Paramita Mishra

Inspirational

3  

Paramita Mishra

Inspirational

ଆମ ପାଇଁ ଆମେ ଦାୟୀ

ଆମ ପାଇଁ ଆମେ ଦାୟୀ

7 mins
613


International womens day.

କଲ୍ଯାଣୀ ଦେବୀ ଦୁଃଖରେ ମ୍ରିୟମାଣ। ମନ ଭିତରେ ରୋଷର ବହ୍ନୀ। ମନରେ କେତେ କଥା ଗୁରେଇ ତୁରେଇ ହେଉଛି। କେତେ ସ୍ବପ୍ନ ଥିଲା ତାଙ୍କର। ଆଜି ସେସବୁ ଯେମିତି ପାଣି ଫୋଟକା ପରି ଉଭେଇ ଯାଇଛି। ଘର ଜଂଜାଳ କଣ କେବେ ତାଙ୍କ ପିଛା ଛାଡିବନି। ବୟସ ଆସି ପଞ୍ଚାବନ ହେଲାଣି। ବର୍ଷ, ବାର ମନେ ନାହିଁ ଅକ୍ଷିତୃତୀୟା ଦିନ ଜନ୍ମ। ସେଥିପାଇଁ ନାଆଁ ଦେଇଥିଲେ କଲ୍ୟାଣୀ। କିଏ ଜାଣିଥିଲା ସେ ସାରା ଜୀବନ ଅନ୍ୟ ର କଲ୍ୟାଣ ହିଁ କରୁଥିବେ। ଆଜକୁ ପ୍ରାୟ ୪୫ ବର୍ଷ ହେଲା ଏ ଘରକୁ ବୋହୁ ହୋଇ ଆସିବାର। ପନ୍ଦର ବର୍ଷ ର ଥିଲେ ସେ । ରୋଗିଣୀ ଗୋସେଇଁ ଶାଶୁ, ଶାଶୁ, ଶ୍ବଶୁର, ନଣନ୍ଦ, ଜା, ଦିଅର, ସାଇ ପଡିଶା ତା ସହିତ ସ୍ବାମୀ ସମସ୍ତଙ୍କ ମନ ଧରି ଚାଲିଛନ୍ତି କେବେ କାହାକୁ ନିରାଶ କରିନାହାନ୍ତି।ଧିରେ ଧିରେ ଘରର ଲୋକ କମିଲେ ହେଲେ ଜଂଜାଳ କମିଲାନି। ପିଲାମାନେ ଆସିଲେ। ଆଉ ତା ସହିତ ଆହୁରି ଦାୟିତ୍ଵ। କିନ୍ତୁ ତଥାପି ଅଣ୍ଟା ବାନ୍ଧି ଠିଆ ହୋଇ ଥିଲେ କଲ୍ୟାଣୀ। ପାରାଲିସିସ୍ରେ ପିଡିତ ଶାଶୁ, ହୃଦ୍ ରୋଗୀ ଶଶୁର, ସ୍ବାମୀ ଆଉ ଚାରି ଛୁଆ। ଝିଅ ମାନଙ୍କ ଉପରେ ବା ଆମର କି ଅଧିକାର ସେମାନେ ତ ପର ସମ୍ପତି ତେଣୁ ତିନି ଝିଅଙ୍କୁ ଭଲ ଭଲ ଘର ଦେଖି ବାହାଦେଲେ। ନିଜର ବୋଲି ତ ପୁଅ ଆଉ ବୋହୂ। କଲ୍ଯାଣୀ କଂର ବାସ୍ ଗୋଟିଏ ସ୍ବପ୍ନ ଥିଲା ପୁଅ ବାହାହୋଇ ବୋହୂ ଆସିଗଲେ ସେ ସବୁ କର୍ମ ଜଂଜାଳ ରୁ ମୁକ୍ତ ହୋଇ ଯିବେ, ହଁ ଆଉ ଏଥିରେ ବା ଭୁଲ କଣ?ସେ ବି ବୋହୂ ହୋଇ ଆସି ସବୁ ଦାୟିତ୍ଵ ଗ୍ରହଣ କରିଥିଲେ।ଏବେ ତାଙ୍କ ପାଳି, ଶାଶୁ ହୋଇ ସେବା ପାଇବାର, କିନ୍ତୁ ତାଙ୍କ ସ୍ଵପ୍ନ ବୋଧେ ସାକାର ହୋଇ ପାରିଲାନି। ବୋହୂ ଆସି ଏତେ ବର୍ଷ ହେଲାଣି ଅଥଚ କଲ୍ୟାଣୀ ଦେବୀ ଅବସ୍ଥା ଆଜିବି ସେମିତି।

