Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଭାରି ଭଲଲାଗେ

ଭାରି ଭଲଲାଗେ

1 min
6.7K


ପ୍ରକାଶ କୁମାର ଚାନ୍ଦ

ଭାରି ଭଲଲାଗେ ଶୀତ ସକାଳର

କଅଁଳିଆ ସୁନା ଖରା ,

ଭାରି ଭଲଲାଗେ ଧାନ ବିଲ ପରା

କୁହୁଡ଼ିରେ ଥିଲେ ଘେରା ।

ଭାରି ଭଲଲାଗେ ଦୁବଘାସ ପରେ

କାକାର ଟୋପାର ଛିଟା ,

ଭାରି ଭଲଲାଗେ ମେଘର କୋଳରେ

ଇନ୍ଦ୍ରଧନୁ ହେଲେ ଦେଖା ।

ଭାରି ଭଲଲାଗେ ଦୂରୁ ଦେଖିଦେଲେ

ସୋରିଷ ଫୁଲର କ୍ଷେତ ,

ଭାରି ଭଲଲାଗେ ଫଗୁଣେ କୋଇଲି

ଗାଉଥିଲେ ବସି ଗୀତ ।

ଭାରି ଭଲଲାଗେ ଆମ ଗାଆଁ ପାଖେ

ଅଙ୍କା ବଙ୍କା ସବୁ ନଈ ,

ଭାରି ଭଲଲାଗେ ନାଉରୀ ଭାଇଟି

ନାଆ ନେଉଥିଲେ ବାହି ।

ଭାରି ଭଲଲାଗେ ଗୋଧୂଳି ବେଳାରେ

ଗୋଠ ବାହୁଡ଼ିଲେ ଘର ,

ଭାରି ଭଲଲାଗେ ସଞ୍ଜେ ନୀଡ଼ଫେରା

ମାଳମାଳ ପକ୍ଷୀଙ୍କର ।

ଭାରି ଭଲଲାଗେ ମୋର ଗାଆଁ ମତେ

ଯୋଉଠି ମୁଁ ଜନମିଛି ,

ଭାରି ଭଲଲାଗେ ମୋର ମାଆ ମତେ

କଥା ଯିଏ ଶିଖେଇଛି ।


Rate this content
Log in

Similar oriya poem from Classics