Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ବିଦାୟ ବନ୍ଧୁ ବିଦାୟ

ବିଦାୟ ବନ୍ଧୁ ବିଦାୟ

4 mins
7.5K


ଆଜ୍ଞା ଜାଣିଛନ୍ତି କି ? - ମଣିଷ କୁଆଡେ ୯୦ ବର୍ଷରୁ ଉର୍ଦ୍ଧ୍ବ ବୟସରେ ପହଞ୍ଚିଗଲେ, ତାଙ୍କ ଆଖିର ଲୁହ ଶୁଖିଯାଏ ? ଆଉ ଯଦି ବି କେବେ ସେଭଳି ବୟସର ଲୋକଙ୍କ ଆଖିରୁ ଲୁହ ଆସେ, ସେ ଲୁହ କେବେହେଲେ ସାମାନ୍ୟ ଲୁହ ନୁହେଁ । ସେ ଲୁହ ନିଶ୍ଚୟ ବହୁତ ମୂଲ୍ୟବାନ ଆଉ ଅନମୋଲ୍ । ସେ ଲୁହ ଏ କଥା ବି ପ୍ରମାଣ କରିଦିଏ ଯେ ସେ ଲୋକକୁ କିଭଳି ଚରମ କଷ୍ଟ ହେଉଥିବ । ସେ ଲୋକର ଅନ୍ତରାତ୍ମା କେମିତି କାନ୍ଦୁଥିବ ।

ଠିକ୍ ଏମିତି ଘଟିଛି ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କ୍ଷେତ୍ରରେ । ବିଜେପି ମୁଖ୍ୟାଳୟରେ ଦେଶର ମହାନ୍ ଜନନାୟକ, କୁଟନୀତି, ରାଜନୀତି ତଥା ଶବ୍ଦର ସମ୍ରାଟ୍ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କର ଦୀର୍ଘଦିନର ସୁଖଦୁଃଖର ସାଥୀ, ୬୫ ବର୍ଷର ପୁରୁଣା ବନ୍ଧୁଙ୍କୁ ସବୁଦିନ ପାଇଁ ହରାଇବା ଦୁଃଖରେ ତାଙ୍କ ମନ ଏକଦମ୍ ଫିକା ପଡିଯାଇଥିଲା । ବାଜପେୟୀଙ୍କ ମର ଶରୀର ଦେଖିବା କ୍ଷଣି ତାଙ୍କ ଆଖିରେ ଲୁହର ଧାର ଛୁଟିଥିଲା । ଓଦା ଆଖି ଓ ଉଦାସ ମନରେ ବାଜପେୟୀଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ହଁ ଆଜ୍ଞା , ଏ ହେଉଛନ୍ତି ସେଇ ମହାନ୍ ଭାରତୀୟ ନେତା ଯାହାଙ୍କୁ ଲୌହ ପୁରୁଷଙ୍କ ସହିତ ତୁଳନା କରାଯାଏ । ଲୌହ ପୁରୁଷ ସରଦାର୍ ବଲ୍ଲଭ ଭାଇ ପଟେଲ୍ ଙ୍କ ପରି ସେ ମଧ୍ୟ ଭାରତୀୟ ରାଜନୀତିର ସର୍ବଶ୍ରେଷ୍ଠ ପଦବୀକୁ ଯାଇ ପାରି ନାହାନ୍ତି । ଲୌହ ପୁରୁଷଙ୍କ ପରି ସେଇ ଉପ- ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ । ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଦୀର୍ଘ ୬ ବର୍ଷ ତାଙ୍କର ଡେପୁଟୀ ଅର୍ଥାତ୍ ଉପ- ପ୍ରଧାନମନ୍ତ୍ରୀ ରହିଛନ୍ତି ।ଏ ସମ୍ପର୍କ କେବଳ ଏତିକିରେ ସୀମିତ ନୁହେଁ , ଉଭୟ ଛାତ୍ର ଜୀବନରୁ ଅର୍ ଏସ୍ ଏସ୍ ର ସ୍ଵୟଂସେବକ ଭାବେ କାର୍ଯ୍ୟ କରିଛନ୍ତି । ଏ ସମ୍ପର୍କ ୧୯୫୦ ମସିହା ପରଠୁ ସୃଷ୍ଟି ହୋଇଛି । ଉଭୟ ହେଉଛନ୍ତି ଜନ ସଂଘର ପ୍ରତିଷ୍ଠାତା ସଦସ୍ୟ । ଭାରତୀୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ଉଭୟ ଖୁବ୍ ସଂଘର୍ଷ କରିଛନ୍ତି । ୧୯୮୦ରେ ବିଜେପିର ପ୍ରତିଷ୍ଠା ପରି ସବୁ ସମୟରେ ସେ ବାଜପେୟୀଙ୍କ ସହ ଛାଇ ଭଳି ରହିଛନ୍ତି । ୧୯୮୪ ମସିହା ସାଧାରଣ ନିର୍ବାଚନରେ ମାତ୍ର ୨ଟି ଲୋକସଭା ଆସନରୁ ବିଜେପି ଆରମ୍ଭ କରିଥିବା ଯାତ୍ରାରେ ଏ ଦୁଇ ଜଣଙ୍କର ଅବଦାନ ପାଇଁ ଅଜି ପୂର୍ଣ୍ଣ ବହୁମତ ହାସଲ୍ କରିଛି ଦଳ ।