ବାହା ହୋଇ 3 ବର୍ଷ ହେଲାଣି ଅଥଚ ବୋହୂ ହାତରେ ଖଡା ବି ସିଝିଲାନି, ଆଜି ଯାଏ ମୋ ପରି ରୋଷେଇ କରି ଜାଣି ଲାନି। । ତା ଉପରକୁ ଆହୁରି ଚାକିରି କରୁଛି। ସେ ବାହାନାରେ ଅଧା ଦିନ ବାହାରେ ରହିବ। ପୁଅ ଟା ବି ଆଜିକାଲି କାହିଁକି ଖୁସି ନାହିଁ ।ନା ଟା ସିନା ସୁକନ୍ୟା କିନ୍ତୁ ସେ ତାର ବିଲକୁଲ ବିପରିତ। କେମିତି ବୋହୂ ଟେ ପଡିଲା ଯେ, ଏଡେ ବାହାନ ବାଜି ଝିଅ ଏବେ ପୁଣି କଣ ଗୋଟେ ଛାତି କାଟୁଛି ବୋଲି ନୁଆଁ ଆରମ୍ଭ କରିଛି।ଛୁଆ ଟା ପେଟରେ ଥିଲାବେଳେ ତ ବଡ ଅବସ୍ଥା କରିଥିଲା। କୋଉ ଜନ୍ମ ର ପାପ ର ଫଳ ଏମିତି ବୋହୂ ମିଳିଛି। ମୁଁ ବୋଲି ସବୁ ଚଳେଇ ନେଉଛି। ରାତି ଆସି 10 ଟା ବାଜିଲାଣି ଏମିତି ସବୁ ଭାବି ଭାବି କଲ୍ୟାଣୀ ଦେବୀ ନିଜ ରୁମ୍ ଭିତରକୁ ପଶି ଆସିଲେ ଶୋଇବାକୁ। ସ୍ବାମୀଙ୍କ ପାଇଁ ଗରମ ଖିର ଧରି ଆସୁଆସୁ ଅନ୍ଧାରରେ ଗୋଡ ଟା ଯାଇ ବାଜିଲା ଆଲମିରାରେ। ଓହଃ କହି ବସିଗଲେ। ଆଲମିରା ଉପରୁ କିଛି ତଳେ ପଡିଲା। ତାକୁ ଭିଡି ଆଣି ଦେଖିଲା ବେଳକୁ, ଆରେ ଏ ତ ପୁରୁଣା ଆଲବମ।କଲ୍ଯାଣୀ ନିଜ ର କ୍ଷତକୁ ଭୁଲି ପୃଷ୍ଠା ପରେ ପୃଷ୍ଠା ଓଲାଟାଇଲେ। ଖୋଲି ଖୋଲି ଜାଉଥିଲା ଅତୀତର ଦରଜା ସବୁ ଧିରେ ଧିରେ। ଅତୀତରେ ନିଜର ଚିତ୍ରକୁ ଚିତ୍ରଣ କରି ଦେଖିଲେ କଲ୍ଯାଣୀ। ଏ କଣ ସତରେ ସେ? ଚମ୍ପା ଫୁଲ ର ରଙ୍ଗ, କଳା ମଚମଚ କେଶ ଗୁଛ କଟି ଯାଏଁ ଲମ୍ବିଛି,ହରିଣୀ ପରି ନୈନ ଯୁଗଳ, ବଳିଲା ପରି ଦେହ।କି ସୁନ୍ଦର ଥିଲି ମୁଁ ସତରେ। ପୁଣି ଆଇନାରେ ଥରୁଟେ ନିଜକୁ ଚାହିଁ ଦେଖିଲେ, ଓହଃ,ବିକଟାଳ! କେତେ ବଦଳି ଗଲେଣି ସେ।ମୁହଁରେ ଆଉ ସେ ତେଜ ନାହିଁ। ରଂଗ ତ ଯେମିତି କେଉଁ ଏକ ଅକଥ୍ଯ ନିଆରେ ଜଳି ଜଳି କଳା ପଡି ଗଲାଣି ଆଉ କେଶ! ଧୋବ ଫରଫର ଚଢେଇ ବସା ପରି। ଆଖି ତଳ କଳା ଦାଗ ସ୍ପଷ୍ଟ ବାରେଇ ଦେଉଥିଲା କେତେକୁରୁପୀ ହୋଇଗଲେଣି ସେ। ହଠାତ ଅଜାଣତରେ ପାଟିରୁ ବାହାରି ଆସିଲା ଇସ୍ କେମିତି ଦିଶିଲିଣି