କରେଇବାକୁ ନେଇ । ମୁଁ କିନ୍ତୁ ରୋକଠୋକ୍‍ ମନା କରିଥିଲି ଏ ଗଧୁଣି କୁ କିଏ ବାହାହେବ । ଜାଣିଥିଲି ନନ୍ଦୁ ବି ମନେ ମନେ ପସନ୍ଦ୍ କରୁଥିଲା, ମୁ କିନ୍ତୁ ଆଉ ପଛ କୁ ଫେରିଚାହିନି । ଆଖି ଟଳ ଟଳ କରି ଚାହି ରହିଥିଲା, ମୁ ସହର କୁ ଚାଲିଗଲି ଆଗକୁ ପାଠ ପଢିବା ପାଇଁ । ତେବେ ସେ ଆଜି ବି ମୋ ଅପେକ୍ଷା ରେ ଥିବ ? ହେଁ ଏମିତି ଭାବିବା ଟା ମୋର ଭୁଲ କାଲି ଯାଏଁ ତ ତା କଥା ଭାବିନଥିଲି ତେବେ ଆଜି କାହିକି କଣ ତାର ପ୍ରଖ୍ୟାତି ଦେଖି ।

ଜୀବନରେ ଯାହା ଚାହିଁଲି ସବୁ କୁ ପାଇଲି । ଜାହାକୁ ଚାହିଲି ତାକୁ ବାହାହେଲି । ଏ ଅଲଗା କଥା ଯେ ଆଜି ଆମେ ଏକାଠି ରହୁନୁ । ମିତା ଆଉ ମୁଁ ଗୋଟେ କଲେଜରେ କାମ କରୁଥିଲୁ ବର୍ତମାନ ସେ ଦିଲ୍ଲୀ ୟୁନିଭେର୍‍ସିଟିରେ କାର୍ୟ୍ୟରତ । ଆମର ଗୋଟିଏ ବୋଲି ଝିଅ ଭୁମି ମିତା ପାଖରେ ରହୁଚି । ମିତା ଆଉ ମୋର ଛାଡପତ୍ର ହୋଇଗଲାଣି । ଝିଅ କୁ ଦେଖିବାକୁ ଯାଇଥାଏ ମୁଁ । ଭାବୁଛି ଏସବୁ କାହିଁକି ଘଟିଗଲା ,କୋଉଠି ଭୁଲ୍‍ ରହିଲା,ଏବେ ଆଉ ଏସବୁ ଭାବିବାରେ କିଛି ଲାଭ ନାହିଁ ।

ଏବେ କାହିଁକି କେଜାଣି ନନ୍ଦୁକୁ ଟିକେ ଦେଖିବାକୁ ଭାରି ଇଚ୍ଛା ହେଉଛି । କିନ୍ତୁ ସେ ଯଦି ମୋତେ ଧକ୍କା ମାରି ବାହାର କରିଦିଏ, ସେଦିନ ର ପ୍ରତିଶୋଧ ନିଏ ତାହେଲେ, କୌଣସି ମତେ ତାର ଠିକଣା ଟା ମିଳିଗଲା । ରବିବାର ଦିନ ମୁଁ ନିଶ୍ଚୟ ଜିବି ପାଖକୁ ନଗଲେବି ଦୁରରୁ ଦେଖିକି ଆସିଯିବି ।

ରବିବାର ସକାଳୁ କେତେବେଳେ ଯେ ପାଦ ନନ୍ଦୁ ଘର ଆଡକୁ ଗଡିଗଲା । କିନ୍ତୁ ଭିତରକୁ ଯିବାକୁ ସାହସ ନଥିଲା

ଦୁରରୁ କୃଷ୍ନଚୁଡା ଗଛ ଆହୁଡାରେ ରହି ଦେଖିବାକୁ ଚେଷ୍ଟା କରୁଥିଲି, ଅତି ସୁନ୍ଦର ସ୍ୱତନ୍ତ୍ର ଘର ଟିଏ । ଘର ବାହାରେ ଛୋଟିଆ ବଗିଚା ଖଣ୍ଡେ ତା ଠାରୁ କିଛି ଦୁରରେ ବେତ ଚେୟାର ରେ କେହିଜଣେ ସ୍ତ୍ରୀ ଲୋକ ମୋ ଆଡକୁ ପଛ କରି ବସିଛନ୍ତି । ଘର ଭିତରୁ କେହି ଜଣେ ପୁରୁଷ ବାହାରିଲେ ହାତ ରେ ଦୁଇ କପ୍‍ ଚା ଧରି , ଆଉ ସେ ସ୍ତ୍ରୀଲୋକ ଆଡକୁ ବଢାଇ ଦେଲେ । ସ୍ତ୍ରୀ ଲୋକ ଜଣକ ନିଜ ହାତ ର କଲମ ଟିକୁ ନିଜ ର ଜୁଡା ଭିତରେ ଖେଞ୍ଚି ପକାଇ ଚା କପ ଟି ଧରିଲେ । ଇଏ କିଏ ? ଆଉ କୋଉ ଭୁଲ ଠିକଣାରେ ଆସିଗଲି କି ?