ହଁ ଆଜ୍ଞା ଏ ହେଉଛନ୍ତି ଲାଲକ୍ରିଷ୍ଣ ଆଡଭାନୀ, ଯାହାଙ୍କ ବୟସ ଏବେ ୯୧ ବର୍ଷ, ଯିଏ ନିଜର ସାରା ଜୀବନ ବାଜପେୟୀଙ୍କ ସହ ମିଶି ପ୍ରଥମେ ଜନ ସଂଘ ଓ ତାପରେ ବିଜେପି ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ବିଜେପିକୁ ଲାଳନ ପାଳନ କରି ଆଜି ଏକ ମହାଦୃମରେ ପରିଣତ କରିଛନ୍ତି । ଯଦି ଆଜି ବିଜେପି ଦେଶର ନିରଙ୍କୁଶ କ୍ଷମତା ସହ ଅଧିକାଂଶ ରାଜ୍ୟରେ କ୍ଷମତାରେ ରହିଛି ତାହେଲେ ଏଥିପାଇଁ ସମସ୍ତ ଶ୍ରେୟ ବାଜପେୟୀ ଓ ଆଡଭାନୀଙ୍କୁ ହିଁ ଯିବ । ଉଭୟ ଏକାଠି ଗୋଟେ ଘରେ ରହିଛନ୍ତି, ହାତରେ ରୋଷେଇ କରି ଖାଇଛନ୍ତି, କେତେ ସାଧନା, ତପସ୍ୟା ଓ କଷ୍ଟକରି ବିଜେପିକୁ ଏ ସ୍ତରକୁ ଆଣିଛନ୍ତି ତାହା ଭାରତବାସୀ ଜାଣନ୍ତି ।

ବାଜପେୟୀ ଓ ଆଡଭାନୀଙ୍କର ଏ ସମ୍ପର୍କ ଦୀର୍ଘ ୬୫ ବର୍ଷରୁ ଉର୍ଦ୍ଧ । ତେବେ ଅନେକ ହୁଏତ ଜାଣିନଥିବେ ଆଡଭାନୀ ହିଁ ଅଚାନକ ବାଜପେୟୀଙ୍କ ନାଁକୁ ପ୍ରଧାନମନ୍ତ୍ରୀ ପାର୍ଥୀ ଭାବେ ଘୋଷଣା କରିଥିଲେ । ତାହା ୧୯୯୫ ମସିହା କଥା । ମୁମ୍ୱାଇର ଶିବାଜୀ ପାର୍କ ଗ୍ରାଉଣ୍ଡରେ ବିଜେପି କାର୍ଯ୍ୟ କର୍ତ୍ତାଙ୍କର ସମାବେଶ ହେଉଥିଲା । ସାଧାରଣତଃ ସମାବେଶ ମାନଙ୍କରେ ଆଡଭାନୀ ପ୍ରଥମେ କହୁଥିଲେ ଏବଂ ଶେଷକୁ ବାଜପେୟୀଙ୍କର ଭାଷଣ ରହୁଥିଲା । ସେଦିନ ଭାଷଣର ମଧ୍ୟରେ ଆଡଭାନୀ ଗୋଷଣା କରିଦେଲେ ଯେ ଯଦି ୧୯୯୬ରେ ବିଜେପି କ୍ଷମତାକୁ ଆସେ ତା' ହେଲେ ଅଟଳଜୀ ପ୍ରଧାନମନ୍ତ୍ରୀ ହେବେ । ଏହି ଘୋଷଣା ପୂର୍ବରୁ ସେ କାହା ସହ ପରାମର୍ଶ ବି କରିନଥିଲେ ।

