Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଟୁକୋୟ୍
ଟୁକୋୟ୍
★★★★★

© Biswa Bharati Dash

Tragedy

5 Minutes   7.0K    16


Content Ranking

ରାତି ପ୍ରାୟ ୧୧ ଟା ହେବ ! କିଏ ଗୋଟେ ରାସ୍ତାରେ କାନ୍ଦି କାନ୍ଦି ଡାକୁଛି , " ଟୁକୋୟ୍ ..... ଟୁକୋୟ୍ , ଟୁକୋୟ୍ ..... ଟୁକୋୟ୍ .... ବାବାରେ , ଟୁକୋୟ୍ ..... ଏ ଟୁକୋୟ୍ " ! ପ୍ରଥମେ ଜାଣି ପାରିଲିନି , କେଉଁ ଭାଷାରେ ଏ ନାଁଟା , ଆଉ ମାମଲାଟା କ'ଣ ! ଭାବିଲି , ଘରେ ତା ପୁଅର ଦେଖାରଖା କରୁଥିବା ଝିଅଟା ବୋଧେ .... କିଛି ଗୋଟେ ହୋଇଥିବ ! କବାଟ ଖୋଲି ବାହାରକୁ ଯାଇ ଦେଖିଲି ମୋ ଘର ଉପରେ ରହୁଥିବା ବଙ୍ଗାଳୀ ଝିଅଟା , ଝିଅ ନୁହଁ , ସ୍ତ୍ରୀଲୋକ ଟି । ହଁ , ଓଡ଼ିଆ ମାନଙ୍କର ଏକ ଖୁବ୍ ଭଲ ଗୁଣ ଅଛି , ନିଜ ଭାଷା ଅପେକ୍ଷା ଅନ୍ୟ ଭାଷାକୁ ଆପଣେଇ ନେବାରେ ଖୁବ୍ ଧୁରନ୍ଧର । କିନ୍ତୁ ନିଜ ଭାଷା ପ୍ରତି ଅନେକେ ବିମୁଖ । ମୁଁ ଟିକେ ସେଥିରୁ ଅଲଗା ବୋଧେ ! ନହେଲେ ଏତେ ବର୍ଷ ହେଲାଣି ତାଙ୍କ ଦେଶରେ ରହି , ତାଙ୍କ ଭାଷା ଜ୍ଞାନ କରିପାରିଲିନି ସହଜରେ । ଆଉ ତ ଆଉ ଓଡ଼ିଆ ସହ ପ୍ରାୟତଃ ସମାନ୍ ବଙ୍ଗଳା ଭାଷା , ତାକୁ ବି କୋଉ ଶିଖି ପାରିଲି ନା ପଣ୍ଡିତ ହୋଇପାରିଲି ? ତେଣୁ ଶ୍ରେଷ୍ଠ ଆମର ରାଷ୍ଟ୍ରୀୟ ଭାଷା ! ସେଥିରେ , ପଚାରିଲି

- କ୍ୟା ହୁଆ ପିନୁ ?

- ଆମାର୍ ଟୁକୋୟ୍ କୁଥାଏ ଚଲେଗେଛେ । ବୁଲାନେ ପର୍ ଭି ନେହିଁ ଆ ରହି ହୈ ।

- ଆଚ୍ଛା , ତୁମ୍-ହାରୀ ବିଲ୍ଲି ?

- ହୈଁ ଆମାର୍ ଟୁକୋୟ୍ ..... ଉଁ ଉଁ ଉଁ .... ଆମ୍-ରା ଏକଟୁ ଘୁର୍-ତେ ଗେଚ୍ଛିଲାମ୍ ବାୟିରେ , ଓଇ ସମୟେ ମୋନେ ହୋଚ୍ଚେ , ମା' ଦର୍-ଜାଟା ଖୁଲେ ରାଖ୍-ଚ୍ଛିଲୋ ଓ ବେରିଏ ଗେଲୋ । ଇସ୍-ଲିୟେ ବୁଲା ରହି ହୁଁ ।

- ଆଚ୍ଛା ଆଚ୍ଛା , ମିଲ୍ ଯାଏଗି , ଚିନ୍ତା ମତ୍ କରୋ । ବିଲ୍ଲିୟାଁ ଖୁଦ୍ ଚଲେ ଆତେ ହୈଁ ଆପ୍-ନେ ଠିକାନେ ପେ !

