Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Paramita Mishra


3  

Paramita Mishra


ଆତଙ୍କବାଦୀ

ଆତଙ୍କବାଦୀ

8 mins 385 8 mins 385

ଅନୁଭୂତି ରୁ ଖିଏ....

************

ସ୍ଵାମୀ ଙ୍କ ସରକାରୀ ଚାକିରି,ପ୍ରତି ଦୁଇ ତିନି ବର୍ଷ ରେ ବଦଳି। ଏକ୍ ପ୍ରକାର୍ ଯାଯାବର ଜୀବନ କହି ପାରନ୍ତି। ଗୋଟିଏ ଜାଗାରେ ନିଜର ଆଶା, ଭରସା, ବନ୍ଧୁ, ବାନ୍ଧବ ,ସାହି, ପଡ଼ିଶା ସମ୍ଭାଳି ସମ୍ଭାଳି ବନାଉ ପୁଣି ନିଜରି ହାତରେ ତାକୁ ଭାଙ୍ଗୁ । ପୁଣି ଆରମ୍ଭ କରୁ ଆଉ ଏକ ଯାତ୍ରା। ନୂଆଁ ଯାଗା ନୂଆଁ ଲୋକ। ତନାଘନା ହୁଏ ସେହି ଜାଗା ଓ ଲୋକମାନଙ୍କୁ ଗ୍ରହଣ ବା ନିଜର କରିବା ପାଇଁ। ଆଉ ପୁଣି ସେଠି ସୁନ୍ଦର୍ ସଂସାର ଟେ ବନାଉ, ଅଳ୍ପ ଦିନ ପାଇଁ ହେଉ ପଛେ ସେ ସରକାରୀ ଘରଟି ଆମ ପାଇଁ କୋଉ ସ୍ଵର୍ଗ ଠାରୁ କମ୍ ନଥାଏ। ଆପଣ ମାନେ ଅନୁମାନ ଲଗେଇ ସାରିଥିବେ ମୁଁ କୋଉ ଚାକିରି ବ୍ୟବସ୍ଥା ବିଷୟରେ କହୁଛି।

ଏମିତି ଜାଗା ବଦଳାଇ ବା ଭିତରେ ଆମେ ଛାଡି ଯାଉ ବହୁତ୍ କିଛି ଆମ ପଛରେ। କିନ୍ତୁ ସାଙ୍ଗରେ ନେଇଯାଉ ଢେର୍ ସାରା ସ୍ନେହ, ପ୍ରେମ, ବନ୍ଧୁତା, ଭାଇଚାରା ଆଉ ତା ସହ କିଛି ଅନୁଭୂତି...

ସେଇ ଅନୁଭୂତି ଆମକୁ ସେ ଜାଗା କୁ କେବେ ବି ଭୁଲିବାକୁ ଦିଏନି।

୭୦ତମ ସାଧାରଣତନ୍ତ୍ର ଦିବସ ଅବସର ରେ ଆମ ଦେଶର ସୌର ବୀର ଯବାନ ମାନଙ୍କ ସମ୍ମାନ ରେ ଆଜି ସେମିତି କିଛି ଅନୁଭୂତି ମୁଁ ବାଣ୍ଟିବାକୁ ଯାଉଚି ଆପଣମାନଙ୍କ ସହ। ଆଜିର କାହାଣୀ ଭାରତ ଇତିହାସରେ ଏକ ମାଇଲ୍ ଖୁଣ୍ଟ। ହୁଏତ ଲୋକେ ଏଇ ଘଟଣା ଟିକୁ ଭୁଲିସାରିଥିବେ କିନ୍ତୁ ମୋ ପ୍ରଚ୍ଛଦ ପଟ ରୁ କେବେ ଲିଭିବନି । ଆଜିବି ମନ ପଡିଲେ ଶିହରୀ ଉଠେ ଦେହ,