ମୁଁ? ଖଟ ଉପର ଖିର ପିଉପିଉ ଥଟା କଲା ପରି ପ୍ରଶ୍ନଜିତ(ସ୍ବାମୀ) କହିଲେ ଆଉ କଣ ଏ ବୁଢୀ ବୟସରେ ଟୋକୀ ପରି ଦିଶିବ। କଣ ଆଉ କହିବେ,ସତ କଥା ତ 55 ବର୍ଷରେ ଆଉ କେମିତି ଦିଶିବେ। କଲ୍ଯାଣୀ ପୁଣି ଆଲବମ୍ ଦେଖିବାକୁ ଲାଗିଲେ। ଆଲବମ୍ ର ଶେଷ ଆଡକୁ ଗୋଟେ ବଡ ଫୋଟ ଥିଲା। ତାଙ୍କ ପୁରା ପରିବାର ର। ବୋଉ! ଏଇଟି ବୋଉ ସହ ତାଙ୍କର ଶେଷ ଫୋଟ।କି ସୁନ୍ଦର ରୁପ ଆହାଃ। ସେ ଅବିକଳ ତାଙ୍କ ବୋଉ ପରି। ବୋଉ ର ମୁହଁ ଟି ଆଖି ଆଗରେ ଯେମିତି ନାଚି ଉଠିଲା। ଆଖି କିଛି କଛି ଭାରି ହୋଇ ଆସିଲାଣି। ଦିନ ସାରା ର କାମରେ କେତେବେଳ ନିଦ ଆସିଯାଇଛି। ମନେ ପଡିଗଲା ପିଲା ଦିନର ସେ ସବୁ ଦିନ।ସପନରେ ଦିଶିଯାଉଛି ବୋଉ କେତେ ଆଦର କରୁଥିଲା ତାଙ୍କୁ। ହଲଦି, ଅଳତା ସବୁ ଲଗେଇଦିଏ। ନଖାଇଲେ ଗୁଣ୍ଡା ଗୁଣ୍ଡା ଖୁଆଇ ଦିଏ। ମୁଣ୍ଡରେ ତେଲ ମାରିକୁଣ୍ଡାଇ ଦିଏ।ତିନି ଭଉଣୀ ଆଉ ବୋଉ ମିଶି ନଦୀକୁ ଯାଆନ୍ତି। ବୋଉ କେବେ ଝିଅ ମାନଙ୍କୁ ଗାଳି ଟିକେ ବି ଦେଇନି କି ଝିଅ ବୋଲି ତଳେ ପକେଇନି।କଲ୍ୟାଣୀ ସବା ବଡ, ଅଳ୍ପ ବୟସରୁ ହିଁ ସେ ବହୁତ ବଡ ହୋଇ ସାରିଥିଲା। ସାନ ଦୁଇ ଭାଇ ଜନ୍ମ ହେଲା ପରେ ପରେ ବୋଉ ଦେହ ବେଶି ଖରାପ ହେବାକୁ ଲାଗିଲା।ଘରର ସବୁ କାମ କଲ୍ଯାଣୀ ଉପରକୁ ଆସିଗଲା।କଲ୍ଯାଣୀ ଦେଖୁଥିଲା ବୋଉ ମାସିକ ଧର୍ମରେ ବ୍ୟବହାର କରୁଥିବା କପଡା ବର୍ତ୍ତମାନ ପ୍ରତିଦିନ ବ୍ୟବହାର କରୁଛି। ବାପା ଏ ବିଷୟରେ କଣ ଜାଣିଥିଲେ କି ନାଇଁ କେଜାଣି। ବୋଉ କିନ୍ତୁ ତାର କଷ୍ଟ କାହା ଆଗରେ କେବେ କିଛି କହିନି। କଲ୍ୟାଣୀ ବୋଉ ର କଷ୍ଟ ଦେଖି ସହି ପାରେନି। ଥରେ ବାପା ବୋଉ କଥା ହେବାର ଶୁଣିଥିଲେ, ବାପା, ବୋଉକୁ ସହର୍କୁ ଡାକ୍ତର ଦେଖେଇ ଯିବା କଥା କହିଥିଲେ ବୋଉ କିନ୍ତୁ ସଫା ମନା କରିଦେଲେ କହିଲେ ଛି କେଡେ ଲାଜ ର କଥା କୋଉ ଡାକ୍ତର୍କୁ କହିବି। ବଢ଼ିଲା ଝିଅ ଘରେ ବସିଛି ଆଉ ସହରରେ ଦେହ ଦେଖେଇ ପଇସା ସାରିବି ଥାଉ।

