Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Bisoi

Classics Inspirational

3.9  

Santosh Bisoi

Classics Inspirational

ଛାତ୍ରାବାସ ଏକ ସ୍ୱର୍ଗୀୟ ଅନୁଭୂତି

ଛାତ୍ରାବାସ ଏକ ସ୍ୱର୍ଗୀୟ ଅନୁଭୂତି

2 mins
173


ଛାତ୍ରାବାସ ସାଧାରଣତଃ ଏକ ସୁସ୍ଥ ଓ ମୁକ୍ତ ପରିବେଶରେ ପ୍ରତିଷ୍ଠିତ ହୋଇଥାଏ I ବିଶେଷତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସର ସହ ଛାତ୍ରାବାସ ଗୁଡିକ ସଂଯୁକ୍ତ I ଅନ୍ତେବାସୀଙ୍କର ବାସ, ଅଧୟନ ଓ ଭୋଜନ ନିମିତ୍ତ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ଥାଏ I ମାନସିକ ପ୍ରଫୁଲତା ଓ ପଠନ ପ୍ରବୃତିର ବିକାଶ ନିମିତ୍ତ ଉଦ୍ୟାନ ଛାତ୍ରାବାସ ସହ ସଂଶ୍ଲିଷ୍ଟ ଶାରୀରିକ ଉର୍ନତି ନିମନ୍ତେ ବ୍ୟାୟାମ ଦରକାର I ଅଧ୍ୟୟନ ନିମିତ୍ତ ଏହା ଏକ ପ୍ରକୃଷ୍ଟ ସ୍ଥାନ I ପାରିବାରିକ ସ୍ନେହ -ସୌହାର୍ଦଯ୍ୟରୁ ବଞ୍ଚିତ ଅନ୍ତେବାସିଗଣ ଏଠାରେ ଏକ ନୂତନ ସ୍ନେହ ବନ୍ଧନରେ ବାନ୍ଧି ହୋଇଥାନ୍ତି ।                                   

ଜୀବନରେ ଶୃଙ୍ଖଳାର ଉପାଦେୟତା ଅତି ଗୁରୁତ୍ୱପୂର୍ଣ୍ଣ I ଶୃଙ୍ଖଳିତ ଜୀବନଯାପନ ପାଇଁ ଛାତ୍ରାବାସ ଉପଯୁକ୍ତ ପରିବେଶ ସୃଷ୍ଟି କରେ I ବିବିଧ ନିୟମ ପାଳନ ମାଧ୍ୟ୍ୟମରେ ଶୃଙ୍ଖଳା ଶିକ୍ଷା କରିଥାନ୍ତି I ଛାତ୍ରା ଵାସ ଶାନ୍ତିର ମନ୍ଦିର ରୂପେ ପ୍ରତିଭାତ ହୋଇଥାଏ I ପ୍ରାତଃ କାଳରେ ଶଯ୍ୟା ତ୍ୟାଗ ଠାରୁ ରାତ୍ରିରେ ଶଯ୍ୟା ଗ୍ରହଣ ପର୍ଯ୍ୟନ୍ତ ସକଳ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହୁଏ I ଆଦର୍ଶ ଛାତ୍ରା ବାସରେ ଉଦ୍ୟାନ କର୍ମ ଉପରେ ଗୁରୁତ୍ୱ ଆରୋପ କରାଯାଇଥାଏ I ଏହାଦ୍ୱରା ଛାତ୍ରମାନେ ଶ୍ରମର ମୂଲ୍ୟ ହୃଦୟଗମ କରିବା ସଙ୍ଗେ ସଙ୍ଗେ ପରିବେଶରେ ସୌନ୍ଦର୍ଯ୍ୟବୃଦ୍ଧିରେ ସହାୟକ ହୁଅନ୍ତି I ସ୍ନାନ, ଭୋଜନ, ଅଧୟନ ପାଇଁ ସମୟ ନିର୍ଧାରଣ ହୋଇଥାଏ I ସକାଳେ ଓ ସନ୍ଧ୍ୟାରେ ସମୂହ ପ୍ରାର୍ଥନାର ବ୍ୟବସ୍ଥା ଥାଏ I ସନ୍ଧ୍ୟା ସମୟରେ ସାର୍ବଜନୀନ ପ୍ରାର୍ଥନା, ଗୀତ ଓ ଅନ୍ୟାନ ସଦଗ୍ରନ୍ଥ ପାଠ ମନରେ ନୈତିକ ମୂଲ୍ୟବୋଧ ଓ ଭଗବତୀ ଚିନ୍ତାରେ ଉଦ୍ରେକ ହୋଇଥାଏ I ଏହା ଦ୍ୱାରା ମାନସିକ ଶାନ୍ତି ମିଳେ I ମିଳିମିଶି ଚଳିବା ଫଳରେ ପାରସ୍ପରିକ ସହଯୋଗ ମନୋବୃତିର ବିକାଶ ଘଟେ I ଆଉ ମାଧ୍ୟ ନେତୃତ୍ୱ ନେବାର ଅବକାଶ ଛାତ୍ରାବସ୍ଥାରୁ ହିଁ ମିଳେ I ଚିନ୍ତାର ବିକାଶ ପାଇଁ ପ୍ରେରଣା ଦେଇଥାଏ I ଛାତ୍ରାବାସ ମନଙ୍କରେ ପାଠଗାରର ଥିବା ବିଭିନ୍ନ ପୁସ୍ତକ,ପତ୍ରିକା ଓ ସମ୍ବାଦ ପତ୍ର ପଠନ କରିବାର ସୁଯୋଗ ମିଳେ।  ଚରିତ୍ର ଗଠନ ଶିକ୍ଷାର ଏକ ମହାନ ଲକ୍ଷ୍ୟ ଏହି ଲକ୍ଷ୍ୟ ସାଧନ ପାଇଁ ଛାତ୍ରା ବାସର ଭୂମିକା ଗୁରୁତ୍ୱ ପୂର୍ଣ୍ଣ I ସେଥିପାଇଁ କୁହା ଯାଇଛି ଯେ .., ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର I ସୌହାର୍ଦ୍ୟ ଓ ଭାତୃତ୍ୱ ଛାତ୍ରା ବାସରୁ ଛାତ୍ର ମାନେ ଶିକ୍ଷା କରନ୍ତି I ଛାତ୍ରକୁ ଶିକ୍ଷିତ, ସଂଯତ ଓ ଶୃଙ୍ଖଳିତ କରିବା ପାଇଁ ଛାତ୍ରା ବାସର ଅବଦାନ ମହତ୍ୱ ପୂର୍ଣ୍ଣ I ପ୍ରତ୍ୟକ ଛାତ୍ର ମାନଙ୍କର ମଧ୍ୟ ଦାୟିତ୍ୱ ଜ୍ଞାନ ବଢିଥାଏ I ତେଣୁ ଛାତ୍ରମାନଙ୍କୁ ଭଲ ମଣିଷ କରିବା ପାଇଁ ବିଦ୍ୟାନୁଷ୍ଠାନ ପ୍ରଶଂସନୀୟ I ଛାତ୍ରାବାସ ଜୀବନରେ ସ୍ମୃତି ଯେପରି ଶିଖଣୀୟ ସେହିପରି ପ୍ରାଣସ୍ପର୍ଶୀ I


Rate this content
Log in

More oriya story from Santosh Bisoi

Similar oriya story from Classics