Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆଈ ମା'ର ଗପ ଚାଙ୍ଗୁଡ଼ି

Children Inspirational

1.1  

ଆଈ ମା'ର ଗପ ଚାଙ୍ଗୁଡ଼ି

Children Inspirational

ନମ୍ରଭାବ ଶ୍ରେଷ୍ଠ କରାଏ

ନମ୍ରଭାବ ଶ୍ରେଷ୍ଠ କରାଏ

2 mins
693


ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ ।

ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ ରହିବାକୁ ବର ଦିଅ?” ବ୍ରହ୍ମା ଆକାଶଙ୍କୁ କହିଲେ ତଥାସ୍ତୁ ।

ଆକାଶ ଏହି ବର ପାଇବା ପରେ ଅଗ୍ନିଙ୍କର ମନ ଖଟା ହୋଇଗଲା, ସେ ରାଗିଯାଇ କହିଲେ – “ଆଜ୍ଞା ! ଏ କ’ଣ କଲେ? ଆକାଶକୁ ଆପଣ ଏମିତି ବରଟିଏ ଦେଇଦେଲେ । ହଉ ଯାହା ହେଲା ହେଲା ଆମକୁ ଆକାଶ ବକ୍ଷରେ ବିଚରଣ କରିବାର ବର ଦିଅନ୍ତୁ ।” ବ୍ରହ୍ମା କହିଲେ ଠିକ୍ ଅଛି, ତମେ ଯାହା ଚାହୁଁଛ ସେଇଆ ହେଉ । ତା’ପରେ ଅଗ୍ନିଙ୍କ ପ୍ରଚଣ୍ଡ ରୂପ ସୂର୍ଯ୍ୟ ଏବଂ ଶୀତଳରୂପ ଚନ୍ଦ୍ର ହୋଇ ଆକାଶ ଛାତିରେ ଘୂରି ବୁଲିବାକୁ ଲାଗିଲେ । ଅଗ୍ନି ଏହି ବର ପାଇବା ଦେଖି ଜଳ ରାଗିଗଲେ ।

ଜଳ ବ୍ରହ୍ମାଙ୍କୁ କହିଲେ – “ଆପଣ ଭଲ ବର ସବୁ ସେମାନଙ୍କୁ ଦେଇଦେଲେ, ମୋତେ ଏମିତି ବର ଦିଅନ୍ତୁ ଯେମିତିକି ମୁଁ ଏଇ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ହରାଇ ଦେଇ ପାରିବି । ବ୍ରହ୍ମା ଆଉ ବା କ’ଣ କରିବେ, ସେ କହିଲେ ହଉ ବାବା ହେଲା, ଏଣିକି ପାଣି ମେଘ ରୂପରେ ଉଭୟ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଘୋଡାଇ ଦେଲା ।”

ଏହା ଦେଖି ପବନ ରାଗି ଯାଇ ବଡ ପାଟିରେ କହିଲେ – “ଭଲ କଥା ହେଲାତ? ମୁଁ ଏଠି କ’ଣ ଝକ୍ ମାରିବି? ମୋତେ ଏମିତି ଶକ୍ତି ଦିଅନ୍ତୁ ଯେମିତିକି ମୁଁ ସେ ମେଘକୁ ବି ଉଡେଇ ଦେବି । ବ୍ରହ୍ମା କହିଲେ ହଉ ବାବା ମୁଁ ତୋତେ ସେହି ବର ଦଉଛି, ତୁ ଏତେ ରାଗ କରନା ତୁ ଯାହା ଚାହୁଁଛୁ ସେଇଆ ହଉ, ତୋ କଥା ରହୁ ।”

ସମସ୍ତେ ଯେଝା ଯେଝା ବର ମାଗିନେଲେ, କିନ୍ତୁ ଧରିତ୍ରୀ ବା ପୃଥିବୀ ଚୁପ୍ଚାପ୍ ଠିଆ ହୋଇ ଥାଆନ୍ତି । ବ୍ରହ୍ମା ପୃଥିବୀକୁ ପଚାରିଲେ ତୁମେ କିଛି ନ ମାଗି ଚୁପ୍ଚାପ୍ ଠିଆ ହୋଇ ରହିଛ କାହିଁକି? କିଛି ହେଲେ ମାଗ? ଧରିତ୍ରୀ ନୀରବ ରହିଲେ । ବ୍ରହ୍ମା କହିଲେ ତୁମେ କିଛି ନକହିଲେ କେମିତି ହବ? ତୋତେ ମୁଁ କ’ଣ ଦେବି? ତଥାପି ଧରିତ୍ରୀ ନିରୁତ୍ତର ରହିଲେ ।

ସେଇଠୁ ବ୍ରହ୍ମା କହିଲେ – ତୋ ଗୁଣ ମତେ ଏମିତି ଖୁସି କରିଛିଯେ, ମୁଁ ତୋ ପାଇଁ ସବୁକିଛି ରଖିଛି । ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ମେଘ ଏବଂ ପବନ ସବୁ ମିଶି କେବଳ ତୋରି ସେବାରେ ଲାଗିବେ, ସେମାନେ ତୋତେ ପରିପୁଷ୍ଟ କରିବେ । ସେମାନଙ୍କ ସେବା ପାଇ ତୁ ହେବୁ ଶସ୍ୟ ଶ୍ୟାମଳା ଏବଂ ଜୀବନର ଗଙ୍ଗା ତୋ ଠେଇଁ ବହିବ । ତୁ ସମସ୍ତଙ୍କ ମଧ୍ୟରେ ହେବୁ ଶ୍ରେଷ୍ଠ । ଧରିତ୍ରୀ କାହାକୁ ଈର୍ଷା ନକରି ନୀରବ ରହିବାରୁ ଓ ନମ୍ର ସ୍ୱଭାବ ପ୍ରଦର୍ଶନ କରିଥିବାରୁ ଶ୍ରେଷ୍ଠବର ପାଇଲା ଓ ସବୁଠାରୁ ବଡ ହୋଇ ରହିଲା । ଗଛ, ଲତା, ଫୁଲ, ଫଳ ଓ ଜୀବଜନ୍ତୁଙ୍କୁ ତା’ ବକ୍ଷରେ ଧାରଣ କରି ଶ୍ରେଷ୍ଠ ହେଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


Rate this content
Log in

Similar oriya story from Children