ଏମିତି ତ ଟିଭି ରେ ବହୁତ୍ ଥର ଆତଙ୍କବାଦୀ ଙ୍କ ଆକ୍ରମଣ ବିଷୟ ରେ ଶୁଣୁ ବା ଦେଖୁ ଆଉ ତା ପରେ ପାଶୋରି ବି ଯାଉ କିନ୍ତୁ ଅଙ୍ଗେ ନିଭେଇଥିବା ଘଟଣା, ସାରା ଜୀବନ ମନରେ କ ଗଭୀର ଛାପ ଛାଡ଼ିଯାଏ।

୨୦୧୩ ଅକ୍ଟୋବର ୧୨ତାରିଖ, ଓଡିଶା ପାଇଁ ଏକ କାଳ ରାତ୍ରି କହିଲେ ଅତ୍ୟୁକ୍ତି ହେବନି। ଯଦିଓ ମୁଁ ସେତେବେଳେ ଓଡ଼ିଶା ରେ ନଥିଲି କିନ୍ତୁ ମୋର ପୁରା ପରିବାର ଫାଇଲିନ୍ ର ଚକ୍ରବ୍ୟୁହ ଭିତରେ ଥିଲା। ମୋ ଘରୁ ଖବର ଲଗାତାର ଆସୁଥିଲା କେମିତି ସେମାନେ ସାମ୍ନା କରୁଥିଲେ ପ୍ରଳୟଙ୍କାରୀ ବାତ୍ୟା ଫାଇଲିନ ର। ଘରେ ଅଣ୍ଟେ ଲେଖାଏଁ ପାଣି ତେଣୁ ମୋ ଶାଶୁ, ଶ୍ବଶୁର ଉପର ଘରେଏକା ବସି ରହି ଥିଲେ। ସାହି ସାରା ଲୋକ ସୁରକ୍ଷିତ ଜାଗା କୁ ଚାଲିଯାଇ ଥିଲେ। ଚାରି ଆଡେ ଅନ୍ଧକାର, ଘରେ ପାଣି ଧୀରେ ଧୀରେ ବଢୁଥିଲା। ଫୋନ ର ଚାର୍ଜ ସରିଯିବା ଡରରେ ବହୁତ୍ କମ୍ କଥା ହିଁ ହେଉଥିଲୁ। ଆସିବାକୁ ଚାହିଁଲେ ବି ଆମ ପାଦ ବନ୍ଧା ହୋଇ ଥିଲା।ଶାଶୁ ରାଣ ନିୟମ ଦେଇ ନ ଆସିବାକୁ କହିଥିଲେ।

ଇଏତ ଥିଲା ଓଡିଶାର କିନ୍ତୁ ଠିକ୍ ତାର କିଛି ଦିନ ପୂର୍ବେ ଓଡିଶା ଠାରୁ ପ୍ରାୟ ୨ହଜାର କିଲୋମିଟର ସୁଦୂର ରେ ଜମ୍ମୁ ର ଏକ ଛୋଟିଆ ସହର "ସାମ୍ବା",ଦିନ ଥିଲା ୨୬ ତାରିଖ ସେପ୍ଟେମ୍ବର ମାସ ୨୦୧୩ ମସିହା ର। ଫାଇଲିନ୍ ରୁ କିଛି କମ୍ ନଥିଲା ଏଠିକାର ପରିବେଶ ସେଦିନ।

ଘଟଣା ଟି କିଛି ଏମିତି ଥିଲା.....