ଆରେ ଏ ତ ନନ୍ଦୁ ତାର ଏ ପୁରୁଣା ଅଭ୍ୟାଶ ଏ ଯାଏଁ ଯାଇନି ! କିନ୍ତୁ ପୁରୁଷ ଜଣକ, ନିଶ୍ଚୟ ତାର ସ୍ୱାମି ।ଆଉ ଆଗକୁ ବା କଣ ଜିବି କେଉଁ ପରିଚୟ ଦେବି ନନ୍ଦୁ ର ସ୍ୱାମି କୁ ? ଖାଲି ଟିକେ ନନ୍ଦୁ ମୁହଁଟା ଦେଖିଦେଇ ମୁ ଚାଲିଯିବି । ହଠାତ୍`ଦୁଇଟି ଛୋଟ ଛୁଆ ଭୋ କରି ମତେ ପଛ ପଟେ ଧରି ନେଲେ ଆଉ କହୁଥିଲେ “ଆମେ ଚୋର ଧରିନେଲୁ”। ମୋତେ ଟିକେ ଅସହଜ ବୋଧ ହେଲା ନନ୍ଦୁ ଏବଂ ତାର ସ୍ୱାମି ମୋ ପାଖକୁ ଆସିଗଲେ । ମୁ କିଛି କହିବା ପୁର୍ବରୁ ନନ୍ଦୁ ମୋ ଗୋଡ ତଳେ ପଡି ମୁଣ୍ଡିଆ ହେଲା ଆଉ କହିଲା ଆରେ ଭରତ ଭାଇ ତମେ ଏଠି ? ଆସ ଆସ ଘର କୁ ଆସ । ଆଜି ମୋର କି ଭାଗ୍ୟ ! ସ୍ୱାମି କୁ ଦେଖେଇ କହିଲା ଆମ ଗାଁ ସୁର ଦାଦାଙ୍କ ପୁଅ ତୁମକୁ କହିଥିଲିନା ୟାଙ୍କ ବିଷୟ ରେ ଆଉ ମତେ ପରିଚୟ କରେଇଲା – ଏ ମୋର ସ୍ୱାମି ଶ୍ରୀଯୁକ୍ତ ବିଭୁତିଭୁଷଣ ମିଶ୍ର । ବିଭୁ ବାବୁ ମୋ ସହ ହାତ ମିଶାଇଲେ। ମତେ ଚେୟାର ଦେଇ ଆଉ କପେ ଚା ପାଇଁ ଭିତରକୁ ଗଲେ । ମୁ ଭାବୁଥିଲି ନନ୍ଦୁ ଅଭିମାନ ରେ କିଛି କହିବ, ପ୍ରଥମେ ଭାଇ ଡାକି ମୋ ପାଦ ଛୁଇଁ ସେ ସ୍ପଷ୍ଟ କରିଦେଲା ଯେ ତା ମନ ରେ ମୋ ପାଇଁ ଆଉ ସେମିତି କିଛି ନାଇଁ ଛୁଆଙ୍କୁ ଆଖି ଦେଖେଇ କହିଲା ମାମୁଁଙ୍କୁ ଏମିତି ହଇରାଣ କରନ୍ତି ? ଯାଅ ଖେଳିବ ।