ଉଭୟ ରାଜନୀତି, ରାଷ୍ଟ୍ରନୀତି, କୁଟନୀତି ଉପରେ କେତେ ଯେ ମନ୍ତ୍ରଣା କରିଥିବେ ତାର ଇୟତା ନାହିଁ । ତେରମାସିଆ ସରକାରରୁ ବିଦାୟ ଦିନ ସନ୍ଧାରେ ବାଜପେୟୀ ବନ୍ଧୁ ଆଡଭାନୀଙ୍କୁ ସାଙ୍ଗରେ ନେଇ ରାଜ କପୁରଙ୍କ ଫିଲ୍ମ " ଫିର୍ ସୁବହ ହୋଗୀ " ଦେଖିବାକୁ ଯାଇଥିଲେ । ତା' ପରେ ସତରେ ସକାଳ ଆସିଲା । ବାଜପେୟୀ ପ୍ରଥମ ଅଣ କଂଗ୍ରେସ ସରକାରର ନେତୃତ୍ୱ ନେଇ ପୁରା ୫ ବର୍ଷ କ୍ଷମତାରେ ରହିଲେ । ପରେ ପୁଣି ବିଜେପି ଆକାଶର ଶୀର୍ଷକୁ ଛୁଇଁ ନିଜ ଦମ୍ ରେ ଏକୁଟିଆ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଦିଲ୍ଲୀ ସିଂହାସନ ଆରୋହଣ କଲା । କିନ୍ତୁ ସେତେବେଳକୁ ଶବ୍ଦର ସମ୍ରାଟ୍ ବାଜପେୟୀ ନିଜର ଶବ୍ଦ ହରାଇ ସାରିଥାନ୍ତି ଆଉ ଲୌହ ପୁରୁଷ ଆଡଭାନୀ ବି ବହୁତ ବୟସରେ ଉପନୀତ ହୋଇ ଖୁବ୍ ବରିଷ୍ଠ ନେତାର ମାନ୍ୟତା ପାଇ ଖାଲି ଉପଦେଶ ଆଉ ଦିଗଦର୍ଶନ ଦେବା ଅବସ୍ଥାକୁ ଚାଲିଆସିଥାନ୍ତି ।

୨୦୧୬ ରେ ରାଷ୍ଟ୍ରପତି ନିର୍ବାଚନ ହେଲା । ଶୁଣାଗଲା କଳେ ଆଡଭାନୀ ହିଁ ରାଷ୍ଟ୍ରପତି ହେବେ । ବିଜେପି କୁ ଗଢିଥିବା ମୂଳ ଲୋକ ସେଇ ଆଡଭାନୀଙ୍କୁ ବିଜେପି ନିଶ୍ଚେ ପାର୍ଥୀ କରି ଋଣ ମୁକ୍ତ ହେବ । କିନ୍ତୁ ହେଲା ଠିକ୍ ଓଲଟା । ଠିକ୍ ବେଳ କାଳ ଦେଖି ସିବିଆଇ ତା ଖେଳ ଖେଳିଦେଲା । ରାଷ୍ଟ୍ରପତି ଭବନକୁ ଆଡଭାନୀଜୀଙ୍କର ଯିବାରେ ସମସ୍ତ ଯାବନିକା ପଡିଗଲା ।

ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ, ସବୁଆଡେ ଶୋକର ଛାୟା, ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆମ ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବା । ଭାରତୀୟ ରାଜନୀତିର ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ଭୀଷ୍ମ ପିତାମହଙ୍କୁ ହରାଇ ସାରା ଦେଶ ଶୋକାଭୂତ ହୋଇପଡିଛି । ତାଙ୍କ ଅନ୍ତିମ ଯାତ୍ରାରେ ବହୁ ସଂଖ୍ୟାରେ ବିଦେଶୀ ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଟ୍ୱିଟର, ଫେସବୁକ୍ ସହ ସମସ୍ତ ସୋସିଆଲ୍ ମିଡିଆରେ ଗତ ୪ ଦିନ ଧରି ଆମେ ସମସ୍ତେ ଅଟଳଜୀଙ୍କର ଚର୍ଚ୍ଚାରେ ବ୍ୟସ୍ତ ରହିଛୁ, ଶୋକ କରୁଛୁ, କବିତାରେ ହେଉ କି ଭାଷଣରେ ହେଉ ।

ଏହା ସହିତ ମାନନୀୟ ଆଡଭାନୀଜୀଙ୍କ ମନର କଥା, ହୃଦୟର ବ୍ୟଥା, ଅନ୍ତରାତ୍ମାର ଭାଷା, ଲୁହର ଭାଷା ସବୁ ଦେଶବାସୀ ଦେଖୁଛନ୍ତି, ବୁଝୁଛନ୍ତି । ଆମେ ସମସ୍ତେ ଜାଣୁ ଦେଶ ଜଣେ କାଳଜୟୀ ନେତାଙ୍କୁ ହରାଇଛି । ହେଲେ ଆଡଭାନୀଜୀ ତାଙ୍କ ଭାଇଙ୍କୁ ହରାଇଛନ୍ତି, ସବୁଠୁ ପ୍ରିୟ ବନ୍ଧୁଙ୍କୁ ହରାଇଛନ୍ତି ।

ହେ ମହାନୁଭବ, ଆପଣଙ୍କର ଏଭଳି ସମୟରେ, ବୟସର ଅପରାହ୍ନରେ ଆପଣଙ୍କୁ ଶତ କୋଟି ପ୍ରଣାମ ।

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Tragedy