Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚାଳିଶି ଟଙ୍କିଆ ପାଠ
ଚାଳିଶି ଟଙ୍କିଆ ପାଠ
★★★★★

© Paramita Mishra

Inspirational

4 Minutes   369    11


Content Ranking

ଚାଳିଶି ଟଙ୍କିଆ ପାଠ

****************

ରାଜ୍ୟ ର ସବୁଠୁ ବଡ଼ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଚାଲିଥିଲା। ଖୁବ୍ ଜୋରସୋରରେ ସ୍ୱାଗତ୍ ହେବାର ଥିଲା ।ମୁଖ୍ୟ ଅତିଥି ଏରିଆ କଲେକ୍ଟର ଯୋ ଥିଲା। କେମିତି ବା ଆଡମ୍ବର ନହେବ।

ଶାନ୍ତନୁ ଚୌଧୁରୀ ଭାରି କଡକ ଅଫିସର। ବହୁତ ଜାଗାକୁ ଆମନ୍ତ୍ରିତ ହୋଇ ଜାଆନ୍ତି। ଲୋକ ତାଙ୍କ ଭାଷଣ ରେ ଆପ୍ଯାୟିତ ହୋଇ ଉଠନ୍ତି। ତାଙ୍କର ପ୍ରେରଣା ଦାୟୀ ଶବ୍ଦ ରେ ଦୁର୍ବଳ ରୁ ଦୁର୍ବଳ ଛାତ୍ର ବି ବଡ ରୁ ବଡ କାମ କରିବାକୁ ପ୍ରସ୍ତୁତ ହୋଇ ପଡନ୍ତି। କେମିତି ବା ନ ହେବ ନିଜେ ବି ସେ ବହୁତ୍ ପରିଶ୍ରମ କରି ଏ ଜାଗାରେ ପହଞ୍ଚି ପାରିଛନ୍ତି।

ସଭା କାର୍ଯ୍ୟ ଆରମ୍ଭ ହେଲା। ସମସ୍ତଙ୍କୁ ସ୍ବାଗତ ଜଣାଇଲା ପରେ ସଭିଏଁ ନିଜ ନିଜ ଜାଗାରେ ବସିଲେ। ଆରମ୍ଭ ବକ୍ତବ୍ୟ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦେବୀ ଆରମ୍ଭ କଲେ। ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ପାଠର ମହତ୍ବ ବିଷୟରେ ଜଣାଇବା ପରେ ନିଜ ଜୀବନର ଛୋଟିଆ ଅନୁଭୁତି କାହାଣୀ ଟିଏ କହିଲେ ।

କାହାଣୀ ଟି ଥିଲା.....

"ଯେତେବେଳ ମୁଁ ଛୋଟ ଥିଲି, ଏହି କିଛି ବାର, ତେର ବର୍ଷ ର ହୋଇଥିବି।

ସେତେବେଳେ ଯଦିଓ ପାଠପଢା ରେ ବହୁତ୍ ଟଙ୍କା ଲାଗୁନଥାଏ କିନ୍ତୁ ମୋତେ ସପ୍ତମ ଶ୍ରେଣୀରେ ପାଠ ପଢାଇବା ପାଇଁ ମୋ ବାପାଙ୍କ ପାଖରେ ଟଙ୍କା ନଥିଲା।ଯେହେତୁ ମତେ ପଢିବାର ଅପାର ଇଛା ଥିଲା ଓ ଇଛା ଥିଲେ ଉପାୟ ବି ଆସେ। ମୁଁ ଭାବିଲି ମୋର ଷଷ୍ଠ ଶ୍ରେଣୀ ର ବହି ସବୁ କୁ ବିକିଦେବି ଓ ସେହି ପଇସା ରେ କମ୍ ସେ କମ୍ କାହାର ପୁରୁଣା ସପ୍ତମ ଶ୍ରେଣୀର ବହି ଆଣି ପଢା ଆରମ୍ଭ କରିବି।