ବୁଝିଲ ଭାଇ ପିଲା ଗୁଡା ପୁରା ବିଗିଡି ଜାଇଛନ୍ତି । ଆଉ ଘରେ ସବୁ ଭଲ ତ ? ସେ ଏକାନ୍ତରେ ଯାହା କହିବ ଭାବୁଥିଲି ସେ ବିଭୁ ଆସିଲା ପରେ ସେ ସବୁ ଆରମ୍ଭ କଲା । କହିଲା ବୁଝିଲ ଭାଇ ମୁ ତୁମର ଋଣ କେମିତି ସୁଝିବି ବିଭୁ ଆଡକୁ ମୁହଁ କରି ତାଙ୍କ ହାତ ଟିକୁ ଧରି ନନ୍ଦିତା କହୁଥିଲା ତୁମେ ସେଦିନ ମତେ ତିରସ୍କାର ନକରିଥିଲେ ମୁ ବିଭୁଙ୍କୁ କେବେ ପାଇ ପାରି ନଥାନ୍ତି । ବିଭୁ ବାବୁ ଚା କପ ଟି ମୋ ଆଡ କୁ ବଢାଇ ଦେଇ କହିଲେ ଧନ୍ୟବାଦ୍‍ ଭରତ୍‍ ବାବୁ । ମୁ ଲଜ୍ଜ୍ୟାସ୍ପଦ ହୋଇ ଚା କପ୍‍ ଟି ଧରିନେଲି ସିନା କିନ୍ତୁ ଭାରି ଖରାପ ଲାଗୁଥିଲା ଭାବୁଥିଲି ଏ ନନ୍ଦୁ ପେଟ ରେ ଲୁଣ ଟିକେ ବି ହଜମ ହୁଏନି । ଏସବୁ କଥା ସେ ସବୁ ବିଭୁ କୁ କହି ଦେଇଛି ହେଲେ ମୁ ତ କେବେ ମିତା ସହ ଏମିତି କଥା ହୋଇନି।

ବିଭୁ, ନନ୍ଦୁ ପାଖ ଚେୟାର ରେ ବସିଗଲେ । ଅତି ସ୍ୱଳ୍ପ ଭାସି ଲୋକ ଟିଏ କିନ୍ତୁ ହସ ଟି ଚିରସ୍ଥାଇ । ନନ୍ଦିତା କହିଲା ତୁମେ ତ ଏତେ ବଡ କଲେଜରେ ପ୍ରଫେସର, ବହୁତ ଗର୍ବ ଲାଗୁଚି ଭାଇ, ମୁ ତୁମର ସବୁ ଇଣ୍ଟରଭ୍ୟୁ ଶୁଣେ । ଶୁଣିକି ଟିକେ ହସ ଲାଗିଲା ବଦଳରେ ମୁ ବି ତାକୁ ତା ବିଷୟ ରେ ପଚାରିଲି, ଆଜି ବି ସେଇ ଭୋଲିପଣ, ହସି ଦେଇ କହିଲା, ଛାଡ ଭାଇ ମୁଁ ଆଉ କଣ କରିବି ମତେ ଆଉ କଣ ଆସେ, ସେମିତି କିଛି ବଡ କାମ କରିପାରିଲିନି । ତମେ ତ ଜାଣିଛ, ମୋର ଲେଖିବାର ପିଲାବେଳୁ ଟିକେ ଥିଲା । ଭାଗ୍ୟ କୁ ସ୍ୱାମି ଟି ବି ସେମିତି ମିଳିଲା ଭାଇ, ସେ ଆହୁରି ପ୍ରେଋଣା ଦେଲେ । ଆମ ଦୁଇଙ୍କର ବିଚାର ବି ଗୋଟେ, ଜୀବନ ଠାରୁ ବେଶି କିଛି ଅପେକ୍ଷା ନାହି ଆମର, ଆମ ଜୀବନରେ ପଇସା କମେଇ ପାରିଲୁନି ଭାଇ ଏଇ ଘର ପାଖରେ ଛୋଟିଆ ସ୍କୁଲ ଟି ବନେଇଛୁ, ଆଖ ପାଖ ର ଗରିବ ଛୁଆ ମାନଙ୍କୁ ପାଠ ପଢାଉ ବାସ୍‍ !

ଏତେ ସବୁ କଥା ସେ ଗୋଟେ ସୁର ରେ କହି ଜାଉଥିଲା ଆଉ ମୁ ତା କଥା ସବୁ ପାଣି ପରି ପିଇ ଜାଉଥିଲି।

ନନ୍ଦୁ କହିଲା ଛାଡ ମ ସେସବୁ କଥା ଭାଇ ତୁମେ ମୋ ଘର କୁ ପ୍ରଥମ ଥର ପାଇଁ ଆସିଛ ନଖୁଆଇ ଛାଡିବିନି । ମୁ ଧ୍ୟାନରୁ ବାହରି ହଠାତ୍‍ କହିଉଠିଲି ଆରେ ନା ନା ମୁଁ ଏଥର ଜାଉଛି ଆଉ କେବେ ଆସିବି । ଭୁଲ ସମୟରେ ଆସିଗଲି ଆଜି ରବିବାରଟାରେ ତୁମର ଶାନ୍ତି ଭଙ୍ଗ କଲି । ନନ୍ଦୁ ସ୍ୱାମିଙ୍କୁ ଇଙ୍ଗିତ କରି କହିଲା ନା ନା ଭାଇ ବିଲକୁଲ ଠିକ୍‍ ସମୟ ରେ ଆସିଛ, ଆଜି ରନ୍ଧା ପାଳି ଟା ବାବୁଙ୍କର । ଆମେ ବସିକି ଶାନ୍ତି ରେ କଥା ହେବା । ଖାଇକି କହିବ ମୋ ସ୍ୱାମି କେମିତି ରାନ୍ଧିନ୍ତି ।