ଶୀତ ଦିନିଆ ରାତି, ଏଡେ ବହଳ।ତଥାପି ସକାଳୁ ଚାରିଟା ରୁ ଉଠେ ବୋଉ। କଲ୍ୟାଣୀ ଉଠି ଭାଇ ଭଉଣୀକୁ ଉଠେଇ ସକାଳ ରନ୍ଧା ଛିଡ଼ାଇଲାଣି। ସମସ୍ତେ ସ୍କୁଲ ଜିବେ। କଲ୍ଯାଣୀ ଯାଇ ଦେଖେ ତ ବୋଉ ତାର ଗମ୍ଭୀରି ଭିତରେ କେଡେ ଶାନ୍ତିରେ ଶୋଇଛି। ଏତେ ଶାନ୍ତିରେ ତ ସେ କେବେ ଶୁଏନି। ହଠାତ ନଜର ଗଲା ବୋଉ ତାର ସବୁଠୁ ସୁନ୍ଦର ଶାଢ଼ି ଟା ପିନ୍ଧିଛି। ମୁହଁ ଟା ଏକଦମ୍ ନୁଆଁ ବୋହୂ ପରି ଦିଶୁଛି। କି ସୁନ୍ଦର। ତାକୁ ଉଠାଇବାକୁ ଜମା ଇଛା ନଥିଲା କଲ୍ଯାଣୀ ର କିନ୍ତୁ ସମସ୍ତେ ଜିବାକୁ ବାହାରିଲେଣି,। ସାନ ଭାଇ ଟା ବୋଉ ବୋଉ ବୋଲି କାନ୍ଦି କାନ୍ଦି ରାହା ଧରିଲାଣି। ହେଲେ ବୋଉ କାନକୁ ଆଉ କିଛି ଶୁଭୁନି।କଲ୍ଯାଣୀ ର ନଜର ବୋଉ ପାଦ ଆଡେ ଗଲା। ବୋଉ ଦେହର ସବୁ ରକ୍ତ ଯେମିତି ଗଡି ଯାଇଛି ଲମ୍ବା ଧିର ଟିଏ ହୋଇ। ସମସ୍ତେ କାନ୍ଦି କାନ୍ଦି ଦୌଡିଗଲେ ବୋଉ ପାଖକୁ। କଲ୍ଯାଣୀ ସେଇଠି ଦୁଆର ମୁହଁରେ କବାଟକୁ ଧକା ମାରି ଆଉଜି ପଡିଲା। ବିଶ୍ବାସ ଲାଗୁନି ତାକୁ ବୋଉ ଆଉ ନାହିଁ। ଏଇତ ତାରି ଆଡକୁ ଅନାଇ ରହିଛି।ମାତ୍ର ଚଉଦ ବର୍ଷରେ କଲ୍ଯାଣୀକୁ ୪ଟା ଛୁଆର ମାଆ ବନେଇ ବୋଉ ଚାଲିଗଲା? ସେମତି ଦୁରରୁ ଚାହିଁ ରହିଥିଲା କଲ୍ଯାଣୀ କିନ୍ତୁ ବର୍ତ୍ତମାନ ବୋଉ ର ଚେହେରା କଣ ଧିରେ ଧିରେ ବଦଳିବାକୁ ଲାଗିଲା। କଲ୍ଯାଣୀ ଲକ୍ଷ୍ୟ କଲେ ବୋଉ ର ମୁହଁ ଟି ପୁରାପୁରି ସୁକନ୍ୟା ପରି ଦିଶୁଛି। ସୁକନ୍ୟା ର ନିର୍ଜିବ ଶରୀର ଟା ନିସ୍ତବ୍ଧ ହୋଇ ପଡି ରହିଛି। ପାଖରେ ନାତି ଟୋକାଟା ତା ମାଆ ଛାତି ଉପରେ ମନ୍ଥି ହେଉଛି। ପୁଅ ଟା ମୁଣ୍ଡରେ ହାତ ଦେଇ ବସିଛି ଘର କଣରେ ବସିଛି। କଲ୍ଯାଣୀ କିଛି ବୁଝି ପାରୁନାହାନ୍ତି। ତାମାନେ ସୁକନ୍ୟା କଣ? ବୋହୂ. ବୋଲି ଜୋରରେ ଚିତ୍କାର କରି ଉଠିଲେ କଲ୍ୟାଣୀ।