- ପତା ନେହିଁ ! ଇତ୍-ନା ପୁକାର ରହି ହୁଁ , ଆଓ୍ବାଜ୍ ଇ ନେହିଁ ଦେତି । ବହତ୍ ଟେନ୍-ସନ୍ ହୋ ରହା ହେ ।

- ଆ ଜାଏଗି , ତୁମ୍ ଯାକେ ଶୋଯାଓ । ଅନ୍ଧେରେମେ ଘୁମ୍-ନେ କୋ ବିଲ୍ଲିୟାଁ ପସନ୍ଦ କର୍-ତେ ହେଁ । ଶୁଭେ ଆଯାୟେଗି !

- ଟୁକୋୟ୍ .....ଟୁକୋୟ୍ ....,ବାବୁ କୁଥାଏ ଗେଲି ଆୟ୍ ରେ ... ଟୁକୋୟ୍ .... ଏ ବାବା , ଶୁନ୍-ତେ ପାର୍-ଚିସ୍ କି ନା !

ଅନେକ୍ ବୁଝେଇଲାରୁ ସେ ଘରକୁ ଗଲା । ମୋ ଘରକୁ ସମସ୍ତଙ୍କ ଘର କଥା ଶୁଭେ , ଯଦି କବାଟ କି ଝରକା , ମଝିରେ ଥିବା କମନ୍ ଏରିଆରେ ଖୋଲା ଅଛି ତ ! ଠିକ୍ ସେଇ କମନ୍ ଏରିଆ ତଳେ ମୋର ଡାଇନିଂ ଟେବୁଲ୍ ପଡ଼ିଛି । ରାତିରେ କାମ ସାରି ଟିକେ ପଢାପଢି ଓ ଲେଖା ଲେଖି କରି ଶୋଇବାକୁ ଯାଏ । ତେଣୁ ପୁରା ଶାନ୍ତ ପରିବେଶ , ଟିକେ ଭଲ ଲାଗେ ସେ ସମୟଟା ! କେବେ କେବେ ଥକି ଯାଇଥିଲେ ଶୀଘ୍ର ଶୋଇପଡେ । ଏଇ ଏବେ ଏବେ ପିନୁ ସହ କଥା ହୋଇ ଫେରୁଛି ! ବସିଲି ପଢ଼ିବାକୁ । ହଠାତ୍ ଉପରୁ କଥାବାର୍ତ୍ତା ଶୁଣି ବିରକ୍ତି ଲାଗିଲା !

- କି ହୋଲୋ ପିନୁ , ?

- ଆର୍ କି ହୋବେ ? ତୁମାକେ ମେରେ ଦିବୋ ଯଦି କେଓ ଆମାର୍ ଟୁକୋୟ୍ କେ ମାର୍-ବେ .... ତଖୋନ୍ ଜାନ୍-ବେ ଆମି କେ !

- ଚିନ୍ତା କରୋନା , ପିୟେ ଯାବେ । ଏଖାନେ କୁଥାୟ୍ କାଛେ ଇ ଥାକ୍-ବେ !

- ସତ୍ତି ବୋଲ୍-ଚି , ଯଦି ନା ପାବୋ , ତୁମାର୍ ଗଲାଟା ଟିପେ ମେରେ ଦେବୋ । କୋତୋ ବାର୍ ବାରନ୍ କରେଛି , ଦର୍-ଜାଟା ଖୁଲା ରଖ୍-ବେନା ,ଓ ବାଇରେ ଚୋଲେଯାବେ ! କଥା ନା ମାନାର୍ ଫଲ୍ ଏଟା !