ଆତଙ୍କବାଦୀ

**********

ସବୁଦିନ ପରି ସେଦିନ ବି ପ୍ରାତଃ ଟି ବହୁତ୍ ସୁନ୍ଦର୍ ଥିଲା । ସୂରୁଜ ସେଇ ପୁରୁବ ଦୁଆରୁ କବାଟ ଖୋଲି ଆସିଥିଲେ। ଶୀତ ମ୍ଉସୀ ନିଜ ଆସ୍ଥାନ ଜମାଇବା ଆରମ୍ଭ କରୁଥିଲେ। ଘାସ ଉପରେ କାକର ର ଛୋଟ ଛୋଟ ଛିଟା ସବୁ ସୂର୍ଯ୍ୟାଲୋକ ରେ ରତ୍ନ ପରି ଚମକୁଥାଏ। ସ୍ବାମୀକଂ ର ପୂର୍ବ ଦିନ ନାଇଟସିଫ୍ଟ ଥିଲା। ସେ ଭୋରରେ ଆସିଲେ ଓ ପୁଣି ଅଫିସ ପାଇଁ ପ୍ରସ୍ତୁତ ହେଉଥିଲେ। ସେତେବେଳକୁ ମୋ ମାଆ ବି ମୋ ପାଖେ ଥିଲେ। ମାଆ ଜଳଖିଆ ପ୍ରସ୍ତୁତି ରେ ଲାଗିଥିଲେ ଆଉ ମୁଁ ଝିଅ କୁ ସ୍କୁଲ ପାଇଁ ପ୍ରସ୍ତୁତ କରୁଥିଲି। ମୋ ଝିଅ ସେତେବେଳକୁ ୩ ବର୍ଷ ର ହୋଇଥିଲା। ସକାଳ ସମୟ ଟା ଏମିତି ରେ ଭାରି ବ୍ୟସ୍ତ ବ୍ଯସ୍ତ ହୋଇଥାଏ । ସ୍ବାମୀ କଂର ଫୋନ ଟି ଘନଘନ ବାଜିବା ଆରମ୍ଭ ହେଲା। ସେ ଗାଧୁଆଘରେ ଥିଲେ। ସାଧାରଣତଃ ଘରେ କେହି ସ୍ବାମୀ କଂର ଅଫିସ ଫୋନ ଉଠାଉନା। ଫୋନ ସେମତି ବାଜିଚାଲିଛି। ସେ ଆସି ଉଠାଇବେ ଭାବି ମୁଁ ଝିଅ କୁ ବସ୍ ଯାକେ ଛାଡିବାକୁ ବାହାରିଗଲି।ବସ୍ ଆସିନଥାଏ ମୁଁ ଘର ବାହାରେ ଠିଆ ହୋଇଥ୍ଏ। ବାସ୍ କିଛି ଟା ମୁହୁର୍ତ୍ତରେ ହିଁ ମୋ ସ୍ବାମି ପଛପଟୁ ଅସି ଝିଅକୁ କାଖରେ ଧରି ମୋ ହାତକୁ ଝିକି କି ଘରକୁ ନେଇଆସିଲେ। ଘରକୁ ଆସିଲା ପରେ ମତେ ବସେଇ ଦେଇ କହିଲେ ଦେଖ ମୁଁ ଯାହା କହୁଛି ଧ୍ଯାନ ରେ ଶୁଣ ବିଲକୁଲ ଡରିବନି। ଶୁଣି ପାରୁଛ ଫାଇରିଂ ର ଆବାଜ, ଏବେ ଫୋନ ଆସିଥିଲା ଆତଙ୍କବାଦୀ କଂ ଆକ୍ରମଣ ହୋଇଛି।ଝିଅକୁ ସ୍କୁଲ ଛାଡନି। ଘରୁ ଟିକେ ବି ବାହାରକୁ ବାହାରିବନି। ଆଉ ଯଦି କିଛି ଫାଇରିଂ ହୁଏ ଖଟ ତଳେ ମାଆ କୁ ଛୁଆ କୁ ନେଇ ଲୁଚିଯିବ। ମୁଁ ଯାଉଛି। ଏତକ ଶୁଣିଲା ବେଳକୁ ମୋ ପାଦ ତଳେ ଆଉ ମାଟି ନଥିଲା।ଝଅଟ କରି ତାଙ୍କ ହାତଟି କୁ ଧରି ମୁଁ ପଚାରିଲି ତମେ କୁଆଡେ ଯାଉଛ? କହିଲେ କିଛି ଲୋକ ଙ୍କୁ ଗୁଳି ବାଜିଛି ତେଣୁ ମୋର ମେଡିକାଲ ରେ ଡ୍ୟୁଟି ଅଛି। ମୋ ହାତ ପାଦ ଯେମିତି ଥଣ୍ଡା ହୋଇ ଗଲା। ସେ ଯିବାକୁ ଉଦ୍ୟତ ହେଉଥିଲେ ବାହାରୁ କାହାର ପାଟି ଶୁଭିଲା ପରଦା ଆଡେଇ ଦେଖିଲୁ ତ ଶ୍ରୀମତୀ ଶ୍ରିବାସ୍ତବ କାନ୍ଦି କାନ୍ଦି ମୋ ଘର ଆଡକୁ ଦୌଡ଼ି ଆସୁଛନ୍ତି।ଜଣାପଡ଼ିଲା ତାଙ୍କ ର ୩ ବର୍ଷ ର ପୁଅ ସ୍କୁଲ ଗାଡି ରେ ଚଢି ସାରିଥିଲା ଆଉ ତାପରେ ଏ ଖବର ଆସିଲା। ମୁଣ୍ଡ ପିଟି ପିଟି କହୁଥିଲେ ମୁଁ ଏବେ କଣ କରିବି। ସ୍ବାମୀ ତ ଚାଲିଗଲେଣି ସ୍ପଟ କୁ। ଫୋନ କଲାପରେ ଯାଇ ଜଣା ପଡିଲା ଯେ ସ୍କୁଲ ଗାଡି ଟିକୁ ପାଖରେ କୌଣସି ଜାଗାରେ ଲୁଚା ଯାଇଛି ଆଉ ସବୁ ପିଲାଙ୍କୁ ବସ୍ ଭିତରେ ତଳେ ଶୁଆଇ ଦିଆ ଯାଇଛି ଓ ସୁରକ୍ଷିତ ଅଛନ୍ତି। କିନ୍ତୁ ମାଆ ମନ କେମିତି ବା ମାନିବ। ତଥାପି ତାଙ୍କୁ ବୁଝାବୁଝି କରି ମୋ ସ୍ବାମି ନେଇ ଘରେ ଛାଡିଲେ। ଆଉ କି ଜଳଖିଆ ସ୍ୱାମୀ ମୋର ସେମିତି ହିଁ ଚାଲିଗଲେ। ଘରେ ଆଉ ବାହାରେ ଯେମିତି କୋକୁଆ ଭୟ ଖେଳି ଯାଇଥିଲା। ଫାଟକ ସବୁ ବନ୍ଦ। ବଡ ବଡ କଣ୍ଟା ଲଗା ଫାଟକ ସବୁ ରଖାଯାଇଛି ବାହାରେ କେବଳ ଆମର ସୈନିକ ଭାଇ ମାନେ ସଶକ୍ତ ଅସ୍ତ୍ର ଶସ୍ତ୍ର ଧରି ଠିଆ ହୋଇଥିଲେ। ବାଡ ପାଖାପାଖି ଘର ଗୁଡିକୁ ଖାଲି କରି ସେ ଲୋକ ମାନଙ୍କୁ କାହା କାହା ଘରେ ରଖାଗଲା। ମଝିରେ ମଝିରେ ତତ୍କାଳୀନ ସାଇରନ ର ଆବାଜ ରେ ଚେତାଇ ଦିଆ ଯାଉଥିଲା ଯେ ବାହାରକୁ ବାହାରିବା ମନା। ଅନୁମାନ କରିପାରୁଥିବେ ସେତେବେଳର ପରିସ୍ଥିତି କୁ। ମୋ ମାଆ କଂ ମନକୁ କଣ ଜୁଟିଲା ସାଙ୍ଗେ ସାଙ୍ଗେ ଗାଧୋଇ ଯାଇ ଜଗନ୍ନାଥଙ୍କ ଆଗେ ଘିଅ ଦୀପ ଟିଏ ଆଗ ଜାଳିଲେ। ମୋ ମନରେ ଆଉ କିଛି ଚାଲିନଥିଲା ଟିଭି ରେ ସେଇ ଘଟଣା ଟି ର ହିଁ ଖବର ଚାଲିଥିଲା ଆଉ ମୁଁ ଖାଲି ରାସ୍ତା ଦେଖୁଥିଲି ସ୍ବାମୀ କଂର। ସେତେବେଳେ ରହି ରହି କାନରେ ବାଜୁଥିଲା ଢାଏଁ ଢାଏଁ ବନ୍ଧୁକ ଓ ଗୁଳି ର ଆବାଜ।