ଧଡ କରି ଉଠି ବସିଲେ କଲ୍ୟାଣୀ। ଉଠି ଦେଖିଲେ ଓଃ ସବୁ ସ୍ଵପ୍ନ ଥିଲା। ଝାଳରେ ସେ ସମ୍ପୂର୍ଣ୍ଣ ଭିଜି ଯାଇଛନ୍ତି। ଆଖାପାଖରେ କେହି ନାହି। ସ୍ବାମି ବି ନିଦ୍ରାଗତ। ସେ କିନ୍ତୁ ଆଉ ଶୋଇ ପାରିଲେନି। ସେ ସ୍ବପ୍ନ ର ବୋଉ ଓ ସୁକନ୍ୟା ର ଚେହେରା ଯେମିତି କିଛି କହୁଥିଲା କଲ୍ଯାଣୀକୁ।

ସକାଳ ହୋଇ ସାରିଲାଣି ଅଥଚ ଏ ଯାଏଁ ଘରେ ନା ଚାହା ନା ଜଳଖିଆ। ପ୍ରଶ୍ନଜିତ ଓ ପୁଅ ଆସି ଦେଖନ୍ତି ତକେହିକୁଆଡେ ନାହାନ୍ତି। ଦିନ ଆସି ଦଶ ଟା ବାଜିଲାଣି। ସେପଟେ ବଡ ଅପୁର୍ବ ଦୃଶ୍ୟ ଦେଖିବାକୁ ମିଳିଲା। ଦୁଆର ମୁହଁରେ ଶାଶୁ ବୋହୁ ଦୁଇଜଣ ହସିହସି ଘରକୁ ପ୍ରବେଶ କଲେ। ପୁଅ ରାଗ ଗରଗର ହୋଇ ବୋହୂ ଉପରେ ବର୍ଷିବା ଆରମ୍ଭ କରୁଥିଲା ପୁଅ ଟାକୁ ଛାଡିଦେଇ ଏମିତିକୁଆଡେ ଚାଲି ଜାଇଥିଲ କହି, କି କଲ୍ୟାଣୀ ପୁଅକୁ ରାଗି କି କହିଲେ। କଣ କିରେ କେମିତି ସ୍ଵାମୀ ତୁ। ମୁଁ କଣ ତତେ ଏଇ ଶିକ୍ଷା ଦେଇଛି। କିରେ ସୁକନ୍ୟା ର ଛାତିରେ କେବେଠୁ କଷ୍ଟ ହେଉଛି। ତୁ କଣ ଜାଣିନୁ। ଏ ଯାଏଁ ତାକୁ କୋଉ ଡାକ୍ତରକୁ ଦେଖେଇଚୁ? ପୁଅ କହିଲା ଆଲୋ ବୋଉ ତାକୁ କେବେଠୁଁ କହିଲିଣି କୋଉଠି ଦେଖା ତଥାପି ସେ ନଦେଖେଇଲେ ମୁଁ କଣ କରିବି। କଲ୍ଯାଣୀ କହିଲେ କେମିତି ଶିକ୍ଷିତ କିରେ ତୁମେ ସବୁ?ସେ ମନା କଲା ବୋଲି ତୁ ତ ତାକୁ ବୁଝାଇବା କଥା। ଜାଣିଛୁ ନା ନାହିଁ ଆଜିକାଲି କେତେ ଦୁରାରୋଗ ସବୁ ଆସିଛି। ଜାଣିଛ ଆମେ ଏବେ କୋଉଠୁ ଆସୁଛୁ? ଡକ୍ଟର କାନୁନଗୋ ପାଖରୁ। ପୁଅ ସିଦ୍ଧାର୍ଥ ଚମକି ଉଠି ପଚାରିଲେ କଣ ହେଲା ତୁମର ମାଆ। କଲ୍ଯାଣୀ ସେଠୁ ଉତ୍ତର ଦେଲେ, ବାବାରେ ସୁକନ୍ୟା ତା ଛୁଆକୁ ଜମାରୁ ଖିର ଖୁଆଇନି। ତେଣୁ ତା ଛାତିରେ ସେ ଖିର ସବୁ ଜମାଟ ବାନ୍ଧି ରହି ଯାଇଥିଲା। ଏତେ ସମୟ ଧରି ଖିର ରହି ପଚି ଗଲାଣି । ଡାକ୍ତର କହିଲେ ସ୍ତନ କର୍କଟ ର ପ୍ରଥମ ପାହାଚରେ ସୁକନ୍ୟା। ଆମ ଭାଗ୍ୟ ଭଲ ଆମ ବୋହୂ ଭଲ ଅଛି। ଯେତେଶୀଘ୍ର ପାରୁଛୁ ତାକୁ ଭଲ ଡାକ୍ତର ଦେଖା ଆଉ ଆମ ବୋହୂକୁ ସମ୍ପୁର୍ଣ ସୁସ୍ଥ କରାଅ। ପ୍ରଶ୍ନଜିତ ଓ ସିଦ୍ଧାର୍ଥ ଏକାବାରେ ଚୁପ୍ ହୋଇ ରହିଗଲେ।

ପ୍ରଶ୍ନଜିତ କଲ୍ଯାଣୀକୁ ପଚାରିଲେ ତୁମେ ଆମକୁ କିଛି ନକହି ଏମତି ସକାଳୁ କାହିକିଁ ଚାଲିଗଲ? ସେଠୁ କଲ୍ଯାଣୀ ଉତ୍ତର ଦେଲେ,କାଲି ରାତି ସାରା ମୁଁ ଶୋଇ ପାରିଲିନି। ମୋ ବୋଉ ର ଶେଷ ମୁହଁ ଟି ସୁକନ୍ୟା ର ମୁହଁ ହୋଇ ମତେ ବାରମ୍ବାର କିଛି କହିବାକୁ ଚାହୁଥିଲା। ଆଉ ଶେଷରେ ଯାଇ ମୁଁ ବୁଝିଲି ଯେ ମୋ ବୋଉ ର ଅକାଳ ମୃତ୍ୟୁ, ମୋ ଶାଶୁ ଙ୍କ ଅଳ୍ପ ବୟସରେ ଅକର୍ମଣ୍ୟ ହେବା, ମୋ ଦେହ ର ଦୁର୍ବଳତା ଏସବୁ ପାଇଁ ଦାୟୀ ସବୁ ଆମେ ନିଜେ, ଆମ ଲାଜ ହିଁ ଆମକୁ ମାରୁଛି। ମୋ ବୋଉ ବାରମ୍ବାର ସତେକି ମତେ କହୁଥିଲା ୟା ପର ପାଳି ମୋ ବୋହୁର। ତେଣୁ ଏ କଥା ଟା ମୁଁ ଯେମିତି ବୁଝିଗଲି ମୁଁ ଆଉ ରହି ପାରିଲିନି। ସକାଳୁ ସକାଳୁ ଆଗ ବୋହୂକୁ ଧରି ଦୌଡି ଗଲି ଡାକ୍ତର ପାଖକୁ। ଆଉ ତୁମକୁ କହିବାକୁ ସମୟ ପାଇଲିନି।

ଅସଲରେ ଆମେ ସ୍ତ୍ରୀ ମାନେ ହିଁ ଆମ ଶତୃ। କାଲି ଜାଏ ମୁଁ ଯୋଉ କଷ୍ଟ ସହି ଆସିଛି ଆଜି ସେଇ କଷ୍ଟ ମୁଁ ମୋ ବୋହୂକୁ ଦେବାକୁ ପଛାଏନି। ନିଜ କର୍ମ ର ପ୍ରତିଶୋଧରେ ମୁଁ ବୋହୂ ର ଯନ୍ତ୍ରଣାକୁ ବି ଦେଖିପାରିନି।ଏଇଟା ବି ସତ ଯେ ଯାଏଁ ଆମ ନିଜ ପ୍ରତି ନିଜେ ସଜାଗ ନ ହୋଇଛେ ଆମ ସ୍ତ୍ରୀ ଜାତି ଏମତି କଷ୍ଟ ଭୋଗୁଥିବା। ଏବେ ମତେ ଦେଖ, ମୁଁ କାମ କରିପାରୁନି, କିନ୍ତୁ ଏଥିରେ ବୋହୂ ର କଣ ଦୋଷ ସେ ତ ବିଚରୀ ରାତିରୁ ରାତି ଯାଏଁ ଘର ବାହାରେ ଖଟୁଛି ? କିନ୍ତୁ ମୁଁ କାଲି ଯାଏଁ କେବଳ ତାକୁ ଦୋଷ ଦେଉଥିଲି ଯୋଉଠି କି ମତେ ନିଜ ପାଇଁ ବିଶ୍ରାମ ଆବଶ୍ୟକ ଥିଲା। କିନ୍ତୁ ଆଜି ମୁଁ ମୋ ଭୁଲ ବୁଝି ପାରିଛି। ବୋହୂ ସୁକନ୍ୟା ବୋଉ ବୋଲି କହି ଯାକି ହୋଇଗଲେ। କଲ୍ୟାଣୀ ପୁଅକୁ ଚାହିଁ କହିଲେ ସେମତି ଲୁହ ଗଡାଉଥିବୁ ନା ବୋହୁକୁ ଭିତରକୁ ନେଇକି ଯିବୁ। ସିଦ୍ଧାର୍ଥ, ସୁକନ୍ୟାକୁ ଭିଡି ଧରି ବହେ କାନ୍ଦିଲା। କହିଲା ସେ ତାକୁ ବହୁତ ଭଲ ପାଏ ହେଲେ ସେ କାହିଁକି କେଜାଣି ତାର କଷ୍ଟକୁ ଜାଣି ପାରିଲାନି। ବୋଧେ ଏହାହିଁ ତା ପୁରୁଷତ୍ବ ର ହାର। ସୁକନ୍ୟା ମୁକ୍ତ ହସ୍ତରେ ଆଦରି ନେଲା ସ୍ବାମୀକୁ।

ପୁଅ ବୋହୁ ଭିତରକୁ ଗଲା ପରେ ପ୍ରଶ୍ନଜିତ କଲ୍ଯାଣୀ ଉଦେଶ୍ୟରେ କହିଲେ ତମେ ବିଲକୁଲ ଠିକ୍ କହିଛ କଲ୍ୟାଣୀ ପୁରୁଷ ପ୍ରଧାନ ସମାଜରେ ଲଜ୍ଜା ନାମକ ଏ ଓଢଣୀ ତଳେ ସ୍ତ୍ରୀ ଟିଏ ସବୁବେଳ ଦବି କି ରହି ଆସିଛି। ହେଉ ନହେଉ ଏସବୁ ପାଇଁ ପ୍ରତ୍ୟକ୍ଷରେ ପୁରୁଷ ହେଲେବି ପରୋକ୍ଷରେ ସେ ନିଜେ ବି ଦାୟୀ। ଆଜି ତୁମର ବୋହୂ ପ୍ରତି ଚିନ୍ତା ଦେଖି ମୁଁ ବୁଝି ପାରୁଛି ତୁମେ ଏତେ ଦିନ ଏ ଘରେ କେତେ କଷ୍ଟରେ ବିତାଇଛ ମୁଁ ଅନୁଭବ କରି ପାରୁଛି। ତୁମର ବୟସ ଅନୁସାରେ ବର୍ତ୍ତମାନ ତୁମକୁ ନିହାତି ବିଶ୍ରାମ ଆବଶ୍ୟକ ମୁଁ କଥା ଦେଉଛି ମୁଁ ତାର ବନ୍ଦୋବସ୍ତ କରିଦେବି।

ଯାଉ ଯାଉ ପ୍ରଶ୍ନ ବାବୁ କହିଲେ କଲ୍ୟାଣୀ ଗୋଟେ କଥା କହିବି, ତୁମେ ଆଜିବି ବହୁତ ସୁନ୍ଦର ଖାଲି ଚେହରା ରୁ ନୁହେଁ ତୁମ ହୃଦୟ ଟି ବି ।କଲ୍ଯାଣୀ ଦେବୀ ଏଥର ଅନ୍ତରରୁ ଖୁସି ହୋଇ ଉଠିଲେ। ।rm

Paramita mishra

9337573886


Rate this content
Log in

Similar oriya story from Inspirational