ସବୁ ବୁଝି ପାରୁଥାଏ ପରିଷ୍କାର । ସତରେ କେତେ ଭଲ ପାଇବା ଏଇ ବିଲେଇଟେ ପାଇଁ ! କ'ଣ ବା ଅଧିକ ସେ ଉପକାର କରୁଛି , ନା ନିଜେ ଜନ୍ମ କରି ପକେଇଲା ପରି , ଅନ୍ତ ଫାଡି ଯାଉଛି ସ ପିନୁର ! ଶଃ ମା'ଟାକୁ ବି , କି କଦର୍ଯ୍ୟ ବ୍ୟବହାର କରୁଛି । ଇଏ କୁଆଡ଼େ ଇଞ୍ଜିନିୟରଟିଏ । ଭଲ କମ୍ପାନୀରେ ଜବ୍ କରୁଛି । ହଁ , ସେ ପୁଣି ତାଙ୍କର ଏକମାତ୍ର ପିଲା ! ବାହାଘରର ଆଠ ବର୍ଷ ପରେ ଅନେକ୍ ଦିଅଁ ଦେବତା ପୂଜି , ନାନା ଗର୍ଭକଷ୍ଟ ନେଇ ପିନୁକୁ ତା ମା'ଜନ୍ମ ଦେଇଥିଲେ ବୋଲି କହୁଥିଲେ । ସେଇ ପିଲା ପୁଣି ଅନାୟାସରେ ତା ମା'କୁ ତଣ୍ଟି ଚିପି ମାରି ଦେବ ବୋଲି କହି ପାରେ ? ସତରେ କି ହୀନ ଏ ମା'ର ଜୀବନ ନା ଧିକ୍କାରିବି ସେ ଝିଅର ବ୍ୟବହାରକୁ , ଭାବି ଭାବି ମନଟା ଭାରାକ୍ରାନ୍ତ ହୋଇ ଯାଉଥାଏ । ଆଉ ପଢ଼ିବାକୁ ମନ ହେଲାନି । ଯାଇ ଶୋଇଲି !

ତା ପରଦିନ ଟୁକୋୟ୍ ଆସିଯାଇଥିଲା ଘରକୁ । ପରଦିନ ସଞ୍ଜବେଳେ କୁଆଡ଼େ ପୁଣି ଗାୟବ୍ ! ମୁଁ ହସି ହସି ଗଡ଼ି ଗଲି । ଭାବିଲି ମଣିଷ ହେଉ ବା ପଶୁ , ଘର ଚାରିକାନ୍ଥ ଭିତରେ ତ ନିଶ୍ବାସ ବନ୍ଦ ହୋଇଯିବ ସମସ୍ତଙ୍କର ! ବାହାର ପବନ ନିଶ୍ଚିତ ଭାବେ ମନ ଓ ଶରୀରକୁ ସତେଜ ରଖେ । ତେଣୁ ଟିକେ ଫ୍ରସ୍ ହେବାକୁ ଯାଇଥିବ , ସେଥିପାଇଁ ପୁରା ଏରିଆ ହୁଲ୍-ସ୍ଥୁଲ୍ କରି ପକେଇଲାଣି । ଠିକ୍ ସେଦିନ ପରି ଆଜି ବ ଅଫିସ୍ ରୁ ଫେରି ସେଇ ସମାନ୍ ଡ୍ରାମା ଷ୍ଟାର୍ଟ ! ଏଥର ଆଉ ବାହାରକୁ ଗଲିନି ସେ ଦ୍ବିଭାଷୀରେ କଥାହେବ ବେଙ୍ଗଲୀ ଓ ହିନ୍ଦୀ । ଓଡ଼ିଆ ବେଶ୍ ଭଲରେ ବୁଝି ପାରନ୍ତି ବେଙ୍ଗଲୀମାନେ ; କିନ୍ତୁ ନ ବୁଝିପାରିବାର ଅଭିନୟ କରନ୍ତି ସୁନ୍ଦର୍ । କିଏ ମୋର ଏଗୁଡ଼ିକ ସହିବ ! ମୁଁ ସବୁଆଡ଼ କବାଟ ବନ୍ଦ ହୋଇଛି କି ନାହିଁ ଦେଖି ଶୋଇ ବାକୁ ଯାଉଥାଏ । ବାରିଆଡେ ଦେଖିଲି ବିଲେଇଟେ ଚୁପ୍ କି ବସିଛି , ମୋରି ପାଖ ଘର ଛାତର ଧାରକୁ ଲାଗି । ତା ପାଖକୁ ଆଉ ଗୋଟିଏ ମୋଟା ବିଲେଇଟିଏ ! ଆଶ୍ଚର୍ଯ୍ୟ ହେଲି , ପଶୁ ହେଲେ ବି କିଛି ଗୋଟେ ଭୁଲ୍ କରିଛି ବୋଲି ଡରରେ ଚୁପ୍ କି ବସିଛି ନା କ'ଣ ? ଏତେ ତା ମାଲିକିଆଣି ଡାକୁଛି , ଅଥଚ ସୋର୍ ଶବ୍ଦ କିଛି ଦେଉନି କିଛି ତ ଗୋଟେ ଅଡ଼ୁଆ ଅଛି ! ଦୁଇ ଜଣଙ୍କର ଲାଞ୍ଜ ମୋଟା ଓ ହଲଉଛନ୍ତି ରାଗରେ କି ଅନ୍ୟ କେଉଁ ଈଶାରାରେ ମୋ ବୁଝିବାର ବାହାରେ । ପିନୁକୁ ଫୋନ୍ ରେ କହିଲି । ସେତେବେଳକୁ ରାତି ୧୨ଟା ହେଲାଣି ! ଆସି ଡାକିଲା ତାକୁ ,

