Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Tragedy

3  

Shibashis Padhee

Tragedy

ନିଃସଙ୍ଗ ସହଯାତ୍ରୀ

ନିଃସଙ୍ଗ ସହଯାତ୍ରୀ

4 mins
566


ଆଜି ପାର୍କ ଟା କେମିତି ଖାଲି ଖାଲି ଲାଗୁଛି ମୋତେ । ମନେ ହେଉଛି ଆଜି ବେଶି ଛୁଆ ଆସି ନାହାନ୍ତି । ଅବଶ୍ୟ ଆଜିକାଲି ସମସ୍ତେ ଭିଡିଓ /ମୋବାଇଲ ଗେମରେ ବ୍ୟସ୍ତ । ସହରର ଠିକ ମଝା ମଝି ଥିବା ଏଇ ବିଶାଳ ଆଇ ଜି ପାର୍କକୁ ରାଉରକେଲା ଆସିବା ଦିନ ଠୁ ସବୁଦିନ ଆସେ ମୁଁ । ନୂଆ ନୂଆ ଚାକିରୀ କାହାକୁ ବିଶେଷ ଜାଣେ ନାହିଁ ମୁଁ ।  ଦୁଇ ନମ୍ବର ସେକ୍ଟର ରୁ ପାଦରେ ଚାଲି ଚାଲି ଆସିଲା ବେଳେ ଥରେ ଥରେ ସହରର କୋଳାହଳରେ ନିଜକୁ ହଜାଇ ଦିଏ ।  ଛୋଟ ଛୁଆ ଙ୍କୁ ଭାରି ଭଲ ପାନ୍ତି ବାପା ଏଣୁ ଆମ ଘରେ ସାହି ଯାକ ଛୁଆ ଗହଳି କରନ୍ତି । ବାପା ବି କାହା ପାଇଁ ଚକଲେଟ ତ କାହାପାଇଁ କେକ ଆଣିବାକୁ ଭୁଲନ୍ତି ନାହିଁ । ନିଜ ଅବସର ଜୀବନକୁ ଛୁଆଙ୍କ ସହ କାଟନ୍ତି ।  ପାର୍କରେ ଛୋଟ ଛୋଟ ଛୁଆଙ୍କ ଖେଳ ଦେଖିଲେ ମୋତେ ଘରେ ଥିଲା ଭଳି ଲାଗେ ଏଣୁ ମୁଁ ସନ୍ଧ୍ୟାକୁ ପାର୍କକୁ ଟାଣି ହୋଇ ଆସେ ।

ଆଜି ବି ମୁଁ ମୋ ନିର୍ଦିଷ୍ଟ ବେଞ୍ଚରେ ବସି ଛୁଆଙ୍କ ଖେଳ ଦେଖୁ ଦେଖୁ ଖିଆଲ ହେଲା ଆରେ ଆଜି ତ ଭିଭିଷଣ ବାବୁ ଦେଖା ଯାଉ ନାହାନ୍ତି । ସେ ବି ପ୍ରତିଦିନ ଆସନ୍ତି ନିଜ ନାତିକୁ ନେଇ । ଭାରି ଚଗଲା ନାତିକୁ ସମ୍ଭାଳୁ ସମ୍ଭାଳୁ ମୋ ସହ କଥା ହୁଅନ୍ତି । ବୟସ ସତୁରି ପାର କଲାଣି । ଭାରି ଭଲ ଲାଗେ ତାଙ୍କ ସହ ସମୟ କାଟିବା ।

ନାତିକୁ ଖେଳିବାକୁ ଛାଡ଼ିଦେଇ ମୋ ସହ ପ୍ରତିଦିନ ଗପ ଜମାନ୍ତି ସେ । କିଛି ଦିନର ପରିଚୟରେ ତାଙ୍କ ସହ ଏକ ଆନ୍ତରିକ ସମ୍ପର୍କ ଯୋଡି ହେଇ ଯାଇଛି ଯେ ମୁଁ ବି ଆସିଲା ମାତ୍ରକେ ତାଙ୍କୁ ଖୋଜିବୁଲେ ।

ବାପା ବୟସର ଭିବିଷଣ ବାବୁଙ୍କ ଭିତରେ ବାପାକୁ ଖୋଜିବସେ ମୁଁ । ସେ ବି ଭାରି ଯତ୍ନବାନ ହୁଅନ୍ତି ମୋ ପ୍ରତି । ମୋର ସବୁ ଭଲ ମନ୍ଦ ସୁବିଧା ଅସୁବିଧା ପଚାରି ବୁଝନ୍ତି । ଭାରି ଭଲ ଲାଗେ ନିଜ ଘର ଠୁ ଏତେ ଦୂରରେ ଥାଇ ଘର ସ୍ନେହ ଶ୍ରଦ୍ଧା ପାଇ ବାରେ ।