ସାରା ଦିନ ଭଲରେ ଖିଆପିଆ ବି ହେଲାନି। ସଂନ୍ଧ୍ଯା ଚାରିଟି ପରେ ଟିଭିରୁ ସମ୍ବାଦ ଆସିଲା ଯେ ଆତଙ୍କବାଦୀ ସବୁ ଢେର ହୋଇଯାଇଛନ୍ତି ଆଉ ରେସ୍କ୍ଯୂ ସରିଲା। ବହୁତ ଜୀବନ ବଦଳରେ ପୁଣି ସଫଳତା ମିଳିଛି। ବୁଝିପାରୁ ନଥିଲା ଗର୍ବ କରିବି ନା ଦୁଃଖ। ଅପେକ୍ଷା ଥିଲା କେତେବେଳେ ସ୍ବାମୀ ଆସିବେ। ସକାଳୁ ଆସି ସଂଜ ହେଲା। ପାଖାପାଖି ୬ଟା ବେଳେ ସେ ଆସିଲେ। ଦେହରେ ବୁଲେଟ ପ୍ରୁଫ ଜାକେଟ, ହାତରେ ଲୋଡେଡ ବନ୍ଧୁକ। ମୁଁହ ରେ ଏକ ଉଦାସିନ ଭାବ।ତାଙ୍କୁ ଦେଖିଲା ପରେ ଯାଇ ଆମେ ସବୁ ଟିକେ ଆସ୍ବସ୍ତି ହେଲୁ। କିଛି ସମୟର ବିଶ୍ରାମ ପରେ ସେ ସଂପୂର୍ଣ୍ଣ କଥା କହିଲେ "ପାଖାପାଖି ୪ ଜଣ ପିଲା, ବୟସ ୧୬-୧୯ ବର୍ଷ ହେବ। ଜାଞ୍ଚ ରୁ ଜଣାପଡିଲା ଯେ ସେମାନେ ପଡୋଶି ଦେଶ ମାନେ ପାକିସ୍ତାନ ର।ଏଠି ତ ଆପଣା ସୁନା ବେଣ୍ଡି ଆଉ ବଣିଆ କୁ କଣ ବା କହିବା। ଆମେ ରହୁଥିବା ଯାଗା ଟି ପାକିସ୍ତାନ ବୋର୍ଡର ରୁ ମାତ୍ର ପାଞ୍ଚ କିଲୋମିଟର ରେ ଥିଲା। ପାଖାପାଖି ସବୁ ଜଂଗଲ।ଯଦିଓ ବୋର୍ଡର ସେନା ସେଠି ସଂସକ୍ତ ତଥାପି ଲଙ୍କା ପୁରେ ବିଭିଶଣ ପରି ଏଠି ବି କିଛି କମ୍ ନାହାନ୍ତି। କିଛି ଦିନ ପୂର୍ବରୁ ତାର ବାଡ କାଟି ସେମାନେ ଏପଟ କୁ ଆସିଥିଲେ। 26 ତାରିଖ ଭୋର ପ୍ରାୟ 3 ଟା ହେବ, ଆତଙ୍କବାଦୀ ମାନେ ସେନା ର ବର୍ଦି ପିନ୍ଧି ପ୍ରଥମେ ହିରାନଗର ର ଥାନା କୁ ଯାଇ ସେଠି ପୋଲିସ ସିପାହି କୁ ହତ୍ଯା କରିଥିଲେ। କିଛି ସମୟ ପରେ ଥାନା ର ଗାଡି ନେଇ ଆଗମର ହେଲେ ସାମ୍ବା ଉଦେଶ୍ୟ ରେ। ଯେତେଦୁର ଜଣା ପଡିଲା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା ସାମ୍ବା ଆର୍ମି ପବ୍ଲିକ୍ ସ୍କୁଲ୍ କିମ୍ବା ସରକାରୀ କ୍ୱାଟର। କିଛି ଦୂର ଆସିଲା ପରେ ଗାଡି ର ପେଟ୍ରୋଲ ସରିଗଲା। ଗାଡି ଟିକୁ ସେଇଠି ଛାଡି ସେମାନେ ହାଇୱେ ରେ ଏକ୍ ସ୍ଥାନୀୟ ଲରି ବାଲା ଲୋକ କୁ ସ୍କୁଲ ବିଷୟ ରେ ପଚରା ଉଚରା କରିଥିଲେ। ଭଲ ଆଉ ମନ୍ଦ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ପରି, ସ୍ଥାନୀୟ ଲୋକଟି ଦେଶଭକ୍ତ ଥିଲା। ତାକୁ ବର୍ଦ୍ଦି ପିନ୍ଧା ଆର୍ମି ଲୋକଙ୍କ ଏମିତି ପ୍ରଶ୍ନ ଉପରେ ସନ୍ଦେହ ହେଲା ଏବଂ ଲୋକଟି ସେମାନଙ୍କୁ ଭୁଲ ରାସ୍ତା ରେ ନେଇ ଆସିଲା। ଅଳ୍ପ ସମୟରେ ସେମାନେ ଜାଣି ଗଲେ ଏବଂ ସେଇଠି ଲୋକ ଟିକୁ ମଧ୍ୟ ଗୁଳି କରି ହତ୍ୟା କଲେ। ତା ପରେ ସେମାନେ ଆଦରେ ଚାଲିବା ଆରମ୍ଭ କଲେ। ଭାଗ୍ୟ ବସତଃ ଓଭରବ୍ରିଜ ର ସେପାଖ ରେ ସ୍କୁଲ ଟି ଥିଲା ଏବଂ ସେହି ଦୁର୍ବୁତ୍ତ ମାନେ ଏପାଖ ରେ। ସକାଳ ହୋଇ ଆସୁଥିଲା ସାମନା ରେ ୧୬କାଭିଲାରି ର ଡିପୋଟ ଟି ଥିଲା। ଆସିଛନ୍ତି ଯେତେବେଳେ କିଛି ନା କିଛି ଧ୍ବଂସ କରି ହିଁ ଯିବାର ଲକ୍ଷ୍ୟ ଥିଲା ସେମାନଙ୍କ।