ଭାଗ୍ୟ କୁ ଆମ ଘର ପାଖରେ ଗୋଟିଏ ପିଲା ରହୁଥିଲା ନାମ ତାର ଶୋନୁ। ସେ ଆସି ମତେ କହିଲା ଦିଦି ତୁମର ପୁରୁଣା ବହି ସବୁ ମତେ ବିକିବ କି, ମୁଁ ଖୁସିରେ ହଁ ମାରିଲି। ସେ ଦୁଇ ଦିନରେ ଟଙ୍କା ଦେବାର କହି ବହି ସବୁ ନେଇ ଚାଲିଗଲା।ମୁଁ ଅପେକ୍ଷା କରିଥିଲି ସେ ଟକାଂ ଦେଲେ ମୁଁ ବହି ଆଣିବି ବୋଲି କିନ୍ତୁ ସେ ଆଉ ମତେ ଧରା ଛୁଆଁ ଦେଲାନି।ମତେ ଦେଖି କୋଉଠି ଲୁଚିଯାଏ ତ ଦୌଡି ପଳାଏ।ମୋର ଭୀଷଣ ରାଗ ହେଲା। ତା ପାଇଁ ସପ୍ତମ ଶ୍ରେଣୀ ର ବହି ସବୁ ନେଇପାରୁ ନଥାଏ। ସ୍କୁଲ ରେ ପଢ଼ା ଆରମ୍ଭ ହୋଇ ସାରିଥିଲା। ମୋର ପଢ଼ା ପ୍ରତି ଇଚ୍ଛା ଦେଖି ମୋ ଶିକ୍ଷକ ସ୍କୁଲ ର ପୁରୁଣା ବହି ମୋ ପାଇଁ ବନ୍ଦୋବସ୍ତ କରିଦେଲେ।

ଏ ସବୁ କୁ ଦୁଇ ସପ୍ତାହ ରୁ ଉପରେ ହୋଇ ସାରିଥିଲା। ମନେ ମନେ ତ ମୁଁ ସୋନୁ କୁ ବହୁତ୍ ଗାଳି ଦେଉଥିଲି କେଡେ ବଦମାସ୍, ଚୋର ଟେ ବୋଲି ।ଦିନେ ମୁଁ ସ୍କୁଲ ରୁ ଫେରୁଥିଲି ଦେଖିଲି ସୋନୁ ସ୍କୁଲ ରୁ ଫେରି କ୍ଷେତ ରେ ହଳ କରୁଥିଲା ପୁଣି ନିଜେ ବଳଦ ଜାଗାରେ ରହି। ମୋ ନଜର ପାଖରେ ପଡିଥିବା ତାର ବହି ବସ୍ତା ଉପରେ ପଡିଲା। ମନ ହେଲା ତା ବ୍ୟାଗ୍ ରୁ ମୋର ବହି ସବୁ କାଢି ନେଇଯିବି କିନ୍ତୁ କ୍ଷେତ ରେ ତାର ଅବସ୍ଥା ଦେଖି ମୋ ମନ ତରଳି ଗଲା। ଆଉ ମୁଁ ସେଠୁ ଚାଲି ଗଲି।

ଆଉ ଦିନେ ସଂଧ୍ୟାରେ ମୁଁ ବାପାଙ୍କୁ ଡାକିବାକୁ ଛକ ଯାଏ ଯାଇଥିଲି

ଚା ଦୋକାନ ତଳେ ଦୋକାନ ର ଲାଇଟ୍ କିଛି କିଛି ପଡ଼ୁଥିଲା, ସେହି ଲାଇଟ୍ ରେ ସୋନୁ ହାତ ରେ ବହି ଧରି ବସିଥିଲା। ମୁଁ ବାପା ଙ୍କୁ ଡାକି ସେଠି ଚୁପଚାପ୍ ଆସିଗଲି। ତା ପର ଦିନ ସକାଳୁ ଉଠି ଦେଖେତ ଘର ଆଗରେ ମୋ ସବୁ ବହି ଥୁଆ ହୋଇଛି ଆଉ ତା ଉପରେ ରଖାଯାଇଛି ଚାରିଟଙ୍କା। କିଛି ଦୂରରେ ସୋନୁ ଠିଆ ହୋଇଛି। ମୁଁ ତାକୁ ପାଖକୁ ଡାକିବାରୁ ଡରି ଡରି ପାଖକୁ ଆସିଲା ଆଉ କହିଲା ଦିଦି ବେଶି ଡେରି ହୋଇନି ତମେ ଏବେବି ଏସବୁ କୁ କାହାକୁ ବିକିଦିଅ, ମତେ କ୍ଷମା କର ଦିଦି ମୋ ପାଖରେ ଆଉ ଜମାରୁ ପଇସା ନାହିଁ ପକେଟ ଝାଡି ଦେଖେଇ ଦେଲା। କହିଲା ଏସବୁ କିଣିବା ତ ଛାଡ ମୋ ପାଖରେ ଏସବୁକୁ ଲେଖି ରଖିବାକୁ ଖାତା ଟିଏ କିଣିବାକୁ ବି ପଇସା ନାହିଁ। ତେଣୁ ସବୁ ଗୁଡିକୁ ପଢି ସାରିବା ପାଇଁ ଟିକେ ସମୟ ଲାଗିଗଲା।ଦେଖ ଏତିକି ଦିନର ଭଡା ବି ଦେଇଛି। ମୁଁ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲି ଏସବୁ। ମୁଁ ରାଗି କି ତାକୁ କହିଦେଲି ଓ ହୋ ହୋ ବର୍ଷ କ ର ପାଠ ଦୁଇ ସପ୍ତାହରେ ସାରି ଦେଲୁ ନାଇ, ବାକି ଦିନ କଣ ବୁଲିବୁ? ମୁଁ ସୋନୁ ର ପରିଶ୍ରମ ଦେଖିଥିଲି ତେଣୁ ସେ ବହି ସବୁ ଆଣି ବାକୁ ଚାହୁଁନଥିଲି ତଥାପି ରାଗିକି କହିଲି ଏସବୁ ବହି ଏବେ ଆଉ କେହି ନେବେନି ତେଣୁ ତୁ ହିଁ ନେଇ କି ଯାଆ। ଆଉ ମୋ ଚାଳିଶ ଟଙ୍କା ମତେ ତୁ ହିଁ ଦେବୁ । ମନେ କରି କି ଦେବାକୁ ପଡିବ। ସୋନୁ ମନ ଶୁଖେଇ ସୋନୁ ବହି ସବୁ ଧରି ଗଲା।

ସପ୍ତମ ପରେ ଗାଁ ରେ ସ୍କୁଲ ନଥିଲା। ବାପା ମତେ ଆଇ ଘର କୁ ପଢିବା ପାଇଁ ପଠାଇ ଦେଲେ। ତାପରେ ଆଉ ସୋନୁ ସହ ମିଶିବା ହେଲା ନା ସେ ମୋ ପଇସା ଫେରାଇଲା। କିନ୍ତୁ ସେ ଅସମ୍ଭବ କୁ ସମ୍ଭବ କରି ଦେଖେଇଲା। କିଛି ଦିନ ପରେ ମୁଁ ଖବରକାଗଜରେ ତା ନାଁ ଦେଖିଲି। ରାଜ୍ୟ ରେ ମ୍ଯାଟ୍ରିକ ରେ ପ୍ରଥମ ହୋଇଥିବାରୁ ମୂଖ୍ୟମନ୍ତ୍ରୀ କଂ ଦ୍ବାରା ପୁରଷ୍କୃତ ହେଇଥିଲା ସେ।ତା ପର ର ସଂମ୍ପୂର୍ଣ୍ଣ ପଢା ସରକାର କରିଥିଲେ ସେଦିନ ମତେ ଭାରି ଖୁସି ଲାଗିଥିଲା। ମୁଁ ଜାଣିଥିଲି ସେ ପିଲାଟି ଦିନେ ନିଶ୍ଚୟ କିଛି କରି ଦେଖେଇବ। ଏବଂ ତାହା ସତ ହେଲା। ମୁଁ ସେ ମହାନୁଭବ କଂ ନାମ ଟି ତ କହିପାରିବିନି କିନ୍ତୁ ବର୍ତ୍ତମାନ ସେ ଏକ ବହୁତ୍ ବଡ ଅଫିସର ବନି ସାରିଛନ୍ତି। ଆଉ ନିଜ ପରି ଅଭାବ ଅନାଟନରେ ଥିବା ପିଲାମାନଙ୍କୁ ପଢିବା ପାଇଁ ସବୁ ପ୍ରକାର ସାହାଯ୍ୟ କରନ୍ତି।