ସେ କହନ୍ତି ପୁରୁଣା କଥା । ଯେତେବେଳେ ରାଉରକେଲା ତିଆରି ଚାଲିଥିଲା ସେତେବେଳେ କେତେ କଷ୍ଟ ସେ କରିଛନ୍ତି । ପ୍ରଥମେ ଅସ୍ଥାୟୀ ଓ ପରେ ପରେ ସ୍ଥାୟୀ କର୍ମଚାରୀ ରୂପେ କାମ କରି ଇସ୍ପାତ କାରଖାନା ରୁ ଅବସର ନେଇ ଛନ୍ତି । ଜୀବନ ସାରାର ସଂଚିତ ଅର୍ଥରେ ଦୁଇ ପୁଅଙ୍କ ପାଇଁ ଲଗାଲଗି ଦୁଇଟି ଘର କରିଛନ୍ତି । ଥରେ ଥରେ କହନ୍ତି ତାଙ୍କ ପୁଅ ବୋହୁ ମାନଙ୍କ କଥା । ଦୁଇ ଦୁଇ ଟି ପୁଅ ଉଭୟେ ପ୍ରତିଷ୍ଠିତ ।  ଭାରି ଖୁସି ହୁଅନ୍ତି । ସମସ୍ତେ ତାଙ୍କୁ ଭକ୍ତି କରନ୍ତି । ତାଙ୍କ ଅସୁବିଧା କିଛି ନାହିଁ । ନାତି ନାତୁଣୀଙ୍କ ସହ ସମୟ କଟୁଛି । ପେନସନ ନ ଥିଲେ ବି କେବେ ଅଭାବ କରି ନାହାନ୍ତି ପୁଅ ମାନେ ।

ଥରେ ଥରେ. ମନେ ପକାନ୍ତି ତାଙ୍କ ସ୍ବର୍ଗତ ପତ୍ନୀ ଙ୍କୁ । ଭାବ ପ୍ରବଣତା ଆବୋରି ବସେ ତାଙ୍କୁ । ମୁଁ ସବୁ ଶୁଣେ । ମୋତେ ବି ଭଲ ଲାଗେ । ଥରେ ଥରେ ପଚାଶ ଶହେ ଧାର ନେଇ ଭୁଲିଯାନ୍ତି ସେ । ମୋତେ ବି ସଂକୋଚ ଲାଗେ କହିବା ପାଇଁ ।

ଆଜି କିନ୍ତୁ ଆସି ନାହାନ୍ତି ମୋତେ ଟିକିଏ ଚିନ୍ତା ଲାଗିଲା । ବୁଢା ଲୋକ ଦେହ କିଛି ଖରାପ ହେଲା କି?? ଫୋନ ନମ୍ବର ବି କେବେ ଦେଇ ନାହାନ୍ତି । ଏମିତି ଦରକାର ବି ପଡିନି । କିଛି ଅସୁବିଧା ହୋଇଥିବ ଭାବି ମୁଁ ଆଉ ବିଶେଷ ଚିନ୍ତା କଲିନି ।

କିନ୍ତୁ ପାଞ୍ଚ ଛଅ ଦିନ ସେ ନ ଆସିବାରୁ ମୋ ଚିନ୍ତା ବଢ଼ିଲା । କିଛି ବିଶେଷ ଦେହ ଖରାପ ହେଲା କି ଆଉ?? ଥରେ ଦେଖି ଆସିଲେ ଠିକ ହେବ ଭାବି ସେ କହିଥିବା ଠିକଣା ଖୋଜି ଖୋଜି କୋଏଲନଗରରେ ପହଂଚି ଗଲି ମୁଁ ।

ଏକା ଏକା ଦୁଇଟି ଘର ଲଗା ଲାଗି । ଦୁଇଟି ଗେଟ ମୁଁ ଟିକେ ଚିନ୍ତା କରୁଥିଲି । କେଉଁ ଗେଟକୁ ଗଲେ ହେବ । ହଟାତ ଗେଟ ଖୋଲି ବାହାରି ଆସିଲେ ଜଣେ ଲୋକ । ବେଶ ପୋଷାକ ରୁ ଅନୁମାନ କଲି ଇୟେ ନିଶ୍ଚୟ ତାଙ୍କ ପୁଅ ନୁହଁନ୍ତି । ଅତି ବେଶିରେ ଡ୍ରାଇଭର କି ଚାକର ହୋଇଥିବ । ପାଖକୁ ଯାଇ ପଚାରିଲି - ଏଇଟା କଣ ବିଭୀଷଣ ବାବୁଙ୍କ ଘର । “ନାନା ଆଗରେ ଦେଖ “

