ସତୀ
ସତୀ
ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ
ଆମେ ଏବେ କାହାକୁ ସତୀ କହିବା
ଲିଭିଙ୍ଗ ରିଲେସନରେ ,
ଅତିବାହିତ କରୁଥିବା
ଉଗ୍ର ଆଧୁନିକତାକୁ ?
ସମାଜର ଭୟରେ ପୋଷ୍ୟ ସନ୍ତାନ ,
ଟେଷ୍ଟ୍ ଟ୍ୟୁବ ବେବିକୁ ପାଳନ କରି
ମାତୃତ୍ଵର ପରିଚୟ ଦେଉଥିବା ସମ୍ଭ୍ରାନ୍ତ ମହିଳାକୁ ?
କୁମାରୀତ୍ଵକୁ ବାଜି ଲଗାଇ
ପ୍ରସବ କେନ୍ଦ୍ରରେ ,
ଡଷ୍ଟବିନ୍ ଓ ନିରୋଳା ସ୍ଥାନରେ
ଭ୍ରୁଣ ହତ୍ୟା ଓ ଜନ୍ମିତ ସନ୍ତାନକୁ ଛାଡି ଆସୁଥିବା
ଅସହାୟ ନାରୀ ମାନଙ୍କୁ ?
ଏକାକୀ ନିଃସଙ୍ଗ ମନେକରି
ଛାଡପତ୍ର , ବଇଧବ ଯନ୍ତ୍ରଣା ଉପଶମ ପାଇଁ ,
ପୁନଶ୍ଚ ବିବାହ ହେଉଥିବା
ସ୍ଵାର୍ଥପର ନାରୀକୁ ?
ଆମେ ସତୀ କାହାକୁ କହିବା
ଆଜି ଯଦି କେହି ପୌରାଣିକ ସତୀ ଥାଆନ୍ତେ ,
ପଚାରି ବୁଝି ଜାଣିପାରନ୍ତେ ,
ସତୀର ସତୀତ୍ଵ କ’ଣ ?
ସତୀର ସଜ୍ଞା କ’ଣ ?