- ଟୁକୋୟ୍ ..... ଆୟ୍ ବାବୁ , ଆମାର୍ କାଛେ ଆଏ ! ଚୁ ଚୁ ଚୁ ଆୟ୍ ବାବୁ ! ଆଏ ତ ! ଆମାର୍ ସୋନାଟା , ଆଏରେ .....

ଭାବିଲି ତାହେଲେ ଏଇଟା ପୁଅ ବିଲେଇଟିଏ ! ବାବୁ , ବାବୁ ଡାକୁଛି ତ ! ମୁଁ ବି ଠିଆ ହୋଇଥାଏ । ଭାବିଲି ନେଇଗଲେ ତାକୁ , ସମସ୍ତେ ଟିକେ ଶାନ୍ତିରେ ଶୋଇବେ ! ତାପରେ ମୋତେ କହିଲା ,

- ଓ୍ବ କ୍ୟା ହୈ ନା , ହମ୍-ନେ ଉସ୍-କି , ଅପ୍-ରେସନ୍ କର୍-ଦିଆହେ , ଉସ୍-କୋ ବଚ୍ଚା ନେହିଁ ହୋଗା କଭି । ଉସ୍-କୋ ଅଭି ମେଲ୍ ବିଲ୍ଲିୟାଁକୋ ଆଚ୍ଛା ଲଗତି ହୈ । ଇସିଲିୟେ ଥୋରା ଫାଂକା ମିଲ୍-ତା ହୈ ତୋ ବାହାର୍ ଚଲି ଆତିହୈ ।

- ଓ ... ଆଚ୍ଛା , ଆଚ୍ଛା !

ନିଦ ଘାରି ଆସୁଥାଏ ମୋତେ । ତା'ପରେ ତାକୁ ଗୁଡ୍-ନାଇଟ୍ କହି ଚାଲିଆସିଲି ସିନା , ମନ ଭାରି ଭାରି ଲାଗୁଥାଏ , ନାରୀଟିଏ ହୋଇ କେମିତି ଆଉ ଏକ ନାରୀର ନାରୀତ୍ବକୁ ଏତେବଡ଼ ପ୍ରହାର୍ ଦେଇଛି ? ଦୁଃଖ ଲାଗୁଥିଲା କାହାପାଇଁ କେଜାଣି ? ଭାଷା ପ୍ରୀତି ପ୍ରତି ନା ମାତୃଜାତି ପ୍ରତି ନା ଏକ ନାରୀର କଠୋରତା ଆଉ ଏକ ନାରୀଜାତି ପ୍ରତି ! ଏମିତି ଅନେକ୍ କିଛି , ବୁଝି ପାରିବାର ସୀମା ବାହାରେ ବି ରହିଯାଏ ! ଟୁକୋୟ୍ ବୋଧେ ଅସହାୟ ହୋଇ ନିଜ ଦୁଃଖ ବାଣ୍ଟୁଥିଲା ତା ପ୍ରେମୀସହ ନା ଆଉ କିଛି ! ମୁଁ ଏବେ ବି ପ୍ରତିଦିନ ରାତିରେ ଟିକିଏ ସେଇ ଛାତ ନିକଟକୁ ଯାଇ ଖୋଜେ , ଟୁକୋୟ୍ କୁ ନା ଆଉ କିଛି !

ଟୁକୋୟ୍ ବିଲେଇ ନାରୀଜାତି

Rate the content


Originality
Flow
Language
Cover design

Comments

Post

Some text some message..