Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଗ)

ରତ୍ନାକର ଚମ୍ପୂ (ଗ)

1 min
407



(ଚୌପଦୀ ରତ୍ନାକର)

(3)


ରାଧା


ରାଗ – ଗୁର୍ଜରୀ - ନିଃସାରୀ ତାଳ

ଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥା

ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା(ଘୋଷା

ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ

ଯେଉଁ ଶୀରିମୁଖ ଦ୍ୟୁତି

ଗଲେ ଯିବ ପଛେ ଜୀବ,ଆଉଥରେ

ଦେଖିବାକୁ ବଳେ ମତି(1)

ଗଗନ ମଣି ତନୟାତଟ ଚାରୀ

ବାରିରୁହ ଚାରୁନେତ୍ର .

ଗାଢ ପରିରମ୍ଭ ବିନା ସଖି, ଦମ୍ଭ

ଉଡିପାରେ କି ମୋ ଗାତ୍ର(2)

ଗୁରୁ ହେଲାନି ପିନ୍ଧିବା ସରୁ ବାସ

ବାସରେ ନରହେ ମତି .

ଗୋଟିଏ ବାସର କଳପ ମଣଇଁ

ଦେଖି ବାସନ୍ତିକ ରୀତି (3)

ଗରଜ କରି ଉପବନ ପବନ

ଲାଗୁଅଛି ମତେ ସଖି .

ଗଲାଟି ଜୀବନ ଭଣେ ଜଗଦେବ

ଆଉ ନପାରେ ମୁଁ ରଖି (4)



Rate this content
Log in

Similar oriya poem from Classics