ସେଠାରୁ ମାତ୍ର କିଛି ମିଟର ଦୁରେ କ୍ବାଟର ସବୁ ଥିଲା ବୋଧେ ସେମାନେ ଜାଣିପାରିଲେ ନାହିଁ। କାଳ ବିଳମ୍ବ ନକରି ସେମାନେ କାଭିଲାରି ଭିତରେ ପଶିବାକୁ ଉଦ୍ୟମ କଲେ। ଗେଟ ରେ ପଶୁ ପଶୁ ଆଗରେ ଦୁଇଜଣ ସିପାହି ସେମାନଙ୍କୁ ପାସଓ୍ବାର୍ଡ ମାଗିଥିଲେ। ଯେହେତୁ ଦୁର୍ବୁତ୍ତ ମାନେ ସେନାର ଅଫିସର ବର୍ଦ୍ଦି ରେ ଥିଲେ ଏବଂ ହାତରେ ଏ କେ ୪୭,କିନ୍ତୁ ଏସବୁ କଥା ସୈନିକ ମାନେ ଭାବିବା ପୁର୍ବରୁ ଦୁର୍ବୁତ୍ତ ମାନେ ଗୁଳି ଚଳାଇ ସାରିଥିଲେ। ସେଠାରୁ ସେମାନେ ଲୁଚିବା ପାଇଁ ଜାଗା ଖୋଜିବାକୁ ଲାଗିଲେ। କାଭିଲାରି ବହୁତ୍ ବଡ ଏରିଆ ।ଡିପୋ ଭିତର ଲୋକ ମାନେ ପ୍ରାୟ ଉଠିବା ଉପରେ। ହଠାତ୍ କାହାର ନଜର ଗେଟର ସୈନିକମାନଙ୍କ ଉପରେ ପଡିଲା। ସେତେବେଳକୁ ଲେଫ୍ଟନାଣ୍ଟ କଲନଲ୍ ସରଭଜିତ୍ ସିଂ (ଛଦ୍ମ ନାମ) ନୁଆଁ ଆସିଥିଲେ ତେଣୁ କ୍ବାଟର ନଥିବାରୁ ସେମାନେ ମେଶ୍ ରେ ରହୁଥିଲେ। ହଠାତ କିଛି ଅସମ୍ଭାବନା ବାରି ପାରି ସେ ହାତରେ ବନ୍ଧୁକ ଧରି ସ୍ତ୍ରୀ ଓ ଛୋଟିଆ ଛୁଆକୁ ରୁମ୍ ରେ ଗେଡା ଦେଇ ବାହାରକୁ ଆସିଗଲେ। କିନ୍ତୁ ବଡ ଦୁଃଖ ର କଥା ଯେ ସେ ବୁଲେଟ ପ୍ରୁଫ ପିନ୍ଧିପାରି ନଥିଲେ ଏବଂ ଗୁଳିବିନିମୟ ରେ ତାଙ୍କୁ ତିନୋଟି ଗୁଳି ବାଜିଥିଲା ଏବଂ ସେ ସହିଦ୍ ହୋଇଗଲେ। ସେପଟେ ଆତଙ୍କବାଦୀ ମାନେ ଅଫିସର ମେସ୍ ଭିତରେ ରହି ଲଗାତର ଅନ୍ଧାର ରେ ବାଡି ବୁଲାଇଲା ପରି ଗୁଳି ଚଳାଇ ବାରେ ଲାଗିଛନ୍ତି। ଏ ଭିତରେ ଆଉ କିଛି ସୈନିକ ଭାଇ ମଧ୍ୟ ସହିଦ୍ ହୋଇଗଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ପାଖରେ ଥିବା ଆର୍ମି ମେଡିକାଲ କୁ ନିଆ ଗଲା। କିନ୍ତୁ ସାମ୍ବା ପରି ଛୋଟିଆ ଜାଗାରେ ମେଡିକାଲ ର ସୁବିଧା କିଛି ନଥିଲା। ବଡ ଦୁଃଖ ର କଥା ସ୍ବାମୀ ବର୍ଣ୍ଣନା କରୁଥିଲେ ଯେ କିଛି ସୈନିକ ମେଡିକାଲ ଆଣିବା ପୁର୍ବରୁ ହିଁ ମରି ସାରିଥିଲେ ଏବଂ ଉଚିତ୍ ଚିକିତ୍ସା ଅଭାବରୁ, ହେଲିକପ୍ଟର ରେ ସେଠୁ ପଂଜାବ ନେଉନେଉ ରାସ୍ତା ରେ ହିଁ ପ୍ରାଣ ତ୍ଯାଗ କଲେ। ସେପଟେ ଆତଙ୍କବାଦୀ ମାନେ ଲୁଚିଥିବା ଘର ଟିକୁ ସୈନିକ ମାନେ ଚାରିପଟୁ ଘେରେଇ ରଖିଥିଲେ, ଧିରେ ଧିରେ ସେମାନେ ଦୁର୍ବଳ ହେଲେ ଏବଂ ଗୁଳିବିନିମୟ ରେ ପ୍ରାଣ ତ୍ୟାଗ କଲେ କିନ୍ତୁ ସେମାନଙ୍କୁ ବାହାରକୁ କାଢ଼ିବା ବି କଷ୍ଟକର ଥିଲା କାରଣ ସେମାନେ ସବୁ ଫିଦାଇନ ଥିଲା। ସେମାନଙ୍କ ଦେହରେ ବାରୁଦ ସବୁ ଲାଗିଥିଲା। ସେତେବେଳକୁ କମାଣ୍ଡୋ ସୈନିକମାନଙ୍କୁ ସେଠାକୁ ଆସିଗଲେ ଏବଂ ଆକାଶ ମାର୍ଗରୁ ସେମାନେ ଜାଇ ଆତଙ୍କବାଦୀ ମାନଙ୍କୁ ବାହରକୁ ଆଣି ବାରେ ସମର୍ଥ ହୋଇଥିଲେ। ସଫଳତା ତ ମିଳିଲା କିନ୍ତୁ ଆମର ପ୍ରାୟ ୧୦ଜଣ ସୈନିକ ଭାଇ କଂର ଜୀବନ ବଦଳରେ।

