STORYMIRROR

Paramita Mishra

Drama

2  

Paramita Mishra

Drama

ପର ଝିଅ

ପର ଝିଅ

1 min
866


କଥାଟି ଛୋଟ

ପର ଝିଅ

*******

ପୁଅର ଜନ୍ମ ଦିନ ଥିଲା। ପ୍ରଥମ ସନ୍ତାନ ତେଣୁ ଜନ୍ମ ଦିନରେ ବି ବେଶ ଆଡମ୍ବର। ବୋହୂ ବାପ ଘରୁ ଶାଶୁ ଘର ସଭିଙ୍କ ପାଇଁ ଲୁଗାପଟାର ବ୍ୟବସ୍ଥା କରାଯାଇ ଥିଲା। ତା ଉପରେ ନାତି ପାଇଁ ସୁନା ତଥା ରୁପା ଓ ପିତ୍ତଳ ବାସନ ଆଉ ହେନତେନ।

"ଭାଉଜ ଶାଢୀ ଆମ ଶାଢୀ ଠୁ ବେଶି ଦାମିକା ଆଉ ସୁନ୍ଦର ଦିଶୁଛି" , ମାଆ ଓ ଭାଇ ଆଗରେ ମୁହଁ ଶୁଖେଇ କହିଲେ ଭଉଣୀମାନେ । ଭାଇ କହିଲା ଭୋଜି ପାଇଁ ଏତେ ଖର୍ଚ୍ଚ ତା ଉପରେ ଆହୁରି ଘରର ଇଏମ୍ଆଇ। ଆଉ ଏବେ ଆଉ କୋଉଠି ଶାଢି କରିପାରିବି ଯେ। ମଝିରେ ଆସି ଭାଉଜ କହିଲେ ଦିଦି ଟିକେ ଅପେକ୍ଷା କରିଯାଅ ମାସେ ଦୁଇମାସ ପରେ ରାକ୍ଷୀରେ ଭଲ ଶାଢି କରିଦେବା । ଏବେ ବାପାଙ୍କ ପାଖରେ ଏତେ ଟଙ୍କା ନଥିଲା ତେଣୁ.... ବୋହୂ କଥା ନ ସରୁଣୁ ଶାଶୁ ତେଣେ ଗୋଲଗୋଲ ଅଖି ଦେଖେଇ କହିଲେ, ହୁଁ , ତୁ କାଇଁ ଆମ ମାଆ ପିଲା ଭିତରେ ପଶୁଛୁ । ତୁ ପରଝିଅ ଯା ତୁ ତୋ କାମ କର ।

ବୋହୂ ନିଜ କର୍ମସ୍ଥଳକୁ ମାନେ ରନ୍ଧନକକ୍ଷକୁ ଛୋଟିଆ ମୁହଁ ନେଇ ପ୍ରସ୍ଥାନ କଲେ।

rm

ପରମିତା ମିଶ୍ର

9337573886


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama