ଅରକ୍ଷିତକୁ ଦଇବ ସାହା
ଅରକ୍ଷିତକୁ ଦଇବ ସାହା
ସମୟ ଚକ୍ରରେ ସଂସାର ରଥ ଗଡିଚାଲିଛି । ଏ ହେଉଛି ସଂସାରର ନିୟମ । ଲେଖକଙ୍କ ନିଜସ୍ୱ ଅନୁଭୂତିରୁ କିଛି....
କିଏ କହିପାରେ ଈଶ୍ୱର ନାହାନ୍ତି, କିଏ କହିବ ଈଶ୍ୱରଙ୍କୁ ଦେଖିଛି, କିନ୍ତୁ ମୁଁ ଈଶ୍ୱରଙ୍କ ଅବସ୍ଥିତି ସବୁବେଳେ ଅନୁଭବ କରୁଛି, ଗୋଟିଏ ନିମ୍ନ ଗରିବ ପରିବାରରେ ମୋର ଜନ୍ମ, କହି ରଖେ ପ୍ରଥମ ଥର ମୁଁ ନିଜକୁ ଗରିବ ବୋଲି କହୁଛି କିନ୍ତୁ କେବେ ଗରିବ ଭାବେନି କି ଅନୁଭବ ହେବାକୁ ଦିଏନି।
ଆପଣ ଏହା ମୋର ଅହଂକାର ଭାବିପାରନ୍ତି, କିନ୍ତୁ ମୋ ଚିନ୍ତାଧାରା ଟିକେ ଅଲଗା ! ମୁଁ ସ୍ପଷ୍ଟବାଦୀ, ମୁଁ ଭାବେ ଦୁନିଆରେ କେହି ବି ଗରିବ ନୁହନ୍ତି ଆଉ କେହି ବି ସୁଖୀ ନୁହନ୍ତି ।
ସମସ୍ତେ ଦୁଃଖୀ !
ଛାଡ଼ନ୍ତୁ ମୁଖ୍ୟ ପ୍ରସଙ୍ଗକୁ ଯିବା, 2006 ମସିହାରେ ମେଟ୍ରିକ ପାସ କଲି ! 75 ପ୍ରତିଶତ ନମ୍ବର ରଖିକି ପାସ କଲି, ଡ଼ିବିରି ଆଲୁଅରେ ପାଠ ପଢିଥିବା ମଣିଷଟା ମହାବିଦ୍ୟାଳୟରେ ପଢ଼ିବାର ଦୁଃସାହସ କେମିତି କରିବ?
ଭଲ ଛାତ୍ର ହେତୁ ପଢ଼ିବାର ନିଶା ମନରେ ଥାଏ, ନିଜର ଆତ୍ମବିଶ୍ଵାସ କେବେ ହରେଇ ନାହିଁ, କି ଗରିବ ବୋଲି କେବେ ଇଚ୍ଛାଶକ୍ତିକୁ କମଜୋର କରିନି ।
ଏହାବି କହିବି ମୋର ଅନ୍ତର୍ନିହିତ ପାରିବାପଣିଆକୁ କେହି ଆଜି ଯାଏ ବୁଝିପାରିଲେ ନି, କି କେବେ କାହାଠୁ ପ୍ରେରଣା ପାଇନି ।
ଆକର୍ଷିତ କରିଥିଲା ଗୋପବନ୍ଧୁଙ୍କ ଜୀବନଶୈଳୀ, ପୁଅ ମରିଚି ତଥାପି ଚାଲିଗଲେ ଦେଶସେବା କରିବାକୁ, ଆକର୍ଷଣ କରିଥିଲା ବିବେକାନନ୍ଦଙ୍କ ଶାନ୍ତ ସ୍ନିଗ୍ଧ ଜୀବନ ।
ଏଭଳି ଆକର୍ଷଣ ରେ ପ୍ରଭାବିତ ହୋଇ ଆଗେଇ ଚାଲିଛି ଜୀବନ ଯାତ୍ରା, ଈଶ୍ୱର ହିଁ ସବୁକିଛି ଭାବି କରିଚାଲିଛି ନିଜର କର୍ମକୁ ।
ମେଟ୍ରିକ ପରେ ଘରଠୁ କିଛି ଦୂରରେ ଗୋଟିଏ ଲୁଗା ଦୋକାନ ରେ ରହିଲି, ନାଁ ଲୁଗା ଦ
ୋକାନ କିନ୍ତୁ ତାଙ୍କ ଘରର ପରିବା ଆଣିବା, ତାଙ୍କ ଛୁଆଙ୍କୁ ନେବା ଆଣିବା କରିବା ଆଉ ଗାଡି ଧୋଇବା ଇତ୍ୟାଦି ।
ମୋ ସ୍ୱାଭିମାନକୁ ବାଧେ ବହୁତ କାନ୍ଦେ, ମେଟ୍ରିକ ପ୍ରଥମ ଛାତ୍ରର ଏଭଳି କାମରେ ଟିକେ ବ୍ୟତିବସ୍ତ ହୋଇପଡେ, ଦରମା ତିନିଶହ ଟଙ୍କା !କିନ୍ତୁ ନିଜ କର୍ମ ରେ କେବେ ଅବହେଳା କରିନି କି କେବେ ଅସତ୍ୟ କରିନି, ଏମିତି ଚାଲିଲା ଦୀର୍ଘ ଛବିସ ସହ ଦିନ, ଦିନ ପରେ ଦିନ ଗଡିଚାଲିଲା 2013 ମସିହା ଜୁନ 30 ବିଦାୟ ନେଲି ଲୁଗା ଦୋକାନରୁ ।କିଛି କାରଣ ନଥିଲା, ଏତିକି ଭାବି ଆସିଥିଲି ଯାହା ହେଉଛି ଈଶ୍ୱରଙ୍କ ଇଛା । ଦରମା ବଢ଼ି ବଢ଼ି ପାଞ୍ଚ ହଜାରରେ ପହଂଚି ଥିଲା ।
ସେଇଥିରୁ କିଛି ସଂଚିତ ରେ ଗୋଟିଏ ସାଙ୍ଗର ସାହାଯ୍ୟରେ ମହାବିଦ୍ୟାଳୟରେ ନାମ ଲେଖାଇଲି, କିନ୍ତୁ ଘରର ପରିସ୍ଥିତି ମତେ ବାଧ୍ୟ କରୁଥିଲା କିଛି ଟଙ୍କା ରୋଜଗାର କରିବା ।
ନିଜ ଭାଇର ସହଯୋଗରେ ଗୋଟିଏ ଦୋକାନ ଦେବା ପାଇଁ ସ୍ଥିର ହେଲା, ଏବଂ ସେ ଦୋକାନରେ ଏବେ କାର୍ଯ୍ୟରତ । ଅରକ୍ଷିତକୁ ଦଇବ ସାହା ହେବା ପରି ଈଶ୍ୱରଙ୍କ ଆଶ୍ରିବାଦ ଏବଂ ପରିଶ୍ରମ ବଳରେ ସ୍ନାତକ ଦ୍ୱିତୀୟ ଶ୍ରେଣୀରେ ପାସ କଲି, ତାପରେ ପ୍ରତିଯୋଗିତା ପରୀକ୍ଷା ଦେଇ ଶାରୀରିକ ପ୍ରଶିକ୍ଷଣର ପ୍ରଥମ ବର୍ଷର ଛାତ୍ର ।
ଜାଣିନି ମୁଁ ଜୀବନରେ ଆଉ ସଫଳତା ପାଇବି କି ନାହିଁ, ଆଶା ହରାଇ ନାହିଁ, ପରିଶ୍ରମ ଜାରି ରଖିଛି, ଗୋଟିଏ ସଫଳ ବ୍ୟବସାୟୀ ହୋଇ ପାରିଥିବାରୁ ଆଉ ପାଠ ପଢେ ବୋଲି ପରିବାରର ସପୋର୍ଟ ମଧ୍ୟ ମିଳୁ ନାହିଁ ।
କିନ୍ତୁ ଖାଲି ପଇସା ରୋଜଗାର କରିବା, ଖାଇ ପି' ମରିଯିବାରେ ମୁଁ ବିଶ୍ୱାସ କରେନି, ସଂସାରରେ ଈଶ୍ୱର ଜନ୍ମ ଦେଇଛନ୍ତି ମାନେ ମୁଁ କିଛି କରିବି ଆଉ ଦେଖେଇବି ସଫଳତାର ରହସ୍ୟ ଆଉ ସତ୍ୟର ମାର୍ଗ ଡେରି ହେଲେ ମଧ୍ୟ ସୁନିଶ୍ଚିତ ।