କହି ଚାଲି ଯାଉଥିଲା ଲୋକ ଟି ମୁଁ ପୁଣି ପଚାରିଲି-“ଠିକଣା ତ ଠିକ ଅଛି ଆଉ ବୁଢା ଲୋକ କଣ ମିଛ କହିବେ “। ବୁଢା ଲୋକ ଶୁଣି ଅଟକି ଗଲା ଲୋକ ଟି କହିଲା- ଆପଣ କଣ ସେ ଡେଙ୍ଗା ବୁଢା ଲୋକ ଙ୍କୁ ଖୋଜୁଛନ୍ତି । ମୁଁ କହିଲି “ହଁ ହଁ ବିଭୀଷଣ ସ୍ୱାଇଁ ଏ ଘର ମାଲିକ । ମୁହଁ ଶୁଖାଇ କହିଲା ଲୋକ ଟି “ସାର ମୁଁ ଏ ଘରର ଚାକର ନରି । ମୋତେ ମାଲିକ କହିଲେ ଚାଲିବ କିନ୍ତୁ ସେ ଆଉ କି ମାଲିକ ସାର?? ଏଇଠିରହନ୍ତି ମୋ ସହ ପଛ ପଟେ । ଦୁଇ ଦୁଇ ଟି ପୁଅ ଜନ୍ମ କରି ବି କେହି ନ ଥିଲା ଭଳି । ମାସେ ମାସେ ପାଳି କରି ପୁଅ ମାନେରଖନ୍ତି । ବଡ଼ପୁଅ ପାଖେ ଥିଲେ ତାଙ୍କ ପୁଅକୁ ପାର୍କ ନିଅନ୍ତି ସାନ ପୁଅ ପାଖେ ଥିଲେକୁକୁର ସେବା କରନ୍ତି । ଦିନ ସାରା ଗାଳି ଖାଇ ଖାଇ ତାଙ୍କ ଦିନ ଯାଏ । ଆହା କହିବାକୁ ଲୋକ ଟେ ନାହିଁ । ବୋହୁ ମାନେ ତ ପାଣି ଟିକିଏ ପଚାରନ୍ତି ନାହିଁ । ମୋ ସହରହନ୍ତି । ମୁଁ ଯାହା ତାଙ୍କ ଭଲମନ୍ଦ ବୁଝେ । ସନ୍ଧ୍ୟା ବେଳା ନାତିକୁ ନେଇ ପାର୍କ ଗଲେ ଟିକିଏ ଖୋଲା ମେଳାରେ ମନ ଖୁସି କରନ୍ତି ।  ପାଞ୍ଚ ଦିନ ତଲେ ପାର୍କ ରୁ ଆସୁ ଆସୁ ନାତି ଟା ପଡିଗଲା । ଭାରି ଚଗଲା ଟା ସିଏ ଦୌଡୁଥିଲା ହେଲେ ବୁଢା ଲୋକ ଟା ଯେଉଁ ଗାଳି ଖାଇଲେ ସାର ମୁଁ କହି ପାରୁନି । ସେ ଦିନୁ ତାଙ୍କ ବାହାର ଯିବା ବନ୍ଦ କରା ହୋଇଛି । ଶୋଇ ଛନ୍ତି ସେ ମୁଁ ଡାକି ଆଣୁଚି । “

ସାଙ୍ଗେ ସାଙ୍ଗ ମନାକଲି ମୁଁ । ସବୁ ରାଣ ପକାଇ କହିଲି ମୋ ଆସିବା ଟା ଯେପରି ଜାଣି ପାରିବା କଥା ନୁହେଁ । ତାଙ୍କର ଯତ୍ନ ନେଉଥିବାର ଅନୁରୋଧ କରି ଫେରି ଆସୁଥିଲି ମୁଁ ।

ଚିନ୍ତା କରୁଥିଲି ତାଙ୍କର କଳ୍ପନା ରାଜ୍ୟ ପରିଭ୍ରମଣର ସହଯାତ୍ରୀ ମୁଁ । ଯଦି ଜାଣି ଯିବେ ମୁଁ ସବୁ ଜାଣିଗଲି ତେବେ ଆଉ ମୋ ସହ ଖୁସି ଗପ ହୋଇ ପାରିବେ ନି । ସୁଖର କଳ୍ପନା କରି ଖୁସି ସାଉଁଟି ପାରିବେନି ସେ । ଆଖି ଆଗକୁ ତାଙ୍କ ମୁହଁ ଆସି ଯାଉଥିଲା । ଆଖିକୁ ଛୁଇଁଲି ମୁଁ । ଲାଗିଲା ମୋ ଆଖି ବି ଭିଜି ଚାଲିଛି । !


Rate this content
Log in

Similar oriya story from Tragedy