Biswa Bharati Dash

Drama Others

2  

Biswa Bharati Dash

Drama Others

ଗେହ୍ଲୀ

ଗେହ୍ଲୀ

3 mins
1.6K


✍କଥା କିଛି ଏମିତି . . . ( ଗେହ୍ଲୀ )

ହଁ ,

ସେଦିନ ରବିବାର , ମେ ୨୧ ତାରିଖ , ସେ ମୋତେ ଚାତକ ପରି ଚାହିଁ ବସିଥାଏ । ମୋ ଅପୁଲି ଆସିବ . . . କେତେ ଜିନିଷ ଯୋଗାଡ଼ କରି ରଖିଥାଏ । ବଉକୁ ବି ତାଗିଦା କରେଇ ଦେଇଛି , ଏ ବଉ , ଘରଦ୍ଵାର ସବୁ ସାଇଜ୍ କରି ରଖିଥିବୁ ଲୋ . . . ଅପୁଲି ଆସିବ ପା ! ଖୁସିରେ ତା ଗୋଡ଼ ତଳେ ଲାଗୁ ନ ଥାଏ । ଓଃ , କେମିତି ଲାଗିଥାନ୍ତା ଯେ ? ଆରେ . . ଭାଙ୍ଗି ପ୍ଲାଷ୍ଟର୍ ହୋଇଥିଲା ପରା !

-- ହଁ ଅପୁଲି, ଫ୍ଲାଇଟ୍ କେତେବେଳେ ପହଞ୍ଚିବ?

-- ୫.୧୫ ସଂଧ୍ୟାରେ . . .

-- ଆସିବୁ କେତେବେଳେ??

-- ହଁ, ଦେଖୁଛି, ଯଦି ହୁଏ ତ ଘରକୁ ଗଲାବେଳେ, ତୋତେ ଦେଖା କରି ଦେଇ ଯିବି ।

* * * * * * *

ବାସ୍ . . . . ଏକ ଲମ୍ବା ଅପେକ୍ଷା . . ରାତି ୯ଟା ହୋଇ ଗଲା . . . . .

-- ହେଲୋ . . ଅପୁଲି . . ଘରେ ପହଞ୍ଚି ଲୁଣି ତ ??

-- ହଁ, କହ ଗେହ୍ଲୀ . . .

-- ହଉ (ମନ ଦୁଃଖରେ, ଫୋନ୍ ରଖିଦେଲା)

-- ଗେହ୍ଲୀ . . . ଏ ଗେହ୍ଲୀ . . . . ଓଃ ସତରେ ପାଗେଳିଟା . . . .

* * * * * * * * *

ୟା ଭିତରେ ଛ'ଦିନ ବିତିଗଲା . . . ଶନିବାର ଦିନ ଫୋନ୍ କଲି . . .

-- ହେଲୋ, ଗେହ୍ଲୀ

-- ହଁ, ଅପୁଲି କହ

-- ରାଗିଛୁ??

-- ନାଃ, ସେ ଅଧିକାର ମୋର କାହିଁ?

-- ସେମିତି କହନା, ମୋତେ କଷ୍ଟ ହେଉଛି.... ହଉ ତୋ ଘର ଠିକଣାଟା ଦେଲୁ !

-- ନା, ଥାଉ ତୁ ଆସେନା ।

ଫୋନ୍ କାଟିଦେଲା . . . ହଉ ଏଥର ଆଉ ଫୋନ୍ କରିବିନି . . ରବିବାର ଦିନ ଏକାମ୍ର ହାଟରେ ପ୍ରୋଗ୍ରାମ୍ ସାରିଲି । ମଙ୍ଗଳବାର ଦିନ ସ୍କୁଟି ଧରି ବାହାରି ପଡ଼ିଲି ।

* * * * * * * * * *

ବହୁତ୍ ଖରା ଓଡ଼ିଶାରେ । ପିଲାମାନଙ୍କୁ ଖୁଆଇ ପିଆଇ , ଶାଶୂଘର ଲୋକଙ୍କ ଦାୟିତ୍ଵରେ ଛାଡ଼ି ଦେଇ ଗଲି । ବହୁତ୍ ଫୂର୍ତ୍ତି ଥାଏ ମୋ ମନରେ . . . .

-- ଗେହ୍ଲୀ, ତୋ ଘରକୁ ବାଟ କହିଲୁ . . .

-- ନା, କହିବିନି . . . .

-- ହଂସପାଳ ଛକରେ ଅଟକିଛି . . . .

-- ଏଁ? ପାଗଳଟା କିରେ . . . ଏ ଧୁ ଧୁ ଖରାରେ ଆସିଲୁ ??

-- ବହୁତ୍ ଖରା ହେଉଛି, ଶିଘ୍ର କହ . . .

-- ଆଚ୍ଛା ଶୁଣ୍ .............

* * * * * * * * * *

ପହଞ୍ଚି ଗଲି . . . . . ଆସି କୁଣ୍ଢେଇ ପକେଇଲା ଗେହ୍ଲୀ ।

-- ଅପୁଲି , ତୁ ଆସିଲୁ ? ସତରେ ଆସିଲୁ ? ମୋତେ ବିଶ୍ଵାସ ହେଉନି !

-- ହଁ (କିନ୍ତୁ ଚୁପ୍ ଥିଲି, ମୁଣ୍ଡଟା ବୋଧେ କ’ଣ ହେଉଥାଏ, ଖରାରେ ଆସିଥିଲି ବୋଲି !!)

ଘର ଭିତରେ ବସିଲୁ । ପଖାଳ ଭାତ , ଶାଗ , ବିଡିଚୁରା , ଆଳୁଚକଟା , ଆମ୍ବ ଖଟା ଓ ଅନ୍ୟାନ୍ୟ ଭଜାଭଜି ଆଣି ସବୁ ଆମ ଦୁହିଁଙ୍କ ଆଗରେ ମାଉସୀ ବାଢ଼ି ଦେଇଗଲେ । ଏ ସବୁ ମୋର ଖୁବ୍ ପ୍ରିୟ , ମନେମନେ ବହୁତ୍ ଖୁସି ହୋଇଗଲି । ଖାଇସାରି ବସିଲି ଘଡ଼ିଏ । ଅନେକ କିଛି ଗପିଲୁ . . . . ତା'ପରେ ଖରା ନଇଁ ଯିବାରୁ ବାହାରିଲି ଘରକୁ ।

* * * * * * * * * *

ଏ ସ୍ନେହ ଓ ଭଲପାଇବା ଏକ ଅଦ୍ଭୁତ ଆକର୍ଷଣ । ଅନେକ୍ ଥର ସନ୍ ଷ୍ଟ୍ରୋକ୍ ରେ ପଡ଼ିଛି ,ଖରା ସହ୍ୟ କରି ପାରେନି, ତଥାପି ଏ ଆନ୍ତରିକତା ? ପ୍ରଥମ ଦେଖା ତାର ମୋର , କିନ୍ତୁ ଲାଗୁଥିଲା ଅନେକ୍ ଦିନରୁ ଆମେ ପରସ୍ପର ସହ ପରିଚିତ , ଅତି ଆପଣାର ! ସତରେ କିଛି ଏମିତି ବି ସଂପର୍କ ଥାଏ , ଯେଉଁଠି କିଛି ଆଦିଅନ୍ତ ମିଳେନାହିଁ , ନା କିଛି ପାଇବାର ଆଶା ଥାଏ . . . . କେବଳ ମନ ସହ ମନ ବାନ୍ଧି ହୋଇଥାଏ ।


Rate this content
Log in

Similar oriya story from Drama