ଏତକ କଥା ଶୁଣିଲା ପରେ ହୃଦୟ ଯେମିତି ଭରି ଆସିଲା, ରାଗି କି ମୁଁ କହିଦେଲି, ସରକାର ର କଣ ଯାଉଛି,କାହାର ଘର ଗୋଟିଏ ଝଟକା ରେ ଭାଙ୍ଗିଗଲେ, କେହି ପଚାରିବି ବି ଆସିବେନି। ମୁହଁ ରେ ଶୁଖିଲା ହସ ଫୁଟାଇ ସ୍ବାମୀ କହିଲେ, ତେବେ ତୁମେ କଣ ଭାବୁଛ ଆର୍ମି କୁ ସରକାର କାହିଁକି ରଖିଛି, ମରିବା ପାଇଁ ହିଁ ତ ଆମେ ଅଛୁ। ଏ କଥାର ମୁଁ ଆଉ କିଛି ଉତ୍ତର ଦେବାକୁ ଚାହୁଁନଥିଲି। ହାଁ କରି କିଛି ସମୟ ଚାହିଁରହିଲି।

ଉରି ଫିଲ୍ମ ର ଗୋଟିଏ ଡ଼ାଇଲଗ୍ ଆଜି ମନେପଡିଯାଉଛି। how is the Josh?