ପିଲାମାନେ ଏ ଘଟଣା ଟି କହିବାର ତାତ୍ପର୍ଯ୍ୟ ହେଲା ଯଦି ତୁମର ପରିଶ୍ରମ ଓ ଇଛା ଶକ୍ତି ପ୍ରଖର ତେବେ ତୁମର ସଫଳତା ନିଶ୍ଚିତ।"

ଏତକ କହି ଗିତାଞ୍ଜଳୀ ଦେବୀ ନିଜର ଭାଷଣ ଶେଷ କଲେ ଓ ନିଜ ସ୍ଥାନ କୁ ପାଦ ବଢାଇଲେ।

ଆଶ୍ଚର୍ଯ୍ୟ ର କଥା ଥିଲା ଯେ କଲେକ୍ଟର ବାବୁ ଙ୍କ ମୁହଁ ର ଭାବ ଏକଦମ୍ ବଦଳି ଜାଇଛି। ମଥା ଉପରୁ ଝାଳ ସବୁ ଗଡ଼ି ଯାଉଚି। ଗୀତାଞ୍ଜଳି ଦେବୀ ନିଜ ସ୍ଥାନ କୁ ଗଲା ବେଳେ ହଠାତ୍ ବାଟ ଆଗରେ ମୁଣ୍ଡ ନୁଆଇଁ ଠିଆ ହୋଇଗଲେ ସେ। ପୁରା ସଭାରେ ବାତାବରଣ ଶାନ୍ତ ପଡିଯାଇଥିଲା। ସଭିଏଁ ମଞ୍ଚ ଉପରକୁ ଚାହିଁ ରହିଥିଲେ ଉତ୍କଣ୍ଠା ର ସହ କି କଣ ହେବ ଏବେ। ଗୀତାଞ୍ଜଳି ଦେବୀ କଲେକ୍ଟର ବାବୁ ଙ୍କୁ ଟିକେ ରାଗ ଅନ୍ଦାଜ ରେ ପଚାରିଲେ କଣ ମୋ ଚାଳିଶ ଟଙ୍କା ଦେବା କୁ ଆଣିଚୁ। କଲେକ୍ଟର ବାବୁ ଙ୍କ ଆଖି ଛଳଛଳ ହୋଇ ଉଠିଲା। ମାଡାମ୍ କଂର ପାଦ ଛୁଇଁ ଦେଲେ ବାବୁ ଆଉ କହିଲେ ଦିଦି ତୁମେ ମତେ ଚିହ୍ନିନେଲ? ଗୀତାଞ୍ଜଳି ଦେବୀ ତାଙ୍କ ଆଦରର ସୋନୁ କୁ ଆଲିଙ୍ଗନ କରି ଆଶୀର୍ବାଦ କଲେ।

ସଭା ରେ ଆନନ୍ଦ ର ଲହରୀ ଖେଳିଗଲା। କଲେକ୍ଟର ଶାନ୍ତନୁ ଚୌଧୁରୀ ସଭା ରେ ପିଲାମାନଙ୍କୁ ବହୁତ୍ ଭଲ କଥା ସବୁ କହିଲେ। rm

Paramita mishra

9337573886

ପାଠ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ

Rate the content


Originality
Flow
Language
Cover design

Comments

Post

Some text some message..