ମୁଁ କେବେ ଭାବିନଥିଲି ଯେ ଏତେ ପ୍ରତିଷ୍ଠିତ ଲେଖିକା ଏତେ ସଧାରଣ ଜୀବନ ଜାପନ ଆଉ ସର୍ବୋପରି ତାର ପ୍ରତିଷ୍ଠା ପାଇ ବି ଟିକେ ଗର୍ବ ନାହିଁ । ବିଭୁ ବାବୁ ସହ ବହୁତ ସମୟ କଥା ହେଲାପରେ ତାଙ୍କ ଆଗରେ ସମ୍ମାନରେ ମୋ ମୁଣ୍ଡ ତଳକୁ ହୋଇଗଲା । ମୋ ଭାବନା ଠୁ ବହୁତ ଉପରେ ସେ, ବହୁତ ବଡ ଘର ର ପୁଅ, ନିଜର ସର୍ବସ୍ୱ ସମ୍ପତ୍ତି ସମାଜ ପାଇଁ ଦାନ ରେ ଦେଇ ଦେଇଛନ୍ତି । ତଥାପି ତାଙ୍କର ସ୍ତ୍ରୀ ପ୍ରତି ସମ୍ମାନ ଆଉ ଦରଦି ହ୍ରୁଦୟ କୁ ଦେଖି ମତେ ନିଜକୁ ଲାଜ ଲାଗୁଥିଲା । ଭାବୁଥିଲି ନିଜ କାମ ରେ ଆଉ ନାଁ କମେଇବାରେ ଏତେ ବ୍ୟସ୍ତ ରହୁଥିଲି ଯେ ମିତା କୁ ଘରେ କେବେ ସାହାଯ୍ୟ ଦରକାର ବୋଲି ମୁଣ୍ଡରେ ପସିନି ମଧ୍ୟ । ଆଜି ଭାବୁଛି ଆମ ବିବାହର ଏ ଅବସ୍ଥା କାହିଁକି ହୋଇଛି । ସବୁବେଳେ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲି, ଆଜି ନିଜକୁ ବହୁତ ଛୋଟ ଅନୁଭବ କରୁଥିଲି । କାଲି ଯେଉଁ ନନ୍ଦୁକୁ ମୁ ନିକୃଷ୍ଠ ଭାବି ଧୁତ କାରି ଆସିଥିଲି ଆଜି ନନ୍ଦିତା ମିଶ୍ର ଏତେ ଉପରକୁ ଉଠି ଜାଇଛି ଯେ ମୁ ତାକୁ ଆଖି ଉଠେଇ ଚାହିଁ ପାରୁନି । ସବୁଥିରେ ପ୍ରଥମ ଆସି ମଧ୍ୟ ଆଜି ମୁ ହାରି ଯାଇଛି, ଆଉ ନନ୍ଦୁ କେଉଁ ଥିରେ ଜିତୁ ବା ନ ଜିତୁ ଜୀବନରେ ଜିତି ଜାଇଛି । ଆଉ ବସିବାକୁ ଅସହ୍ୟ ହେଉଥିଲା କିନ୍ତୁ ନନ୍ଦୁକଥା ଟାଳିପାରିଲିନି ସେ ଦିନ ସେଠି ଖାଇକି ଆସିଲି।ରାସ୍ତା ରେ ଆସିଲା ବେଳେ ଝିଅ ଆଉ ମିତା ସହ କଥା ହେଲାବେଳେ ଭାବୁଥିଲି,

ଜୀବନର ମାପକାଠି କ’ଣ ? ସଫଳତା ନା ସନ୍ତୁଷ୍ଟି ! ହୁଏତ ସଫଳତା, କିନ୍ତୁ ସନ୍ତୁଷ୍ଟ ରହିବା ନିଶ୍ଚିତ ଏକ ବଡ କଳା ।ତେବେ ଆମ ସମ୍ପର୍କ ରେ ସନ୍ତୁଷ୍ଟି ରହିଲେ ବଞ୍ଚିବା ବି ସଫଳ ହୋଇଯାଏ।। rm

Paramita mishra

9337573886


Rate this content
Log in

More oriya story from Paramita Mishra

Similar oriya story from Inspirational