ସେଦିନ ଯେତେବେଳେ ଆମରି ଆଗରେ ସହିଦ୍ ସୈନିକ ଭାଇ ମାନଙ୍କର ଶୋଭା ଯାତ୍ରା ରେ ବାହାରିଲେ, ସେଠି ସେମିତି ହିଁ କେହି ଥିବ ଯାହା ଆଖିରେ ଲୁହ ନଥିବ,ଆଉ ମୁଁ ଭାବୁଛି ସେତେବେଳ ଯଦି ସେଠିକା ଲୋକ ଏବଂ ଙ୍କୁ କେହି ପଚାରି ଥାନ୍ତା ଯେ how is the Josh, ସମସ୍ତେ ନିଶ୍ଚୟ ଜୋର୍ ରେ ଚିଲେଇ କହିଥାନ୍ତେ high sir........ କାରଣ ଆମେ ସୁରକ୍ଷିତ ଅଛୁ କାହିଁକି ନା ସେମାନେ ଆଉ ନାହାନ୍ତି।

ସେଦିନ ସହିଦ୍ ହୋଇଥିବା ସେଇ ସବୁ ସୈନ୍ୟ ଭାଇ ତଥା ସେହି ସ୍ଥାନିୟ ଲୋକଟି କୁ ମୁଁ ହୃଦୟ ରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କାରଣ ଦେଶର ସୁରକ୍ଷା କେବଳ ସୁରକ୍ଷା ବାହିନୀ ଙ୍କ ର ହିଁ କାମ ନୁହଁ। ଆଜି ଯଦି ଆମେ ଶାନ୍ତି ରେ ଖାଇ ପିଇ ନିଜ ଘରେ ଶାନ୍ତି ରେ ଶୋଇ ନୁଆଁ ସକାଳ ର ସ୍ବପ୍ନ ଦୂଖୁ ତେବେ ତାହା ସମ୍ଭବ ହୋଇଛି ଏମିତି କେତେ ସୈନିକ ମାନଙ୍କର ଆତ୍ମ ବଳିଦାନ ଯୋଗୁଁ। ଜୟ ହିନ୍ଦ। rm

Paramita mishra

9337573886


Rate this content
Log in